ଆରବ ସାଗର ଉପକୂଳରେ ଅବସ୍ଥିତ ତୁଲୁନାଡୁ ଅଞ୍ଚଳ । ପ୍ରାଚୀନ କାଳରେ ଦରିଆପାରି ବାଣିଜ୍ୟ କାରବାର ନିମନ୍ତେ ଏହି ଅଞ୍ଚଳର ସୁଖ୍ୟାତି ରହିଛି । ଶହ ଶହ ବର୍ଷ ଧରି ଏଠାରେ ଭୂତ (ଆତ୍ମା) ପୂଜା ପରମ୍ପରା ଅନୁସୃତ ହୋଇଆସୁଛି ।

“ଭୂତ ପୂଜା ସମୟରେ ସଙ୍ଗୀତ ପରିବେଷଣ କରିବା ହିଁ ମୋର ଜୀବିକା,” ଏହା କହନ୍ତି ସୟଦ ନାସିର । ତୁଲୁନାଡୁରେ ମୁସଲମାନ ସଂପ୍ରଦାୟର ସଦସ୍ୟଙ୍କ ଦ୍ୱାରା ଗଠିତ ଏକ ସଙ୍ଗୀତ ପରିବେଷଣକାରୀ ଦଳର ସେ ଜଣେ ସଦସ୍ୟ । ସେ କହନ୍ତି, “ସଙ୍ଗୀତ ପରିବେଷଣର ଏହି ରୀତିନୀତି ପାଳନରେ ଆମେ କୌଣସି ସମସ୍ୟାର ସମ୍ମୁଖୀନ ହେଉନାହିଁ ।”

କର୍ଣ୍ଣାଟକର ମଣିପାଲ ଏକାଡେମୀ ଅଫ୍‌ ହାୟର ଏଜୁକେସନରେ ସହାୟକ ଗବେଷକ ନୀତେଶ ଅଞ୍ଚନ କହନ୍ତି ଯେ ଭୂତ ପୂଜାରେ ଅନେକ ସଂପ୍ରଦାୟର ଲୋକେ ଏକତ୍ର ହୁଅନ୍ତି । ଅଞ୍ଚନ କହନ୍ତି, “ଆପଣ ଦେଖିଛନ୍ତି ଯେ ଭିନ୍ନ ଭିନ୍ନ ସ୍ଥାନରୁ ଲୋକେ ଆସି ତୁଲୁନାଡୁରେ ବସବାସ କରୁଛନ୍ତି ଏବଂ ସେମାନେ ସମସ୍ତେ ଏହି ଅନନ୍ୟ ତୁଲୁ ପୂଜାନୀତିରେ ସାମିଲ ହୁଅନ୍ତି ।”

ଚାରି ପିଢ଼ି ଧରି ନାସିରଙ୍କ ପରିବାର ଭୂତ ପୂଜାନୀତିରେ ନାଦସ୍ୱରମ୍‌ ବାଦ୍ୟଯନ୍ତ୍ର ପରିବେଷଣ କରିଆସୁଛନ୍ତି । ସେ ଏହାକୁ ତାଙ୍କ ବାପାଙ୍କ ପାଖରୁ ଉତ୍ତରାଧିକାର ସୂତ୍ରରେ ପାଇଥିଲେ ଏବଂ ସେମାନଙ୍କର ଏହି ସଙ୍ଗୀତ ପରିବେଷଣ ପରମ୍ପରାକୁ ବଜାୟ ରଖିବାରେ ସେ ତାଙ୍କ ପରିବାରର ସର୍ବଶେଷ ସଦସ୍ୟ । ସେ କହନ୍ତି, “ଏହି ସଙ୍ଗୀତ ପ୍ରତି ଯୁବ ପିଢ଼ି କୌଣସି ପ୍ରକାରେ ଆଗ୍ରହୀ ନୁହନ୍ତି ।” ପଚାଶ ବର୍ଷରୁ ଅଧିକ ବୟସର ଏହି ସଙ୍ଗୀତଜ୍ଞ ଆହୁରି କହନ୍ତି, “ପରିସ୍ଥିତି ବି ଆଉ ଆଗଭଳି ହୋଇ ରହିନାହିଁ ଏବଂ ବର୍ତ୍ତମାନ ସ୍ଥିତି ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି ।”

ଅଞ୍ଚନ କହନ୍ତି, “ଭୂତମାନେ ତୁଲୁନାଡୁ ଲୋକଙ୍କର ଇଷ୍ଟଦେବତା ।” ସେ ଆହୁରି କହନ୍ତି ଯେ, ଏଠାକାର ଲୋକେ ଯେ କେବଳ ଭୂତମାନଙ୍କୁ ପୂଜା କରନ୍ତି ତାହା ନୁହେଁ, ବରଂ ସେମାନେ ସେମାନଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ରୂପେ ରହିଆସିଛନ୍ତି । ଭୂତ ପୂଜାରେ ମହିଳାମାନେ ଅଂଶଗ୍ରହଣ କରନ୍ତି ନାହିଁ । ହେଲେ ଭୂତ ପୂଜା ସହ ସଂପର୍କିତ କୋଲା ପୂଜାନୀତି ପାଳନରେ ମହିଳାମାନଙ୍କର ଭୂମିକା ରହିଛି । ଏଥିରେ ମହିଳାମାନଙ୍କ ଚରିତ୍ରରେ ପୁରୁଷମାନେ ଅଭିନୟ କରନ୍ତି ।

ତୁଲୁନାଡୁର ବିଭିନ୍ନ ସ୍ଥାନରେ ଭୂତ ପୂଜାନୀତି ପାଳନ ଅବସରରେ ନାସିର ଓ ସାଥୀ କଳାକାରମାନଙ୍କ ଦ୍ୱାରା ସଙ୍ଗୀତ ପରିବେଷଣର ଧାରାକୁ ନେଇ ଏହି ଫିଲ୍ମ ନିର୍ମିତ ହୋଇଛି ।

ଫିଲ୍ମ ଦେଖନ୍ତୁ: ତୁଲୁନାଡୁର ଭୂତ ପୂଜା: ଶାସ୍ତ୍ରୀୟ ପରମ୍ପରାର ସମନ୍ୱୟର ବାର୍ତ୍ତାବହ

ପ୍ରଚ୍ଛଦ ଫଟୋ: ଗୋବିନ୍ଦ ରାଦେଶ ନାୟାର

ଏହି ଆଲେଖ୍ୟ ପ୍ରସ୍ତୁତିରେ ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନ (MMF) ଦ୍ୱାରା ପ୍ରଦତ୍ତ ଏକ ଫେଲୋସିପ୍‌ର ସହାୟତା ରହିଛି

ଅନୁବାଦ: ଓଡ଼ିଶାଲାଇଭ୍‍

Faisal Ahmed

ஃபைசல் அகமது ஓர் ஆவணப்பட இயக்குநர். கடலோர கர்நாடகாவின் மல்பேவில் வசிப்பவர். முன்பு அவர் மணிபால் உயர்கல்வி நிறுவனத்தில் பணிபுரிந்தார். அங்கு துளுநாட்டில் நிலவும் பண்பாடுகள் பற்றிய ஆவணப்படங்களை இயக்கினார். MMF-PARI-ன் மானியப்பணியில் 2022-23-ல் இருந்தவர்.

Other stories by Faisal Ahmed
Text Editor : Siddhita Sonavane

சித்திதா சொனாவனே ஒரு பத்திரிகையாளரும் பாரியின் உள்ளடக்க ஆசிரியரும் ஆவார். மும்பையின் SNDT பெண்களின் பல்கலைக்கழகத்தில் 2022ம் ஆண்டு முதுகலைப் பட்டம் பெற்றவர். அங்கு ஆங்கிலத்துறையின் வருகை ஆசிரியராக பணியாற்றுகிறார்.

Other stories by Siddhita Sonavane
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE