ଭିଡ଼ିଓ ଦେଖନ୍ତୁ : ତାମିଲନାଡ଼ୁର କାଞ୍ଚିପୁରମ୍‌ ଜିଲ୍ଲାରେ ଥିକା କଟ୍ଟାଇକ୍କୁଟ୍ଟୁ ଗୁରୁକୁ ମ୍‌ରେ ଏ . ସଙ୍ଗୀତା ଏବଂ ଏ ଶ୍ରୀମତୀ ମୃଦଙ୍ଗମ ବଜାଉଛନ୍ତି

ମୃଦଙ୍ଗମ୍‌ ହେଉଛି ଢୋଲ ଆକୃତିର ଦୁଇ ମୁଣ୍ଡିଆ ବାଜା, ଯେଉଁଥିରେ ଗୋଟିଏ ମୁଣ୍ଡ ଅନ୍ୟଠାରୁ ବଡ଼ ହୋଇଥାଏ, ଏହା କର୍ଣ୍ଣାଟକୀ (ଦକ୍ଷିଣ ଭାରତୀୟ) ସଙ୍ଗୀତରେ ବାଜିଥାଏ।

ମହିଳାମାନେ ମୃଦଙ୍ଗମ ବଜାଉଥିବାର ଦୃଶ୍ୟ ସାଧାରଣତଃ ଦେଖିବାକୁ ମିଳେନାହିଁ, କିନ୍ତୁ ଗ୍ରାମୀଣ ତାମିଲନାଡ଼ୁର କଟ୍ଟାଇକ୍କୁଟ୍ଟୁ ଗୁରୁକୁଳମରେ ଦୁଇ ଜଣ ୧୪ ବର୍ଷୀୟା ବାଳିକା ଏହାକୁ ଖୁବ ସହଜ ଓ ଦକ୍ଷତାର ସହ ବଜାଇଥାନ୍ତି । ଏ. ସଙ୍ଗୀତା ନେତୃତ୍ୱ ନିଅନ୍ତି ଏବଂ ଏ. ଶ୍ରୀମତୀ ସମାନ ଦକ୍ଷତାର ସହିତ ତାଙ୍କୁ ଅନୁସରଣ କରିଥାନ୍ତି।

ଏହି ଗୁରୁକୁଳମ ହେଉଛି କାଞ୍ଚିପୁରମ ଜିଲ୍ଲାର ପୁଞ୍ଜରସନ୍ତଗଲ ଗ୍ରାମରେ ଥିବା ଏକ ଆବାସିକ ବିଦ୍ୟାଳୟ। ଏଠାରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ନିୟମିତ ବିଦ୍ୟାଳୟ ଶିକ୍ଷା ବ୍ୟତୀତ ଛାତ୍ରଛାତ୍ରୀଙ୍କୁ ରାଜ୍ୟରେ ପ୍ରଚଳିତ ଏକ ଗ୍ରାମୀଣ ନାଟକ କଳା କଟ୍ଟାଇକ୍କୁଟ୍ଟୁ ପାଇଁ ପ୍ରଶିକ୍ଷଣ ଦିଆଯାଇଥାଏ। କଟ୍ଟାଇକ୍କୁଟ୍ଟୁରେ ଗାଇବା, ଅଭିନୟ କରିବା ଏବଂ  ରୂପସଜ୍ଜା ବ୍ୟତୀତ, ସମସ୍ତ ଛାତ୍ରଛାତ୍ରୀ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇବା ଶିଖିଥାନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍‍

నమితా వైకర్ పీపుల్స్ ఆర్కైవ్ ఆఫ్ రూరల్ ఇండియాలో రచయిత, అనువాదకురాలు, మేనేజింగ్ ఎడిటర్. ఈమె, 2018లో ప్రచురించబడిన 'ది లాంగ్ మార్చ్' నవల రచయిత.

Other stories by Namita Waikar
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE