ଛତିଶଗଡ଼ର ସର୍ଗୁଜା ଓ ଯଶପୁର ଜିଲ୍ଲାରେ ଶୈଲା ଲୋକନୃତ୍ୟର ଲୋକପ୍ରିୟତା ରହିଛି। ରଜୱାଡ଼େ, ଯାଦବ, ନାଏକ, ମାଣିକପୁରୀ ସମାଜର ଲୋକମାନେ ଏହି ନୃତ୍ୟ ପରିବେଷଣ କରିଥାନ୍ତି । ‘‘ଛତିଶଗଡ଼ର ଅବଶିଷ୍ଟ ଭାଗ ଏବଂ ଓଡ଼ିଶାରେ ଛେରଛେରା ନାମରେ ପରିଚିତ ଶେତ ପର୍ବ ଦିନ ଠାରୁ ଆମେ ନୃତ୍ୟ ଆରମ୍ଭ କରିଥାଉ,’’ ସର୍ଗୁଜା ଜିଲ୍ଲାର ଲହପତ୍ରା ଗ୍ରାମର କ୍ରିଷ୍ଣା କୁମାର ରଜୱାଡ଼େ କୁହନ୍ତି ।

ଛତିଶଗଡ଼ର ରାଜଧାନୀ ରାୟପୁରରେ ୧୫ ଜଣ ଶୈଲା ନୃତ୍ୟଶିଳ୍ପୀଙ୍କ ଏକ ଦଳ ଏଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଏକ ହସ୍ତଶିଳ୍ପ ମହୋତ୍ସବରେ ନୃତ୍ୟ ପରିବେଷଣ କରିବାକୁ ଆସିଛନ୍ତି । ସେମାନଙ୍କ ମଧ୍ୟରୁ କ୍ରିଷ୍ଣା କୁମାର ଅନ୍ୟତମ।

ଏହି ନୃତ୍ୟକଳାରେ ବିବିଧ ରଙ୍ଗର ସମାହାର ଦେଖିବାକୁ ମିଳିଥାଏ। ନୃତ୍ୟ ପରିବେଷଣକାରୀ କଳାକାରମାନେ ଉଜ୍ଜ୍ୱଳ ରଙ୍ଗର ପୋଷାକ ପିନ୍ଧିଥାନ୍ତି, ମୁଣ୍ଡରେ ପଗଡ଼ି ଓ ହାତରେ ବାଡ଼ି ଧରି ନାଚିଥାନ୍ତି। ଏହି ନାଚରେ ବ୍ୟବହାର ହେଉଥିବା ବାଦ୍ୟଯନ୍ତ୍ର ମଧ୍ୟରେ ବଂଶୀ, ମନ୍ଦର, ମହୁପରୀ ଓ ଝାଲ୍‌ ଆଦି ସାମିଲ ଥାଏ।

କେବଳ ପୁରୁଷମାନେ ନୃତ୍ୟ ପରିବେଷଣ କରିଥାନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେଜଣ ନିଜ ପୋଷାକରେ ମୟୂର ପୁଚ୍ଛ ବାନ୍ଧିଥାନ୍ତି, ନୃତ୍ୟ ଦଳରେ ମୟୂରମାନେ ସାମିଲ ହେବାକୁ ଦର୍ଶାଇବା ପାଇଁ ସେମାନେ ଏପରି କରିଥାନ୍ତି।

ଛତିଶଗଡ଼ରେ ବହୁସଂଖ୍ୟାରେ ଆଦିବାସୀମାନେ ବସବାସ କରିଥାନ୍ତି। ଅଧିକାଂଶ ଲୋକ କୃଷି ବେଉସା ଉପରେ ନିର୍ଭରଶୀଳ ଏବଂ ଏହା ସ୍ଥାନୀୟ ଅଞ୍ଚଳର ନୃତ୍ୟ ଓ ସଙ୍ଗୀତରେ ପ୍ରତିଫଳିତ ହୋଇଥାଏ। ଫସଲ ଅମଳ ଶେଷ ହେବା ପରେ, ଲୋକମାନେ ଗାଁରେ, ଗୋଟିଏ କୋଣରୁ ଅନ୍ୟ କୋଣକୁ ଯାଇ ନାଚିବାକୁ ଉପଭୋଗ କରିଥାନ୍ତି ।

ଭିଡିଓ ଦେଖନ୍ତୁ : ଛତିଶଗଡ଼ର ଶୈଲା ନୃତ୍ୟ

ଅନୁବାଦ : ଓଡ଼ିଶାଲାଇଭ୍‍

Purusottam Thakur

ਪੁਰਸ਼ੋਤਮ ਠਾਕੁਰ 2015 ਤੋਂ ਪਾਰੀ ਫੈਲੋ ਹਨ। ਉਹ ਪੱਤਰਕਾਰ ਤੇ ਡਾਕਿਊਮੈਂਟਰੀ ਮੇਕਰ ਹਨ। ਮੌਜੂਦਾ ਸਮੇਂ, ਉਹ ਅਜ਼ੀਮ ਪ੍ਰੇਮਜੀ ਫਾਊਂਡੇਸ਼ਨ ਨਾਲ਼ ਜੁੜ ਕੇ ਕੰਮ ਕਰ ਰਹੇ ਹਨ ਤੇ ਸਮਾਜਿਕ ਬਦਲਾਅ ਦੇ ਮੁੱਦਿਆਂ 'ਤੇ ਕਹਾਣੀਆਂ ਲਿਖ ਰਹੇ ਹਨ।

Other stories by Purusottam Thakur
Editor : PARI Desk

ਪਾਰੀ ਡੈਸਕ ਸਾਡੇ (ਪਾਰੀ ਦੇ) ਸੰਪਾਦਕੀ ਕੰਮ ਦਾ ਧੁਰਾ ਹੈ। ਸਾਡੀ ਟੀਮ ਦੇਸ਼ ਭਰ ਵਿੱਚ ਸਥਿਤ ਪੱਤਰਕਾਰਾਂ, ਖ਼ੋਜਕਰਤਾਵਾਂ, ਫ਼ੋਟੋਗ੍ਰਾਫਰਾਂ, ਫ਼ਿਲਮ ਨਿਰਮਾਤਾਵਾਂ ਅਤੇ ਅਨੁਵਾਦਕਾਂ ਨਾਲ਼ ਮਿਲ਼ ਕੇ ਕੰਮ ਕਰਦੀ ਹੈ। ਡੈਸਕ ਪਾਰੀ ਦੁਆਰਾ ਪ੍ਰਕਾਸ਼ਤ ਟੈਕਸਟ, ਵੀਡੀਓ, ਆਡੀਓ ਅਤੇ ਖ਼ੋਜ ਰਿਪੋਰਟਾਂ ਦੇ ਉਤਪਾਦਨ ਅਤੇ ਪ੍ਰਕਾਸ਼ਨ ਦਾ ਸਮਰਥਨ ਵੀ ਕਰਦੀ ਹੈ ਤੇ ਅਤੇ ਪ੍ਰਬੰਧਨ ਵੀ।

Other stories by PARI Desk
Video Editor : Shreya Katyayini

ਸ਼੍ਰੇਇਆ ਕਾਤਿਆਇਨੀ ਇੱਕ ਫਿਲਮ-ਮੇਕਰ ਹਨ ਤੇ ਪੀਪਲਜ਼ ਆਰਕਾਈਵ ਆਫ਼ ਰੂਰਲ ਇੰਡੀਆ ਵਿਖੇ ਸੀਨੀਅਨ ਵੀਡਿਓ ਐਡੀਟਰ ਹਨ। ਉਹ ਪਾਰੀ ਲਈ ਚਿਤਰਣ ਦਾ ਕੰਮ ਵੀ ਕਰਦੀ ਹਨ।

Other stories by Shreya Katyayini
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE