

Birbhum, West Bengal
|FRI, JUN 01, 2018
କୁନି ବର୍ଷାର ବଡ଼ ଯାତ୍ରା
ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲା ଶ୍ୟାମବତୀ ଗାଁର ବର୍ଷା ଗରାଇ। ସେ ତାଙ୍କ ବୟସର ଏକମାତ୍ର ଝିଅ, ଯିଏ ଅନୁଭବୀ ବାଉଲ ସଂଗୀତଜ୍ଞ ବାସୁଦେବ ଦାସଙ୍କଠାରୁ ତାଲିମ ନେଉଥିଲେ। ଚାରି ବର୍ଷ ବୟସରୁ ସେ ତାତ୍ତ୍ଵିକ ବାଉଲ ସଂଗୀତ ଗାଇ ଆସୁଛନ୍ତି।
Author
Translator

Ananya Chakroborty
ବର୍ଷା କହିଲେ, "ମତେ ପାଠ ପଢିବା ସହ ଗୀତ ଗାଇବା ଏବଂ ପେଣ୍ଟିଂ କରିବାକୁ ଭଲଲାଗେ।" ପଶ୍ଚିମବଙ୍ଗରେ ସାଧାରଣତଃ କମ୍ ବୟସର ଝିଅମାନେ ବାଉଲ ଗୀତ ଶିଖନ୍ତି ନାହିଁ। ଯଦିଓ କିଛି ବାଉଲ ଗାୟିକା ଅଛନ୍ତି, ଏମାନଙ୍କ ସଂଖ୍ୟା କିନ୍ତୁ ପୁରୁଷଙ୍କଠାରୁ ଯଥେଷ୍ଟ କମ। ବାସୁଦେବ ଦାସଙ୍କଠାରୁ ତାଲିମ ନେବାରେ ବର୍ଷା ହେଉଛି ତା ବୟସର ଏକମାତ୍ର ଝିଅ।
ବାଉଲ ସଂଗୀତ ହେଉଛି ରହସ୍ୟବାଦ ସଂଗୀତ, ଏହି ସଂଗୀତରେ ରହିଛି ଜୀବନ ଦର୍ଶନ ଏବଂ ସଂସ୍କୃତିର ପ୍ରତିଫଳନ। ବାଉଲମାନେ ସଙ୍ଗୀତ ତଥା ନିଜର ସୁନ୍ଦର ପ୍ରାର୍ଥନା ମାଧ୍ୟମରେ ଦିବ୍ୟତାର ସନ୍ଧାନ ପାଇଁ କାର୍ଯ୍ୟ କରନ୍ତି, ସେମାନେ ନିଜକୁ ଆନ୍ତରିକ ସତ୍ୟର ସାଧକ ଭାବେ ପରିଗଣିତ କରନ୍ତି। ବାଉଲମାନେ ସେମାନଙ୍କ ସଂଗୀତ ମାଧ୍ୟମରେ ଈଶ୍ୱର ଏବଂ ସତ୍ୟର ସନ୍ଧାନ କରନ୍ତି। ବାଉଲ ସଂଗୀତରେ ରହିଛି ନିଃସର୍ତ୍ତ ଭଗବତ ପ୍ରେମ, ଦେହ ସାଧନା ଏବଂ ମନ ସାଧନାର ବାଣୀ। ଶିଶୁ ମନ ପାଇଁ ଏହା ଏକ ଜଟିଳ ତଥ୍ୟ। କିନ୍ତୁ ବର୍ଷା ଏହି ଦୁନିଆ ଭିତରକୁ ତାଙ୍କ ଯାତ୍ରା ଆରମ୍ଭ କରି ସାରିଛନ୍ତି।
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/କୁନି-ବର୍ଷାର-ବଡ଼-ଯାତ୍ରା

