ଯେତେବେଳେ ସେମାନେ ମୋତେ ତାଙ୍କ ସହିତ ପରିଚିତ କରାଇଲେ, ପ୍ରଥମେ ଯେଉଁ କଥା ମୋ ମନକୁ ଆସିଥିଲା ତାହା ହେଉଛି ତାଙ୍କ ନାମ – ଯାହା ସମ୍ପୂର୍ଣ୍ଣ ଭୁଲ୍ଅଟେ। ସେମାନେ ତାଙ୍କୁ ଲଡେଇତି ଦେବି ବୋଲି କୁହନ୍ତି (ଯାହାର ଅନୁବାଦ ହେଉଛି ଜଣେ କଳହ ପ୍ରିୟ ବ୍ୟକ୍ତି), କିନ୍ତୁ ମୋ ଅନୁସାରେ, ପ୍ରଥମ ଦେଖାରେ ମୁଁ ତାଙ୍କ ଭିତରେ ଜଣେ ଆତ୍ମ ପ୍ରତ୍ୟୟୀ ବୁଦ୍ଧିମତୀ ଯୋଦ୍ଧା ଦେଖିବାକୁ ପାଇଲି, ଯାହାର ନିଜ ବଳ ଉପରେ ଭରସା ରହିଛି – କିନ୍ତୁ, ଏହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ନିଜର ଦୁର୍ବଳତାଗୁଡିକ, ଯାହାକୁ ସେ ଗ୍ରହଣ କରିବା ଉଚିତ, ସେ ନେଇ ସଚେତନ ଅଛନ୍ତି ।
ସେ ମୋତେ ଚେୟାର୍ରେ ବସିବାକୁ କହିଲେ। କଥାବାର୍ତ୍ତା ହେବା ପାଇଁ ଆମେ ଉଭୟ ସମାନ ଭାବେ ବସିବା ଉଚିତ ବୋଲି ମୁଁ ତାଙ୍କୁ କହିଲି। ସେ ପ୍ରଥମେ ଦୃଢ ଭାବେ ମନା କଲେ ଓ ତାପରେ ନିଜ ପାଇଁ ଅନ୍ୟ ଏକ ଚେୟାର୍ଟାଣି ବାହାର କଲେ। ଆମେ ତାଙ୍କ ଦୁଇ-ବଖରା ବିଶିଷ୍ଟ ଘରର ବାରଣ୍ଡାରେ ବସିଲୁ ।
ମୁଁ ସାଲ୍ମତା ଗ୍ରାମରେ ଅଛି – ଯାହା ଉତ୍ତରାଖଣ୍ଡର ଉଦ୍ଧମ ସିଂ ନଗର୍ର ସିତାରଗଞ୍ଜ ବ୍ଲକ୍ରେ ଅବସ୍ଥିତ। ଏହି ଗ୍ରାମରେ ମାତ୍ର ୧୧୨ଟି ପରିବାର ରୁହନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଥାରୁସ୍– ରାଜ୍ୟର ସବୁଠାରୁ ବଡ ଜନଜାତି – ଏକ କିମ୍ବଦନ୍ତୀ ଅନୁସାରେ ଯାହାର ପୂର୍ବପୁରୁଷମାନେ ରାଜ୍ପୁତ୍ସଂପ୍ରଦାୟର ହୋଇଥିବା ବିଶ୍ୱାସ କରାଯାଏ । ଲଡାଇତି- ଜଣେ ଥାରୁସ୍– ଯିଏ ଅନ୍ୟ ସ୍ଥାନୀୟ ମହିଳାମାନଙ୍କୁ ଅନୁପ୍ରାଣିତ କରୁଥିବା ଜଣେ ମହିଳା ଭାବେ ମୋ ସହିତ ପରିଚିତ କରାଯାଇଛି । ମୁଁ ତାଙ୍କ କାହାଣୀ ଜାଣିବା ପାଇଁ ବ୍ୟଗ୍ର ହେଉଛି ।
ସେ ୨୦୦୨ରେ ନିଜ ଜୀବନ କଥା ମନେ ପକାନ୍ତି । “ମୁଁ କଣ ଥିଲି – ଜଣେ ସାଧାରଣ ମଣିଷ ମାତ୍ର ? ତାପରେ କେତେକ ଲୋକ ମୋ ପାଖକୁ ଆସିଲେ ଓ ମୋତେ ଏକ ଦଳ ଗଠନ କରିବା କଥା କହିଲେ – ଯାହା ଆମକୁ ବଳ ପ୍ରଦାନ କରିବ। ଆମେ କିଛି ଅର୍ଥ ମଧ୍ୟ ସଞ୍ଚୟ କରିପାରିବୁ।“






