ଗଣେଶ ସିନ୍ଧେଙ୍କର ସବୁଠାରୁ ବଡ଼ ସମ୍ପତ୍ତି ହେଉଛି ଗୋଟିଏ ନାଲି ରଙ୍ଗର ଟ୍ରାକ୍ଟର। ୨୦୨୨ ମସିହାରେ ସେ ଏହି ଟ୍ରାକ୍ଟରଟି କିଣିଥିଲେ। ମହାରାଷ୍ଟ୍ରର ପର୍ବଣୀ ଜିଲ୍ଲାର ଖଲ୍ଲୀ ଗାଁର କପା ଚାଷୀ ଗଣେଶ ନିଜର ଦୁଇ ଏକର ଜମିରେ ଚାଷ ବାସ କରନ୍ତି। କିନ୍ତୁ ଦୁଇ ବର୍ଷ ଧରି କପାର ମୂଲ୍ୟରେ ତୀବ୍ର ହ୍ରାସ କାରଣରୁ ସିନ୍ଧେ ବାଧ୍ୟ ହୋଇ ଆୟର ଅତିରିକ୍ତ ଉତ୍ସ ଖୋଜିଥିଲେ – ତେଣୁ ଏକ ପବ୍ଲିକ୍ ସେକ୍ଟର ବ୍ୟାଙ୍କରୁ ୮ ଲକ୍ଷ ଟଙ୍କା ଋଣ ନେଇ ଏକ ଟ୍ରାକ୍ଟର କିଣିଲେ।

୪୪ ବର୍ଷ ବୟସର ଏହି କୃଷକ କହନ୍ତି ‘‘ମୁଁ ମୋ ଘରଠାରୁ ୧୦ କିଲୋମିଟର ଦୂରରେ ଥିବା ଗଙ୍ଗାଖେଡ଼ ସହରକୁ ଟ୍ରାକ୍ଟର ଚଳାଇଯାଏ ଏବଂ ଛକରେ ଅପେକ୍ଷା କରେ’’। ‘‘ଲୋକେ ଆଖପାଖ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ପାଇଁ କିମ୍ବା ବାଲିପରି ସାମଗ୍ରୀ ପରିବହନ ପାଇଁ ଆବଶ୍ୟକତା ଥିଲେ ଭଡ଼ା ଦେଇ ମତେ ଡାକିଥାନ୍ତେ।’’ ଏଥିରୁ ଦିନକୁ ମୁଁ ପ୍ରାୟ ୫୦୦ରୁ ୮୦୦ ଟଙ୍କା ପାଇଥାଏ।’’ ସକାଳୁ ଗଙ୍ଗାଖେଡ଼ ଯିବା ପୂର୍ବରୁ ଗଣେଶ ତାଙ୍କ ଜମିରେ ଅତିକମ୍‌ରେ କିଛି ଘଣ୍ଟା କାମ କରିଥାନ୍ତି।

ସେ ଆଗ୍ରହର ସହ ୨୦୨୫ର କେନ୍ଦ୍ର ବଜେଟ୍ ଅନୁଧ୍ୟାନ କରିଛନ୍ତି। ସିନ୍ଧେ କହନ୍ତି ଯେ, ତାଙ୍କର ବହୁତ ବଡ଼ ଆଶା ଅଛି ବୋଲି ସେ ବଜେଟ୍ ବିଷୟରେ ଜାଣିବାକୁ ଚାହୁଁଥିଲେ ସେ କଥା ନୁହେଁ କାରଣ ଟ୍ରାକ୍ଟର ଭଡ଼ା ଲଗାଇବା ପାଇଁ ଲୋକଙ୍କୁ ଅପେକ୍ଷା କରିବା ସହିତ ବଜେଟର ବିଶେଷ ସମ୍ପର୍କ ନାହିଁ ‘‘ଏହି ମନରେଗା (ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ସୁନିଶ୍ଚିତ ଯୋଜନା ଆଇନ , ୨୦୦୫) ପାଇଁ ନ୍ୟସ୍ତକରଣ ସମାନ ରହିଛି। ଖଲିର ପୂର୍ବତନ ସରପଞ୍ଚ ସିନ୍ଧେ କହନ୍ତି ଯେ ମନରେଗାରେ ପ୍ରକୃତରେ କାର୍ଯ୍ୟସ୍ଥଳରେ ଖୁବ୍ କମ୍ ପରିବର୍ତ୍ତନ ହୋଇଛି। ‘‘ଏହି ଟଙ୍କା କ୍ୱଚିତ ନିଯୁକ୍ତି ଉତ୍ପନ୍ନ ପାଇଁ ବ୍ୟବହାର କରାଯାଇଥାଏ। ଏସବୁ କେବଳ କାଗଜରେ ହୋଇଥାଏ’’।

PHOTO • Parth M.N.

ସିନ୍ଧେ ଟ୍ରାକ୍ଟର ଭଡ଼ା ଦେବା ଅପେକ୍ଷାରେ ଗଙ୍ଗାଖେଡ଼ ଛକରେ ଅପେକ୍ଷା କରି ବସିଛନ୍ତି

କପାର ମୂଲ୍ୟ ହ୍ରାସ ପାଇବା କାରଣରୁ ସିନ୍ଧେଙ୍କ ପରି ଚାଷୀଙ୍କ ପାଇଁ ଜୀବିକା ନିର୍ବାହ କଷ୍ଟକର ହୋଇପଡ଼ିଛି। ଉଦାହରଣ ସ୍ୱରୂପ ୨୦୨୨ ମସିହାରେ କପା କୁଇଣ୍ଟାଲର ମୂଲ୍ୟ ୧୨,୦୦୦ ଟଙ୍କା ହୋଇଥିଲା। ୨୦୨୪ରେ ମହାରାଷ୍ଟ୍ରର କେତେକ ଅଂଶରେ ଏହି ମୂଲ୍ୟ ହ୍ରାସ ପାଇ ୪୦୦୦ ଟଙ୍କାରେ ପହଞ୍ଚିଥିଲା।

ସାମ୍ପ୍ରତିକ ବଜେଟ୍‌ରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ପାଞ୍ଚ ବର୍ଷ ଅବଧି ମଧ୍ୟରେ ‘‘କପା ଉତ୍ପାଦନ ପାଇଁ ଏକ ମିଶନ୍’’ର ପ୍ରସ୍ତାବ ଦେଇଛନ୍ତି। ଯେଉଁଥିରେ ବୟନଶିଳ୍ପ ମନ୍ତ୍ରାଳୟ ପାଇଁ ୨୦୨୫-୨୬ ନିମନ୍ତେ ଟ. ୫୨୭୨ କୋଟି ଟଙ୍କା ନ୍ୟସ୍ତ କରାଯାଇଛି ଯାହାକି ପୂର୍ବ ବର୍ଷ ତୁଳନାରେ ୧୯% ର ବୃଦ୍ଧି। ଏହା ସହିତ ସେ ଦାବି କରିଛନ୍ତି ଯେ ‘‘ଏହା ଚାଷୀମାନଙ୍କର ଆୟ ବୃଦ୍ଧି କରିବ ଓ ଉଚ୍ଚମାନର କପାର ସ୍ଥିର ଯୋଗାଣକୁ ଦୃଢ଼ୀଭୂତ କରିବ’’।

ସିନ୍ଧେ ଏହି ପ୍ରସ୍ତାବିତ ମିଶନକୁ ନେଇ ଆଶାବାଦୀ ନୁହନ୍ତି, ସେ କହନ୍ତି ‘‘ଏହି ବଜେଟ୍‌ରେ କେବଳ ଧାରଣା ଦିଆଯାଇଛି ଯେ ଗରୀବ ଲୋକମାନେ ଉପକୃତ ହେବେ, କିନ୍ତୁ ପ୍ରକୃତରେ କେବଳ ଧନୀ ଲୋକମାନେ ଲାଭବାନ୍ ହେବେ।’’ ସେ ଆହୁରି ମଧ୍ୟ କହନ୍ତି ‘‘ଦିନକୁ ଦିନ ଇନ୍ଧନର ମୂଲ୍ୟ ବଢ଼ୁଛି। କିନ୍ତୁ ଆମର ଆୟ ପୂର୍ବପରି ରହିଛି ବା କମି କମି ଯାଉଛି।’’ ନିରାଶାର ସହ କହନ୍ତି, ‘‘ଆପଣ କିପରି ଆଶା କରୁଛନ୍ତି ଯେ ଚାଷୀମାନେ ବଞ୍ଚିରହିବେ?’’।

ଅନୁବାଦ : ଓଡ଼ିଶାଲାଇଭ୍‍

Parth M.N.

ਪਾਰਥ ਐੱਮ.ਐੱਨ. 2017 ਤੋਂ ਪਾਰੀ ਦੇ ਫੈਲੋ ਹਨ ਅਤੇ ਵੱਖੋ-ਵੱਖ ਨਿਊਜ਼ ਵੈੱਬਸਾਈਟਾਂ ਨੂੰ ਰਿਪੋਰਟਿੰਗ ਕਰਨ ਵਾਲੇ ਸੁਤੰਤਰ ਪੱਤਰਕਾਰ ਹਨ। ਉਨ੍ਹਾਂ ਨੂੰ ਕ੍ਰਿਕੇਟ ਅਤੇ ਘੁੰਮਣਾ-ਫਿਰਨਾ ਚੰਗਾ ਲੱਗਦਾ ਹੈ।

Other stories by Parth M.N.
Editor : Dipanjali Singh

ਦਿਪਾਂਜਲੀ ਸਿੰਘ, ਪੀਪਲਜ਼ ਆਰਕਾਈਵ ਆਫ਼ ਰੂਰਲ ਇੰਡੀਆ ਵਿਖੇ ਸਹਾਇਕ ਸੰਪਾਦਕ ਹਨ। ਉਹ ਪਾਰੀ ਲਾਈਬ੍ਰੇਰੀ ਵਾਸਤੇ ਦਸਤਾਵੇਜਾਂ ਦੀ ਖੋਜ ਕਰਨ ਤੇ ਇਕੱਠੇ ਕਰਨ ਵਿੱਚ ਵੀ ਯੋਗਦਾਨ ਪਾਉਂਦੀ ਹਨ।

Other stories by Dipanjali Singh
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE