ଉତ୍ତର ବିହାରରେ, ମୌସୁମୀ ଉତ୍ସବର ସମୟ ଥିଲା। ରାତିରେ ବର୍ଷା ପରେ ମହିଳାମାନେ ସାଧାରଣତଃ ନିଜନିଜର ଡଙ୍ଗା ଧରି ବାହାରି ଆସୁଥିଲେ, ବନ୍ୟାରେ ଗୀତ ଗାଉଥିଲେ ଏବଂ ଖୁସୀ ମନାଉଥିଲେ। ଲୋକମାନଙ୍କର ନଦୀଗୁଡ଼ିକ ସହ ସକରାତ୍ମକ ସଂଯୁକ୍ତି ଥିଲା। ଯଦିଓ ଅନେକ ସମୟରେ ସେମାନେ ବଢ଼ନ୍ତା ପାଣି ଦେଖି ଆତ୍ମହରା ହୋଇଯାଉଥିଲେ। ସେମାନେ ବନ୍ୟାର ପ୍ରତ୍ୟେକ ଦିଗ- ଗଭୀରତା, ଅବଧି ଏବଂ ତୀବ୍ରତା ପ୍ରତି ସଚେତନ ଥିଲେ-ସେମାନେ ଯଥାର୍ଥ ସାବଧାନତା ମଧ୍ୟ ଗ୍ରହଣ କରୁଥିଲେ। ସମୟକ୍ରମେ ଏହା ବଦଳିଗଲା ଏବଂ ଉତ୍ତର ବିହାରର ଲୋକମାନେ ବନ୍ୟାର ‘ପୂଜାରୀ’ ହେବା ବଦଳରେ ବନ୍ୟାର ‘ଶୀକାର’ ହୋଇଗଲେ।

ଗୋବ୍ରାହି ଗ୍ରାମର ସେନୁ ଦେବୀ ପ୍ରଶ୍ନ କରନ୍ତି, ‘ଯେତେବେଳେ ଏଠି ଏତେ ପାଣି ଜଣେ କ’ଣ କରିପାରିବ? ଜଣେ କେଉଁଠିକି ଯିବ?’

ଏଠାରେ ନିର୍ମିତ ହୋଇଥିବା ଚଳଚ୍ଚିତ୍ର ୨୦୧୫ ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଏଠାରେ ସୁଟିଂ ହୋଇଥିଲା। ଏହା ସାୟାନ୍ତନି ପାଲଚୌଧୁରୀଙ୍କ ୨୦୧୫ ପରି ଫେଲୋସିପ୍‌ର ଅଂଶ ଭାବରେ ନିର୍ମିତ ହୋଇଥିଲା।

କ୍ୟାମେରା ଏବଂ ସମ୍ପାଦନ ସମ୍ବିତ ଦତ୍ତଚୌଧୁରୀଙ୍କ ଦ୍ୱାରା, ସେ ଜଣେ ଆତ୍ମ-ଶିକ୍ଷିତ ସିନେମାଟୋଗ୍ରାଫର ଏବଂ ସମ୍ପାଦକ। ଗତ ଦୁଇବର୍ଷ ହେବ ସେ କୃଷି, ଜନସ୍ୱାସ୍ଥ୍ୟ ଏବଂ ଶିକ୍ଷା ସମ୍ପର୍କିତ କାହାଣୀଗୁଡ଼ିକରେ କାର୍ଯ୍ୟ କରିବାକୁ ସହଯୋଗ କରୁଛନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍‍

Sayantoni Palchoudhuri

சயந்தோனி பல்சவுதுரி ஒரு சுதந்திர புகைப்படக்காரர். 2015 பாரி ஃபெல்லோ. வளர்ச்சி, சுகாதாரம், சுற்றுச்சூழல் சார்ந்து இந்தியா முழுவதும் உள்ள பிரச்னைகளை ஆவணப்படுத்துவதில் இவர் கவனம் செலுத்தி வருகிறார்.

Other stories by Sayantoni Palchoudhuri
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE