କରଚୁଙ୍ଗ ଯେତେବେଳେ ମୋନ୍ପା ବିବାହ ସମାରୋହରେ ଗୀତ ଗାଇଥା’ନ୍ତି, ସେ ନିଜର ସେବା ପାଇଁ ରନ୍ଧା ହୋଇଥିବା ଛୁଆ ମେଣ୍ଢା ମାଂସର ଗୋଟିଏ ଭାଗ ନେଇଥା’ନ୍ତି। ତାଙ୍କର ସଙ୍ଗୀତ ବିବାହ ସମାରୋହ ପାଇଁ ସମ୍ମାନଜନକ ହୋଇଥାଏ, ତେଣୁ କନ୍ୟା ପରିବାର ଲୋକ ତାଙ୍କୁ ଆମନ୍ତ୍ରଣ କରିଥା’ନ୍ତି।
ମୋନପା ସମାଜର ଦୁଇ ଜଣ ସଦସ୍ୟ ବିବାହ କରିବାକୁ ସହମତ ହେବା ପରେ, ଦୁଇ ଦିନିଆ ରୀତିନୀତି ପାଳନ କରାଯାଏ। ଏଥିରେ ବର କନ୍ୟାର ଘରକୁ ଯାଆନ୍ତି ଏବଂ ସେଠାରେ ଏକ ଭବ୍ୟ ଭୋଜିର ଆୟୋଜନ କରାଯାଏ। ପରିବାରର ସବୁ ସଦସ୍ୟ ସେଥିରେ ଯୋଗଦେଇ ସ୍ଥାନୀୟ ମଦ ଆରା ପିଇ ନୃତ୍ୟ କରନ୍ତି । ଏହି ଅବସରରେ କରଚୁଙ୍ଗ କୌଣସି ବାଦ୍ୟଯନ୍ତ୍ର ସହାୟତା ବିନା ଗୀତ ଗାଆନ୍ତି। ପରଦିନ ସାଥୀରେ ନବବଧୂକୁ ନେଇ ବର ଫେରି ଆସନ୍ତି।
କରଚୁଙ୍ଗଙ୍କ ପ୍ରକୃତ ନାମ ରିନଚିନ୍ ତାଶି ଥିଲା, କିନ୍ତୁ ସମୟକ୍ରମେ ସେ ‘କରଚୁଙ୍ଗ’ ନାମରେ ସମ୍ବୋଧିତ ହେଲେ। ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗ ଜିଲ୍ଲାସ୍ଥିତ ଚାଙ୍ଗପା ରୋଡ୍ ରେ ତାଙ୍କର ଗୋଟିଏ ଛୋଟ ତେଜରାତି ଦୋକାନ ଅଛି। କାମ କରୁଥିବା ସମୟରେ ସେ ରେଡିଓରେ ଲୋକପ୍ରିୟ ଗୀତ ଶୁଣନ୍ତି, ଏଥିରୁ ସଙ୍ଗୀତ ପ୍ରତି ତାଙ୍କର ଆଗ୍ରହ ସ୍ପଷ୍ଟ ରୂପେ ବାରି ହୋଇପଡ଼ିଥାଏ। କରଚୁଙ୍ଗ ମଧ୍ୟ ଆରାକୁ ନେଇ ଗୀତ ଗାଇ ପାରିବେ। ‘‘ମୁଁ ଏହାକୁ ଚାଷ କାମ କରିବା ସମୟରେ କିମ୍ବା ବନ୍ଧୁମାନଙ୍କ ସହିତ କଥାବାର୍ତ୍ତା କରିବା ବେଳେ ଗାଇଥାଏ।’’
୫୩
ବର୍ଷ ବୟସ୍କ
ଏହି ବ୍ୟକ୍ତି
ଜଣଙ୍କ ତାଙ୍କ ପତ୍ନୀ, ପ୍ରେମ୍ ଜୋମ୍ବାଙ୍କ ସହ ରୁହନ୍ତି, ଯାହାଙ୍କୁ
ସେ ପରିବାରର ‘ବସ୍’ (ମୂରବୀ) ବୋଲି କୁହନ୍ତି। ଏହି ଉର୍ବର ଉପତ୍ୟାକାରେ
ସେମାନଙ୍କର ପ୍ରାୟ ଗୋଟିଏ
ଏକର ଜମି ଅଛି ଯେଉଁଥିରେ
ପ୍ରେମ୍ ହିଁ ଚାଷ କାମ କରନ୍ତି। ‘‘ଆମେ
ଧାନ, ମକା, ବାଇଗଣ, କଣ୍ଟା
ବାଇଗଣ,
ଲାଇ
ସାଗ୍
(ସୋରିଷ
ଶାଗ), ପିଆଜ, ଫୁଲକୋବି
ଚାଷ କରିଥାଉ।’’ ପରିବାର
ଲୋକମାନେ ମୁଖ୍ୟତଃ ଭାତ, ମିଲେଟ୍ ବା ଖଦଡ଼ ଶସ୍ୟ ଓ ପନିପରିବା
ଖାଆନ୍ତି, ଏବଂ ବେଳେବେଳେ
ଦିରାଙ୍ଗ ବ୍ଲକ ରାମା କ୍ୟାମ୍ପରେ ଥିବା ସାପ୍ତାହିକ ବଜାରରେ
ବଳକା ଉତ୍ପାଦ
ବିକ୍ରି କରିଥା’ନ୍ତି।
ଏହି ଦମ୍ପତିଙ୍କର ପାଞ୍ଚ ଜଣ ପିଲା - ଦୁଇ ଝିଅ ଓ ତିନି ପୁଅ ଅଛନ୍ତି। ଦୁଇ ଝିଅ ରିନ୍ଚିନ୍ ୱାଙ୍ଗମୁ ଏବଂ ସାଙ୍ଗ ଦ୍ରେମା ବାହା ହୋଇସାରିଛନ୍ତି ଏବଂ ବେଳେବେଳେ ଏଠାକୁ ଆସନ୍ତି। ବଡ଼ ପୁଅ ପ୍ରେମ ଦୋନ୍ଦୁପ୍ ମୁମ୍ବାଇର ଏକ ହୋଟେଲରେ ଶେଫ୍ (ରୋଷେୟା) କାମ କରନ୍ତି ଏବଂ ଦୁଇ ବର୍ଷରେ ଥରେ ଏଠାକୁ ଆସନ୍ତି। ମଝିଁଆ ପୁଅ ଲେଇକି ଖାଣ୍ଡୁ ଜଣେ ଗୀତିକାର ଏବଂ ଉପତ୍ୟାକାରେ ଚାଲିଥିବା ଦୀର୍ଘସ୍ଥାୟୀ ପର୍ଯ୍ୟଟନ ଯୋଜନାର ଅଂବିଶେଷ ଭାବେ କାମ କରନ୍ତି। ସବା ସାନ ପୁଅ ନିମ୍ ତାଶି ଦିରାଙ୍ଗ ସହରରେ କାମ କରନ୍ତି।
ମୋନପା ସମ୍ପ୍ରଦାୟର ଲୋକମାନେ ତିବ୍ବତର ମୂଳ ବାସିନ୍ଦା ଏବଂ ଏମାନଙ୍କ ମଧ୍ୟରୁ ଅଧିକାଂଶ ବୌଦ୍ଧ। ଏହି ସମାଜର ଲୋକମାନେ କାଠ କାମ, ବୁଣାକାମ ଓ ଚିତ୍ରକଳାରେ ନିପୁଣ। ୨୦୧୩ ସରକାରୀ ରିପୋର୍ଟ ଅନୁସାରେ ଏମାନଙ୍କ ସଂଖ୍ୟା ୪୩,୭୦୯।
କରଚୁଙ୍ଗ କେବଳ ଜଣେ ସଂଗୀତଜ୍ଞ ନୁହନ୍ତି, ବରଂ ଫୁରସତ ସମୟରେ ସେ ସଂଗୀତ ଉପକରଣ ତିଆରି କରିଥା’ନ୍ତି। ‘‘ବଜାରରେ ଗୋଟିଏ ଢୋଲ (ସ୍ଥାନୀୟ ଅଞ୍ଚଳରେ ଚିଲିଂ ନାମରେ ପରିଚିତ) ଦାମ୍ ପ୍ରାୟ ୧୦,୦୦୦ ଟଙ୍କା। ମୋର ଫୁରସତ୍ ସମୟରେ, ମୁଁ ନିଜ ପାଇଁ ଢୋଲ ତିଆରି କରିପାରିବି,’’ ସେ ପରୀକୁ କୁହନ୍ତି।
ଦୋକାନ ପଛପଟେ ସେମାନେ ଅମଳ କରୁଥିବା ପନିପରିବା ଓ ମକା କ୍ଷେତରେ ଘେରି ରହିଥିବା ସ୍ଥାନରେ ସେ ବସିଥିବା ବେଳେ ଆମେ ଗୀତଟିଏ ଗାଇବାକୁ ତାଙ୍କୁ ଅନୁରୋଧ କରିବାରୁ ସେ ଗାଇବା ଆରମ୍ଭ କରନ୍ତି। ଏସବୁ ମୌଖିକ ଗୀତ ସବୁ ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ସ୍ଥାନାନ୍ତରିତ ହୋଇଆସିଛି ଏବଂ ଏଥିରେ କେତେକ ତିବ୍ବତୀୟ ଉତ୍ସରୁ ଆସିଥିବା ଶବ୍ଦ ରହିଛି, ଯାହା ଆମକୁ ସ୍ପଷ୍ଟ ରୂପେ ବୁଝାଇବାରେ ସେ ସକ୍ଷମ ହୁଅନ୍ତି ନାହିଁ।
ମୋନପା ବିବାହ ସଙ୍ଗୀତ :
ମାଜାଙ୍ଗେ
ବୋମୋ
ରୋଗଜାଙ୍ଗମୋ
ରିଜାଙ୍ଗେ
ବୋମୋ
ଜାଞ୍ଜାଙ୍ଗମୋ
ଲୋନପୋଙ୍ଗା
ଲାୟୋୱେ
ଦାଦର
ଦେ
ଦୁଇଜାଙ୍ଗାନା
କାନାଙ୍ଗେ
ଦାଦର
ଜୁକୋଚାକେ
ନେ
ଗେପାଉମ୍
ଜେ
ଚେଙ୍ଗେଦୁଙ୍ଗୱେ
ନୁଙ୍ଗମାଚିସୁମୋ
ଦେନେ
ନେ
ସାରିଲାଙ୍ଗକୋର୍ନୁଙ୍ଗମା
ଗୋଲା
କାରବେଗ୍ରୋନ୍
ନେ
ଥାଙ୍ଗକାରକେ
ପୋଇକ୍ରୋ
ୟିନ୍
ଗୋଲା
କାର୍ବେ
ବୁମ୍ପା
ନେ
ୟେଶି
ଖାଣ୍ଡୋ
ମେ
ଗ୍ରୁ
ୟିନ
ସନ
ଡାଙ୍ଗାସୁଗିଜାମୋ
ୟିନ
ଦିରିଙ୍ଗଲୋନପୋଙ୍ଗାଲାଙ୍ଗଜାମୋ
ୟିନ୍
ମୋଟାମୋଟି ଅନୁବାଦ:
ସୁନ୍ଦର
ଓ ଭଲ ମା’ର ଝିଅ
ସୁନା
ପରି ଆଖି ସେ ଝିଅର
ଝିଅଟି
ପିନ୍ଧେ ଏକ ସୁନ୍ଦର
ପୋଷାକ
ଆଉ
ସମସ୍ତେ ଝିଅକୁ କରନ୍ତି
ପସନ୍ଦ
ଝିଅଟି
ପିନ୍ଧିଥିବା ଦାଦର*
ତାକୁ
ଆହୁରି କରିଦିଏ ସୁନ୍ଦର
ଦାଦର
ଉପରେ ଲାଗିଥିବା
ଧାତୁ
ଲୁହାର
ଦେବତାଙ୍କ ଦ୍ୱାରା ତିଆରି
ତା’ର ଅଳଙ୍କାର
ଦାଦରର
ବାଉଁଶ
ଲାସା (ତିବ୍ବତ)ରୁ ଆସିଛି
ଦାଦର
ଉପରେ ଲାଗିଥିବା
ପଥର
ଦେବଦୂତ
ୟେଶି ଖାଣ୍ଡ୍ରୋମାଙ୍କ
କ୍ଷୀରରୁ ଆସିଛି
ଉପରେ
ଲାଗିଥିବା ପର
ଥୁଙ୍ଗ
ଥୁଙ୍ଗକାର୍ମୋ**ରୁ ଆସିଛି
*ଦାଦର ଏକ ପାରମ୍ପରିକ ତୀର। ଏହା ଜୀବନଶକ୍ତି, ଦୀର୍ଘସ୍ଥାୟିତ୍ୱ, ସୌଭାଗ୍ୟ ଓ ସମୃଦ୍ଧିକୁ ଆମନ୍ତ୍ରଣ କରିବାକୁ ବ୍ୟବହାର କରାଯାଏ। ଏଥିରେ ଲାଗିଥିବା ରଙ୍ଗୀନ ରିବନ୍ ପଞ୍ଚ ତତ୍ତ୍ୱ ଏବଂ ପାଞ୍ଚ ଜଣ ଡାକିନିଙ୍କର ପ୍ରତିନିଧିତ୍ୱ କରିଥାଏ। ପାରମ୍ପରିକ ସମାରୋହ ଓ ବୌଦ୍ଧ ମନ୍ଦିରରେ ଦାଦରକୁ ଘଣ୍ଟା କଣ୍ଟା ଭଳି ଘୂରାଯାଏ
** ଥୁଙ୍ଗ ଥୁଙ୍ଗକାର୍ମୋ ବା କଳା ବେକ ଥିବା ଏକ ସାରସ ପକ୍ଷୀର ପର - ଏହା ଏକ ହିମାଳୟ ପକ୍ଷୀ ଯାହା ବହୁତ ଉଚ୍ଚରେ ଲମ୍ବା ଦୂରତା ପର୍ଯ୍ୟନ୍ତ ଉଡ଼ିବା ଲାଗି ପରିଚିତ
ଅନୁବାଦ : ଓଡ଼ିଶାଲାଇଭ୍