ସୁନା ରଙ୍ଗରେ ପରିଣତ ହେବା ପୂର୍ବରୁ ସବୁଜ ଧାନ କ୍ଷେତ ପାଖେ ଠିଆ ହେଇ ନରେନ ହଜାରିକା ତା’ ହୃଦୟ ଖୋଲି ଗୀତ ଗାଏ। ଏହି ସତୁରୀ ବର୍ଷୀୟ ନରେନ ସହ ୮୨-ବର୍ଷୀୟ ଜିତେନ ହଜାରିକା ଢୋଲରେ ଓ ୬୦-ବର୍ଷୀୟ ରବିନ ହଜାରିକା ତାଳରେ ସହଯୋଗ କରନ୍ତି। ସେମାନେ ତିନିଜଣଯାକ ତିତାବର ସବଡିଭିଜନ ଅନ୍ତର୍ଗତ ବାଲିଯାନ ଗ୍ରାମର ନାମ ମାତ୍ର ଚାଷୀ। ଯୁବ ବୟସରେ ସେମାନେ ସମସ୍ତେ ଏକଦା ନିପୁଣ ବିହୁଆ (ବିହୁ କଳାକାର) ଥିଲେ।
“ତୁମେ କଥା କହିବା ଜାରି ରଖି ପାର, କିନ୍ତୁ ରଙ୍ଗୋଲି (ବସନ୍ତ ଊତ୍ସବ) ବିହୁ କଥା ସର୍ବାର ନୁହେଁ।’’


![‘ତା’ପରେ ମୁଁ ଆରମ୍ଭ କରେ ମୋ ‘ନାମ’ [ଗୀତ]’](/_next/image?url=https%3A%2F%2Fproduction.ruralindiaonline.org%2Fuploads%2FDSC_06626_Edit_f38534be64.jpg&w=1080&q=75)