‘‘ ୟେ ବାରା ଲାଖ୍‌ ୱାଲା ନା? ଇସି କି ବାତ୍‌ କର୍‌ ରହେ ହୈ ନା?’’ ଶାହିଦ ହୁସୈନ (୩୦) ତାଙ୍କ ଫୋନରେ ହ୍ୱାଟ୍ସ ଆପ୍‌ ମେସେଜ୍‌ ଧରି ମୋ ଆଗରେ ଛିଡ଼ା ହୋଇଛନ୍ତି । ଏହା ଆୟକର ସୀମା ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯିବା ସହ ଜଡ଼ିତ। ଶାହିଦ ଜଣେ କ୍ରେନ୍ ଅପରେଟର ଏବଂ ସେ ବେଙ୍ଗାଲୁରୁରେ ଏକ ମେଟ୍ରୋ ଲାଇନରେ ନାଗାର୍ଜୁନ କନଷ୍ଟ୍ରକ୍ସନ କମ୍ପାନୀ ସହ କାମ କରୁଛନ୍ତି।

‘‘ଆମେ ୧୨ ଲକ୍ଷ ଟଙ୍କା ଟିକସ-ମୁକ୍ତ ବଜେଟ୍‌ ବିଷୟରେ ଅନେକ ଚର୍ଚ୍ଚା ଶୁଣୁଛୁ,’’ ସେହି ସ୍ଥାନରେ କାମ କରୁଥିବା ବ୍ରିଜେଶ ଯାଦବ ବ୍ୟଙ୍ଗ କରି କୁହନ୍ତି। ‘‘ଏଠାରେ କେହି ଜଣେ ହେଲେ ବାର୍ଷିକ ୩.୫ ଲକ୍ଷ (ଟଙ୍କା) ଠାରୁ ଅଧିକ ରୋଜଗାର କରନ୍ତି ନାହିଁ।’’ ୨୦ ବର୍ଷରୁ ଅଧିକ ବୟସ୍କ ବ୍ରିଜେଶ ଉତ୍ତର ପ୍ରଦେଶ ଦେଓରିଆ ଜିଲ୍ଲାରେ ଥିବା ଡୁମାରିଆ ଗ୍ରାମର ଜଣେ ଅଣକୁଶଳୀ ପ୍ରବାସୀ ଶ୍ରମିକ।

‘‘ଏହି କାମ ଚାଲୁଥିବା ବେଳେ, ଆମେ ମାସକୁ ପ୍ରାୟ ୩୦,୦୦୦ ଟଙ୍କା ରୋଜଗାର କରିବୁ,’’ ବିହାରର କୈମୁର (ଭାବୁଆ) ଜିଲ୍ଲାର ବାସିନ୍ଦା ଶାହିଦ୍ କୁହନ୍ତି। ସେ କାମ ଖୋଜିବା ପାଇଁ ଅନେକ ରାଜ୍ୟକୁ ଯାଇଛନ୍ତି। ‘‘ଏହି ଚାକିରି ପରେ, ହୁଏତ କମ୍ପାନୀ ଆମକୁ ଅନ୍ୟତ୍ର ପଠାଇବ, କିମ୍ବା ଆମେ ଅନ୍ୟ କାମ ଖୋଜିବୁ ଯାହା ୧୦-୧୫ ଟଙ୍କା ଅଧିକ ଦେବ।’’

PHOTO • Pratishtha Pandya
PHOTO • Pratishtha Pandya

ଶାହିଦ୍ ହୁସୈନ୍, ଜଣେ କ୍ରେନ୍ ଅପରେଟର (କମଳା ସାର୍ଟରେ), ବ୍ରିଜେଶ ଯାଦବ (ନୀଳ ସାର୍ଟରେ ଜଣେ ଅଣକୁଶଳୀ ଶ୍ରମିକ) ରାଜ୍ୟ ଭିତରୁ ଏବଂ ବାହାରୁ ଆସିଥିବା ଅନ୍ୟ ଅନେକ ପ୍ରବାସୀଙ୍କ ସହ ବେଙ୍ଗାଲୁରୁର ଏନଏଚ୪୪ ସହିତ ମେଟ୍ରୋ ଲାଇନରେ କାମ କରନ୍ତି। ସେମାନେ କୁହନ୍ତି, ଏହି ସ୍ଥାନରେ କାମ କରୁଥିବା କେହି ବର୍ଷକୁ ସାଢ଼େ ତିନି ଲକ୍ଷରୁ ଅଧିକ ରୋଜଗାର କରନ୍ତି ନାହିଁ

PHOTO • Pratishtha Pandya
PHOTO • Pratishtha Pandya

ଉତ୍ତର ପ୍ରଦେଶର ନଫୀଜ୍‌ ବେଙ୍ଗାଲୁରୁରେ ଜଣେ ପ୍ରବାସୀ ଉଠାଦୋକାନୀ। ଜୀବିକା ନିର୍ବାହ କରିବା ପାଇଁ ତାଙ୍କୁ ନିଜ ଗାଁରୁ ୧୭୦୦ କିଲୋମିଟର ଦୂରକୁ ଆସିବାକୁ ପଡ଼ି ଛି। ବଞ୍ଚିବାର ଆହ୍ୱାନରେ ଫସି ଯାଇ ସେ ବଜେଟ୍‌ ବିଷୟରେ ଚିନ୍ତା କରିବାକୁ କମ୍‌ ସମୟ ପାଆନ୍ତି

ରାସ୍ତା ଅପରପାର୍ଶ୍ୱରେ ଥିବା ଟ୍ରାଫିକ୍ ଛକରେ, ୟୁପିର ଅନ୍ୟ ଜଣେ ପ୍ରବାସୀ ୱିଣ୍ଡୋ ସିଲ୍ଡ, କାର୍ ନେକ ସପୋର୍ଟ, ମାଇକ୍ରୋଫାଇବର୍ ଡଷ୍ଟର ଏବଂ ଆହୁରି ଅନେକ ସାମଗ୍ରୀ ବିକ୍ରି କରୁଛନ୍ତି। ସେ ରାସ୍ତା ଉପରୁ ତଳକୁ ବାରମ୍ବାର ଯାଆନ୍ତି ଏବଂ ଛକରେ ଅପେକ୍ଷା କରିଥିବା କାର୍‌ ଝରକାକୁ ଠକ୍‌ ଠକ୍‌ କରନ୍ତି। ‘‘ ଆରେ କା ବଜେଟ୍‌ ବୋଲେ? କା ନ୍ୟୁଜ୍‌? (କେଉଁ ବଜେଟ୍‌ କଥା ମୁଁ କହିବି? କେଉଁ ଖବର?)’’ ନଫୀଜ୍‌ ମୋ ପ୍ରଶ୍ନରେ ବିରକ୍ତି ପ୍ରକାଶ କରିଥିଲେ।

ଏଠାରୁ ୧,୭୦୦ କିଲୋମିଟର ଦୂରରେ ଥିବା ଉତ୍ତର ପ୍ରଦେଶ ପ୍ରୟାଗରାଜ ଜିଲ୍ଲା ଭରତଗଞ୍ଜରେ ରହୁଥିବା ସେମାନଙ୍କର ସାତ ଜଣିଆ ପରିବାରରେ କେବଳ ସେ ଓ ତାଙ୍କ ଭାଇ ରୋଜଗାର କରନ୍ତି। ‘‘ଆମର କାମକୁ ନେଇ ଆମର ରୋଜଗାର ହୋଇଥାଏ। ଆଜ୍‌ ହୁଆ ତୋ ହୁଆ, ନହିଁ ହୁଆ ତୋ ନହିଁ ହୁଆ। (ଯଦି ଆଜି ମୋର ରୋଜଗାର ହେଲା ତ’ ହେଲା; ନହେଲେ ନାହିଁ)। କାମ ଥିଲେ ମୋର ୩୦୦ ଟଙ୍କା ରୋଜଗାର ହୁଏ। ଛୁଟି ଦିନରେ  ଏହା ୬୦୦ ଛୁଇଁପାରେ।’’

‘‘ଗାଁରେ ଆମର ଜମି ନାହିଁ। ଆମେ କାହା ଜମିରେ ଭାଗ ଚାଷୀ ରୂପେ କାମ କଲେ ‘୫୦:୫୦ ବ୍ୟବସ୍ଥା’ ଚାଲିଥାଏ।’’ ସେମାନେ ଅଧା ଖର୍ଚ୍ଚ ତୁଲାଇଥାନ୍ତି - ପାଣି, ବିହନ ଓ ଅନ୍ୟାନ୍ୟ ସାମଗ୍ରୀ। ‘‘କାମ ସବୁ ଆମର - ତଥାପି ଆମେ ଫସଲର ଅଧା ସମର୍ପଣ କରିଥାଉ। ଆମେ ଚଳିପାରିବୁ ନାହିଁ। ବଜେଟ୍‌ ବିଷୟରେ କ’ଣ କହିବି?’’ ନଫୀଜ୍‌ ଧୈର୍ଯ୍ୟହରା ହୋଇପଡ଼ନ୍ତି। ପୁଣି ନାଲି ଲାଇଟ୍‌ ଜଳି ଉଠେ ଏବଂ ସେ ସବୁଜ ଲାଇଟ୍‌ ଜଳିବାକୁ ଇନସୁଲେଟେଡ୍‌ କାର୍‌ ଭିତରେ ଅପେକ୍ଷା କରିଥିବା ସମ୍ଭାବ୍ୟ ଗ୍ରାହକଙ୍କୁ ଖୋଜିବାକୁ ସେ ଚାଲି ଯାଆନ୍ତି।

ଅନୁବାଦ : ଓଡ଼ିଶାଲାଇଭ୍‍

Pratishtha Pandya

ਪ੍ਰਤਿਸ਼ਠਾ ਪਾਂਡਿਆ PARI ਵਿੱਚ ਇੱਕ ਸੀਨੀਅਰ ਸੰਪਾਦਕ ਹਨ ਜਿੱਥੇ ਉਹ PARI ਦੇ ਰਚਨਾਤਮਕ ਲੇਖਣ ਭਾਗ ਦੀ ਅਗਵਾਈ ਕਰਦੀ ਹਨ। ਉਹ ਪਾਰੀਭਾਸ਼ਾ ਟੀਮ ਦੀ ਮੈਂਬਰ ਵੀ ਹਨ ਅਤੇ ਗੁਜਰਾਤੀ ਵਿੱਚ ਕਹਾਣੀਆਂ ਦਾ ਅਨੁਵਾਦ ਅਤੇ ਸੰਪਾਦਨ ਵੀ ਕਰਦੀ ਹਨ। ਪ੍ਰਤਿਸ਼ਠਾ ਦੀਆਂ ਕਵਿਤਾਵਾਂ ਗੁਜਰਾਤੀ ਅਤੇ ਅੰਗਰੇਜ਼ੀ ਵਿੱਚ ਪ੍ਰਕਾਸ਼ਿਤ ਹੋ ਚੁੱਕਿਆਂ ਹਨ।

Other stories by Pratishtha Pandya

ਪੀ ਸਾਈਨਾਥ People’s Archive of Rural India ਦੇ ਮੋਢੀ-ਸੰਪਾਦਕ ਹਨ। ਉਹ ਕਈ ਦਹਾਕਿਆਂ ਤੋਂ ਦਿਹਾਤੀ ਭਾਰਤ ਨੂੰ ਪਾਠਕਾਂ ਦੇ ਰੂ-ਬ-ਰੂ ਕਰਵਾ ਰਹੇ ਹਨ। Everybody Loves a Good Drought ਉਨ੍ਹਾਂ ਦੀ ਪ੍ਰਸਿੱਧ ਕਿਤਾਬ ਹੈ। ਅਮਰਤਿਆ ਸੇਨ ਨੇ ਉਨ੍ਹਾਂ ਨੂੰ ਕਾਲ (famine) ਅਤੇ ਭੁੱਖਮਰੀ (hunger) ਬਾਰੇ ਸੰਸਾਰ ਦੇ ਮਹਾਂ ਮਾਹਿਰਾਂ ਵਿਚ ਸ਼ੁਮਾਰ ਕੀਤਾ ਹੈ।

Other stories by P. Sainath
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE