ବଜେଟ୍‌ ବିଷୟରେ ଜାଣିବା ପୁରୁଷ ଲୋକଙ୍କ କାମ ବୋଲି ଅଞ୍ଜନା ଦେବୀ ବିଶ୍ୱାସ କରନ୍ତି।

‘‘ ମରଦ ଲୋଗ୍‌ ହି ଜାନତା ହୈ ଏ ସବ୍‌ , ଲେକିନ୍‌ ୱ ତୋ ନହିଁ ହେଁ ଘର ପର୍‌ (କେବଳ ପୁରୁଷମାନେ ଏ ବିଷୟରେ ଜାଣନ୍ତି କିନ୍ତୁ ମୋ ସ୍ୱାମୀ ଘରେ ନାହାନ୍ତି)’’, ସେ କୁହନ୍ତି। ତେବେ ଘରେ, ସେ ହିଁ ଏକାକୀ ପରିବାରର ବଜେଟ ଚଳେଇଥା’ନ୍ତି। ଅଞ୍ଜନା ଜଣେ ଚମାର , ଅନୁସୂଚିତ ଜାତି ସମ୍ପ୍ରଦାୟର ଜଣେ ସଦସ୍ୟା।

‘‘ବଜ୍ଜଟ୍‌ (ବଜେଟ)!’’ ସେ କୁହନ୍ତି, ଏବଂ ନୂଆ ଘୋଷଣା ସମ୍ପର୍କରେ ସେ ଶୁଣିଛନ୍ତି କି ନାହିଁ ତାହା ମନେ ପକାଇଥା’ନ୍ତି। ‘‘ୱ ସବ୍‌ ତୋ ହମ୍‌ ନହିଁ ସୁନେ ହେଁ (ଏ ସମ୍ପର୍କରେ ମୁଁ ଶୁଣିନାହିଁ)।’’ କିନ୍ତୁ ବିହାର ବୈଶାଳୀ ଜିଲ୍ଲା ସୋନ୍ଧୋ ରାତ୍ତି ଗ୍ରାମର ଏହି ଦଳିତ ନିବାସୀ କୁହନ୍ତି: ‘‘ଏ ସବ୍‌ (ବଜେଟ୍‌) ପୈସେ ୱାଲା ଲୋଗ୍‌ କେଲିୟେ ହେ (ଏସବୁ ଧନୀ ଲୋକଙ୍କ ପାଇଁ)।’’

ଆମେ ଯାଇଥିବା ସମୟରେ, ସେମାନଙ୍କ ଘରେ ଗୋଟିଏ ରେଡିଓ ମରାମତି ଦୋକାନ ଚଳେଇ ଥିବା ଅଞ୍ଜନାଙ୍କ ସ୍ୱାମୀ ୮୦ ବର୍ଷ ବୟସ୍କ ଶମ୍ଭୁ ରାମ ଭଜନ ଗାୟକ ଭାବେ ଏକ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ବାହାରକୁ ଯାଇଥିଲେ। ତାଙ୍କ ଦୋକାନକୁ ଖୁବ କମ୍‌ ଗ୍ରାହକ ଆସନ୍ତି। ‘‘ଆମେ ଗୋଟିଏ ସପ୍ତାହରେ ଅତି କଷ୍ଟରେ ୩୦୦-୪୦୦ ଟଙ୍କା ରୋଜଗାର କରିଥାଉ,’’ ସେ କୁହନ୍ତି। ଅତି ବେଶୀ ହେଲେ ବାର୍ଷିକ ହାରାହାରୀ ୧୬,୫୦୦ ଟଙ୍କା ହୋଇଥାଏ। କିମ୍ବା ବ୍ୟକ୍ତିବିଶେଷଙ୍କ ପାଇଁ ଆୟକର ଛାଡ଼ ସୀମା ୧୨ ଲକ୍ଷ ଟଙ୍କାର ମାତ୍ର ୧.୩୭ ପ୍ରତିଶତ। ବର୍ଦ୍ଧିତ ସୀମା ବିଷୟରେ ଶୁଣିଲେ ସେ ହସନ୍ତି। ‘‘ବେଳେ ବେଳେ ଆମେ ଗୋଟିଏ ସପ୍ତାହରେ ୧୦୦ ଟଙ୍କା ସୁଦ୍ଧା ରୋଜଗାର କରିପାରିନଥାଉ। ଏବେ ମୋବାଇଲ ଫୋନର ଯୁଗ, କେହି ଆଉ ରେଡିଓ ଶୁଣୁନାହାନ୍ତି,’’ ସେ ଅଭିଯୋଗ କରନ୍ତି।

PHOTO • Umesh Kumar Ray
PHOTO • Umesh Kumar Ray

ବାମ: ଅଞ୍ଜନା ଦେବୀ ବିହାର ବୈଶାଳୀ ଜିଲ୍ଲାର ସୋନ୍ଧୋ ରାତ୍ତି ଗ୍ରାମରେ ରୁହନ୍ତି। ଏହି ଗାଁରେ ଚମାର ସମ୍ପ୍ରଦାୟର ୧୫୦ଟି ଘର ଅଛି ଏବଂ ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଭୂମିହୀନ। ଡାହାଣ: ୮୦ ବର୍ଷ ବୟସ୍କ ଶମ୍ଭୁ ରାମଙ୍କର ରେଡିଓ ମରାମତି ଦୋକାନ

PHOTO • Umesh Kumar Ray

ପରିବାରର ବଜେଟ୍‌ ପରିଚାଳନା କରୁଥିବା ଅଞ୍ଜନା ଦେବୀଙ୍କର କେନ୍ଦ୍ର ବଜେଟ୍‌ ସମ୍ପର୍କରେ କୌଣସି ଜ୍ଞାନ ନାହିଁ

ଅଞ୍ଜନା (୭୫) ସେହି ୧୪୦ କୋଟି ଭାରତୀୟଙ୍କ ମଧ୍ୟରୁ ଜଣେ ଯେଉଁମାନଙ୍କର ‘ଆକାଂକ୍ଷା’ ବଜେଟରେ ପୂରଣ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱାସ କରନ୍ତି। କିନ୍ତୁ ନୂଆଦିଲ୍ଲୀର କ୍ଷମତା କେନ୍ଦ୍ରଠାରୁ ୧,୧୦୦ କିଲୋମିଟର ଦୂରରେ ରହୁଥିବା ଅଞ୍ଜନା ଏଭଳି ବିଶ୍ୱାସ କରନ୍ତି ନାହିଁ।

ଶୀତୁଆ ଅପରାହ୍ଣ ଥିଲା। ଲୋକମାନେ ସେମାନଙ୍କର ଦୈନନ୍ଦିନ କାମରେ ବ୍ୟସ୍ତ ଥିଲେ, ବୋଧହୁଏ ବଜେଟ୍‌ ବିଷୟରେ ଜାଣିନଥିଲେ। ଅଥବା ସେମାନଙ୍କ ପାଇଁ ଏହାର ଅପ୍ରାସଙ୍ଗିକତାକୁ ସେମାନେ ବୁଝି ନେଇଥିଲେ।

ବଜେଟକୁ ନେଇ ଅଞ୍ଜନାଙ୍କ ମନରେ କୌଣସି ଆଶା ନାହିଁ। ‘‘ ସରକାର କ୍ୟା ଦେଗା! କମାୟେଙ୍ଗେ ତୋ ଖାୟେଙ୍ଗେ, ନହିଁ କମାୟେଙ୍ଗେ ତୋ ଭୁଖଲେ ରହେଙ୍ଗେ (ସରକାର ଆମକୁ କ’ଣ ଦେବ! ଆମେ ରୋଜଗାର କଲେ ଖାଇବୁ, ନହେଲେ ଭୋକରେ ରହିବୁ)।’’

ଗାଁର ୧୫୦ ଚମାର ପରିବାର ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ଭୂମିହୀନ। ମୁଖ୍ୟତଃ ଦିନ ମଜୁରିଆ ଶ୍ରମିକ ଯେଉଁମାନେ ବର୍ଷର ନିର୍ଦ୍ଦିଷ୍ଟ ସମୟରେ କାମ କରିବା ଲାଗି ବାହାରକୁ ଚାଲି ଯାଆନ୍ତି। ସେମାନେ କେବେ ବି କୌଣସି ଟିକସ ପରିଧି ମଧ୍ୟରେ ରହିନାହାନ୍ତି।

ଅଞ୍ଜନା ଦେବୀ ମାସିକ ପାଞ୍ଚ କିଲୋଗ୍ରାମ ଲେଖାଏଁ ଖାଦ୍ୟଶସ୍ୟ ମାଗଣାରେ ପାଆନ୍ତି, କିନ୍ତୁ ନିୟମିତ ଆୟ ପାଇଁ ତାଙ୍କୁ ସଂଘର୍ଷ କରିବାକୁ ହୁଏ। ‘‘ମୋ ସ୍ୱାମୀ ବହୁତ ବୁଢ଼ା ହୋଇଗଲେଣି ଏବଂ କାମ କରିପାରିବେ ନାହିଁ। ଆମକୁ ବଞ୍ଚିବା ପାଇଁ ସରକାରଙ୍କଠାରୁ କୌଣସି ନିୟମିତ ଆୟ ଦରକାର।’’

ଅନୁବାଦ: ଓଡ଼ିଶାଲାଇଭ୍‍

Umesh Kumar Ray

ਉਮੇਸ਼ ਕੁਮਾਰ ਰੇ 2022 ਦੇ ਪਾਰੀ ਫੈਲੋ ਹਨ। ਬਿਹਾਰ ਦੇ ਰਹਿਣ ਵਾਲ਼ੇ ਉਮੇਸ਼ ਇੱਕ ਸੁਤੰਤਰ ਪੱਤਰਕਾਰ ਹਨ ਤੇ ਹਾਸ਼ੀਆਗਤ ਭਾਈਚਾਰਿਆਂ ਦੇ ਮੁੱਦਿਆਂ ਨੂੰ ਚੁੱਕਦੇ ਹਨ।

Other stories by Umesh Kumar Ray

ਪੀ ਸਾਈਨਾਥ People’s Archive of Rural India ਦੇ ਮੋਢੀ-ਸੰਪਾਦਕ ਹਨ। ਉਹ ਕਈ ਦਹਾਕਿਆਂ ਤੋਂ ਦਿਹਾਤੀ ਭਾਰਤ ਨੂੰ ਪਾਠਕਾਂ ਦੇ ਰੂ-ਬ-ਰੂ ਕਰਵਾ ਰਹੇ ਹਨ। Everybody Loves a Good Drought ਉਨ੍ਹਾਂ ਦੀ ਪ੍ਰਸਿੱਧ ਕਿਤਾਬ ਹੈ। ਅਮਰਤਿਆ ਸੇਨ ਨੇ ਉਨ੍ਹਾਂ ਨੂੰ ਕਾਲ (famine) ਅਤੇ ਭੁੱਖਮਰੀ (hunger) ਬਾਰੇ ਸੰਸਾਰ ਦੇ ਮਹਾਂ ਮਾਹਿਰਾਂ ਵਿਚ ਸ਼ੁਮਾਰ ਕੀਤਾ ਹੈ।

Other stories by P. Sainath
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE