‘‘ଏସବୁ ଗୋଟିଏ ସୂତାରୁ ଆରମ୍ଭ ହୋଇ ପୁଣି ଗୋଟିଏ ସୂତାରେ ଶେଷ ହୋଇଥାଏ,’’ ରେଖା ବେନ୍ ୱାଗେଲା ସ୍ମିତ ହସି କୁହନ୍ତି। ସେ ଗୁଜରାଟର ମୋଟା ଟିମ୍ବଲା ଗାଁରେ ଥିବା ତାଙ୍କର ହସ୍ତତନ୍ତ ପାଖରେ ବସି ଗୋଟିଏ ସିଙ୍ଗଲ ଇକତ ପଟୋଲୁ ବୁଣୁଛନ୍ତି । ‘‘ଆରମ୍ଭରେ ଆମେ ଗୋଟିଏ ସୂତା ବବିନ୍ରେ ଗୁଡ଼ାଇଥାଉ ଏବଂ ଶେଷରେ ଆମେ ରଙ୍ଗ ହୋଇଥିବା ସୂତାକୁ ବବିନକୁ ସ୍ଥାନାନ୍ତରିତ କରିଥାଉ,’’ ରେଖା ବେନ୍ ପଟୋଲା ତିଆରି କରିବାର ଏକାଧିକ ପ୍ରକ୍ରିୟା ବିଷୟରେ କୁହନ୍ତି। ଭରଣି ସୂତା ପାଇଁ ବବିନ୍ ତିଆରି ହେବା ଏବଂ ଆଧାର ସୂତାକୁ ତନ୍ତରେ ସେଟ୍ କରିବାର ପ୍ରକ୍ରିୟା ପୂର୍ବରୁ ଏହା କରାଯାଇଥାଏ।
ସୁରେନ୍ଦ୍ର ନଗର ଜିଲ୍ଲାର ଏହି ଗାଁରେ ସେ ଯେଉଁ ସ୍ଥାନରେ ରୁହନ୍ତି ସେଠାରେ ୱଣକରୱା ସମ୍ପ୍ରଦାୟର ଅନେକ ଲୋକ ପଟୋଲୁ ନାମରେ ପ୍ରସିଦ୍ଧ ରେଶମ ଶାଢ଼ି ତିଆରି ସହ ଜଡ଼ିତ କୌଣସି ନା କୌଣସି କାମରେ ଲାଗି ରହିଛନ୍ତି। କିନ୍ତୁ ୪୦ ବର୍ଷରୁ ଅଧିକ ବୟସ ଟପିସାରିଥିବା ରେଖା ବେନ୍ ଲିମ୍ବଡ଼ି ତାଲୁକାରେ ଏକମାତ୍ର ଦଳିତ ମହିଳା ପଟୋଲା ନିର୍ମାତା, ଯିଏକି ଉଭୟ ସିଙ୍ଗଲ ଓ ଡବଲ ଇକତ ପଟୋଲା ବୁଣନ୍ତି। (ପଢ଼ନ୍ତୁ : ଜଞ୍ଜାଳରେ ବୁଣା ରେଖା ବେନ୍ଙ୍କ ଜୀବନ )
ସୁରେନ୍ଦ୍ର ନଗରର ପଟୋଲାକୁ ‘ଜଲୱାଡ଼ି’ ପଟୋଲା ମଧ୍ୟ କୁହାଯାଏ, ଯାହାକି ପ୍ରାୟତଃ ପାଟନ୍ରେ ତିଆରି ହେଉଥିବା ପଟୋଲା ଠାରୁ ଶସ୍ତା ହୋଇଥାଏ। ମୂଳତଃ ନିଜର ସିଙ୍ଗଲ୍ ଇକତ୍ ପଟୋଲା ପାଇଁ ପ୍ରସିଦ୍ଧ ଜଲୱାଡ଼ର ୱଣକର୍ (ବୁଣାକାର) ଏବେ ଡବଲ୍ ଇକତ୍ ପଟୋଲା ବୁଣୁଛନ୍ତି। ରେଖା ବେନ୍ ଦୁଇ ପ୍ରକାର ପଟୋଲା ମଧ୍ୟରେ ଫରକକୁ ବୁଝାଇ କୁହନ୍ତି, ‘‘ସିଙ୍ଗଲ୍ ଇକତ୍ରେ ଡିଜାଇନ୍ କେବଳ ଭରଣି ଉପରେ ହୋଇଥାଏ। ଡବଲ ଇକତରେ ଆଧାର ସୂତା ଓ ଭରଣିର ଗୋଟିଏ ଡିଜାଇନ ଥାଏ।’’
ଡିଜାଇନ କାରଣରୁ ପ୍ରକ୍ରିୟା ଜଟିଳ ହୋଇଯାଏ। ରେଖା ବେନ୍ ଆଉଥରେ ଏହାକୁ ବିସ୍ତୃତ ଭାବେ କହିବାକୁ ଚେଷ୍ଟା କରୁଛନ୍ତି । ‘‘ଗୋଟିଏ ସିଙ୍ଗଲ୍ ଇକତ୍ ପଟୋଲୁରେ ୩୫୦୦ ଆଧାର ସୂତା ଥାଏ ଏବଂ ୧୩୭୫୦ ଭରଣି ସୂତା ଥାଏ। ଅନ୍ୟପଟେ ଡବଲ ଇକତରେ ୨୨୨୦ଟି ଭରଣୀ ସୂତା ଓ ୯୮୭୦ ଆଧାର ସୂତା ଥାଏ,’’ ସେ ଏକ ସଟଲ୍ ଭିତରେ ଭରଣୀ ସୂତା ସହିତ ବବିନ୍କୁ ଖସାଇ କୁହନ୍ତି।
!['It all begins with a single thread and ends with a single thread,' says Rekha Ben Vaghela, the only Dalit woman patola maker in Limbdi taluka of Gujarat. She is explaining the process that begins with the hank of silk yarn and finishes with the last thread going into the 252- inch long patola saree. Work involving over six months of labour](/media/images/02-IMG_7380-US-Picking_up_the_threads_of_p.max-1400x1120.jpg)
‘ ଏସବୁ ଗୋଟିଏ ସୂତାରୁ ଆରମ୍ଭ ହୋଇ ସେହି ଗୋଟିଏ ସୂତାରେ ଶେଷ ହୋଇଥାଏ ,’ ଗୁଜରାଟର ଲିମ୍ବଡ଼ି ତାଲୁକାରେ ରହୁଥିବା ଏହି ଏକମାତ୍ର ଦଳିତ ମହିଳା ପଟୋଲା ନିର୍ମାତା ରେଖା ବେନ୍ ୱାଗେଲା କୁହନ୍ତି । ସେହି ପ୍ରକ୍ରିୟା ବିଷୟରେ ସେ କହୁଛନ୍ତି ଯାହା ରେ ଶ ମ ସୂତାର ଗୋଟିଏ ବଣ୍ଡଲରୁ ଆରମ୍ଭ ହୋଇଥାଏ ଏବଂ ୨୫୨ ଇଞ୍ଚ ଲମ୍ବ ପଟୋଲା ଶାଢ଼ିର ଶେଷ ସୂତା ବୁଣିବା ସହିତ ସରିଥାଏ । ଏହି କାମରେ ଛଅ ମାସରୁ ଅଧିକ ସମୟ ଲାଗିଥାଏ
ବବିନକୁ ଦେଖିଲେ ମୋ ଆଖି ଆଗରେ ୫୫ ବର୍ଷ ବୟସ୍କା ଗଙ୍ଗା ବେନ୍ ପରମାର୍ଙ୍କ ଛବି ଚାଲି ଆସିଥାଏ। ଲିମ୍ବଡ଼ିର ଘାଘରେଟିୟା ଗାଁରେ ନିଜ ଘରେ ବବିନରେ କାମ କରୁଥିବା ସମୟରେ ସେ କହିଥିଲେ, ‘‘ଆମେ ପ୍ରଥମେ ଏକ କାଠ ରିଲ୍ରେ ବୁଣା ସୂତା ଗୁଚ୍ଛ ନେଇଥାଉ ଏବଂ ତା’ପରେ ତା’କୁ ଚରଖା ସହାୟତାରେ ବବିନରେ ଗୁଡ଼ାଇଥାଉ। ଆପଣ ଚରଖା ବିନା ବବିନ୍କୁ ଘୂରାଇପାରିବେ ନାହିଁ।’’
‘‘କୁଆଡ଼େ ହଜିଗଲ?’’ ରେଖା ବେନଙ୍କ ସ୍ୱର ମୋତେ ପଟୋଲା ସୂତା ଉପରେ ଆମ ଆଲୋଚନାକୁ ଫେରାଇ ଆଣିଲା। ତାହା ଏକ ଜଟିଳ ପ୍ରକ୍ରିୟା ଥିଲା ଏବଂ ସେ ମୋତେ ବାରମ୍ବାର ବୁଝାଉଥାନ୍ତି। ‘‘ଲେଖ’’, ସେ ମୋ ନୋଟ୍ ବୁକ୍କୁ ଚାହିଁ ଆଦେଶ ଦେବା ଛଳରେ କୁହନ୍ତି । ପ୍ରକ୍ରିୟା ବିଷୟରେ ମୋତେ ଭଲ ଭାବେ ବୁଝାଇବା ଲାଗି ସେ କିଛି ସମୟ ପାଇଁ ବୁଣିବା କାମ ବନ୍ଦ କରି ଦିଅନ୍ତି।
ମୁଁ ପର୍ଯ୍ୟାୟକ୍ରମେ ପ୍ରକ୍ରିୟା ବିଷୟରେ ଲେଖୁଥାଏ, ଯାହାକି ୧୨ରୁ ଅଧିକ ପର୍ଯ୍ୟାୟ ବିଶିଷ୍ଟ ଅତି ଜଟିଳ ପ୍ରକ୍ରିୟା ଅଟେ ଏବଂ ଏଥିପାଇଁ ଅନେକ ସପ୍ତାହ ଲାଗିପାରେ। ଏଥିରେ ବୁଣାକାରଙ୍କ ବ୍ୟତୀତ ଅନ୍ୟ କାରୀଗରମାନେ ମଧ୍ୟ ସାମିଲ ହୋଇଥାନ୍ତି। ଏହି ପ୍ରକ୍ରିୟା ରେଶମ ବୁଣା ସୂତା ଗୁଚ୍ଛରୁ ଆରମ୍ଭ ହୋଇଥାଏ ଏବଂ ୨୫୨ ଇଞ୍ଚ ଲମ୍ବା ପଟୋ ଶାଢ଼ିରେ ଶେଷ ସୂତା ବୁଣିବା ସହିତ ଶେଷ ହୋଇଥାଏ, ଏଥିରେ ଛଅ ମାସର ପରିଶ୍ରମ ଲାଗିପାରେ।
ସେ କୁହନ୍ତି, ‘‘କୌଣସି ପର୍ଯ୍ୟାୟରେ ଗୋଟିଏ ଛୋଟ ଭୁଲ ହେଲେ ପଟୋଲୁ ନଷ୍ଟ ହୋଇଯାଏ।’’
![Fifty-five-year-old Gangaben Parmar of Ghaghretia village takes the silk thread from the hank onto a big wooden spool, and from there with the help of a spinning wheel she carries the thread onto a bobbin. 'I have been working for thirty years. I have some difficulty in vision these days. But if I sit here all day long I can wind 20 or 25 bobbins in a day'](/media/images/03-IMG_7762-US-Picking_up_the_threads_of_p.max-1400x1120.jpg)
ଘାଘରେଟି ୟା ଗ୍ରାମର ୫୫ ବର୍ଷ ବୟସ୍କା ଗଙ୍ଗାବେନ ପରମାର୍ ‘ ପ୍ରଥମେ ଏକ କାଠ ରି ଲ୍ ରେ ରେଶମ ସୂତା ଗୁଚ୍ଛ ନିଅନ୍ତି ଏବଂ ତା ’ ପରେ ତା ’ କୁ ଚରଖା ସହାୟତାରେ ବବିନରେ ଗୁଡ଼ାଇଥାନ୍ତି । ‘ ମୁଁ ୩୦ ବର୍ଷ ଧରି କାମ କରି ଆସୁଛି । ବର୍ତ୍ତମାନ ମୋର ସାମାନ୍ୟ ଦୃଷ୍ଟିଶକ୍ତି ସମସ୍ୟା ଦେଖା ଦେଇଛି । କିନ୍ତୁ ଯଦି ମୁଁ ଏଠାରେ ସାରା ଦିନ ବସିବି ତା ’ ହେଲେ ଗୋଟିଏ ଦିନରେ ୨୦ କିମ୍ବା ୨୫ ବବିନ୍ ଘୂରାଇ ପାରିବି ’
![Gautam Bhai Vaghela of Mota Timbla stretches the yarn threads from the bobbins on the big wooden frame with pegs known as aada as a way to prepare the paati (the cluster of threads) for the next step](/media/images/04-IMG_7758-US-Picking_up_the_threads_of_p.max-1400x1120.jpg)
ମୋଟା ଟିମ୍ବଲା ର ଗୌତମ ଭାଇ ୱାଗେଲା ବଡ଼ କାଠ ଫ୍ରେମ ଉପରେ ବବିନ୍ ସହାୟତାରେ ସୂତାକୁ ଆଡା ନାମକ ଖୁଣ୍ଟିରେ ଟାଣୁଛନ୍ତି ଯାହାଫଳରେ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ପାଟୀ ( ସୂତାର ସମୂହ ) ପ୍ରସ୍ତୁତ କରାଯାଇପାରିବ
![](/media/images/06-IMG_7774-US-Picking_up_the_threads_of_p.max-1400x1120.jpg)
ଡିଜାଇନ୍ କୁ ଚିହ୍ନଟ କରିବା ପୂର୍ବରୁ ଉପଯୁକ୍ତ ସମୂହ ତିଆରି କରିବା ଲାଗି ରେଶମ ସୂତାକୁ ଆ ଡ଼ା ରେ ଟାଣି ପ୍ରସାରିତ କରାଯାଏ
![](/media/images/05-IMG_7729-US-Picking_up_the_threads_of_p.max-1400x1120.jpg)
ନାନା ଟିମ୍ବଲା ଗାଁର ୩୦ ବର୍ଷ ବୟସ୍କ ଅଶୋକ ପରମାର୍ ଅଲଗା ହୋଇଥିବା ସୂତା ଗୁଚ୍ଛ କୁ ଆଉ ଏକ ଫ୍ରେମ ଉପରେ ସ୍ଥାନାନ୍ତରିତ କରୁଛନ୍ତି , ଯେଉଁଠି ସେଗୁଡ଼ିକୁ ପ୍ରଥମେ କୋଇଲା ଦ୍ୱାରା ଚିହ୍ନ ଟ କରାଯାଇଥାଏ ଏବଂ ତା’ପରେ ଖଣ୍ଡେ କାଗଜରେ ମୂଳରୁ ତିଆରି ହୋଇଥିବା ଡିଜାଇନ ଅନୁରୂପ ବନ୍ଧାଯାଏ
![](/media/images/011-IMG_7182-US-Picking_up_the_threads_of_.max-1400x1120.jpg)
କଟାରିଆ ଗାଁର ୩୬ ବର୍ଷ ବୟସ୍କ କିଶୋର ମନ୍ଜି ଭାଇ ଗୋହିଲ ଫ୍ରେମରେ ବିସ୍ତାରିତ ସୂତାରେ ଗାଠ୍ (ଗଣ୍ଠି) ପକାଉଛନ୍ତି । ଏଥିରେ ରେଶମ ଗୁଚ୍ଛକୁ ସୂତା ଡୋରରେ ବାନ୍ଧିବା ସାମିଲ ରହିଛି, ଯାହାକି ପଟୋଲା ତିଆରି କରିବାରେ ବ୍ୟବହାର କରାଯାଉଥିବା ପ୍ରତିରୋଧକ ରଙ୍ଗ କୌଶଳ। ଗଣ୍ଠି ପକାଇବା ଦ୍ୱାରା ରଙ୍ଗ କରିବା ପ୍ରକ୍ରିୟା ସମୟରେ ବୁଣା ସୂତାରେ ବନ୍ଧା ହୋଇଥିବା ଭାଗ ପର୍ଯ୍ୟନ୍ତ ରଙ୍ଗ ପହଞ୍ଚି ନଥାଏ, ଯାହାଫଳରେ ଡୋର ଉପରେ ଏକ ଡିଜାଇନ୍ ତିଆରି ହୋଇଥାଏ
![](/media/images/07-IMG_7583-US-Picking_up_the_threads_of_p.max-1400x1120.jpg)
୨୫ ବର୍ଷ ବୟସ୍କ ମହେନ୍ଦ୍ର ୱାଗେଲା, ରଙ୍ଗ କରିବାର ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ଥରେ ରଙ୍ଗ ହୋଇଥିବା ବୁଣା ସୂତାର ବନ୍ଧା ହୋଇଥିବା ଗୁଚ୍ଛକୁ ନେଇଯାଉଛନ୍ତି । ରଙ୍ଗ କରିବା, ବାନ୍ଧିବା ଓ ରଙ୍ଗରେ ବୁଡ଼ାଇବା ପ୍ରକ୍ରିୟାକୁ ପଟୋଲା ତିଆରି ସମୟରେ ବାରମ୍ବାର କରିବାକୁ ପଡ଼ିଥାଏ। ଏହା ପଟୋଲୁରେ ବ୍ୟବହାର କରାଯାଇଥିବା ଡିଜାଇନ୍ ଓ ରଙ୍ଗ ଉପରେ ନିର୍ଭର କରିଥାଏ
![](/media/images/08-IMG_7587-US-Picking_up_the_threads_of_p.max-1400x1120.jpg)
‘ ମହେନ୍ଦ୍ର ୱାଗେଲା ପୂର୍ବରୁ ବନ୍ଧା ଓ ରଙ୍ଗ ହୋଇଥିବା ବୁଣା ସୂତାକୁ ହାଇଡ୍ରୋ ମିଶ୍ରିତ ଫୁଟା ପାଣିରେ ଭିଜାଉଛନ୍ତି। ‘ଯେତେବେଳେ ପୂର୍ବରୁ ରଙ୍ଗ ହୋଇଥିବା ବୁଣା ସୂତା ଉପରେ ନୂଆ ରଙ୍ଗ ଲଗାଇବାକୁ ହୋଇଥାଏ, ଆପଣଙ୍କୁ ହାଇଡ୍ରୋ (ସୋଡିୟମ ହାଇଡ୍ରୋ ସଲ୍ଫାଇଟ୍) ସହିତ ଫୁଟୁଥିବା ପାଣିରେ ବୁଣା ସୂତାର ଗୁଚ୍ଛକୁ ଭିଜେଇ ପୂର୍ବ ରଙ୍ଗକୁ ବାହାର କରିବା ଏବଂ ହାଲୁକା କରିବାର ଆବଶ୍ୟକତା ରହିଛି,’ ରେଖା ବେନ୍ କୁହନ୍ତି
![](/media/images/09-IMG_7606-US-Picking_up_the_threads_of_p.max-1400x1120.jpg)
‘ ରଙ୍ଗରେ ବୁଡ଼ାଇବା ସମୟରେ ରଙ୍ଗ ଯେପରି ଗଣ୍ଠିରେ ପ୍ରବେଶ କରିବ ନାହିଁ ସେଥିପ୍ରତି ଧ୍ୟାନ ଦେବାକୁ ହେବ,’ ମହେନ୍ଦ୍ର ୱାଘୋଲା ଦ୍ୱିତୀୟ ପରସ୍ତ ପାଇଁ ବୁଣା ସୂତାକୁ ଫୁଟୁଥିବା ପାଣିର ବାଲଟିରେ ପକାଇବା ସମୟରେ କୁହନ୍ତି। ସେ କୁହନ୍ତି, ‘ଜଣେ କାରୀଗର ଅଭିଜ୍ଞତାରୁ ଏହା ଜାଣିପାରିଥାଏ ଯେ ରଙ୍ଗ ଗଣ୍ଠି ଭିତରକୁ କେବେ ଯିବ, ମିଶ୍ରଣକୁ କେବେ ଗୋଳେଇବାକୁ ପଡ଼ିବ, ବୁଣା ସୂତାକୁ କେତେ ସମୟ ପାଣିରେ ରଖିବାକୁ ହେବ’
![](/media/images/010-IMG_7630-US-Picking_up_the_threads_of_.max-1400x1120.jpg)
ସଦ୍ୟ ରଙ୍ଗ ହୋଇଥିବା ବୁଣା ସୂତାକୁ ମହେନ୍ଦ୍ର ଥଣ୍ଡା ପାଣିରେ ବୁଡ଼ାଇ ଧୋଇ ଦିଅନ୍ତି । ‘ଏକ ପଟୋଲୁରେ ଗୋଟିଏ ରେଶମ ସୂତାରେ ଅନେକ ରଙ୍ଗ ଥାଏ ଏବଂ ଏହି ରଙ୍ଗ ଯୋଗୁଁ ଡିଜାଇନ୍ ସୁନ୍ଦର ଦେଖାଯାଏ। ରଙ୍ଗର ମିଶ୍ରଣ ଜରୁରୀ ଅଟେ। ଏହା ଆକର୍ଷଣୀୟ ହେବା ଦରକାର,’’ ବୁଣାକାର ବିକ୍ରମ ଭାଇ ପର୍ମାର୍ କୁହନ୍ତି
![](/media/images/012-IMG_7153-US-Picking_up_the_threads_of_.max-1400x1120.jpg)
ରଙ୍ଗ କରିବା ପରେ ରଙ୍ଗୀନ ସୂତାକୁ ଶୁଖାଯାଏ। କଟାରିୟା ଗାଁର ଜଗଦୀଶ ରଘୁ ଭାଇ ଗୋହିଲ ରଙ୍ଗ ହୋଇଥିବା ସୂତାକୁ କାଠର ଏକ ଛୋଟ ଫ୍ରେମରେ ରଖି ସେଥିମଧ୍ୟରୁ ସୂତା ଡୋର ବା ଗଣ୍ଠି ଗୁଡ଼ିକୁ ବାହାର କରନ୍ତି
![](/media/images/013-IMG_7703-US-Picking_up_the_threads_of_.max-1400x1120.jpg)
ମୋଟା ଟିମ୍ବଲାର ୭୫ ବର୍ଷ ବୟସ୍କା ବାଲି ବେନ୍ ୱାଗେଲା ଗୋଟିଏ ଛୋଟ ଛୁଞ୍ଚି ବ୍ୟବହାର କରି ଗଣ୍ଠିକୁ ଖୋଲୁଛନ୍ତି । ଡିଜାଇନ୍ ପ୍ୟାଟର୍ଣ୍ଣ ବା ସ୍ୱରୂପର ଜଟିଳତାକୁ ଆଧାର କରି ଗୋଟିଏ ପଟୋଲୁ ତିଆରି କିରବା ଲାଗି ବାନ୍ଧିବା, ରଙ୍ଗ କରିବା, ରଙ୍ଗରେ ବୁଡ଼ାଇବା ଏବଂ ଖୋଲିବାର ପ୍ରକ୍ରିୟାକୁ ଅନେକ ବାର କରିବାକୁ ପଡ଼ିଥାଏ
![](/media/images/014-IMG_7338-US-Picking_up_the_threads_of_.max-1400x1120.jpg)
ଯସୁ ବେନ୍ ୱାଗେଲା ବଡ଼ କାଠ ସ୍ପୁଲ୍ ଉପରେ ଡିଜାଇନ ସହିତ ପ୍ରସ୍ତୁତ ହୋଇଥିବା ଭରଣି ସୂତାକୁ ଗୁଡ଼ାଉଛନ୍ତି
![](/media/images/015-IMG_7123-US-Picking_up_the_threads_of_.max-1400x1120.jpg)
କଟାରିୟା ନିବାସୀ ୫୮ ବର୍ଷ ବୟସ୍କ ରଘୁ ଭାଇ ଗୋହିଲ ସଦ୍ୟ ପ୍ରସ୍ତୁତ ହୋଇଥିବା ଭରଣିର ସୂତାକୁ କାଠାର ବଡ଼ ରିଲ ଉପରେ ଗୁଡ଼ାଉଛନ୍ତି
![](/media/images/016-IMG_7029-US-Picking_up_the_threads_of_.max-1400x1120.jpg)
କଟାରିୟାର ହୀରା ବେନ୍ ଗୋହିଲ (୫୬) ବବିନରେ ଗୁଡ଼ାଇବା ପାଇଁ ରଙ୍ଗିନ ସୂତାକୁ ବଣ୍ଡଲରୁ ବାହାର କରୁଛନ୍ତି । ପଟୋଲା ବୁଣିବା ସମୟରେ ପ୍ରସ୍ତୁତ ବବିନକୁ ଶଟଲରେ ରଖାଯିବ
![](/media/images/017-IMG_7537-US-Picking_up_the_threads_of_.max-1400x1120.jpg)
ରଙ୍ଗ ଦିଆଯିବା ପରେ ବୁଣା ସୂତାରେ ମଣ୍ଡ ଦେଉଛନ୍ତି ମୋଟା ଟିମ୍ବଲାର ବୁଣାକାର। ଗୋଟିଏ ଡବଲ ଇକତ ପଟୋଲାରେ ଉଭୟ ଭରଣି ଏବଂ ଆଧାର ସୂତାକୁ ରଙ୍ଗ ଦିଆଯାଇଥାଏ ଏବଂ ଏହାର ଏକ ଡିଜାଇନ୍ ଥାଏ। ତେଣୁ ବୁଣା ସୂତା ନିର୍ଦ୍ଦିଷ୍ଟ ସ୍ୱରୂପରେ ପ୍ରସ୍ତୁତ ହୋଇସାରିବା ପରେ ଏହାକୁ ଗଳିର ଦୁଇ ପାର୍ଶ୍ୱରେ ଥିବା ଦୁଇଟି ଖୁଣ୍ଟ ମଧ୍ୟରେ ଟାଣି ବାନ୍ଧି ଦିଆଯାଏ
![](/media/images/018-IMG_7465-US-Picking_up_the_threads_of_.max-1400x1120.jpg)
ମୋଟା ଟିମ୍ବଲାର ବୁଣାକାରମାନେ ଟଣା ହୋଇଥିବା ଆଧାର ବୁଣା ସୂତାକୁ ମଜବୁତ କରିବା ଲାଗି ସେଥିରେ ମଣ୍ଡ ଦେଉଛନ୍ତି
![](/media/images/019-IMG_7662-US-Picking_up_the_threads_of_.max-1400x1120.jpg)
ମୋଟା ଟିମ୍ବଲାର ୱସରାମ୍ ଭାଇ ସୋଲାଙ୍କି ସଦ୍ୟ ମଣ୍ଡ ଦିଆଯାଇଥିବା ସୂତା ସହିତ ହେଡଲ୍ସରୁ ବାହାରିଥିବା ପୁରୁଣା ସୂତା ମୁଣ୍ଡରେ ଯୋଡ଼ୁଛନ୍ତି। ‘ରେଶମ ସୂତାକୁ ଯୋଡ଼ିବା ଲାଗି ପାଉଁଶ ବ୍ୟବହାର କରାଯାଏ,’ ସେ କୁହନ୍ତି
![](/media/images/020-IMG_7295-US-Picking_up_the_threads_of_.max-1400x1120.jpg)
ପୁଞ୍ଜା ଭାଇ ୱାଗେଲା ଆଧାର ସୂତାରେ ତନ୍ତକୁ ସଜାଉଛନ୍ତି ଏବଂ ରଙ୍ଗୀନ୍ ସୂତା ସହିତ ବଡ଼ ବିମ୍କୁ ତନ୍ତ ଉପରେ ରଖୁଛନ୍ତି
![](/media/images/021-IMG_7043-US-Picking_up_the_threads_of_.max-1400x1120.jpg)
କଟାରିୟା ଗ୍ରାମରେ ସିଙ୍ଗଲ୍ ଇକତ୍ ପଟୋଲା ବୁଣୁଛନ୍ତି ପ୍ରବୀଣ ଭାଇ ଗୋହିଲ (୫୦) ଏବଂ ପ୍ରେମିଲା ବେନ୍ ଗୋହିଲ (୪୫)। ଶାଗୁଆନ୍ କାଠରେ ତିଆରି ତନ୍ତ ଦାମ୍ କେବଳ ୩୫-୪୦,୦୦୦ ଟଙ୍କା ପଡ଼ିଥାଏ ଏବଂ ସବୁ ବୁଣାକାର ସେମିତି ଗୋଟିଏ କିଣିପାରିବେ ନାହିଁ
![](/media/images/022-IMG_7090-US-Picking_up_the_threads_of_.max-1400x1120.jpg)
କଟାରିୟାରେ ଦଳିତ ଗୋଷ୍ଠୀଙ୍କୁ ପଟୋଲା ହସ୍ତତନ୍ତ ସମ୍ପର୍କରେ ପରିଚିତ କରାଇଥିବା ବରିଷ୍ଠ କଳାକାରମାନଙ୍କ ମଧ୍ୟରୁ ଅନ୍ୟତମ ଦାନା ଭାଇ ଦୁଲେରା
![](/media/images/023-IMG_7572-US-Picking_up_the_threads_of_.max-1400x1120.jpg)
ଅଶୋକ ୱାଗେଲା ଗୋଟିଏ ସିଙ୍ଗଲ ଇକତ୍ ପଟୋଲୁ ବୁଣୁଛନ୍ତି
![](/media/images/024-IMG_7488-US-Picking_up_the_threads_of_.max-1400x1120.jpg)
ମୋଟା ଟିମ୍ବଲାର ଭାବେଶ କୁମାର ସୋଲାଙ୍କି ଖଣ୍ଡେ ଡବଲ ଇକତ କପଡ଼ା ବୁଣୁଛନ୍ତି
![](/media/images/025-IMG_7482-US-Picking_up_the_threads_of_.max-1400x1120.jpg)
ଡବଲ ଇକତ୍ରେ ଉଭୟ ଭରଣି ଓ ଆଧାର ଉପରେ ଡିଜାଇନ୍ ଥାଏ, ଅନ୍ୟପଟେ ସିଙ୍ଗଲ ଇକତ୍ ପଟୋଲାରେ କେବଳ ଆଧାର ସୂତା ଉପରେ ଡିଜାଇନ୍ ରହିଥାଏ
![](/media/images/026-IMG_7689-US-Picking_up_the_threads_of_.max-1400x1120.jpg)
ହାତ ତିଆରି ରେଷମ କପଡ଼ା, ପ୍ରାୟତଃ ଶାଢ଼ି ରୂପେ ପରିଚିତ ପଟୋଲା ଏହାର ସୂକ୍ଷ୍ମ ଡବଲ୍ ଇକତ୍ ବୁଣା ପାଇଁ ସାରା ବିଶ୍ୱରେ ଲୋକପ୍ରିୟତା ହାସଲ କରିଛି
ଅନୁବାଦ : ଓଡ଼ିଶାଲାଇଭ୍