ଭାରତର ପଶ୍ଚିମତଟରେ କେରଳର କୋଝିକୋଡ଼ର କପ୍ପାଡ଼ର ଉତ୍ତରରେ ଥିବା ଏକ ଛୋଟ ସହର ହେଉଛି କୋଇଲାଣ୍ଡି। କୁହାଯାଏ ୧୪୯୮ ମସିହାରେ ପର୍ତ୍ତୁଗୀଜ ନାବିକ ଭାସ୍କୋଡ଼ାଗାମା ଏହି ସ୍ଥାନରେ ପହଞ୍ଚିଥିଲେ।

୫୦୦ ବର୍ଷ ପୂର୍ବେ ପଶ୍ଚିମ ଏସିଆର ୟେମେନର ବ୍ୟବସାୟୀମାନେ ବାଣିଜ୍ୟ କରିବାକୁ କୋଇଲାଣ୍ଡି ଆସୁଥିଲେ। ସେମାନଙ୍କ ମଧ୍ୟରୁ କିଛି ଏଠି ଅବସ୍ଥାନ ବି କଲେ। ସେମାନେ ସ୍ଥାନୀୟ କୋଷଭା ସମ୍ପ୍ରଦାୟର ଲୋକଙ୍କୁ ନେଇ ହୁକ୍କା ତିଆରି କରିବା ଆରମ୍ଭ କରିଥିଲେ। ଏହି ସୁନ୍ଦର ପାଇପଗୁଡ଼ିକ ମାଲାବାର ହୁକ୍କା ବା କୋଇଲାଣ୍ଡି ଭାବେ ଜଣାଶୁଣା। ପରେ କେରଳର ଥିୟା ଜାତିର ଲୋକମାନେ ମଧ୍ୟ ଏହି ହୁକ୍କା ତିଆରି କରିବା ଆରମ୍ଭ କରିଥିଲେ।

୧୯୮୦-୧୯୯୦ ଯାଏଁ ଏସବୁ ହୁକ୍କା ଆରବ ଦେଶମାନଙ୍କୁ ରପ୍ତାନି କରାଯାଉଥିଲା। ଏବେ ଏହି ନିଖୁଣ କାରୁକାର୍ଯ୍ୟ ହୋଇ ଥିବା ପାଇପ ମିଳିବା କଷ୍ଟକର ହୋଇପଡ଼ିଛି। କୋଇଲାଣ୍ଡିରେ ବି ଏବେ ଆଉ ଏହି ଦୁର୍ଲ୍ଲଭ ପାଇପ ଦେଖିବାକୁ ମିଳୁନାହିଁ।

ଏହା ଏକ ଲାଭହୀନ ତଥା ସମୟସାପେକ୍ଷ କଠିନ କାରିଗରୀ କାମ ବୋଲି କେରଳର କିଛି ପୁରୁଖା ହୁକ୍କା କାରିଗର କହିଛନ୍ତି

ଅନୁବାଦ: ଓଡ଼ିଶାଲାଇଭ୍‍

V. Sasikumar

வி. சசிக்குமார் 2015ஆம் ஆண்டு பாரி மாணவர். திருவனந்தபுரத்தைச் சேர்ந்த திரைப்பட இயக்குநரான இவர் கிராமப்புற சமூக, கலாச்சார விவகாரங்களில் கவனம் செலுத்தி வருகிறார்.

Other stories by V. Sasikumar
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE