କୁଜଃ କେହା ତା ହନେରା ଜରେଗା କିଭେନ
ଚୁପ ରେହା ତା ସମାଦାନ କି କେହେଙ୍ଗେ

ମୁଁ ଯଦି କହିବି କିଛି, ସହ୍ୟ କରିବାକୁ ଅନ୍ଧାର ହେବନି ସକ୍ଷମ,
କିନ୍ତୁ ଯଦି ମୁଁ ରହିବି ଚୁପ୍‌, ଦୀପରୁଖା କହିବ କ’ଣ?

ସୁରଜିତ ପଟ୍ଟର (୧୯୪୫-୨୦୨୪) ଚୁପ୍‌ ହୋଇ ରହୁଥିବା ଲୋକଙ୍କ ଭିତରୁ ଜଣେ ନଥିଲେ। ପ୍ରକୃତ ପକ୍ଷେ ସେ ବଞ୍ଚି ରହିଥିବା ସତ୍ତ୍ୱେ ଗୀତଟିଏ ତାଙ୍କ ଭିତରେ ମରିଯିବାର ଦେଖିବା ତାଙ୍କ ପାଇଁ କାଳରାତିର ଦୁଃସ୍ଵପ୍ନ ପରି ଥିଲା। ତେଣୁ ତାଙ୍କ କବିତାରେ ରହିଥିବା ଶବ୍ଦର ନିଗୂଢ଼ ମର୍ମ ଓ ତୀକ୍ଷ୍‌ଣତା ଅପେକ୍ଷା ତାଙ୍କ ପଦକ୍ଷେପ ସବୁ ଥିଲା ଅଧିକ ଦୃଶ୍ୟମାନ (ଦେଶରେ ସାମ୍ପ୍ରଦାୟିକତା ବୃଦ୍ଧି ପାଉଥିବା ବେଳେ ସେ ବାବଦରେ ସରକାରଙ୍କ ନିସ୍ପୃହତାର ପ୍ରତିବାଦ ଜଣାଇବାକୁ ୨୦୧୫ରେ ସେ ତାଙ୍କୁ ଦିଆ ଯାଇଥିବା ‘ପଦ୍ମଶ୍ରୀ’ ସମ୍ମାନକୁ ଫେରାଇ ଦେଇଥିଲେ)। ବିଭାଜନଠାରୁ ଆତଙ୍କବାଦୀ କାର୍ଯ୍ୟକଳାପ, ପୁଞ୍ଜିବାଦୀ ବ୍ୟବସାୟୀକରଣଠାରୁ ଚାଷୀମାନଙ୍କ ପ୍ରତିବାଦ ପର୍ଯ୍ୟନ୍ତ ପଞ୍ଜାବର ସମସ୍ତ ସାମ୍ପ୍ରତିକ ଓ ଅଧିକନ୍ତୁ ସଂଘାତପୂର୍ଣ୍ଣ ଅବସ୍ଥା ବିଷୟରେ ତାଙ୍କ କବିତାଗୁଡ଼ିକରେ ସେ ଚିତ୍ରଣ କରିଛନ୍ତି।

ଜଳନ୍ଧର ଜିଲ୍ଲା ଅନ୍ତର୍ଗତ ପଟ୍ଟର କଲାନ ଗାଁର ଏହି କବିଙ୍କ ଗୀତଗୁଡ଼ିକ ସମାଜର ନିମ୍ନସ୍ତରର ଲୋକ, ପ୍ରବାସୀ, ଶ୍ରମିକ, ମହିଳା ଓ ଶିଶୁମାନଙ୍କ ପାଇଁ ସ୍ଵର ଉତ୍ତୋଳନ କରିବା ସହ କରାଳ ରାତି ଶେଷ ପର୍ଯ୍ୟନ୍ତ ବଞ୍ଚି ରହିଛି।

ଏଠାରେ ଉପସ୍ଥାପିତ କବିତା ‘ଉତ୍ସବ’ ଦିଲ୍ଲୀଠାରେ ଚାଷୀମାନେ ଯେଉଁ ତିନିଟି ଚାଷ ଜମି ନିୟମ ବିରୋଧରେ ପ୍ରତିବାଦ କରୁଥିଲା ବେଳେ ଲେଖାଯାଇଥିଲା, ଯେଉଁ ନିୟମଗୁଡ଼ିକୁ ପରବର୍ତ୍ତୀ ସମୟରେ ସରକାର ରଦ୍ଦ କରିବାକୁ ବାଧ୍ୟ ହୋଇଥିଲେ ଯାହାକୁ କି ଗଣତନ୍ତ୍ରରେ ରହିଥିବା ସ୍ଥିତିସ୍ଥାପକତା ଓ ବିରୋଧାଭାଷର ଉତ୍ସବ ପାଳନ ବୋଲି କୁହାଯାଇପାରେ।

ପଞ୍ଜାବୀରେ ଜୀନା ସିଂଙ୍କର କବିତା ପାଠ କରୁଥିବା ଶୁଣନ୍ତୁ

ଇଂରାଜୀରେ ଜୋଶୁଆ ବୋଧିନେତ୍ରଙ୍କର କବିତା ପାଠ କରୁଥିବା  ଶୁଣନ୍ତୁ

ਇਹ ਮੇਲਾ ਹੈ

ਕਵਿਤਾ
ਇਹ ਮੇਲਾ ਹੈ
ਹੈ ਜਿੱਥੋਂ ਤੱਕ ਨਜ਼ਰ ਜਾਂਦੀ
ਤੇ ਜਿੱਥੋਂ ਤੱਕ ਨਹੀਂ ਜਾਂਦੀ
ਇਹਦੇ ਵਿਚ ਲੋਕ ਸ਼ਾਮਲ ਨੇ
ਇਹਦੇ ਵਿਚ ਲੋਕ ਤੇ ਸੁਰਲੋਕ ਤੇ ਤ੍ਰੈਲੋਕ ਸ਼ਾਮਲ ਨੇ
ਇਹ ਮੇਲਾ ਹੈ

ਇਹਦੇ ਵਿਚ ਧਰਤ ਸ਼ਾਮਲ, ਬਿਰਖ, ਪਾਣੀ, ਪੌਣ ਸ਼ਾਮਲ ਨੇ
ਇਹਦੇ ਵਿਚ ਸਾਡੇ ਹਾਸੇ, ਹੰਝੂ, ਸਾਡੇ ਗੌਣ ਸ਼ਾਮਲ ਨੇ
ਤੇ ਤੈਨੂੰ ਕੁਝ ਪਤਾ ਹੀ ਨਈਂ ਇਹਦੇ ਵਿਚ ਕੌਣ ਸ਼ਾਮਲ ਨੇ

ਇਹਦੇ ਵਿਚ ਪੁਰਖਿਆਂ ਦਾ ਰਾਂਗਲਾ ਇਤਿਹਾਸ ਸ਼ਾਮਲ ਹੈ
ਇਹਦੇ ਵਿਚ ਲੋਕ—ਮਨ ਦਾ ਸਿਰਜਿਆ ਮਿਥਹਾਸ ਸ਼ਾਮਲ ਹੈ
ਇਹਦੇ ਵਿਚ ਸਿਦਕ ਸਾਡਾ, ਸਬਰ, ਸਾਡੀ ਆਸ ਸ਼ਾਮਲ ਹੈ
ਇਹਦੇ ਵਿਚ ਸ਼ਬਦ, ਸੁਰਤੀ , ਧੁਨ ਅਤੇ ਅਰਦਾਸ ਸ਼ਾਮਲ ਹੈ
ਤੇ ਤੈਨੂੰ ਕੁਝ ਪਤਾ ਹੀ ਨਈਂ ਇਹਦੇ ਵਿੱਚ ਕੌਣ ਸ਼ਾਮਲ ਨੇ

ਜੋ ਵਿਛੜੇ ਸਨ ਬਹੁਤ ਚਿਰਾ ਦੇ
ਤੇ ਸਾਰੇ ਸੋਚਦੇ ਸਨ
ਉਹ ਗਏ ਕਿੱਥੇ
ਉਹ ਸਾਡਾ ਹੌਂਸਲਾ, ਅਪਣੱਤ,
ਉਹ ਜ਼ਿੰਦਾਦਿਲੀ, ਪੌਰਖ, ਗੁਰਾਂ ਦੀ ਓਟ ਦਾ ਵਿਸ਼ਵਾਸ

ਭਲ਼ਾ ਮੋਏ ਤੇ ਵਿਛੜੇ ਕੌਣ ਮੇਲੇ
ਕਰੇ ਰਾਜ਼ੀ ਅਸਾਡਾ ਜੀਅ ਤੇ ਜਾਮਾ

ਗੁਰਾਂ ਦੀ ਮਿਹਰ ਹੋਈ
ਮੋਅਜਜ਼ਾ ਹੋਇਆ
ਉਹ ਸਾਰੇ ਮਿਲ਼ ਪਏ ਆ ਕੇ

ਸੀ ਬਿਰਥਾ ਜਾ ਰਿਹਾ ਜੀਵਨ
ਕਿ ਅੱਜ ਲੱਗਦਾ, ਜਨਮ ਹੋਇਆ ਸੁਹੇਲਾ ਹੈ
ਇਹ ਮੇਲਾ ਹੈ

ਇਹਦੇ ਵਿਚ ਵਰਤਮਾਨ, ਅਤੀਤ ਨਾਲ ਭਵਿੱਖ ਸ਼ਾਮਲ ਹੈ
ਇਹਦੇ ਵਿਚ ਹਿੰਦੂ ਮੁਸਲਮ, ਬੁੱਧ, ਜੈਨ ਤੇ ਸਿੱਖ ਸ਼ਾਮਲ ਹੈ
ਬੜਾ ਕੁਝ ਦਿਸ ਰਿਹਾ ਤੇ ਕਿੰਨਾ ਹੋਰ ਅਦਿੱਖ ਸ਼ਾਮਿਲ ਹੈ
ਇਹ ਮੇਲਾ ਹੈ

ਇਹ ਹੈ ਇੱਕ ਲਹਿਰ ਵੀ , ਸੰਘਰਸ਼ ਵੀ ਪਰ ਜਸ਼ਨ ਵੀ ਤਾਂ ਹੈ
ਇਹਦੇ ਵਿਚ ਰੋਹ ਹੈ ਸਾਡਾ, ਦਰਦ ਸਾਡਾ, ਟਸ਼ਨ ਵੀ ਤਾਂ ਹੈ
ਜੋ ਪੁੱਛੇਗਾ ਕਦੀ ਇਤਿਹਾਸ ਤੈਥੋਂ, ਪ੍ਰਸ਼ਨ ਵੀ ਤਾਂ ਹੈ
ਤੇ ਤੈਨੂੰ ਕੁਝ ਪਤਾ ਹੀ ਨਈ
ਇਹਦੇ ਵਿਚ ਕੌਣ ਸ਼ਾਮਿਲ ਨੇ

ਨਹੀਂ ਇਹ ਭੀੜ ਨਈਂ ਕੋਈ, ਇਹ ਰੂਹਦਾਰਾਂ ਦੀ ਸੰਗਤ ਹੈ
ਇਹ ਤੁਰਦੇ ਵਾਕ ਦੇ ਵਿਚ ਅਰਥ ਨੇ, ਸ਼ਬਦਾਂ ਦੀ ਪੰਗਤ ਹੈ
ਇਹ ਸ਼ੋਭਾ—ਯਾਤਰਾ ਤੋ ਵੱਖਰੀ ਹੈ ਯਾਤਰਾ ਕੋਈ
ਗੁਰਾਂ ਦੀ ਦੀਖਿਆ 'ਤੇ ਚੱਲ ਰਿਹਾ ਹੈ ਕਾਫ਼ਿਲਾ ਕੋਈ
ਇਹ ਮੈਂ ਨੂੰ ਛੋੜ ਆਪਾਂ ਤੇ ਅਸੀ ਵੱਲ ਜਾ ਰਿਹਾ ਕੋਈ

ਇਹਦੇ ਵਿਚ ਮੁੱਦਤਾਂ ਦੇ ਸਿੱਖੇ ਹੋਏ ਸਬਕ ਸ਼ਾਮਲ ਨੇ
ਇਹਦੇ ਵਿਚ ਸੂਫ਼ੀਆਂ ਫੱਕਰਾਂ ਦੇ ਚੌਦਾਂ ਤਬਕ ਸ਼ਾਮਲ ਨੇ

ਤੁਹਾਨੂੰ ਗੱਲ ਸੁਣਾਉਨਾਂ ਇਕ, ਬੜੀ ਭੋਲੀ ਤੇ ਮਨਮੋਹਣੀ
ਅਸਾਨੂੰ ਕਹਿਣ ਲੱਗੀ ਕੱਲ੍ਹ ਇਕ ਦਿੱਲੀ ਦੀ ਧੀ ਸੁਹਣੀ
ਤੁਸੀਂ ਜਦ ਮੁੜ ਗਏ ਏਥੋਂ, ਬੜੀ ਬੇਰੌਣਕੀ ਹੋਣੀ

ਬਹੁਤ ਹੋਣੀ ਏ ਟ੍ਰੈਫ਼ਿਕ ਪਰ, ਕੋਈ ਸੰਗਤ ਨਹੀਂ ਹੋਣੀ
ਇਹ ਲੰਗਰ ਛਕ ਰਹੀ ਤੇ ਵੰਡ ਰਹੀ ਪੰਗਤ ਨਹੀਂ ਹੋਣੀ
ਘਰਾਂ ਨੂੰ ਦੌੜਦੇ ਲੋਕਾਂ 'ਚ ਇਹ ਰੰਗਤ ਨਹੀਂ ਹੋਣੀ
ਅਸੀਂ ਫਿਰ ਕੀ ਕਰਾਂਗੇ

ਤਾਂ ਸਾਡੇ ਨੈਣ ਨਮ ਹੋ ਗਏ
ਇਹ ਕੈਸਾ ਨਿਹੁੰ ਨਵੇਲਾ ਹੈ
ਇਹ ਮੇਲਾ ਹੈ

ਤੁਸੀਂ ਪਰਤੋ ਘਰੀਂ, ਰਾਜ਼ੀ ਖੁਸ਼ੀ ,ਹੈ ਇਹ ਦੁਆ ਮੇਰੀ
ਤੁਸੀਂ ਜਿੱਤੋ ਇਹ ਬਾਜ਼ੀ ਸੱਚ ਦੀ, ਹੈ ਇਹ ਦੁਆ ਮੇਰੀ
ਤੁਸੀ ਪਰਤੋ ਤਾਂ ਧਰਤੀ ਲਈ ਨਵੀਂ ਤਕਦੀਰ ਹੋ ਕੇ ਹੁਣ
ਨਵੇਂ ਅਹਿਸਾਸ, ਸੱਜਰੀ ਸੋਚ ਤੇ ਤਦਬੀਰ ਹੋ ਕੇ ਹੁਣ
ਮੁਹੱਬਤ, ਸਾਦਗੀ, ਅਪਣੱਤ ਦੀ ਤਾਸੀਰ ਹੋ ਕੇ ਹੁਣ

ਇਹ ਇੱਛਰਾਂ ਮਾਂ
ਤੇ ਪੁੱਤ ਪੂਰਨ ਦੇ ਮੁੜ ਮਿਲਣੇ ਦਾ ਵੇਲਾ ਹੈ
ਇਹ ਮੇਲਾ ਹੈ

ਹੈ ਜਿੱਥੋਂ ਤੱਕ ਨਜ਼ਰ ਜਾਂਦੀ
ਤੇ ਜਿੱਥੋਂ ਤੱਕ ਨਹੀਂ ਜਾਂਦੀ
ਇਹਦੇ ਵਿਚ ਲੋਕ ਸ਼ਾਮਲ ਨੇ
ਇਹਦੇ ਵਿਚ ਲੋਕ ਤੇ ਸੁਰਲੋਕ ਤੇ ਤ੍ਰੈਲੋਕ ਸ਼ਾਮਿਲ ਨੇ
ਇਹ ਮੇਲਾ ਹੈ

ਇਹਦੇ ਵਿਚ ਧਰਤ ਸ਼ਾਮਿਲ, ਬਿਰਖ, ਪਾਣੀ, ਪੌਣ ਸ਼ਾਮਲ ਨੇ
ਇਹਦੇ ਵਿਚ ਸਾਡੇ ਹਾਸੇ, ਹੰਝੂ, ਸਾਡੇ ਗੌਣ ਸ਼ਾਮਲ ਨੇ
ਤੇ ਤੈਨੂੰ ਕੁਝ ਪਤਾ ਹੀ ਨਈਂ ਇਹਦੇ ਵਿਚ ਕੌਣ ਸ਼ਾਮਲ ਨੇ।

ଉତ୍ସବ

ଆଖି ପାଇଲା ପର୍ଯ୍ୟନ୍ତ ଯାହା ଦିଶିଯାଏ, ଓ ଏପରିକି ଆହୁରି ଆଗକୁ,
ମୁଁ ଦେଖୁଛି ଲୋକମାନଙ୍କ ଧାଡ଼ି ଯେଉଁମାନେ ଏଥିରେ ଯୋଗ ଦେଇଛନ୍ତି।
କେବଳ ଏ ପୃଥିବୀରେ ରହୁଥିବା ଲୋକେ ନୁହେଁ,
ବରଂ ଏହି ବିଶ୍ଵର ତ୍ରିଭୁବନରେ ରହୁଥିବା
ଅଂଶ ହୋଇ ରହିଛନ୍ତି ସମସ୍ତେ ଏହାର।

ଏହା ଏକ ଉତ୍ସବ।
ଧରଣୀ, ଗଛବୃକ୍ଷ, ପବନ ଓ ପାଣି,
ଏପରିକି ଆମର ହସଖୁସି ଓ ଲୁହ,
ଓ ଆମର ସମସ୍ତ ଗୀତ ରହିଛି ଏଥିରେ।
ଏବଂ ତୁମେ କୁହ ଆଦୌ ଜାଣ ନାହିଁ
କିଏ ସବୁ ଏଥିରେ ସମ୍ପୃକ୍ତ!

ଆମ ପୂର୍ବପୁରୁଷଙ୍କ ଯାଜ୍ୱଲ୍ୟମାନ ଇତିହାସ,
ଆମ ଏହି ଭୂଖଣ୍ଡରେ ରହୁଥିବା ଲୋକମାନଙ୍କର
ଲୋକକଥା, କିମ୍ବଦନ୍ତୀ ଓ ପୁରାଣ,
ଆମର ସ୍ତୋତ୍ର, ଆମର ଧୈର୍ଯ୍ୟ, ଆମର ଆଶା,
ପବିତ୍ର ବାଣୀ, ଜାଗତିକ ସଙ୍ଗୀତ,
ଆମର ବିଜ୍ଞତା, ଆମର ପ୍ରାର୍ଥନା, ସବୁକିଛି ଏଥିରେ ସଂଗୁପ୍ତ।
କିନ୍ତୁ ତୁମେ କୁହ ତୁମେ ଜାଣ ନାହିଁ କିଛି!

ସମସ୍ତେ ହୁଅନ୍ତି ଆଶ୍ଚର୍ଯ୍ୟ ଚକିତ,
ଆମେ ହଜେଇଥିବା ସବୁ କିଛି କେଉଁଠି ବିଲୁପ୍ତ!
କେଉଁଠି ହଜିଗଲା ଆମର ସାହସ, ଆମର ଉତ୍ସାହ,
ଆମର ଆନନ୍ଦ, ଆମର ଧୈର୍ଯ୍ୟ,
ହଜି ଯାଇଥିବା ଓ ବଞ୍ଚି ରହିଥିବା ଜ୍ଞାନକୁ ଏକତ୍ର କରି ପାରୁଥିବା
ଗୁରୁଙ୍କ ବାଣୀରେ ବିଶ୍ଵାସ?
ଯିଏ କି ଦିଅନ୍ତି କରି ଆମ ଶରୀର ଓ ଆତ୍ମାକୁ ବିମୁକ୍ତ!

ଗୁରୁଙ୍କ ଅନୁଗ୍ରହ ଛଡ଼ା ଆଉ କିଛି ନୁହେଁ।
ଆଃ ହାଃ କି ଚମତ୍କାର!
ଯେଉଁ ଜୀବନ ଥିଲା ଅର୍ଥହୀନ, ଏପର୍ଯ୍ୟନ୍ତ ଉଦ୍ଦେଶ୍ୟବିହୀନ,
ପୁନଶ୍ଚ ପାଲଟିଛି ଦେଖ ସୁନ୍ଦର ଓ ଅର୍ଥପୂର୍ଣ୍ଣ।

ଏହା ଏକ ଉତ୍ସବ।
ଆମର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଠୁଳ ହୋଇଛି ଏଠାରେ।
ଏଠାରେ ଅଛନ୍ତି ହିନ୍ଦୁ, ମୁସଲମାନ, ବୌଦ୍ଧଧର୍ମୀ, ଜୈନ ଓ ଶିଖ ସମୁଦାୟ।
ଏ ସବୁ ରହିଛି ଏଠି ଯେତିକି ଆଖି ଦେଖି ପାରୁଥିବ,
ଆଉ ମଧ୍ୟ ଦୃଷ୍ଟିର ପରିଧି ବାହାରେ ଯାହା କିଛି ସବୁ ରହିଥିବ।

ଏହା ଏକ ଉତ୍ସବ।
ଏକ ଜୁଆର, ଏକ ସଂଗ୍ରାମ, ଏକ ଉତ୍ସବ।
ଏଠି ରହିଛି କ୍ରୋଧ, ଯନ୍ତ୍ରଣା, ଦ୍ଵନ୍ଦ୍ଵ,
ସେ ପ୍ରଶ୍ନ ବି ରହିଛି ଏଠି,
ଯେତେବେଳେ ଇତିହାସ ତୁମକୁ ଦିନେ ପଚାରିବ।
ଏବଂ ତୁମେ ବି ନଥିବ ଜାଣି କିଏ ସବୁ ରହିଛନ୍ତି ଏଠାରେ ସମ୍ପୃକ୍ତ!

ଏହା କୌଣସି ଜନଗହଳି ନୁହେଁ, ଏହା ଏକ ଆତ୍ମା ସମ୍ମିଳନୀ।
ଏହା ଏକ ଗତିଶୀଳ ବାକ୍ୟର ଅନ୍ତର୍ଗତ ଅର୍ଥ,
ସଂଯୋଜିତ ଶବ୍ଦ ସବୁର କ୍ରମାନ୍ଵୟ। ହଁ, ଶବ୍ଦମାନଙ୍କର ଯାତ୍ରା,
ଏକ ଶୋଭାଯାତ୍ରା, କିନ୍ତୁ ନୁହେଁ କୌଣସି ମହୋତ୍ସବର,
ଏହା ଅନୁଗାମୀମାନଙ୍କର ଏକ ସୁଦୀର୍ଘ ଧାଡ଼ି,
ଜଣେ ଗୁରୁଙ୍କ ଦ୍ଵାରା ଦୀକ୍ଷିତ ଶିଷ୍ୟମାନଙ୍କର,
‘ମୁଁ’, ‘ମୋତେ’କୁ ପଛରେ ଛାଡ଼ି
‘ଆମେ ଲୋକମାନେ’ ଆଡ଼େ ଆଗେଇ ଚାଲିଛନ୍ତି ସେମାନେ ସମସ୍ତେ।

ଏଥିରେ ରହିଛି ଯୁଗଯୁଗ ଧରି ଆମେ ଶିଖିଥିବା ସେହିସବୁ ପାଠ।
ସନ୍ନିହିତ ହୋଇଛି ସୁଫୀ ଫକୀରଙ୍କ ଚଉଦ ପ୍ରକାର ଅନୁପାଳନ।
ଏଥର ତୁମକୁ କହୁଛି ଶୁଣ ହୃଦୟ ଛୁଇଁଲା ଭଳି ସରଳ କଥାଟିଏ।
ଗତକାଲି ଦିଲ୍ଲୀର ଝିଅଟିଏ, ଫୋନ୍‌ କରି ସେ କହିଲା,
ହୋଇଯିବନି  କି ଜନଶୂନ୍ୟ ଏହି ସ୍ଥାନ
ଘରକୁ ସମସ୍ତେ ଫେରିଯିବେ ଯେଉଁ ଦିନ!

ଟ୍ରାଫିକ ବିଶୃଙ୍ଖଳା ରହିବ, କିନ୍ତୁ ବନ୍ଧୁତ୍ଵ ନଥିବ।
ଲଙ୍ଗର ’ ପରଶୁଥିବା ଧାଡ଼ି ଧାଡ଼ି ଲୋକେ ନଥିବେ ଆଉ।
ଘରେ ପହଞ୍ଚିବା ପାଇଁ ଧାଉଁଥିବା ଲୋକଙ୍କ ମୁହଁରେ
ଚକମକ କରୁଥିବା ମାଦକତା ଆଉ ନଥିବ।

ସେତେବେଳେ କଅଣ କରିବୁ ଆମେ?
ଯେତେବେଳେ ଆଖି ଆମର ଓଦା ହେଇ ଯାଉଥିବ!
ଏହା କେଉଁ ଭଳି ଭଲ ପାଇବା! ଏହା କି ଉତ୍ସବ?

ସବୁ ଆନନ୍ଦ ସାଥିରେ ନେଇ ତୁମେ ଘରକୁ ଫେରିଯାଅ।
ଏହି ଯୁଦ୍ଧରେ ସତ୍ୟ ଓ ବିଜୟ ରହୁ ତୁମ ସହ।
ଏହି ପୃଥିବୀକୁ ତୁମେ ଆଣିଦିଅ ଏକ ନୂଆ ଭବିତବ୍ୟ,
ଏକ ନୂଆ ଅନୁଭବ, ଏକ ତାଜା ଦୃଷ୍ଟିକୋଣ, ଏକ ନୂଆ ସମାଧାନ,
ଭଲପାଇବା, ସରଳତା ଓ ସଂହତିର ଏକ ପ୍ରତୀକ ଅମ୍ଳାନ।

ମୁଁ କାମନା କରୁଛି ମା’ ଓ ପୁଅଙ୍କ ପୁନର୍ମିଳନ,
ଏଠାରେ ଆଉ ଗୋଟିଏ ଉତ୍ସବ।

ଆଖି ପାଇଲା ପର୍ଯ୍ୟନ୍ତ ଯାହା ଦିଶିଯାଏ, ଓ ଏପରିକି ଆହୁରି ଆଗକୁ,
ମୁଁ ଦେଖୁଛି ଲୋକମାନଙ୍କ ଧାଡ଼ି ଯେଉଁମାନେ ଏଥିରେ ଯୋଗ ଦେଇଛନ୍ତି।
କେବଳ ଏ ପୃଥିବୀରେ ରହୁଥିବା ଲୋକେ ନୁହେଁ,
ବରଂ ଏହି ବିଶ୍ଵର ତ୍ରିଭୁବନରେ ରହୁଥିବା ସମସ୍ତେ
ଅଂଶ ହୋଇ ରହିଛନ୍ତି ସମସ୍ତେ ଏହାର।
ଏହା ଏକ ଉତ୍ସବ।

ଡଃ ସୁରଜିତ ସିଂ ଓ ଗବେଷଣାକାରୀ ଆମିନ ଅମିତୋଜଙ୍କ ମୂଲ୍ୟବାନ ସହଯୋଗ ଓ ଯୋଗଦାନ ବିନା ‘ପରୀ’ରେ ଏହି କବିତାଟିକୁ ସ୍ଥାନିତ କରିବା ସମ୍ଭବ ହୋଇ ନଥାନ୍ତା - ସେଥିପାଇଁ ଆମେ ସେମାନଙ୍କ ନିକଟରେ କୃତଜ୍ଞ ରହିବା ସହ ଆନ୍ତରିକ ଧନ୍ୟବାଦ ଜଣାଉଛୁ।

ଆଲେଖ୍ୟ ଓ କବିତାର ଓଡ଼ିଆ ଅନୁବାଦ: କପିଳାସ ଭୂୟାଁ

Editor : PARIBhasha Team

PARIభాష అనేది అనేక భారతీయ భాషలలో PARI కథనాలను నివేదించడానికి, అనువదించడానికి మద్దతునిచ్చే మా విశిష్టమైన భారతీయ భాషల కార్యక్రమం. PARIలోని ప్రతి ఒక్క కథనం ప్రయాణంలోనూ అనువాదం కీలక పాత్ర పోషిస్తుంది. మా సంపాదకుల, అనువాదకుల, వాలంటీర్ల బృందం దేశంలోని విభిన్న భాషా సాంస్కృతిక దృశ్యాలకు ప్రాతినిధ్యం వహిస్తుంది; ఈ కథనాలు అవి ఎవరి నుండి వచ్చాయో వారివద్దకే తిరిగి వెళ్ళేలా, వారికే చెందేలా హామీనిస్తుంది.

Other stories by PARIBhasha Team
Illustration : Labani Jangi

లావణి జంగి 2020 PARI ఫెలో. పశ్చిమ బెంగాల్‌లోని నాడియా జిల్లాకు చెందిన స్వయం-బోధిత చిత్రకారిణి. ఆమె కొల్‌కతాలోని సెంటర్ ఫర్ స్టడీస్ ఇన్ సోషల్ సైన్సెస్‌లో లేబర్ మైగ్రేషన్‌పై పిఎచ్‌డి చేస్తున్నారు.

Other stories by Labani Jangi
Translator : Kapilas Bhuyan

Kapilas Bhuyan is a senior journalist, writer and filmmaker. He has won the President's National Film Award Silver Lotus (2006), and international accolades like Best Short Film Award at Festival du Cinema de Paris and Jury's Special Mention at New York Short Film Festival (2004).

Other stories by Kapilas Bhuyan