ଛାୟା ଉବାଲେ ମନେ ପକାନ୍ତି କେମିତି ତାଙ୍କ ମା’ ପଥର ଭଙ୍ଗା ମିଲ୍ରେ ପାରିବାରିକ ଆନନ୍ଦ ଓ କଷ୍ଟ ଆଧାରରେ ଗାଉଥିବା ଗ୍ରାଇଣ୍ଡମିଲ୍ ଗୀତ ଓ ଅନ୍ୟାନ୍ୟ ଲୋକଗୀତ ସମୂହ


Pune, Maharashtra
|TUE, DEC 31, 2024
ପିତା କଲରାକୁ କରନ୍ତି ମିଠା
Author
Translator
“ମୋ ମା’ ଏକାଧିକ ଗୀତ ଗାଉଥିଲେ, କିନ୍ତୁ ସେଗୁଡ଼ିକୁ ମନେ ପକେଇବା କଷ୍ଟକର”, ଛାୟା ଉବାଲେଙ୍କୁ ‘ପରୀ’ ତରଫରୁ ଆମେ ଯେତେବେଳେ ଯାଇ ମହାରାଷ୍ଟ୍ରର ପୁଣେ ଅନ୍ତର୍ଗତ ସିରୁର ତାଲୁକାରେ ଭେଟିଲୁ ସେ କହିଲେ। ଯେଉଁ ଗାୟକମାନେ ଗ୍ରାଇଣ୍ଡମିଲ ଗୀତ ପ୍ରକଳ୍ପ ପାଇଁ ଗୀତ ବୋଲିଥିଲେ ସେମାନଙ୍କ ସହ ସମ୍ପର୍କ ଯୋଡ଼ିବା ଅଭିପ୍ରାୟରେ ଅକ୍ଟୋବର ୨୦୧୭ ରେ ଆମେ ଯାଇ ସଭିନଦାନେ ଗାଁରେ ରହୁଥିବା ପାୱାରଙ୍କ ଘରେ ପହଞ୍ଚିଲୁ। ଦେଖିଲୁ କି ପୁଅ, ଝିଅ, ବୋହୁ ଓ ନାତି ନାତୁଣୀମାନଙ୍କ ଦ୍ଵାରା ତାଙ୍କ ଘର ଏକ ପରିପୂର୍ଣ୍ଣ ପରିବାର।
ଚାରି ବର୍ଷ ତଳେ ଗୀତା ପାୱାର ଇହଧାମ ତ୍ୟାଗ କରିଥିବାରୁ ତାଙ୍କୁ ଆମେ ଭେଟି ପାରିଲୁ ନାହିଁ। ମା’ଙ୍କର ଗାୟିକୀ ସମ୍ପର୍କରେ ଝିଅ ଛାୟା ଉବାଲେଙ୍କ ସ୍ମୃତିଚାରଣ ଉପରେ ହିଁ ଆମକୁ ନିର୍ଭର କରିବାକୁ ପଡ଼ିଲା। ୪୩-ବର୍ଷୀୟା ଝିଅ ଛାୟା ତାଙ୍କ ମା’ଙ୍କ ରୂପା ଯୋଡାୱେ ବା ପାଦ ଆଙ୍ଗୁଠି ମୁଦି ଆମକୁ ଦେଖାଇଲେ। ତାହାକୁ ଅତ୍ୟନ୍ତ ଶ୍ରଦ୍ଧାର ସହ ଗୀତାଙ୍କ ଫ୍ରେମ ହୋଇଥିବା ଫଟୋ ନିକଟରେ ରଖା ଯାଇଥିଲା।
ସେ ତାଙ୍କ ମା’ଙ୍କଠାରୁ ଶୁଣିଥିବା ଓଭିକୁ (ଗୀତକୁ) ମନେ ପକେଇବାକୁ କିଛି ସମୟ ଚେଷ୍ଟା କରିବା ପରେ ଛାୟା ଚାରିଟି ଗ୍ରାଇଣ୍ଡମିଲ୍ ଗୀତ ବୋଲିଲେ, ଯାହାକୁ ସେ ଦୁଇଟି ଲୋକଗୀତ ଗୁଣୁଗୁଣେଇବା ମଝିରେ ରଖିଥିଲେ, ସେଥିରୁ ଗୋଟିଏ ଦୁଃଖଦ ହୋଇଥିବା ବେଳେ ଅନ୍ୟଟି ଖୁସିଭରା ଥିଲା। ପରମ କାରୁଣିକ ଭଦ୍ରା ରାଜା ଅଶ୍ଵପତିଙ୍କ ଝିଅ କିମ୍ବଦନ୍ତୀୟ ସାବିତ୍ରୀଙ୍କ ଗୁଣଗାନ କରୁଥିବା ଦୁଇଧାଡ଼ିର ଗପ କହିବା ସହ ସେ ତାଙ୍କ ଗାୟିକୀ ଆରମ୍ଭ କରିଥିଲେ। ଏହି ଦ୍ଵିପଦୀକୁ ଗାଲା (ରାଗ ଆଳାପ) କୁହାଯାଏ, ଯାହାକି ଏକ ନିର୍ଦ୍ଦିଷ୍ଟ ସ୍ଵର ସହ ବାନ୍ଧି ହୋଇଥାଏ ଏବଂ ସାଧାରଣତଃ ଅଭ୍ୟାସଗତ ଭାବେ ତାହାରି ଆଧାରରେ ପରବର୍ତ୍ତୀ ଗୀତଗୁଡିକ ବୋଲାଯାଏ।

Samyukta Shastri

Samyukta Shastri

Samyukta Shastri
ପ୍ରଥମ ଲୋକଗୀତରେ ସେ ମହାଭାରତର ପାଣ୍ଡବ ପାଞ୍ଚ ଭାଇ ଓ ଶହେ ବଡବାପା ପୁଅ କୌରବଙ୍କ ମଧ୍ୟରେ କଳହ ମଧ୍ୟରେ ଜଣେ ଏକାକୀ ନାରୀ ଭାବେ ଗୋଟିଏ ବଡ଼ ପରିବାରରେ ଦୈନନ୍ଦିନ କାମ କରୁଥିବା ତାଙ୍କ ନିଜ ଅବସ୍ଥାର ତୁଳନା କରିଛନ୍ତି। ପନ୍ଧାରପୁରଠାରେ ଅବସ୍ଥିତ ମନ୍ଦିରର ବିଠାଲ-ରୁକ୍ମିଣୀଙ୍କ ପ୍ରତି ସେ ତାଙ୍କ ଭକ୍ତି ନିବେଦନ କରନ୍ତି ଓ ସେହି ଦେବାଦେବୀଙ୍କୁ ନିଜ ବାପା ମା’ଙ୍କ ପରି ଭଲ ପାଆନ୍ତି ବୋଲି ଭାବ ପ୍ରକାଶ କରନ୍ତି। ନିଜ ବାପ ମା’ ବୋଲି ଉଚ୍ଚାରଣ କଲାବେଳେ ଛାୟାଙ୍କ ସ୍ଵର ରୁନ୍ଧି ହେଇଗଲା ଓ ସେ ତାଙ୍କ ଲୁହକୁ ଅଟକାଇ ନପାରିବାରୁ ତାହା ତାଙ୍କର ଦୁଇଗାଲରେ ବୋହିବାରେ ଲାଗିଲା। ସତେ ଯେମିତି ସେହି ମୂହୁର୍ତ୍ତ ଅପେକ୍ଷାରେ ଥିବା ଘନଘୋର ବର୍ଷା ପରି ସହସା ଘରର ଟିଣ ଛାତ ଉପରେ ସଶବ୍ଦରେ ବର୍ଷିବାକୁ ଲାଗିଲା।
ପରବର୍ତ୍ତୀ ଛାନ୍ଦରେ ସେ ତାଙ୍କ ଭାଇ କେମିତି ଚାରି ବଡ ଭଉଣୀ ଓ ଭିଣୋଇଙ୍କ ଚାହିଦା ତୁଲେଇବାକୁ କଷ୍ଟ ପାଉଛନ୍ତି ସେ ବିଷୟରେ ଗାଇଛନ୍ତି।
ଲୋକଗୀତ ଗାଇବା ପରେ ସେ ଅନ୍ୟ ଯେଉଁ ଚାରିଟି ଓଭି (ଗୀତ) ବୋଲିଲେ ସେଥିରେ ଛାୟା ଗୋଟିଏ ଛୋଟ ପିଲା ଭାବେ ତା’ର ଦାଦା-ଖୁଡୀ, ପିଇସା-ପିଉସୀ ଓ ମଉସା-ମାଉସୀମାନଙ୍କ ଠାରୁ ଯେଉଁ ଭଳି ଶ୍ରଦ୍ଧା ଓ ଉପହାର ପାଏ ତାହାର ବର୍ଣ୍ଣନା କଲେ। ଗୋଟିଏ ଶିଶୁକୁ ତା’ର ମାମୁଁ ଲାଲ ଜାମା ଓ ଟୋପି ଉପହାର ଦେଲେ। ସମ୍ଭବତଃ ଭୋକ ହେବା ଯୋଗୁଁ ଯେତେବେଳେ ପିଲାଟି କାନ୍ଦିଲା, ସେତେବେଳେ ତାକୁ ଦହିଭାତ ଖାଇବାକୁ ଦେବାକୁ ଗାୟିକା ବୁଝାଉଛନ୍ତି।
ଆଖିରୁ ଲୁହ ପୋଛି ଦେଇ ଓ ଦୁଃଖପୂର୍ଣ୍ଣ ଭାବାବେଗରୁ ନିଜକୁ ସହସା ଫେରେଇ ଆଣି ଛାୟା ଗୋଟିଏ ହାସ୍ୟରସ ଭରା ଲୋକଗୀତରେ ତାଙ୍କ ଉପସ୍ଥାପନା ଶେଷ କଲେ: ହଇରାଣ କରୁଥିବା ଜଣେ ଶାଶୁକୁ ଖୁସି କରିବା ଗୋଟିଏ ବୋହୂ ପାଇଁ ଭାରି କଷ୍ଟକର। ଶାଶୁ ହେଉଛି ଗୋଟିଏ କଲରା ପରି, ତାକୁ ଯେତେ ରାନ୍ଧିଲେ ବି ତାର ପିତା ଛାଡ଼େ ନାହିଁ, ତାକୁ ମିଠା କରିବା ଅସମ୍ଭବ। ଛାୟାଙ୍କ ଗୀତ ଶୁଣି ଆମେ ବି ହସି ଉଠିଲୁ।
ଲୋକ ସଙ୍ଗୀତ:
गिरीजा आसू गाळिते
भद्र देशाचा अश्वपती राजा पुण्यवान किती
पोटी सावित्री कन्या सती केली जगामध्ये किर्ती
एकशेएक कौरव आणि पाची पांडव
साळीका डाळीका गिरीजा कांडण कांडती
गिरीजा कांडण कांडती, गिरीजा हलक्यानं पुसती
तुमी कोण्या देशीचं? तुमी कोण्या घरचं?
आमी पंढरपूर देशाचं, काय विठ्ठलं घरचं
विठ्ठल माझा पिता, रुक्मिनी माझी माता
एवढा निरोप काय, सांगावा त्या दोघा
पंचमी सणाला काय ये बंधवा न्यायाला
ए बंधवा, ए बंधवा, तुझं पाऊल धुईते
गिरीजा पाऊल धुईते, गिरीजा आसू जी गाळिते
तुला कुणी बाई नि भुलीलं, तुला कुणी बाई गांजिलं
मला कुणी नाही भुलीलं, मला कुणी नाही गांजिलं
मला चौघे जण दीर, चौघे जण जावा
एवढा तरास मी कसा काढू रे बंधवा
ଗିରିଜା ଝରାଏ ଲୁହ
ଭଦ୍ରାଚଳର ରାଜା ଅଶ୍ଵପତି, ଆହାଃ ସେ ଥିଲେ କି ଭାଗ୍ୟବାନ
କିମ୍ବଦନ୍ତୀର ବିଶ୍ଵ ପ୍ରସିଦ୍ଧ ସାବିତ୍ରୀ ହେଲେ ତାଙ୍କ ଝିଅ
ଶହେ ଏକ କୌରବ ଓ ପାଣ୍ଡବ ପାଞ୍ଚ ଭାଇ
ଧାନ ହେଉ କି ବିରି, ଗିରିଜା ପାଇଁ କୁଟିବାରୁ ନିସ୍ତାର ନାହିଁ
କୁଟିବା ଜାରି ରଖି କୋମଳ ଭାବରେ ଗିରିଜା ପଚାରେ
କେଉଁ ଦେଶରୁ ଆସିଛ ତୁମେ? ତୁମେ ରୁହ କାହା ଘରେ?
ପନ୍ଧାରପୁରରୁ ଆସିଛୁ ଆମେ, ବିଠାଲ ଆମ ଘର
ବାପା ହେଉଛନ୍ତି ବିଠାଲ ଆଉ ରୁକ୍ମିଣୀ ମା’ ମୋର
ସେ ଦୁଇଜଣଙ୍କୁ ମୋ ଖବର ଦେଇ ଦେବ
ପଞ୍ଚମୀ ତିଥିରେ ଉତ୍ସବ ଦିନ ମୋତେ ଘରକୁ ନେଇଯିବ
ହେଃ ଭାଇ, ମୋ ଭାଇରେ, ମୁଁ ତୁମ ପାଦକୁ ଦେବି ଧୋଇ
ଗିରିଜା ଦେବ ତୁମ ପାଦକୁ ଧୋଇ, ଆଖିରୁ ଲୁହ ଝରେଇ
କିଏ ତୁମକୁ ଭୁଲି ଯାଇଛି, କିଏ ତୁମକୁ କରିଛି ହଇରାଣ
କେହି ଭୁଲି ନାହାନ୍ତି ମତେ, ଆଘାତ ବି ଦେଇନି କେହି
କିନ୍ତୁ ମୋର ଅଛନ୍ତି ଚାରି ଭିଣୋଇ ଓ ଭାଉଜ ଚାରି ଜଣ
କେମିତି ଅବା ସହିବି ମୁହିଁ ଏସବୁ ଯନ୍ତ୍ରଣା, କହିଦିଅ ହେ ଭାଇ
ଓଭିସ୍ (ଗ୍ରାଇଣ୍ଡମିଲ୍ ସଙ୍ଗ୍ସ):
अंगण-टोपडं सीता घालिती बाळाला
कोणाची लागी दृष्ट, काळं लाविती गालाला
अंगण-टोपडं हे बाळ कुणी नटविलं
माझ्या गं बाळाच्या मामानं पाठविलं
माझ्या गं योगेशच्या मामानं पाठविलं
अंगण-टोपडं गं बाळ दिसं लालं-लालं
माझ्या गं बाळाची मावशी आली कालं
रडतया बाळ त्याला रडू नको देऊ
वाटीत दहीभात त्याला खायला देऊ
ସୀତା ତା’ ପିଲାକୁ ଜାମା ଓ ଟୋପି ପିନ୍ଧେଇ ବେଶ କରିଦେଲା
ଅଶୁଭ ଦୃଷ୍ଟିକୁ ଏଡ଼େଇବା ପାଇଁ ମୁହଁରେ କଳା ଟିପାଟିଏ ଲଗେଇଲା
ଜାମା ଆଉ ଟୋପି ପିନ୍ଧେଇ ପିଲାଟିକୁ କରିଛି କିଏ ବେଶ
ଛୁଆ ପାଇଁ ତା’ ମାମୁଁ ପଠେଇଥିଲେ ତାହା
ପଠେଇଥିଲେ ତା’ ମାମୁଁ ଯୋଗେଶ
ଲାଲ ରଙ୍ଗର ଜାମା ଆଉ ଟୋପି ପିନ୍ଧି ବେଶ ହେଇଛି ପିଲାଟି
ଗତ କାଲି ଆସିଲେ ମୋ ପିଲାର ମାଉସୀ
ପିଲାଟି କାନ୍ଦୁଛି, ତାକୁ କନ୍ଦାଅ ନାହିଁ
ତାଟିଆରୁ ଦହି-ଭାତ ଦିଅ ତାକୁ ଖୁଆଇ
ଲୋକ ସଙ୍ଗୀତ:
सासू खट्याळ लई माझी
सासू खट्याळ लई माझी सदा तिची नाराजी
गोड करू कशी बाई कडू कारल्याची भाजी (२)
शेजारच्या गंगीनं लावली सासूला चुगली
गंगीच्या सांगण्यानं सासूही फुगली
पोरं करी आजी-आजी, नाही बोलायला ती राजी
गोड करू कशी बाई कडू कारल्याची भाजी
सासू खट्याळ लई माझी सदा तिची नाराजी
ମୋ ହଇରାଣିଆ ଶାଶୁ
ଶାଶୁ ମୋର ହଇରାଣିଆ, ଅସନ୍ତୁଷ୍ଟ ସେ ସଦା ସର୍ବଦା
କେମିତି କୁହ କରିବି ମୁହିଁ କଲରା ଲାଗିବ ମିଠା (୨)
ପଡ଼ୋଶୀ ଗାଙ୍ଗି କହିଲେ ତାଙ୍କୁ ଯାଇ ମୋ ନାଁରେ ଯେତେ ଖରାପ କଥା
ସେସବୁ ଶୁଣି ଶାଶୁଙ୍କ ମୋର ଜଳି ଉଠିଲା ମଥା
ପିଲାଏ ଯାଇ ଜେଜେମା’ କହି ତାଙ୍କୁ ଯେତେ ସରାଗ ହେଲେ, କିନ୍ତୁ ସେ କହିଲେ ନାହିଁ ପଦୁଟିଏ କଥା
କେମିତି କୁହ କରିବି ମୁହିଁ କଲରା ଲାଗିବ ମିଠା
ଶାଶୁ ମୋର ହଇରାଣିଆ, ଅସନ୍ତୁଷ୍ଟ ସେ ସଦା ସର୍ବଦା
ଅଭିନୟ/ଗାୟନ: ଛାୟା ଉବାଲେ
ଗ୍ରାମ: ସୱିନଦାନେ
ତାଲୁକ: ସିରୁର
ଜିଲ୍ଲା: ପୁଣେ
ଟାରିଖ: ଏହି ଗୀତଗୁଡ଼ିକର ରେକର୍ଡିଂ ଓ ଫଟୋଚିତ୍ର ଉତ୍ତୋଳନ ଅକ୍ଟୋବର ୨୦୧୭ ରେ ହୋଇଥିଲା
ପୋଷ୍ଟର: ସିଂଚିତା ପରବତ
ପଢ଼ନ୍ତୁ ମୂଳ ଗ୍ରାଇଣ୍ଡମିଲ ଗୀତ ପ୍ରକଳ୍ପ ସମ୍ପର୍କରେ, ଯାହା ହେମା ରାଇରକର ଓ ଗାଏ ପୋଇତେବିନଙ୍କ ଫଣ୍ଡ ଦ୍ଵାରା ପରିଚାଳିତ।
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/making-bitter-gourd-sweet-or

