ପ୍ରାୟ ୩୦ ବର୍ଷ ବୟସ୍କ ଗଣେଶ ପଣ୍ଡିତ ସମ୍ଭବତଃ ନୂଆଦିଲ୍ଲୀର ପୁରୁଣା ଯମୁନା ସେତୁ ଲୋହା ପୁଲ୍ର ସର୍ବକନିଷ୍ଠ ବାସିନ୍ଦା। ସେ କହିଛନ୍ତି ଯେ ତାଙ୍କ ସମ୍ପ୍ରଦାୟର ଯୁବକମାନେ ସୁଇମିଂ କୋଚ୍ ଭାବରେ ଅଧିକ ‘ମୁଖ୍ୟଧାରା’ର ଚାକିରି କରିବାକୁ ଏବଂ ପାଖରେ ଥିବା ଚାନ୍ଦନୀ ଚୌକରେ ଖୁଚୁରା ଦୋକାନରେ କାମ କରିବାକୁ ପସନ୍ଦ କରନ୍ତି ।
ଦିଲ୍ଲୀ ଦେଇ ପ୍ରବାହିତ ହେଉଥିବା ଯମୁନା ହେଉଛି ଗଙ୍ଗାର ଦୀର୍ଘତମ ଉପନଦୀ ଏବଂ ଆୟତନ ଦୃଷ୍ଟିରୁ ଦ୍ୱିତୀୟ ସର୍ବବୃହତ୍ (ଘାଘରା ପ୍ରଥମ)।
ପଣ୍ଡିତ ଯମୁନା ଉପରେ ଫଟୋ ସୁଟ୍ କରାଇଥା’ନ୍ତି ଏବଂ ନଦୀ ମଝିରେ ପୂଜାପାଠ କରିବାକୁ ଚାହୁଁଥିବା ଲୋକଙ୍କୁ ପରିବହନ କରନ୍ତି। ‘‘ଯେଉଁଠାରେ ବିଜ୍ଞାନ ବିଫଳ ହୁଏ, ସେଠାରେ ବିଶ୍ୱାସ କାମ କରେ’’, ସେ କହିଥା’ନ୍ତି। ତାଙ୍କ ବାପା ଏଠାରେ ଜଣେ ପୂଜକ ଏବଂ ସେ ଓ ତାଙ୍କ ଦୁଇ ଭାଇ, ‘‘ଯୁବାବସ୍ଥାରେ ଯମୁନାରେ ସନ୍ତରଣ କରିବା ଶିଖିଥିଲେ।’’ ପଣ୍ଡିତଙ୍କ ଭାଇମାନେ ପଞ୍ଚ ତାରକା ହୋଟେଲରେ ଲାଇଫ୍ ଗାର୍ଡ ଭାବରେ କାର୍ଯ୍ୟ କରନ୍ତି।






