୯୭ ବର୍ଷ ବୟସ୍କ ଗାୟକ ଲୋକ୍ଷୀକାନ୍ତୋ ମାହାତୋଙ୍କ ସ୍ୱର ବେଶ ସ୍ପଷ୍ଟ ଓ ଗୁଞ୍ଜରିତ ହୋଇଥାଏ। ପ୍ରଭାବଶାଳୀ ବ୍ୟକ୍ତିତ୍ୱଧାରୀ ଏହି ଜଣେ ରୂପବାନ ପୁରୁଷଙ୍କ ମୁହଁ ହଠାତ୍‌ ଆପଣଙ୍କୁ ରବୀନ୍ଦ୍ରନାଥ ଟାଗୋରଙ୍କ ଭଳି ଲାଗିବ।

ମାର୍ଚ୍ଚ ୨୦୨୨ରେ ଆମେ ଯେତେବେଳେ ତାଙ୍କୁ ଭେଟିଥିଲୁ ସେ ନିଜର ସବୁଠୁ ପ୍ରିୟ ବନ୍ଧୁ ଠେଲୁ ମାହାତୋଙ୍କ ସହିତ ପଶ୍ଚିମବଙ୍ଗର ପିର୍‌ରା ଗ୍ରାମରେ ଥିବା ଗୋଟିଏ ବଖୁରିକିଆ ଘରେ ଚାର୍‌ପାଇ ଉପରେ ବସିଥିଲେ।

ସେତେବେଳେ ଠେଲୁଙ୍କୁ ୧୦୩ ବର୍ଷ ବୟସ ହୋଇଥିଲା। ୨୦୨୩ରେ ତାରଙ୍କର ପରଲୋକ ଘଟିଥିଲା। ପଢ଼ନ୍ତୁ : ଠେଲୁ ମାହାତୋ ଖୋଳିଥିବା କୂଅ

ଠେଲୁ ଦାଦୁ (ଜେଜେ) ସ୍ଥାନୀୟ ଅଞ୍ଚଳର ଶେଷ ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ। ଅଶୀ ବର୍ଷ ପୂର୍ବରୁ ସେ ପୁରୁଲିୟା ଜିଲ୍ଲାରେ ଥିବା ଏକ ପୁଲିସ ଥାନା ଆଡ଼କୁ ଶୋଭାଯାତ୍ରାରେ ଯାଇଥିଲେ। ସେହି ବର୍ଷ ଥିଲା ୧୯୪୨ ଏବଂ ସ୍ଥାନୀୟ ସ୍ତରରେ ଭାରତ ଛାଡ଼ ଆନ୍ଦୋଳନ ଆରମ୍ଭ କରି ସେ ଏହି ବିଦ୍ରୋହ କରିଥିଲେ।

ଥାନା ଘେରାଉ କରିଥିବା ଆନ୍ଦୋଳନକାରୀଙ୍କ ମଧ୍ୟରେ ଠେଲୁଙ୍କଠାରୁ ବୟସରେ ଛୋଟ ଲୋକ୍ଷୀ ସାମିଲ ହୋଇନଥିଲେ । କାରଣ ଆନ୍ଦୋଳନକାରୀଙ୍କ ଦ୍ୱାରା ନିର୍ଦ୍ଧାରିତ ୧୭ ବର୍ଷର ବୟସ ସୀମାଠାରୁ ତାଙ୍କ ବୟସ ସାମାନ୍ୟ କମ୍‌ ଥିଲା।

ଠେଲୁ କିମ୍ବା ଲୋକ୍ଷୀ, ଉଭୟଙ୍କ ମଧ୍ୟରୁ କେହି ଚିରାଚରିତ ସ୍ୱାଧୀନତା ସଂଗ୍ରାମୀଙ୍କ ଭଳି ନୁହନ୍ତି। ସରକାର ଓ ଉଚ୍ଚ ବର୍ଗର ସମାଜ ଯେପରି ସଂଗ୍ରାମୀଙ୍କ ପରିଚୟ ସୃଷ୍ଟି କରିଛନ୍ତି ତାହା କୌଣସି ପ୍ରତିଫଳନ ଏମାନଙ୍କ ମଧ୍ୟରେ ଦେଖିବାକୁ ମିଳିନଥାଏ। ତା’ଛଡ଼ା ସେମାନେ କେବଳ ଏକମାର୍ଗୀ ଲୋକ ନୁହନ୍ତି ଯେଉଁମାନେ ଖାଲି ଆନ୍ଦୋଳନ ସଂଖ୍ୟା ବଢ଼ାଇ ନିଜର ପରିଚୟ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି। ଉଭୟ ନିଜ ନିଜ ବିଷୟ ଉପରେ ଜ୍ଞାନପୂର୍ବକ କଥା କହିଥାନ୍ତି : ଠେଲୁ ଚାଷ ଓ ସ୍ଥାନୀୟ ଅଞ୍ଚଳର ଇତିହାସକୁ ନେଇ ଏବଂ ଲୋକ୍ଷୀ ସଙ୍ଗୀତ ଓ ସଂସ୍କୃତିକୁ ନେଇ ।

ଭିଡିଓ ଦେଖନ୍ତୁ: ଲୋକ୍ଷୀ ମାହାତୋଙ୍କ ମାଟିର ସଙ୍ଗୀତ

ଲୋକ୍ଷୀ ଆନ୍ଦୋଳନର ସାଂସ୍କୃତିକ ପକ୍ଷରେ ଅଂଶଗ୍ରହଣ କରିଥିଲେ। ଢାମସା (ବଡ଼ ଗୋଲାକାର ବାଜା) ଏବଂ ମାଦୋଲ (ମାଦଳ) ବଜାଉଥିବା ଦଳରେ ସେ ସାମିଲ ହୋଇଥିଲେ। ସାନ୍ତାଳ, କୁର୍ମୀ, ବିରହୋର ଏବଂ ଅନ୍ୟ ଆଦିବାସୀ ଦଳମାନେ ସାଧାରଣତଃ ଏହି ବାଦ୍ୟଯନ୍ତ୍ର ବ୍ୟବହାର କରିଥାନ୍ତି। ତାଙ୍କ ଦଳ ଗାଇଥିବା ଗୀତଗୁଡ଼ିକ ଗୋଟିଏ ଦୃଷ୍ଟିରୁ ନିରାପଦ ଲୋକଗୀତ ଭଳି ଲାଗିପାରେ। ତେବେ, ତତ୍କାଳୀନ ସମୟ ପରିପ୍ରେକ୍ଷୀରେ, ଏସବୁ ଗୀତଗୁଡ଼ିକର ଭିନ୍ନ ଅର୍ଥ ରହିଥିଲା।

ବ୍ରିଟିଶ ଶାସନ ବିରୋଧରେ ବାଜା ବାଦନକାରୀ ବାର୍ତ୍ତାବହ ଓ ଗାୟକମାନେ କିଭଳି ବିଦ୍ରୋହର ବାର୍ତ୍ତା ପ୍ରଚାର କରୁଥିଲେ ସେ ସମ୍ପର୍କରେ ଲୋକ୍ଷୀ କୁହନ୍ତି, ‘‘ଆମେ ସେତେବେଳେ ଏବଂ ଏବେ ବଡ଼ ପାଟିରେ,‘ବନ୍ଦେ ମାତାରାମ’ ଗାଇଥାଉ। ବଡ଼ ପାଟିରେ ଗାଇବା କିମ୍ବା ଗୀତକୁ ନେଇ ସେମାନଙ୍କର କୌଣସି ବାସ୍ତବ ଆସକ୍ତି ନଥିଲା, ‘‘କିନ୍ତୁ ଏଥିରେ ଇଂରେଜମାନେ ଅସନ୍ତୁଷ୍ଟ ହୋଇଥିଲେ,’’ ସେ ସ୍ମିତ ହାସ୍ୟ ସହିତ କହିଥାନ୍ତି।

ଉଭୟଙ୍କୁ ସ୍ୱାଧୀନତା ସଂଗ୍ରାମୀ ଭତ୍ତା ଦେବାକୁ ମନା କରି ଦିଆଯାଇଥିଲା। ଆଉ ସେମାନେ ଅନେକ ଦିନ ହେବ ଏଥିପାଇଁ ଚେଷ୍ଟା କରିବା ଛାଡ଼ି ଦେଇଛନ୍ତି । ଠେଲୁ ୧,୦୦୦ ଟଙ୍କାର ବାର୍ଦ୍ଧକ୍ୟ ଭତ୍ତାରେ ଚଳିଥାନ୍ତି। ଲୋକ୍ଷୀ ମୋଟ୍‌ ଗୋଟିଏ ମାସର ବାର୍ଦ୍ଧକ୍ୟ ଭତ୍ତା ପାଇଥିଲେ। ତା’ପରେ ଏହା ସନ୍ଦେହଜନକ ଭାବେ ବନ୍ଦ ହୋଇଯାଇଥିଲା।

Left: Lokkhi Mahato sharing a lighter moment with his dearest friend, Thelu Mahato in Pirra village of West Bengal, in February 2022.
PHOTO • Smita Khator
Right: Lokkhi was a part of the cultural side of the resistance. He performed with troupes that played tribal instruments such as the dhamsa (a large kettle drum) and madol (a hand drum)
PHOTO • P. Sainath

ବାମ: ଫେବୃଆରୀ ୨୦୨୨ରେ, ପଶ୍ଚିମବଙ୍ଗର ପିର୍‌ରା ଗ୍ରାମରେ ନିଜର ସବୁଠୁ ପ୍ରିୟ ବନ୍ଧୁ ଠେଲୁ ମାହାତୋଙ୍କ ସହିତ ଏକ ଫୁରସତ ସମୟରେ ଲୋକ୍ଷୀ ମାହାତୋ । ଡାହାଣ: ଲୋକ୍ଷୀ ଆନ୍ଦୋଳନର ସାଂସ୍କୃତିକ ପକ୍ଷରେ ଥିଲେ। ଧାମସା (ବଡ଼ ଗୋଲାକାର ବାଜା) ଏବଂ ମାଦୋଲ (ମାଦଳ) ଭଳି ଆଦିବାସୀ ବାଦ୍ୟଯନ୍ତ୍ର ବଜାଉଥିବା ଦଳରେ ସେ ସଙ୍ଗୀତ ପରିବେଷଣ କରୁଥିଲେ

ବ୍ରିଟିଶ ଶାସନର ଅନ୍ତ ପାଇଁ ଠେଲୁ ଓ ଲୋକ୍ଷୀଙ୍କ ଭଳି ଯୁବକଙ୍କ ସମେତ ବିଭିନ୍ନ ପୃଷ୍ଠଭୂମିରୁ ଲୋକମାନେ ଏକାଠି ହୋଇଥିଲେ। ଏହି ଦୁଇ ବନ୍ଧୁ ବାମପନ୍ଥୀଙ୍କ ଭଳି ଲାଗୁଥିଲେ ମଧ୍ୟ ସେମାନଙ୍କ ବ୍ୟକ୍ତିତ୍ୱ ଗାନ୍ଧୀବାଦୀଙ୍କ ଭଳି ଥିଲା। ସେମାନେ କୁର୍ମୀ ସମୁଦାୟର ଅଧିବାସୀ ଯେଉଁମାନେ ପ୍ରଥମେ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ।

ଲୋକ୍ଷୀ ଆମ ପାଇଁ ଏକ ଟୁସୁ ଗାନ୍ ଗାଇଥିଲେ। ଏହା କୁର୍ମୀ ସମୁଦାୟର ଟୁସୁ ବା ଅମଳ ଫସଲ ଅମଳ ପର୍ବ ସହ ଜଡ଼ିତ। ଟୁସୁ ମୁଖ୍ୟତଃ ଏକ ଧର୍ମନିରପେକ୍ଷ ପର୍ବ, ଏହା ଧାର୍ମିକ ନୁହେଁ। ପୂର୍ବରୁ ଅବିବାହିତ ଝିଅମାନେ ଏ ଗୀତ ଗାଉଥିଲେ, କିନ୍ତୁ ପରେ ଅନ୍ୟମାନେ ମଧ୍ୟ ଏହାକୁ ଗାଇବାକୁ ଲାଗିଲେ। ଲୋକ୍ଷୀ ଗାଉଥିବା ଗୀତରେ ଟୁସୁକୁ ଜଣେ ଯୁବତୀର ଭାବନାରେ ପ୍ରତିଫଳିତ ହୋଇଛି । ଦ୍ୱିତୀୟ ଗୀତଟି ସେହି ପର୍ବର ସମାପ୍ତିକୁ ସୂଚାଇ ଥାଏ।

টুসু নাকি দক্ষিণ যাবে
খিদা লাগলে খাবে কি?
আনো টুসুর গায়ের গামছা
ঘিয়ের মিঠাই বেঁধে দি।

তোদের ঘরে টুসু ছিল
তেই করি আনাগোনা,
এইবার টুসু চলে গেল
করবি গো দুয়ার মানা।

ମୁଁ ଶୁଣିଲି ଟୁସୁ ଦକ୍ଷିଣକୁ ଯାଉଛି
ଭୋକ ଲାଗିଲେ ସେ ଖାଇବ ?
ମୋ ପାଖକୁ ଟୁସୁର ଗାମଚା * ଆଣ
ମୁଁ ଘିଅରେ ତିଆରି କିଛି ଲଡ଼ୁ ବାନ୍ଧିଦେବି

ମୁଁ ତୁମ ଘରକୁ ଯାଉଥିଲି
କାରଣ ଟୁସୁ ସେଠି ରହୁଥିଲା
ଏବେ ସେହି ଟୁସୁ ଚାଲିଯାଇଛି
ତୁମ ଘରେ ମୋର କାମ ନାହିଁ କିଛି


*ଗାମୁଛା ଯାହାକୁ ପାରମ୍ପରିକ ଭାବେ ତଉଲିଆ, ସ୍କାର୍ଫ କିମ୍ବା ପଗଡ଼ି ଭାବେ ବ୍ୟବହାର କରାଯାଇଥାଏ। ଗାମଚା ବା ଗାମୁଛାକୁ ଅନୁକୂଳ ଗୁଣ ଥିବା ଏକ ବସ୍ତ୍ର ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ।

ପ୍ରଚ୍ଛଦ ଫଟୋ : ସ୍ମିତା ଖାଟୋର

ଅନୁବାଦ: ଓଡ଼ିଶାଲାଇଭ୍‍

ਪੀ ਸਾਈਨਾਥ People’s Archive of Rural India ਦੇ ਮੋਢੀ-ਸੰਪਾਦਕ ਹਨ। ਉਹ ਕਈ ਦਹਾਕਿਆਂ ਤੋਂ ਦਿਹਾਤੀ ਭਾਰਤ ਨੂੰ ਪਾਠਕਾਂ ਦੇ ਰੂ-ਬ-ਰੂ ਕਰਵਾ ਰਹੇ ਹਨ। Everybody Loves a Good Drought ਉਨ੍ਹਾਂ ਦੀ ਪ੍ਰਸਿੱਧ ਕਿਤਾਬ ਹੈ। ਅਮਰਤਿਆ ਸੇਨ ਨੇ ਉਨ੍ਹਾਂ ਨੂੰ ਕਾਲ (famine) ਅਤੇ ਭੁੱਖਮਰੀ (hunger) ਬਾਰੇ ਸੰਸਾਰ ਦੇ ਮਹਾਂ ਮਾਹਿਰਾਂ ਵਿਚ ਸ਼ੁਮਾਰ ਕੀਤਾ ਹੈ।

Other stories by P. Sainath
Video Editor : Sinchita Parbat

ਸਿੰਚਿਤਾ ਪਾਰਬਤ People’s Archive of Rural India ਦੀ ਸੀਨੀਅਰ ਵੀਡੀਓ ਐਡੀਟਰ ਹਨ ਅਤੇ ਇੱਕ ਸੁਤੰਤਰ ਫੋਟੋਗ੍ਰਾਫਰ ਤੇ ਡਾਕੂਮੈਂਟਰੀ ਫਿਲਮ ਨਿਰਮਾਤਾ ਹਨ। ਉਹਨਾਂ ਦੀਆਂ ਪਹਿਲੀਆਂ ਕਹਾਣੀਆਂ ਸਿੰਚਿਤਾ ਮਾਜੀ ਦੇ ਨਾਮ ਹੇਠ ਦਰਜ ਹਨ।

Other stories by Sinchita Parbat
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE