ବର୍ତ୍ତମାନ ସୁଦ୍ଧା ଏକ ମାସରୁ ଅଧିକ ସମୟ ଧରି ନିଶା ଯାଦବଙ୍କୁ ତାଙ୍କ ପରିବାରର ରାସନ ପାଇଁ ଏକ ମାଇଲ୍‌ ରାସ୍ତା ଅଧିକ ଚାଲିବାକୁ ହେଉଛି । ସେମାନଙ୍କ ଘର ନିକଟରେ ଥିବା ତେଜରାତି ଦୋକାନ ସେମାନଙ୍କୁ ତେଜରାତି ବିକ୍ରି କରୁନାହିଁ । ସେ କୁହନ୍ତି, ‘‘ଯେବେଠୋରୁ ବାପା ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି ସେବେଠାରୁ ରାଜନଓ୍ୱାଲା, [ତେଜରାତି ଦୋକାନ ମାଲିକ] ଆମକୁ ତାଙ୍କ ଦୋକାନ ଭିତରକୁ ଯିବାକୁ ଦେଉନାହାନ୍ତି’’।

ନିଶା କୁହନ୍ତି, ‘‘ମୋ ବାପା ଜୁନ୍‌ ମାସର ଶେଷ ଭାଗରେ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଥିଲେ ଏବଂ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇଛନ୍ତି’’। “ଆମେ ଅନ୍ୟମାନେ ଦୁଇ ସପ୍ତାହ ଆତ୍ମ-ସଙ୍ଗରୋଧ ମାନିଲୁ। ଯଦିଓ ବାପା ମାସେ ପୂର୍ବରୁ ସୁସ୍ଥ ହୋଇଛନ୍ତି ଦୋକାନ ମାଲିକ ଏବେ ବି କହୁଛନ୍ତି ଯେ, ଯଦି ଆମେ ତାଙ୍କ ଦୋକାନକୁ ପଶିବୁ ତେବେ ଆମ ଦ୍ୱାରା ଭୂତାଣୁ ବ୍ୟାପିବ। ତେଣୁ ବର୍ତ୍ତମାନ ଆମ ଭିତରୁ ଜଣଙ୍କୁ ଏହି ବର୍ଷା ଏବଂ ବନ୍ୟା ସମୟରେ ଆଣ୍ଠୁଏ କାଦୁଅ ପାଣିରେ ପଶି ପ୍ରାୟ ଏକ ମାଇଲ ଦୂରରେ ଥିବା ସମ୍ପର୍କୀୟମାନଙ୍କଠାରୁ ଗ୍ରୋସରି ଆଣିବାକୁ ଯିବାକୁ ହେଉଛି।’’

ଛଅ ବର୍ଷ ପୂର୍ବେ ଏକାଦଶ ଶ୍ରେଣୀ ଶେଷ କରିବା ପରେ ସ୍କୁଲ ଛାଡ଼ିଥିବା ୨୪ ବର୍ଷୀୟ ନିଶା ଉତ୍ତରପ୍ରଦେଶର କୁଶିନଗର ଜିଲ୍ଲାର ହାତା ବ୍ଲକ୍‌ର ସୋହସା ମାଥିଆ ଗ୍ରାମରେ ବାସ କରନ୍ତି । ଏହା ଗୋରଖପୁର ସହରଠାରୁ ମାତ୍ର ୬୦ କିଲୋମିଟର ଦୂରରେ । ତାଙ୍କ ଗାଁ ମୌସୁମୀ ଏବଂ ବନ୍ୟା ଦ୍ୱାରା କଦର୍ଯ୍ୟ ଭାବରେ ପ୍ରଭାବିତ ହୋଇଥାଏ ।

‘‘ଆମର ବୁଆ-ଫୁପା [ପିଉସି-ପିଇସା] ଆମ ପାଇଁ ଜିନିଷପତ୍ର କିଣିଦିଅନ୍ତି ଏବଂ ଆମେ ତାଙ୍କୁ ପରେ ପଇସା ଦେଇଦେଉ ।’’ ସେ ଏହା କହିବା ବେଳେ ମଧ୍ୟ ନିଶା ତାଙ୍କ ସାଲ୍‌ଓ୍ୱାରର ତଳ ଭାଗକୁ ମଧ୍ୟ ୩ କିମ୍ବା ଚାରିଥର ମୋଡୁଥିଲେ- ତାଙ୍କୁ ବନ୍ୟା ପାଣି ଦେଇ ଘରକୁ ଚାଲିଯିବାକୁ ହେବ। ସନ୍ଧ୍ୟାର ଚା ପାଇଁ ତାଙ୍କ ଘରେ ଚିନି ସରିଯାଇଥିଲା।

PHOTO • Jigyasa Mishra

ଅନୁରାଗ ଯାଦବ କୁହନ୍ତି, ‘ଆମେ ଆଉ ପାଠପଢ଼ାକୁ ପ୍ରାଥମିକତା ଭାବରେ ଚିନ୍ତା କରୁନାହୁଁ

ନିଶା ୪୭ ବର୍ଷ ବୟସ୍କ ବ୍ରଜକିଶୋର ଯାଦବଙ୍କ ବଡ଼ ଝିଅ । ବ୍ରଜକିଶୋର ପରିବାରର ଏକମାତ୍ର ରୋଜଗାରିଆ ସଦସ୍ୟ ଯିଏ କି ଜୁନ୍‌ ମାସରେ ଦିଲ୍ଲୀରୁ ଫେରିଥିଲେ। ରାଜଧାନୀରେ ସେ ଏକ ଜିନ୍ସ-ତିଆରି କାରଖାନାରେ କାମ କରୁଥିଲେ, ଏହା ମାସକୁ ପ୍ରାୟ ଟ. ୨୦,୦୦୦ ଆୟ ଦେଉଥିଲା। ନିଶାଙ୍କ ମାଆ ଛଅ ବର୍ଷ ପୂର୍ବେ ସାପକାମୁଡ଼ାରେ ମୃତ୍ୟୁବରଣ କରିଥିଲେ । ସେବେଠାରୁ ସେ ତାଙ୍କର ଦୁଇ ସାନଭାଇ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ପ୍ରିୟାଂଶୁ,୧୪ ଏବଂ ବିଏ ଦ୍ୱିତୀୟ ବର୍ଷ ପଢ଼ୁଥିବା ଅନୁରାଗ, ୨୦ଙ୍କ ଦେଖାଶୁଣା କରୁଛନ୍ତି ।

ଉଭୟ ଏବେ ଲକଡାଉନ୍‌ ସହ ସଂଘର୍ଷ କରୁଛନ୍ତି । ଦିନକୁ ଦୁଇବେଳା ଭୋଜନ କରିବା ନେଇ ଅନିଶ୍ଚିତ ଥିବା ଗୋଟିଏ ପରିବାରରେ ସ୍ମାର୍ଟଫୋନ୍‌ କିଣିବା ଏବଂ ଅନ୍‌ଲାଇନ ଶିକ୍ଷା ପାଇବାର ସୁଯୋଗ ଖୁବ୍‌ କମ୍‌ । ସେମାନଙ୍କ ପ୍ରବାସୀ ଶ୍ରମିକ ପିତାଙ୍କର ଗୋଟିଏ ସାଧାରଣ ସେଲ୍‌ ଫୋନ ଅଛି । ଉଭୟ ପୁଅ ସେମାନଙ୍କର ଆଗାମୀ ଶିକ୍ଷା ବର୍ଷ ପାଇଁ ଦେୟ ଦେବାକୁ ଅସମର୍ଥ ।

ଅନୁରାଗ କୁହନ୍ତି, ‘‘ଆମେ ଏ ବର୍ଷ ପଢ଼ିବୁନି । ଏହା ଏକ ପ୍ରାଥମିକତା ବୋଲି ଆମେ ଆଉ ଚିନ୍ତା କରୁନୁ । ହୁଏତ ଆସନ୍ତା ବର୍ଷ ଆମେ ପଢ଼ିବୁ ।’’

ନିଶା କୁହନ୍ତି, ‘‘ବାପା ଆମକୁ ମାସରେ ୧୨,୦୦୦-୧୩,୦୦୦ଟଙ୍କା ପଠାଉଥିଲେ। କିନ୍ତୁ ଏପ୍ରିଲ ପରଠାରୁ ମୁଁ ଆପଣଙ୍କୁ କହିପାରିବିନି ଆମେ କେମିତି ବଞ୍ଚିଛୁ । ବେଳେ ବେଳେ ଦିନରେ ଗୋଟିଏ ଓଳି ଖାଉଛୁ ।’’

“ବାପା ଜୁନ୍‌ମାସରେ ଫେରିଲେ ଏବଂ ଫେରନ୍ତା ପ୍ରବାସୀମାନଙ୍କ ପାଇଁ ସଙ୍ଗରୋଧ କେନ୍ଦ୍ରରେ ବ୍ୟବହୃତ ହେଉଥିବା ସ୍କୁଲରେ ପରୀକ୍ଷା କଲେ । ଏହା ଏକ  ଦ୍ରୁତ [ରାପିଡ୍‌ ଆଣ୍ଟିଜେନ୍‌] ପରୀକ୍ଷା ଥିଲା ଏବଂ ଏହା ପଜିଟିଭ୍‌ ଆସିଲା । ତେଣୁ ତାଙ୍କୁ ସେଠାରେ ରଖି ଦିଆଗଲା । ସପ୍ତାହେ ପରେ ଅଧିକ ଦୀର୍ଘ [ଆରଟି-ପିସିଆର୍‌-ରିଭର୍ସ ଟ୍ରାନ୍ସକ୍ରିପସନ-ପଲିମରେଜ ଚେନ୍‌ ରିଆକ୍ସନ] ପରୀକ୍ଷାରେ ତାଙ୍କର ନେଗେଟିଭ୍‌ ଆସିଲା । ତେଣୁ ତାଙ୍କୁ ଜୁଲାଇ ୨ରେ ଶୀଘ୍ର ଛାଡ଼ି ଦିଆଗଲା। ସେ ଭଲ ଅଛନ୍ତି କିନ୍ତୁ ଆମେ ବାସନ୍ଦ ଭୋଗୁଛୁ’’।

ବ୍ରଜକିଶୋର କୁହନ୍ତି, ‘‘ଦିଲ୍ଲୀରୁ ଗୋରଖପୁର ଆସିବା ପାଇଁ ମୋତେ ଜଣେ ଟ୍ରକ ଡ୍ରାଇଭରକୁ ୪,୦୦୦ ଟଙ୍କା ଦେବାକୁ ହେଲା । ଏହାପରେ ସେଠାରୁ ମୋ ଗାଁକୁ ଆସିବା ପାଇଁ ବୋଲେରୋ ବାଲାକୁ ୧୦,୦୦୦ ଟଙ୍କା ଦେବାକୁ ହେଲା। ମୁଁ ଦିଲ୍ଲୀରେ ସାଙ୍ଗଙ୍କଠାରୁ ଉଧାର ଆଣିଥିବା ୧୦,୦୦୦ଟଙ୍କାରୁ ତାହା ଦେଇଥିଲି । ମୋର ତାହା ଦରକାର ଥିଲା, କାରଣ ପିଲାମାନେ କେବଳ ଡାଲି, ରୋଟି କିମ୍ବା ଲୁଣ ଭାତ ଖାଉଥିଲେ। କିନ୍ତୁ ମୋ ପାଖରେ ମାତ୍ର ୫ହଜାର ଟଙ୍କା ବଳିଲା ଏବଂ କରୋନା ରୋଗ ଯୋଗୁଁ ତାହା ମଧ୍ୟ ଚାଲିଗଲା । ଔଷଧର ଦାମ୍‌ ଅଧିକ ଥିଲା । ଏଥିସହ ଛାଡ଼ ପାଇବା ପରେ ଅଟୋ ରିକ୍ସାରେ ଘରକୁ ଫେରିବା ପାଇଁ ମୋତେ ୫୦୦ ଟଙ୍କା ଖର୍ଚ୍ଚ କରିବାକୁ ହେଲା। ଏବଂ ବର୍ତ୍ତମାନ ମୋ ପାଖରେ କାମ ନାହିଁ ।

ସେ ପଚାରିଲେ, ‘‘ମୋତେ କୁହନ୍ତୁ, ମୁଁ କେବେ ଦିଲ୍ଲୀ ଫେରିଯାଇପାରିବି ? ଏଠାରେ ଆମକୁ ସାହାଯ୍ୟ କରିବା ଏବଂ ସହଯୋଗ ଦେବା ବଦଳରେ ପଡ଼ୋଶୀ ଏବଂ ଦୋକାନୀମାନେ ଆମକୁ ବାସନ୍ଦ କରିଛନ୍ତି । ମୋର ଭୁଲ୍‌ କେଉଁଠି ?’’

ବ୍ରଜକିଶୋର କୁହନ୍ତି, ‘‘ଏହି ଜିଲ୍ଲାରେ କିମ୍ବା ଆଖପାଖରେ କୌଣସି କାରଖାନା ନାହିଁ, ନଚେତ୍‌ ମୁଁ ମୋ ପରିବାରଠାରୁ ଏତେ ଦୂରକୁ ଯିବାକୁ ହୋଇନଥାନ୍ତା କିମ୍ବା ଏମିତି ଭୋଗିବାକୁ ପଡ଼ିନଥାନ୍ତା।’’

*****

ସୁରଜ କୁମାର ପ୍ରଜାପତି ଏହି କିଛିଦିନ ହେବ ସ୍ୱାଭାବିକଠାରୁ କମ୍‌ ପାଣି ପିଉଛନ୍ତି । ତାଙ୍କର ଭୟ ଯେ ସେ କୋଭିଡ-୧୯ରୁ ସୁସ୍ଥ ହୋଇଯିବା ପରେ ମଧ୍ୟ ସେ ତାଙ୍କ କ୍ୱାରେଣ୍ଟାଇନ କେନ୍ଦ୍ରର ଅସ୍ୱାସ୍ଥ୍ୟକର ପରିବେଶ କାରଣରୁ ଅନ୍ୟ ରୋଗରେ ପଡ଼ିପାରନ୍ତି । ସେ କୁହନ୍ତି, ‘‘ଏହି ପାଣି ପିଇବା ପାଇଁ ଅଯୋଗ୍ୟ । ସିଙ୍କ୍‌ ଏବଂ ଟ୍ୟାପ୍‌ ପାନ-ଗୁଟ୍‌ଖାର ଛେପରେ ଘୋଡ଼େଇ ହୋଇଯାଇଛି । ଯଦି ଆପଣ ତାହା ଦେଖିବେ ଆପଣ ଏଠାରେ ପାଣି ପିଇବା ଅପେକ୍ଷା ତୃଷାର୍ତ୍ତ ରହିବାକୁ ଅଧିକ ପସନ୍ଦ କରିବେ।’’

ଏହା ହେଉଛି ଉତ୍ତରପ୍ରଦେଶର ସନ୍ଥକବିନଗର ଜିଲ୍ଲାର ଖାଲିଲାବାଦ ବ୍ଲକ୍‌ରେ ଥିବା ସେଣ୍ଟ ଥୋମାସ ସ୍କୁଲ, ଯେଉଁଠାରେ ଏକ ସରକାରୀ ଚିକିତ୍ସା ଶିବିରରେ କୋଭିଡ୍‌-୧୯ ପଜିଟିଭ ଚିହ୍ନଟ ହେବା ପରେ ସୁରଜ କ୍ୱାରେଣ୍ଟାଇନରେ ରହୁଛନ୍ତି। ଏହି୨୦ବର୍ଷ ବୟସ୍କ ବିଏ ଦ୍ୱିତୀୟ ବର୍ଷର ଛାତ୍ର ତାଙ୍କର ଅଧିକ କାଶ ହେବା ପରେ ନିଜେ ପରୀକ୍ଷା କରାଇଥିଲେ ।

ସୁରଜ କୁହନ୍ତି, ‘‘ମୋ ପିତାମାତା ଓ ଦୁଇଭାଇ ଏବଂ ଜଣେ ଭଉଣୀ ସମସ୍ତେ ଖଲିଲାବାଦ ସହରରେ ରୁହନ୍ତି [ତାଙ୍କ ଭାଇଭଉଣୀ, ସମସ୍ତେ ତାଙ୍କଠାରୁ ସାନ, ସରକାରୀ ସ୍କୁଲରେ ପାଠପଢ଼ନ୍ତି।] ମୋ ବାପା ଛକରେ ଚା-ପକଡ଼ି ବିକ୍ରି କରନ୍ତି-ଗତ କେଇମାସ ହେବ ଖୁବ୍‌ କମ୍‌ ରୋଜଗାର କରୁଛନ୍ତି। କେହି ରାସ୍ତାରେ ନାହାନ୍ତି- ତେଣୁ କିଏ କିଣିବ?  ଜୁଲାଇ ମାସରେ କିଛି ବିକ୍ରି ହୋଇଥିଲା କିନ୍ତୁ ତାହା ଖୁବ୍‌ ସୀମିତ ଥିଲା । ଶନିବାର ଏବଂ ରବିବାର ତ ବନ୍ଦ ରହିଥାଏ [ସରକାରୀ ନିର୍ଦ୍ଦେଶରେ ଅଣ-ଜରୁରୀ ବ୍ୟବସାୟ ପାଇଁ] ଲକ୍‌ଡାଉନ୍‌ କାରଣରୁ। ମୁଁ ମୋ ବାପାଙ୍କୁ ପ୍ରତିଦିନ ବୋତଲ ବନ୍ଦ ମିନେରାଲ ପାଣି ପଠାଇବାକୁ କହିପାରିବି ନାହିଁ।’
Sooraj Prajapati (left), in happier times. Now, he says, 'Food is not a problem here [at the government medical centre], but cleanliness definitely is'
PHOTO • Courtesy: Sooraj Prajapati
Sooraj Prajapati (left), in happier times. Now, he says, 'Food is not a problem here [at the government medical centre], but cleanliness definitely is'
PHOTO • Sooraj Prajapati
Sooraj Prajapati (left), in happier times. Now, he says, 'Food is not a problem here [at the government medical centre], but cleanliness definitely is'
PHOTO • Sooraj Prajapati

ସୁରଜ ପ୍ରଜାପତି (ବାମ) ଖୁସି ସମୟରେ, ସେ କୁହନ୍ତି, ‘ଏଠାରେ ଖାଦ୍ୟ ଏକ ସମସ୍ୟା ନୁହେଁ [ସରକାରୀ ଚିକିତ୍ସା କେନ୍ଦ୍ରରେ], କିନ୍ତୁ ପରିଷ୍କାର ପରିଚ୍ଛନ୍ନତା ନିଶ୍ଚୟ ଭାବରେ ଏକ ସମସ୍ୟା

ସୁରଜ ଏବଂ ଅନ୍ୟ ୮୦ଜଣ ଏକ ‘କୁଇକ୍‌’ [ରାପିଡ୍‌ ଆଣ୍ଟିଜେନ୍‌] ଟେଷ୍ଟରେ ପଜିଟିଭ୍‌ ଚିହ୍ନଟ ହେବା ପରେ କ୍ୱାରେଣ୍ଟାଇନରେ ଅଛନ୍ତି। ସେ ୨୫ଫୁଟରେ ୧୧ଫୁଟ ଆକାରର ଏକ କୋଠରୀ ଅନ୍ୟ ସାତ ଜଣଙ୍କ ସହ ରହୁଛନ୍ତି ।

ସେ ହସି ହସି କୁହନ୍ତି, ‘‘ଆମକୁ ସକାଳ ୭ଟା ବେଳେ ପ୍ରାତଃ ଭୋଜନରେ ଚା’ ସହ ପାଉଁରୁଟି ଏବଂ ପକୋଡି ଦିଆଯାଏ ଏବଂ ଏହା ପରେ ମଧ୍ୟାହ୍ନ ୧ଟା ସମୟରେ ଡାଲି-ରୋଟି କିମ୍ବା ଭାତ ଦିଆଯାଏ । ଯଦିଓ ଏହାର ଅନେକ ପୂର୍ବରୁ ଆମକୁ ଭୋକ ଲାଗିଥାଏ – ଆପଣ ଦେଖନ୍ତୁ, ଆମେମାନେ ଯାହା ହେଲେ ବି ଯୁବକ। ପୁଣି ସନ୍ଧ୍ୟାବେଳେ ଆମକୁ ଚା ମିଳେ ଏବଂ ରାତି ୭ଟାରେ [ଡାଲି-ରୋଟି] ରାତ୍ର ଭୋଜନ। ଏଠାରେ ଖାଦ୍ୟ ସମସ୍ୟା ନୁହେଁ କିନ୍ତୁ ପରିଷ୍କାର ପରିଚ୍ଛନ୍ନତା ଏକ ସମସ୍ୟା ।’’

ସ୍କୁଲର ପ୍ରାୟ ପ୍ରତି କୋଠାରୀ ବାହାରେ ଆବର୍ଜନା ଗଦା ହୋଇଥାଏ । ଅନ୍ତେବାସୀମାନଙ୍କୁ ଦିଆଯାଉଥିବା ଖାଦ୍ୟର ପ୍ୟାକେଟ୍‌, ବଳକା ଏବଂ ନଷ୍ଟ ଖାଦ୍ୟ, ଡିସ୍ପୋଜେବଲ କପ୍‌ ଯେଉଁଥିରେ ସେମାନଙ୍କୁ କାଢ଼ା (ଜଡ଼ିବୁଟି ସହ ସିଝା ଯାଇଥିବା ପାଣି) ଏବଂ ଚା ଦିଆଯାଇଥାଏ, ସେସବୁ ବାରଣ୍ଡା ସାରା ପଡିଥାଏ । ‘‘ମୁଁ ଗତ ଆଠଦିନ ମଧ୍ୟରେ କେହି ଥରେ ବି ଝାଡ଼ୁ କରିଥିବା ଦେଖିନାହିଁ । ଆମେ ଅପରିଷ୍କାର ଶୌଚାଳୟ ବ୍ୟବହାର କରିବା ସମୟରେ ନାକ ବନ୍ଦ କରି ରଖୁ- ସମୁଦାୟ କ୍ୱାରେଣ୍ଟାଇନ କେନ୍ଦ୍ରରେ ୫-୬ ପରିସ୍ରାଗାର ସହ ମାତ୍ର ଗୋଟିଏ ଶୌଚାଳୟ ଅଛି । ମହିଳା ଶୌଚାଳୟ ତାଲା ପଡ଼ିଛି କାରଣ ଏଠାରେ କୌଣସି ମହିଳା ନାହାନ୍ତି । ବେଳେ ବେଳେ ମୋର ବାନ୍ତି ହୋଇଯିବା ପରି ମନେହୁଏ।’’

ସୁରଜ କୁହନ୍ତି, ‘‘ଆମେ ଅଯଥାରେ ସହାୟକମାନଙ୍କୁ ଅଭିଯୋଗ କଲୁ, କିନ୍ତୁ ଭୟ ଲାଗୁଛି ଆମେ ସେମାନଙ୍କୁ ଅସନ୍ତୁଷ୍ଟ କଲେ । ଆମେ କହିବା କାରଣରୁ ଯଦି ସେମାନେ ଆମକୁ ଖାଇବାକୁ ଦେବା ବନ୍ଦ କରିବେ? ମୁଁ ଅନୁମାନ କରୁଛି ଜେଲ୍‌ ନିଶ୍ଚୟ ଏମିତି ହୋଇଥିବ। କେବଳ ଆମେ କୌଣସି ଅପରାଧ କରିନାହୁଁ । ’’

******

କାନପୁର ଜିଲ୍ଲାର ଘଟମପୁର ବ୍ଲକ୍‌ରେ ନିଜ ଘର ବାହାରେ ଛିଡ଼ା ହୋଇଥିବା ଇଦାନ ସେ କୋଭିଡ୍‌-୧୯ ପରୀକ୍ଷାରେ ନେଗେଟିଭ୍‌ ଚିହ୍ନଟ ହୋଇଥିବା ଦେଖାଇ ଚିକିତ୍ସା ରିପୋର୍ଟ ହଲାଉଛନ୍ତି ।

ସେ ଏପ୍ରିଲ୍‌ ୨୭ ତାରିଖରେ ୫୦ରୁ ଅଧିକ ବୟସର ସ୍ୱାମୀ ଏବଂ ୩୦ ବର୍ଷ ବୟସ୍କ ପୁଅ ସହ ଗୁଜରାଟର ସୁରଟରେ ଥିବା ପାଦ୍ରି ଲାଲପୁର ପଡ଼ାରୁ ଏଠାରେ ଥିବା ନିଜ ଘରକୁ ତାଙ୍କ ସ୍ୱାମୀଙ୍କ ସହ ଫେରିଛନ୍ତି। ସେବେଠାରୁ ସେ ଗୋଟିଏ ଟଙ୍କା ମଧ୍ୟ ରୋଜଗାର କରିନାହାନ୍ତି। ସେ କୁହନ୍ତି, ‘‘ଫେରନ୍ତା ଯାତ୍ରା [ପ୍ରାୟ ୧,୨୦୦ କିଲୋମିଟର, ଦୁଇରାତି ଏବଂ ତିନିଦିନ] ଖୁବ୍‌ ଖରାପ ଥିଲା, ୪୫ଜଣ ଲୋକ ଗୋଟିଏ ଖୋଲା ଟ୍ରକରେ ଭର୍ତ୍ତି ହୋଇଥିଲେ, କିନ୍ତୁ ଫେରି ଆସିବା ଆମର ସବୁଠାରୁ ଖରାପ ନିଷ୍ପତ୍ତି ଥିଲା। ଆମେ ସୁରଟରେ ୯ ବର୍ଷ ହେବ ରହୁଥିଲୁ, ସେଠାରେ ଏକ ସୂତା କାରଖାନାରେ କାମ କରୁଥିଲୁ।’’ ସେମାନେ କୃଷି ଶ୍ରମିକ ଭାବରେ ଖୁବ୍‌ କମ୍‌ ରୋଜଗାର କରୁଥିବା କରଣରୁ ଉତ୍ତରପ୍ରଦେଶ ଛାଡ଼ିଥିଲେ।

ସେ ଏକ ହାଲ୍‌କା ନୀଳ ରଙ୍ଗର ଘର ବାହାରେ ଛିଡ଼ା ହୋଇଛନ୍ତି, ଯାହାର ବାହାର କାନ୍ଥ ବୋଧହୁଏ କେବେ ବି ପ୍ଲାଷ୍ଟର ଆବରଣ ଦେଖିନାହିଁ । କେତେଜଣ ଛୋଟ ପିଲା ଆମ ଚାରିପାଖରେ ଜମା ହେଲେ, ସେମାନେ ଇଦାନର ବିଚିତ୍ର ଏବଂ କ୍ରୋଧିତ ସ୍ୱର ଦ୍ୱାରା ଆକର୍ଷିତ ହୋଇଥିଲେ ।

An angry Iddan waves her medical reports outside her home
PHOTO • Jigyasa Mishra

କ୍ରୋଧିତ ଇଦାନ ତାଙ୍କ ଘର ବାହାରେ ତାଙ୍କର ଚିକିତ୍ସା ରିପୋର୍ଟକୁ ହଲାଉଛନ୍ତି

ସେ କୁହନ୍ତି, ‘ଆମେ ମସୁଲମାନ ଏବଂ ସେହି କାରଣରୁ ଆମକୁ ଫେରାଇ ଦିଆଗଲା । ଅନ୍ୟ ଯେଉଁମାନେ ଆମ ଧର୍ମର ନୁହଁନ୍ତି କାମ ପାଉଛନ୍ତି, ନିକଟରେ ମୋ ପୁଅକୁ ଏକ ବାରିକ ଦୋକାନରେ ଫେରାଇ ଦିଆଗଲା। ତାକୁ କୁହାଗଲା ‘ତମେ ସମସ୍ତେ’ କରୋନା ଭୂତାଣୁର ବାହକ’

ସେ କୁହନ୍ତି, ‘‘ଆମେ ସୁରଟରେ ୪,୦୦୦ ଟଙ୍କାରେ ଗୋଟିଏ କୋଠରୀ ଭଡ଼ା ନେଇଥିଲୁ।’’ କାରଖାନାରେ ଆମେ ସମସ୍ତେ ୮,୦୦୦ ଟଙ୍କା ଆୟ କରୁଥିଲୁ - ମିଳିତ ଭାବରେ - ୨୪,୦୦୦। ଫେରିବା ପରେ ୨,୪୦୦ ଟଙ୍କା ମଧ୍ୟ ନୁହେଁ ।

ଏଠାରେ ଏହି ଋତୁରେ କୃଷି କାମ ପାଇଁ ଆମେ ଭଲ ଦିନମାନଙ୍କରେ ଅତିବେଶିରେ ଟ. ୧୭୫-୨୦୦ ଟଙ୍କା ପାଉ । କିନ୍ତୁ ସେହି କାମ ୩୬୫ ଦିନ ହୁଏ ନାହିଁ । ସେଥିପାଇଁ କେଇବର୍ଷ ତଳେ ଆମେ ସୁରଟ ଚାଲିଯାଇଥିଲୁ-ସେତେବେଳେ ଏଠାରେ ମଜୁରୀ ଆହୁରି କମ୍‌ ଥିଲା ।’’

ବୟସର ୫୦ ଦଶକ ମଝିରେ ପହଞ୍ଚିଥିବା ଏହି ଆତ୍ମବିଶ୍ୱାସୀ ମହିଳା କୁହନ୍ତି, ତାଙ୍କର କୌଣସି ଶେଷ ନାମ ନାହିଁ । ‘‘ମୁଁ ମୋ ଡକ୍ୟୁମେଣ୍ଟରେ କେବଳ ଇଦାନ ଲେଖେ ।’’

ତାଙ୍କର ସ୍ୱାମୀ, ଯାହାଙ୍କ ନାମ ସେ କହିବାକୁ ଚାହାଁନ୍ତି ନାହିଁ, ମେ ପ୍ରଥମ ସପ୍ତାହରେ ଏକ ସରକାରୀ ଶିବିରରେ ପ୍ରବାସୀମାନଙ୍କର ବାଧ୍ୟତାମୂଳକ ପରୀକ୍ଷା ପରେ କୋଭିଡ୍‌-୧୯ ପଜିଟିଭ୍‌ ବୋଲି ଘୋଷିତ ହୋଇଥିଲେ । ସେ କୁହନ୍ତି, ‘‘ସେବେଠାରୁ ଜୀବନ ନର୍କ ପାଲଟିଯାଇଛି ।’’

‘‘ସେ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେବା ଚିନ୍ତାଦାୟକ ଥିଲା, କିନ୍ତୁ ପ୍ରକୃତ ସମସ୍ୟା ସେ ସୁସ୍ଥ ହେବା ପରେ ଆରମ୍ଭ ହେଲା । ଯେତେବେଳେ ମୁଁ ଏବଂ ମୋ ପୁଅ କୃଷି ଶ୍ରମିକ ଭାବରେ କାମ ଚାହିଁଲେ, ସେତେବେଳେ ଜମି ମାଲିକମାନଙ୍କ ଦ୍ୱାରା ସେମାନେ ଗାଳିଗୁଲଜର ଶୀକାର ହେଲେ ଯିଏକି ସେମାନଙ୍କୁ ଭୂତାଣୁ ସଂକ୍ରମଣ ବଢ଼ାଉଥିବାର ଅଭିଯୋଗ କରୁଥିଲେ । ଜଣେ ମାଲିକ ମୁଁ ତାଙ୍କ ଜମିରେ ପାଦ ନଦେବାକୁ ସତର୍କ କରାଇ ଦେଇଥିଲେ ଏବଂ ଆମକୁ କୌଣସି କାମ ନଦେବା ପାଇଁ ଅନ୍ୟ ଜମି ମାଲିକମାନଙ୍କୁ ମଧ୍ୟ କହିଥିଲେ। ’’

ସେ କୁହନ୍ତି, ‘‘ଆମେମାନେ ମୁସଲମାନ ଏବଂ ଏହି କାରଣରୁ ଆମକୁ ଫେରାଇ ଦିଆଯାଏ । ଅନ୍ୟ ଯେଉଁମାନେ ଆମ ଧର୍ମର ନୁହଁନ୍ତି ସେମାନେ କାମ ପାଉଛନ୍ତି । ନିକଟରେ ମୋ ପୁଅକୁ ଏକ ବାରିକ ଦୋକାନରେ ମନା କରିଦିଆଯାଇଥିଲା। ତାକୁ କୁହାଗଲା ‘ତମେ ମାନେ’ ସମସ୍ତଙ୍କଠାରେ କରୋନା ଭୂତାଣୁ ଅଛି ।’’

ଇଦାନଙ୍କ ସ୍ୱାମୀ ମେ ମାସର ଶେଷ ଭାଗରେ ଏକ ସରକାରୀ ଶିବିରରେ ପୁଣି ପରୀକ୍ଷା କଲେ ଏବଂ ଏଥର ନେଗେଟିଭ ଚିହ୍ନଟ ହେଲେ । ସେ ଏକ ଡକ୍ୟୁମେଣ୍ଟ ବାହାର କରି ଧରିଲେ – ‘‘ଦେଖନ୍ତୁ, ଆପଣ ନାଁ ଗୁଡ଼ିକ ପଢ଼ନ୍ତୁ, ମୁଁ ଇଂରାଜୀ ପଢ଼ିପାରିବି ନାହିଁ, କିନ୍ତୁ ମୁଁ ଜାଣେ ଡାକ୍ତରମାନେ କହିଲେ ଆମେ ସମସ୍ତେ ଏବେ ସୁସ୍ଥ । ତାହା ହେଲେ ଏହି ଭେଦଭାବ କାହିଁକି ? ’’

ଏହି କଷ୍ଟକର ସମୟରେ ଚଳିବା ପାଇଁ ନିଦା ତାଙ୍କ  ନଣନ୍ଦ ଠାରୁ ୨୦,୦୦୦ଟଙ୍କା ଧାର ଆଣିଛନ୍ତି । ‘‘ସେ ଏକ ଭଲ ପରିବାରରେ ବିବାହ କରିଥିଲା । କିନ୍ତୁ ମୁଁ ଜାଣିପାରୁନି କେତେବେଳେ ଆମେ ତାକୁ ପରିଶୋଧ କରିବୁ । ହୁଏତ ଦିନେ ଆମେ ସୂତାକଳରେ କାମ କରିବା ପାଇଁ ଫେରିଯିବୁ…’’

ସେହି ଋଣର ସୁଧ କେତେ ହେବ ? ‘‘ସୁଧ ? ମୁଁ ଜାଣିନି । ମୁଁ ତାକୁ ୨୫,୦୦୦ ଟଙ୍କା ଫେରାଇବି ।’’

ଇଦାନ ସୁରଟକୁ ଫେରିଯିବା ପାଇଁ ଆଉ ଅପେକ୍ଷା କରିପାରୁନାହାନ୍ତି ।

ଜିଗ୍ୟାସା ମିଶ୍ର ଠାକୁର ପରିବାର ସଂସ୍ଥାନରୁ ଏକ ସ୍ୱାଧୀନ ସାମ୍ବାଦିକତା ଅନୁଦାନ ଜରିଆରେ ସାର୍ବଜନୀନ ସ୍ୱାସ୍ଥ୍ୟ ଏବଂ ନାଗରିକ ସୁବିଧା ସମ୍ପର୍କରେ ସମ୍ବାଦ ପ୍ରକାଶ କରନ୍ତି  ।

ଅନୁବାଦ: ଓଡ଼ିଶାଲାଇଭ୍‍

Jigyasa Mishra

جِگیاسا مشرا اترپردیش کے چترکوٹ میں مقیم ایک آزاد صحافی ہیں۔ وہ بنیادی طور سے دیہی امور، فن و ثقافت پر مبنی رپورٹنگ کرتی ہیں۔

کے ذریعہ دیگر اسٹوریز Jigyasa Mishra
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE