“ ଆଜାଦି ! ଆଜାଦି ! ” ଲକ୍ଷ ଲକ୍ଷ ଜୀବ ସେହି ସ୍ଥାନଠାରୁ କିଛି ଦୂରରେ ଅପେକ୍ଷା କରିରହିଥିଲେ । ସେ ଘୃଣା କରନ୍ତି ଯେତେବେଳେ ସେହି ପ୍ରାଣୀମାନେ ଏକତ୍ରିତ ହୋଇ ଆକାଶକୁ ହଲାଇଦିଅନ୍ତି । “ ଆଜାଦି ! ଆଜାଦି ! ” ସେ ଘୃଣା କରନ୍ତି ଯେତେବେଳେ ପଶୁମାନେ ଏକ ମର୍ଯ୍ୟାଦାଯୁକ୍ତ ଜୀବନ ବଞ୍ଚିବାକୁ ସାହାସ କରନ୍ତି । “ ଆଜାଦି ! ଆଜାଦି ! ” ସେ ସେହି ସତ୍ୟତାକୁ ଘୃଣାଜନକ ମନେକରନ୍ତି ଯାହା ସେହି କୀଟଗୁଡିକ ଏକତାର କଳାଯାଦୁରେ ନିପୁଣ ହେବାକଥା ଦର୍ଶାଇଥାଏ । “ ଆଜାଦି ! ଆଜାଦି ! ” ସେହି କୀଟସମୂହ ମଇଳା ଓ ଝାଳକୁ ଏପରି ଗରିମାସମ୍ପନ୍ନ ଚାରାରେ ରୂପାନ୍ତରିତ କରିବାର ଦୁଃସାହାସ କିପରି କରୁଛନ୍ତି ? କି ପାଗଳାମି ସତେ? “ ଆଜାଦି ! ଆଜାଦି ! ” ସେହି ନିର୍ବୋଧ କୃମିଗୁଡିକ ସେମାନଙ୍କ ପରିଶ୍ରମ ବଦଳରେ ପଇସା ଦାବି କରିବାକୁ ସେମାନେ କିଭଳି ସାହାସ କରୁଛନ୍ତି?
ସେହି ବିରକ୍ତିକର ପଶୁଗୁଡିକୁ ପୁଣିଥରେ ସେମାନଙ୍କ ଯନ୍ତା ଭିତରେ ସେ ଭର୍ତ୍ତି କରିବା ଦରକାର ଥିଲା । ଇଶ୍ୱର – ସାର୍ବଭୌମ ଶାସକ, ମେଘ ମିନାରର ହସୁଥିବା ଭଗବାନଙ୍କୁ ଧନ୍ୟବାଦ, ଏକ ନୂତନ ବେମାରୀ ଶୂନ୍ୟରୁ ପ୍ରକଟ ହୋଇଛି ଓ ତାହାର ସେହି ଲୁହା ସିନ୍ଧୁକ ତୀବ୍ର ବ୍ୟାପାର ଯୋଗୁ ବନ୍ୟା ରୂପରେ ବହିବାକୁ ଆରମ୍ଭ ହୋଇଛି । ଏହା ପଶୁପଲକୁ ପତଳା କରୁଛି । “ ଆଜାଦି ! ଆଜାଦି ! ” ତା’ପାଖରେ ଅମୃତ ଥିଲା, ଅସ୍ୱାସ୍ଥ୍ୟକର ବାୟୁର ଏକମାତ୍ର ଉପଚାର, ପ୍ରଚ୍ଛନ୍ନଭାବେ ତାଙ୍କ ହାତରେ । ମାଗଣାରେ ସମସ୍ତ ରୋଗର ଏହି ପ୍ରତିକାର ପ୍ରାପ୍ତି ଦାବି କରିବା ସେହି କୀଟଗୁଡିକ ପାଇଁ କେତେ ହାସ୍ୟାସ୍ପଦ ନୁହେଁ ସତେ ?
ତାଙ୍କ ସାମ୍ରାଜ୍ୟରେ ରାତି ଅବତରଣ କରିଛି ଓ ସେ ତାଙ୍କ ଝରକାରୁ ତାଙ୍କ ନୂଆ ପ୍ରାସାଦର ଗମ୍ବୁଜକୁ ତୀବ୍ର ଅଭିଳାଷ ସହିତ ଦେଖିଲେ । “ ଆଜାଦି ! ଆଜାଦି ! ” ଧିକ୍କାର ଏହିସବୁ ସ୍ୱରକୁ, ଧିକ୍କାର ସେହିସବୁ ଆଙ୍ଗୁଳିଗୁଡିକୁ ଯାହା କାଦୁଅକୁ ଉଜ୍ଜ୍ୱଳ ସବୁଜ ରଙ୍ଗର ମରକତ ମଣିଠାରୁ ଆହୁରି ସବୁଜ ରଙ୍ଗରେ ରୂପାନ୍ତରିତ କରିଛି । ଶାନ୍ତି! ଝରକା ପାଖରେ ଖସ୍ଖସ୍ ଶବ୍ଦ ହେଉଛି । ଏକ ଅଦ୍ଭୁତ ଦ୍ରାକ୍ଷାଲତା ଛପିଛପି ଓ ଘୁସୁରି ଘୁସୁରି ଉପରକୁ ଉଠିଲା, ଯାହାର ପତ୍ର ସ୍ଥାନରେ ନଖ ଥିଲା ଓ ଫୁଲ ସ୍ଥାନରେ ଥିଲା ଗାଢ ନାଲି ବର୍ଣ୍ଣର ମୃତଦେହ ।
ବାହାର ପାଖକୁ ଝୁଲିବା ସ୍ଥିତିରେ ରହିଥିବା ତାଙ୍କ ଝରକାର ବାହାର ପାଖରେ ଦୁଇଟି ଜହ୍ନ ଉଦୟ ହୋଇଥିଲେ । ଗୋଟିଏ ଆମର ନିର୍ବାସିତ ରମ୍ଜାନ୍ର ଦାଆ, ଅନ୍ୟଟି ଏକ ଟ୍ରାକ୍ଟରର ଏକମାତ୍ର ଚକ।
ଆମ ନିର୍ବାସିତ ରମ୍ଜାନ୍ର ଦାଆ
ତା’ର ଆଖିଗୁଡିକ,
ତା’ର ଆଖିଗୁଡିକ
ଯେପରି ଶିରଚ୍ଛେଦନ କରୁଥିବା ଏକ ମେସିନ୍ର ଦୀର୍ଘଶ୍ୱାସ,
ବା
ମକାର ମଦିରାରେ
ସିକ୍ତ ଏକ
ଦର୍
ବିଶ୍
ପରି
ଚାଷୀଭଳି ଜଳ, ମାଛି ଭଳି ଶ୍ୱାସ ନିଅ,
ମଲ୍ବରୀ ଗଛ ଉପରର ନିଦାଘର ତାତି ଭଳି ନାଚ
ତୁମ ପାଇଁ ଲଜ୍ଜାର ମାନେ କଣ,
ଏହା ସହିତ କଣ ବ୍ୟାକୁଳତା ପ୍ରକାଶ କରାଯାଏ ?
ନା, କୌଣସି ଶ୍ରମିକର ଆଖିରେ ଗୁଳି ମରାଯାଏ ?
ଜହ୍ନ ହେଉଛି ଏକ
ଦସ୍ତକ
,
ଜହ୍ନ ହେଉଛି ଏକ ଶବାଧାର ଆଚ୍ଛାଦାନ,
ଜହ୍ନ ଏକ କୀଟନାଶକ ବୋତଲ ଯାହାର ରଙ୍ଗ ହେଉଛି ନୀଳ ।
ତା’ର ଯନ୍ତ୍ରଣା
ତା’ର ପୀଡା
ହେଉଛି ବୈଶାଖିର ବର୍ଷା ।
ଯେପରି
ସବୁବେଳେ ବୁଦ୍ଧଙ୍କର
ବାଲି ପ୍ରତିମା
ତଳେ ଶରଣାଗତ -
ଜାଣି
ନଥିଲା ତା’ର
ହଳ ହେଉଛି
ସମୁଦ୍ର
ପର୍ଯ୍ୟନ୍ତ ବାଟ
କଢାଉଥିବା ଏକ
ସେତୁ ।
ତୁଷାର୍ତ୍ତର ପିଇଥିବା ଗୋଟିଏ ଢୋକ,
ଆଉ ସେହି ପିନ୍ ଚିରିଦେବ
ପର୍ସିଲିନ୍ର ସେହି ମେଘ ।
ମୃତ୍ୟୁ
ହେଉଛି ଏକ
ନର୍ଗିସ୍
,
ମୃତ୍ୟୁ
ହେଉଛି ଏକ
ଜୋତା,
ମୃତ୍ୟୁ
ମଧ୍ୟ ଖଣି ଖୋଳାଳିର ଜୀବନର କାରାମେଲ୍ ନୀଳ|
ଗୋଟିଏ ହୃଦୟ ଭିତରେ ରହିଛି ଚାରିଟି ବଖରା,
ସେଥିରୁ ଗୋଟିଏ ହେଉଛି ଭୋକର,
ଅନ୍ୟ ଗୋଟିଏ ଲୋହରି ପାଇଁ, ତିନୋଟି ବନ୍ଧୁକ ପାଇଁ ।
ଲଜ୍ଜା
ହେଉଛି ଏକ
ପକ୍ଷୀର ଗାନ
ଲଜ୍ଜା
ହେଉଛି ଏକ
ସୋରିଷ,
ଲଜ୍ଜା
ହେଉଛି
ଚୌଧଭିନ୍
ଆକାଶରେ ଏକ
ଦାଆ ।
ଆମ ଝରକା ତଳପାଖରେ ନୀଳଲୋହିତ ରଙ୍ଗର ଲିଲାକ୍ଗୁଡିକ,
ସେଗୁଡିକ ଝଡି ଯାଆନ୍ତି, ବୁଡି ଯାଆନ୍ତି
ସେମାନେ
ସେତେବେଳ ପର୍ଯ୍ୟନ୍ତ
ସ୍ୱପ୍ନ ଦେଖନ୍ତି,
ଯେତେବଳ ଯାଏଁ ଆମ ଜୀବନର ସନ୍ଧ୍ୟାକାଳର ପିଲାମାନେ
ଫୋନିକ୍ସ ପାଲଟି ନାହାନ୍ତି ।
**********
ଶବ୍ଦାବଳି
ଚଉଦ୍ଭିନ୍
;
ଶୁକ୍ଳପକ୍ଷର
୧୪ତମ
ଦିନ,
ସାଧାରଣତଃ
ଏହିଦିନ ଧାର୍ମିକ ଉପବାସ ରଖାଯାଇଥାଏ (ମୁଖ୍ୟତଃ ହିନ୍ଦୁ ସମ୍ପ୍ରଦାୟର ମହିଳାଙ୍କ ଦ୍ୱାରା)
ଦର୍ବିଶ
:
ଜଣେ ସୁଫି ଭିକ୍ଷୁକ
ଦସ୍ତକ
:
କବାଟ ଠକ୍ଠକ୍ କରିବା
ଫଲିଡୋଲ୍
: ଏକ କୀଟନାଶକ
ଲୋହରି
:
ଶୀତକାଳୀନ ଅୟାନାଂତ ବିଦାୟକାଳୀନ ଏକ ପଞ୍ଜାବି ପର୍ବ
ମିନାର୍
: କ୍ଷୁଦ୍ର ମିନାର, ଏକ
ସରୁ ଟାୱାର୍
ନର୍ଗିସ୍
:
ନାର୍ସିସସ୍
ପୋଏଟିକସ୍
ଫୁଲ ବା କବିଙ୍କ
ଡାଫୋଡିଲ୍
ବୈଶାଖି
:
ମୁଖ୍ୟତଃ ପଞ୍ଜାବ୍ରେ ପାଳନ ହେଉଥିବା କୃଷିଭିତ୍ତିକ ବସନ୍ତ ମହୋତ୍ସବ, ହେଲେ, ଉତ୍ତରରେ
ଅନ୍ୟ ଅଂଶରେ ମଧ୍ୟ ପାଳନ କରାଯାଏ
ଏହି ଦଳଗତ ପ୍ରୟାସରେ ଉଲ୍ଲେଖନୀୟ ଅବଦାନ ପାଇଁ ଆମେ ସ୍ମିତା ଖାତୋରଙ୍କୁ ଧନ୍ୟବାଦ ଜଣାଉଛୁ ।
ଅନୁବାଦ: ଓଡ଼ିଶାଲାଇଭ୍