ସୁଶୀଳାଙ୍କ ପାଞ୍ଚ ସଦସ୍ୟ ବିଶିଷ୍ଟ ପରିବାର ନିଜର ଛୋଟ ଘର ବାରଣ୍ଡାରେ ବସିଛନ୍ତି। ସେ ତାଙ୍କ ବେତନ ଦେଖାଇବାକୁ ସେମାନେ ଅପେକ୍ଷା କରି ରହିଛନ୍ତି। ଦୁଇଟି ଘରେ ଘରୋଇ ସହାୟିକା ଭାବେ ସେ ୫ ହଜାର ଟଙ୍କା ରୋଜଗାର କରନ୍ତି। ଅପରାହ୍ଣ ୨ଟା ବେଳେ ୪୫ ବର୍ଷ ବୟସ୍କା ସୁଶୀଳା ଉତ୍ତର ପ୍ରଦେଶର ବାରାଣାସୀର କାଶୀ ବିଦ୍ୟାପୀଠ ବ୍ଲକର ଅମାରା ପଡ଼ାରେ ଥିବା ନିଜ ଘରେ ପାଦ ଦିଅନ୍ତି।

‘‘ଦୁଇଟି ଘରେ ବାସନ ମାଜି ଏବଂ ଚଟାଣ ପୋଛି ମା’ ମାସିକ ୫,୦୦୦ ଟଙ୍କା ରୋଜଗାର କରନ୍ତି,’’ ତାଙ୍କର ୨୪ ବର୍ଷ ବୟସ୍କ ପୁଅ ବିନୋଦ କୁମାର ଭାରତୀ କୁହନ୍ତି। ‘‘ଆଜି ଅର୍ଥାତ୍‌ ପ୍ରତ୍ୟେକ ମାସର ପ୍ରଥମ ଦିନରେ ତାଙ୍କୁ ଏହି ପାରିଶ୍ରମିକ ମିଳିଥାଏ। ବାପା ୱେରିଂ, ଜଣେ ଇଲେକ୍ଟ୍ରିସିଆନ ସହାୟକ ଭାବେ କାମ କରନ୍ତି, ଦିନ ଭଲ ଥିଲେ ତାଙ୍କୁ କାମ ମିଳେ। ଅନ୍ୟଥା ଆମ ପାଖରେ କୌଣସି ସ୍ଥିର ଆୟ ଉତ୍ସ ନାହିଁ। ମୁଁ ମଜୁରି ଖଟିଥାଏ। ଆମେ ସାମୂହିକ ଭାବେ ପ୍ରତ୍ୟେକ ମାସରେ ୧୦-୧୨,୦୦୦ ଟଙ୍କା ରୋଜଗାର କରିଥାଉ। ବଜେଟରେ ୧୨ ଲକ୍ଷ ଟଙ୍କାର ଆୟକର ଛାଡ଼ ସୀମା ଦ୍ୱାରା ଆମକୁ କୌଣସି ଫରକ ପଡ଼ିବ ନାହିଁ।

‘‘ଆମେ କିଛି ବର୍ଷ ପୂର୍ବେ ମନରେଗା (ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ, ୨୦୦୫) ଅଧୀନରେ କାମ କରୁଥିଲୁ। କିନ୍ତୁ ଏବେ ସେମାନେ କହୁଛନ୍ତି ଯେ କୌଣସି କାମ ନାହିଁ।’’ ସୁଶୀଳା ଆମକୁ ତାଙ୍କର କାର୍ଡ ଦେଖାନ୍ତି ଯେଉଁଥିରେ ୨୦୨୧ ଅର୍ଥାତ୍‌ ଡିଜିଟାଲ ଆଡ଼କୁ ପରିବର୍ତ୍ତନ ହେବା ପର୍ଯ୍ୟନ୍ତ ଏଣ୍ଟ୍ରି ରହିଛି । ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ।

PHOTO • Jigyasa Mishra
PHOTO • Jigyasa Mishra

ବାମ : ସୁଶୀ ଳା ତାଙ୍କ ପୁଅ ବିନୋଦ କୁମାର ଭାରତୀଙ୍କ ସହ। ଡାହାଣ : ପୂଜା ଉତ୍ତର ପ୍ରଦେଶର ଅମରାଚକ ଗ୍ରାମରେ ତାଙ୍କର ପଡ଼ୋଶୀ। ‘ଯଦି ମୋତେ ସରକାରଙ୍କ ଉପରେ ନିର୍ଭର କରିବାକୁ ହୁଅନ୍ତା ଆମେ ଦିନକୁ ଦୁଇ ଓଳା ଖାଇବାକୁ ପାଇନଥା’ନ୍ତୁ

PHOTO • Jigyasa Mishra

ମନରେଗା କାର୍ଡ ସହିତ ସୁଶୀଲା। ୨୦୨୧ ମସିହା ପରେ ଏହି ଯୋଜନା ଅଧୀନରେ ତାଙ୍କର କୌଣସି କାମ ନାହିଁ

ସୁଶୀଲାଙ୍କ ସ୍ୱାମୀ ୫୦ ବର୍ଷ ବୟସ୍କା ସତ୍ରୁ କହନ୍ତି ଯେ ଗତ ଦୁଇ ବର୍ଷ ମଧ୍ୟରେ ସେମାନଙ୍କୁ ମନରେଗା ଯୋଜନା ଅଧୀନରେ ମାତ୍ର ୩୦ ଦିନର କାମ ମିଳିଥିଲା। ‘‘ଯେତେବେଳେ ଆମେ ଅଧିକ ପାଇଁ ପ୍ରଧାନଙ୍କୁ ଅନୁରୋଧ କଲୁ’’, ସେ କୁହନ୍ତି, ‘‘ଆମକୁ ବ୍ଲକ କାର୍ଯ୍ୟାଳୟକୁ ଯାଇ ଏହା ମାଗିବା ପାଇଁ କୁହାଯାଇଥିଲା।’’

ସୁଶୀଲା ଅମରାଚକ ଗ୍ରାମରେ ସତ୍ରୁ ଦୁଇ ଭାଇଙ୍କ ପରିବାର ସହିତ ତାଙ୍କ ଘରେ ରୁହନ୍ତି । ମୋଟ ଉପରେ, ୧୨ଜଣ ମଣିଷର ଏକ ମିଳିତ ପରିବାର ଏହି ଗୋଟିଏ ଛାତ ତଳେ ରୁହନ୍ତି।

‘‘ମୁଁ ଏବେ ବି ୨୦୨୩ ମସିହାର ମନରେଗା ଅଧୀନରେ କାମ କରିଥିବା ମୋର ୩୫ ଦିନର ଦରମା ପାଇଁ ଅପେକ୍ଷା କରୁଛି,’’ ସେହି ଭାଇମାନଙ୍କ ମଧ୍ୟରୁ ଜଣଙ୍କର ବିଧବା ପତ୍ନୀ ପୂଜା (୪୨) କୁହନ୍ତି। ‘‘ମୋ ସ୍ୱାମୀଙ୍କ ଗତ ମାସରେ ମୃତ୍ୟୁ ହୋଇଛି ଏବଂ ମୋର ତିନି ଛୋଟ ପୁଅ ଅଛନ୍ତି ଯାହାଙ୍କୁ କୌଣସି ଆର୍ଥିକ ସହାୟତା ବିନା ଲାଳନପାଳନ କରିବାକୁ ପଡ଼ିବ,’’ ସେ କୁହନ୍ତି। ‘‘ ଶୁକର ହୈ ଆ ସପା ସ୍ କଲୋନି ମେ ଘର କା କାମ ମିଲ୍ ଜାତା ହୈ (ଭାଗ୍ୟକୁ ପାଖରେ ଏପରି ଏକ କଲୋନି ଅଛି ଯେଉଁଠାରେ ମୁଁ ଘରୋଇ କାମ ପାଇପାରୁଛି],’’ ସେ ଶେଷରେ କୁହନ୍ତି। ‘‘ ବରନା ସରକାର କେ ଭରୋସେ ତୋ ହମ୍ ଦୋ ୱକ୍ତ କା ଖାନା ଭି ନହି ଖା ପାତେ (ଯଦି ମୋତେ ସରକାରଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଥା’ନ୍ତା ତା’ହେଲେ ଆମେ ଦିନକୁ ଦୁଇଥର ଖାଇବାକୁ ପାଇ ନଥାନ୍ତୁ)।’’

ଅନୁବାଦ : ଓଡ଼ିଶାଲାଇଭ୍‍

Jigyasa Mishra

ਜਗਿਆਸਾ ਮਿਸ਼ਰਾ ਉੱਤਰ ਪ੍ਰਦੇਸ਼ ਦੇ ਚਿਤਰਾਕੂਟ ਅਧਾਰਤ ਸੁਤੰਤਰ ਪੱਤਰਕਾਰ ਹਨ।

Other stories by Jigyasa Mishra

ਪੀ ਸਾਈਨਾਥ People’s Archive of Rural India ਦੇ ਮੋਢੀ-ਸੰਪਾਦਕ ਹਨ। ਉਹ ਕਈ ਦਹਾਕਿਆਂ ਤੋਂ ਦਿਹਾਤੀ ਭਾਰਤ ਨੂੰ ਪਾਠਕਾਂ ਦੇ ਰੂ-ਬ-ਰੂ ਕਰਵਾ ਰਹੇ ਹਨ। Everybody Loves a Good Drought ਉਨ੍ਹਾਂ ਦੀ ਪ੍ਰਸਿੱਧ ਕਿਤਾਬ ਹੈ। ਅਮਰਤਿਆ ਸੇਨ ਨੇ ਉਨ੍ਹਾਂ ਨੂੰ ਕਾਲ (famine) ਅਤੇ ਭੁੱਖਮਰੀ (hunger) ਬਾਰੇ ਸੰਸਾਰ ਦੇ ਮਹਾਂ ਮਾਹਿਰਾਂ ਵਿਚ ਸ਼ੁਮਾਰ ਕੀਤਾ ਹੈ।

Other stories by P. Sainath
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE