ସତ୍ୟପ୍ରିୟାଙ୍କ କାହାଣୀ ଆରମ୍ଭ କରିବା ପୂର୍ବରୁ ମୁଁ ପ୍ରଥମେ ମୋ ପେରିଅମ୍ମାଙ୍କ ବିଷୟରେ କହିବାକୁ ଚାହୁଁଛି। ମୁଁ ୧୨ ବର୍ଷ ବୟସରେ ଷଷ୍ଠ ଶ୍ରେଣୀରେ ପଢ଼ିବା ସମୟରୁ ମୁଁ ମୋ ପେରିଅପ୍ପା ଓ ପେରିଅମ୍ମା (ବାପାଙ୍କ ଭାଇ ଓ ତାଙ୍କ ପତ୍ନୀ) ଘରେ ରହି ଆସୁଥିଲି। ମୁଁ ସବୁବେଳେ ସେମାନଙ୍କୁ ଅମ୍ମା ଓ ଅପ୍ପା (ମା’ ଓ ବାପା) ବୋଲି ଡାକେ। ସେମାନେ ମୋର ଭଲ ଭାବେ ଯତ୍ନ ନେଉଥିଲେ ଏବଂ ମୋ ପରିବାର ଛୁଟି ଦିନରେ ପ୍ରାୟତଃ ସେମାନଙ୍କ ଘରକୁ ଯାଉଥିଲା।
ମୋ ପେରିଅମ୍ମା (ଖୁଡ଼ି) ମୋ ଜୀବନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସେ ଉଦାରତା ପୂର୍ବକ ମୋ ଆବଶ୍ୟକତା ପୂରଣ କରୁଥିଲେ। ଦିନ ସାରା ଆମକୁ ଠିକ ସମୟରେ ଖାଇବାକୁ ଦେଉଥିଲେ। ମୁଁ ଯେତେବେଳେ ବିଦ୍ୟାଳୟରେ ଇଂରାଜୀ ଶିଖିବା ଆରମ୍ଭ କଲି ମୋ ଖୁଡ଼ି ହିଁ ମୋତେ ଅନେକ କଥା ଶିଖାଇଥିଲେ। ସେ ରୋଷେଇ ଘରେ କାମ କରିବା ସମୟରେ ମୁଁ ତାଙ୍କ ପାଖକୁ ଯାଇ ପାଠ ପଚାରୁଥିଲି। ଅନେକ ଶବ୍ଦର ବନାନ ମୋତେ ଆସୁନଥିଲା, କିନ୍ତୁ ସେ ମୋତେ ଧୀରେ ଧୀରେ ଶିଖାଇଥିଲେ। ସେବେ ଠାରୁ ମୁଁ ତାଙ୍କୁ ଭଲ ପାଉଥିଲି।
ସ୍ତନ କର୍କଟରେ ପୀଡ଼ିତ ହୋଇ ସେ ପ୍ରାଣ ହରାଇଥିଲେ। ତେବେ ତାଙ୍କ ବିଷୟରେ ଏହା କୁହାଯାଇପାରିବ ଯେ ତାଙ୍କୁ ଯେତିକି ଦିନ ବଞ୍ଚିବାର ଥିଲା ସେ ବଞ୍ଚି ପାରିଲେ ନାହିଁ। ମୁଁ ତାଙ୍କ ବିଷୟରେ ଅନେକ କଥା କହିପାରିବି, କିନ୍ତୁ ମୁଁ ଏଇଠି ଅଟକିଯିବି।

















