ଶିଶୁପାଳ ନିଶାଦ ନିଜର ସାତ ବର୍ଷୀୟ ଝିଅ ନବ୍ୟା ବିଷୟରେ କୁହନ୍ତି, "ସେ ଘଣ୍ଟା ଘଣ୍ଟା ଧରି କାନ୍ଦୁଛି ଓ ମାଙ୍କୁ ଫେରେଇ ଆଣିବାକୁ ମୋତେ କହୁଛି"। ୟୁପିର ସିଙ୍ଗତୌଲି ଗ୍ରାମର ୩୮ ବର୍ଷୀୟ ଶ୍ରମିକ କୁହନ୍ତି, "କିନ୍ତୁ ମୁଁ ତାଙ୍କୁ କେଉଁଠାରୁ ଆଣିବି? ଏପରିକି ମୁଁ ମାନସିକ ଭାରସାମ୍ୟ ହରାଇଲା ପରି ଅନୁଭବ କରୁଛି। ଆମେ ଅନେକ ସପ୍ତାହ ହେଲା ଶୋଇ ନାହୁଁ"।
ଶିଶୁପାଳଙ୍କ ସ୍ତ୍ରୀ - ନବ୍ୟାର ମା’ ମଞ୍ଜୁ ଜଣେ ଜାଲାଉନ ଜିଲ୍ଲାର କୁଥାଉଣ୍ଡ ବ୍ଲକର ସିଙ୍ଗିତୌଲି ପ୍ରାଇମେରୀ ସ୍କୁଲ୍ ର ‘ଶିକ୍ଷା ମିତ୍ର’ ବା ପାରା ଶିକ୍ଷକ ଥିଲେ। ୟୁପିରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ବାଧ୍ୟତାମୂଳକ କର୍ତ୍ତବ୍ୟ କରି କୋଭିଡ-୧୯ରେ ମୃତ୍ୟୁବରଣ କରିଥିବା ୧୬୨୧ ସ୍କୁଲ୍ ଶିକ୍ଷକମାନଙ୍କ ନାମ ତାଲିକାରେ ତାଙ୍କ ନାମ ୧୨୮୨ ତମ ସ୍ଥାନରେ ରହିଛି। ଗୋଟିଏ ସଂଖ୍ୟା ବ୍ୟତିତ ତାଙ୍କର ପାଞ୍ଚଜଣିଆ ପରିବାର ପାଇଁ ମଞ୍ଜୁ ନିଶାଦଙ୍କ ଅବଦାନ ମୃତ୍ୟୁ ପର୍ଯ୍ୟନ୍ତ ବହୁତ ଅଧିକା ଥିଲ।
ସେ ତିନିଜଣ ପିଲାଙ୍କର ମା’ ଥିଲେ ଓ ପରିବାରକୁ ପ୍ରତିପୋଷଣ କରୁଥିବା ଏକମାତ୍ର ବ୍ୟକ୍ତି ଥିଲେ ଯିଏକି ମାସକୁ ୧୦,୦୦୦ ଟଙ୍କା ଘରକୁ ଆଣୁଥିଲେ - ଯେଉଁ ଅନୁକମ୍ପା ରାଶି କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନଥିବା ଚୁକ୍ତି ଭିତ୍ତିରେ କାମ କରୁଥିବା ଶିକ୍ଷା ମିତ୍ର ମାନଙ୍କୁ ଦିଆ ଯାଉଥିଲା। ଏପରିକି ମଞ୍ଜୁଙ୍କ ଭଳି ଅନେକ ଯିଏକି ୧୯ ବର୍ଷ ଧରି ସେହି ପଦ ରେ କାମ କରିଥିଲେ। ଏକ ଶିକ୍ଷା ମିତ୍ର ନିଶ୍ଚିତ ପାଠ ପଢାଇଥାଏ, କିନ୍ତୁ ଶିକ୍ଷା ସହାୟକ ଭାବେ ଶ୍ରେଣୀ ଭୁକ୍ତ (କିମ୍ବା ଶିକ୍ଷକଙ୍କ ସହାୟକ)।
ଶିଶୁପାଳ ଦିନକୁ ୩୦୦ ଟଙ୍କା ମଜୁରୀରେ ବୁନ୍ଦେଲଖଣ୍ଡ ସଡକ ପଥ ନିର୍ମାଣ କାର୍ଯ୍ୟରେ ଜଣେ ଶ୍ରମିକ ଭାବରେ କାମ କରୁଥିଲେ, "ମୁଁ ସଡକ ପଥ ନିର୍ମାଣ କାର୍ଯ୍ୟର ଯେଉଁ ପର୍ଯ୍ୟାୟରେ କାମ କରୁଥିଲି ତାହା ଦୁଇ ମାସ ପୂର୍ବରୁ ଶେଷ ହୋଇଯାଇଛି। ଏବଂ ନିକଟରେ କୌଣସି ନିର୍ମାଣ କାମ ଚାଲୁ ନାହିଁ। ଗତ ମାସଗୁଡିକ ଆମେମାନେ ମୋ ସ୍ତ୍ରୀର ରୋଜଗାରରେ ଚଳୁଛୁ"।
ୟୁପିରେ ଏପ୍ରିଲ ୧୫,୧୯,୨୬ ଓ ୨୯ ତାରିଖରେ ଅନୁଷ୍ଠିତ ହୋଇଥିଵା ଚାରି ପର୍ଯ୍ୟାୟ ବିଶିଷ୍ଟ ବିଶାଳ ପଞ୍ଚାୟତ ନିର୍ବାଚନରେ ନିର୍ବାଚନ କାର୍ଯ୍ୟ ପରିଚାଳନା ପାଇଁ ହଜାର ହଜାର ଶିକ୍ଷକମାନଙ୍କୁ ନିୟୋଜିତ କରାଯାଇଥିଲା। ଶିକ୍ଷକମାନେ ପ୍ରଥମେ ଗୋଟିଏ ଦିନ ତାଲିମ୍ ନେଲେ, ତାପରେ ଦୁଇ ଦିନ ଭୋଟ କାର୍ଯ୍ୟ ପାଇଁ- ଏକ ଦିନ ପ୍ରସ୍ତୁତି ନିମନ୍ତେ ଓ ଅନ୍ୟ ଦିନ ମତଦାନ ନିମନ୍ତେ। ତା’ପରେ ପୁଣି ହଜାର ହଜାର ଶିକ୍ଷକମାନଙ୍କୁ ମେ ୨ ତାରିଖରେ ଭୋଟ ଗଣତି ନିମନ୍ତେ ଉପସ୍ଥିତ ରହିବା ପାଇଁ କୁହାଗଲା। ଏହି ସବୁ କାର୍ଯ୍ୟ କରିବା ବାଧ୍ୟ୍ୟତାମୁଳକ ଥିଲା ଓ ନିର୍ବାଚନ ସ୍ଥଗିତ ରଖିବା ନିମନ୍ତେ ଶିକ୍ଷକ ସଂଘର ଅନୁରୋଧକୁ ଉପେକ୍ଷା କରାଯାଇଥିଲା।
ୟୁପି ଶିକ୍ଷକ ମହାସଂଘ(ଶିକ୍ଷକମାନଙ୍କ ସଂଘ) ଦ୍ୱାରା ପ୍ରସ୍ତୁତ କରାଯାଇଥିବା ୧୬୨୧ ଜଣ ମୃତକଙ୍କ ତାଲିକାରେ ୧୯୩ ଜଣ ଶିକ୍ଷା ମିତ୍ର ଥିଲେ। ଏମାନଙ୍କ ମଧ୍ୟରୁ ମଞ୍ଜୁଙ୍କ ସମେତ ୭୨ ଜଣ ମହିଳା ଥିଲେ। କୌଣସି ମତେ ମେ ୧୮ ତାରିଖ ଦିନ ୟୁପି ବେସିକ ଶିକ୍ଷା ବିଭାଗ ଦ୍ୱାରା ଜାରି କରା ଯାଇଥିବା ପ୍ରେସ୍ ଇସ୍ତାହାରରେ କୁହାଯାଇଥିଲା ଯେ ନିର୍ବାଚନ ଆୟୋଗଙ୍କ ନିୟମାବଳି ଅନୁସାରେ କାର୍ଯ୍ୟ ସମୟରେ ମୃତ୍ୟୁବରଣ କରିଥିବା ଲୋକମାନେ ହିଁ କେବଳ କ୍ଷତି - ପୂରଣ ପାଇବେ। ଏବଂ ଶିକ୍ଷକମାନଙ୍କ କ୍ଷେତ୍ରରେ, ଏହା କାର୍ଯ୍ୟ ସ୍ଥଳରେ ମୃତ୍ୟୁବରଣ କରିଥିବା ବା କାର୍ଯ୍ୟସ୍ଥଳରୁ ଘରକୁ ଫେରୁଥିବା ସମୟରେ ମୃତ୍ୟୁବରଣ କରିଥିବା ଶିକ୍ଷକମାନଙ୍କୁ ବୁଝାଏ। ଏହା ହିଁ ପ୍ରେସ୍ ଇସ୍ତାହାର କୁହେ: "ଏହି ସମୟ ମଧ୍ୟରେ ଯଦି ଜଣେ ବ୍ୟକ୍ତି କୌଣସି କାରଣରୁ ମୃତ୍ୟୁବରଣ କରେ ତେବେ ତାଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ, ଯାହାକି ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଅନୁମୋଦନ କରାଯିବ।"








