ସେ ଦେଖିବା କ୍ଷଣି ସୁନାକୁ ଚିହ୍ନି ନିଅନ୍ତି। ରଫିକ୍ ପାପାଭାଇ ସେଖ୍ କହନ୍ତି, ‘‘ ମୋ ହାତରେ ରଖିଲେ ମୁଁ ଗୋଟିଏ ଗହଣାର କ୍ୟାରେଟ୍ ବାବଦରେ କହିପାରିବି। ମୁଁ ଜଣେ ଜୋହରି(ତାଙ୍କ କ୍ଷେତ୍ରେରେ ବଣିଆ, ଜଣେ ଗହଣା ନିର୍ମାତା)। ’’ ପୁନେ-ସତାରା ଜାତୀୟ ରାଜପଥର ପାଡଭି ଗାଁ ନିକଟରେ ସେ ଆମ ସହ କଥା ହେଉଛନ୍ତି, ଯେଉଁଠାରେ ପୁଣି ଥରେ ସୁନା ଦ୍ୱାରା ପ୍ରଭାବିତ ହୋଇଥାଇପାରନ୍ତି। ଏଥର ଗୋଟିଏ ରେସ୍ତୋରାଁରେ ଯାହା ଖୋଲିବାକୁ ଅଛି।

ଆମେ ପୁନେ ଜିଲ୍ଲାର ସୀମାବର୍ତ୍ତୀ ଦୌଣ୍ଡ ତହସିଲ ଦେଇ ଯାଉଥିଲୁ, ଯେତେବେଳେ ଆମେ ଏହାକୁ ଅତିକ୍ରମ କଲୁ। ଧଳା ରଙ୍ଗର ଗୋଟିଏ କୁଡ଼ିଆ ଭଳି ଆକାର : ଉପରେ ଝଟକୁଥିବା ସବୁଜ ଓ ଲାଲ୍ରଙ୍ଗରେ ‘ହୋଟେଲ୍ ସେଲ୍ଫି’ ଲେଖାଥିଲା। ଆମେ ବୁଲିଲୁ ଏବଂ ଖୁବ୍ ଦ୍ରୁତ ଗତିରେ ପଛକୁ ଫେରିଲୁ। ଆମକୁ ଏହାକୁ ଦେଖିବାକୁ ଥିଲା।

ରଫିକ୍ କହନ୍ତି, ‘‘ପ୍ରକୃତରେ ମୁଁ ମୋ ପୁଅ ପାଇଁ ରେସ୍ତୋରାଁ ଖୋଲିଥିଲି। ମୁଁ ଜଣେ ଜୋହରି, କିନ୍ତୁ ତା ପାଇଁ ମୁଁ ଭାବିଲି ଏହି ବ୍ୟବସାୟକୁ କାହିଁକି ପଶିବା ନାହିଁ। ଏହି ଜାତୀୟ ରାଜପଥରେ ବେଶ୍ ୟାତାୟାତ ରହୁଛି ଏବଂ ଲୋକେ ଚା’ ଓ ଖାଦ୍ୟ ପାଇଁ ରହୁଛନ୍ତି। ’’ ଏମିତି ଅନ୍ୟ ଆକାରର ଘର ଭଳି ତାଙ୍କର ଘରଟି ଜାତୀୟ ରାଜପଥର ବିଲକୁଲ୍ କଡ଼ରେ ନାହିଁ, କିନ୍ତୁ ତା ସାମ୍ନାରେ ବେଶ୍ କିଛି ଜାଗା ଛଡ଼ାଯାଇଛି। ଯାହା ଫଳରେ ଲୋକେ ସେମାନଙ୍କ ଗାଡ଼ି ସହ ରହିପାରିବେ, ଯେମିତି ଆମେ କଲୁ।

PHOTO • P. Sainath

ରଫିକ୍ ସେଖ୍ହୋଟେଲ୍ ମାଲିକ ଓ ଜଣେ ବଣିଆ - ଏବଂ ନା, ଏହା ଗୋଟିଏ ସେଲ୍ଫି ନୁହେଁ

ରଫିକ୍ ଆନନ୍ଦିତ ହେଲେ ଯେତେବେଳେ ଆମେ କହିଲୁ ଯେ ତାଙ୍କ ହୋଟେଲ୍ର ନାଁ-ସେଲ୍ଫି- ଦେଖି ହିଁ ଆମେ ପଛକୁ ଫେରିଆସିଲୁ, ଯେତେବେଳେକି ଆମେ ସତାରାରେ ମିଟିଂ ପାଇଁ ଯାଉଥିଲୁ। ସେ ଖୁବ୍ ବଡ଼ ପାଟିରେ ହସି ଉଠିଲେ, ଏବଂ ତାଙଅକ ପୁଅକୁ କହିଲେ ମୁଁ ତୋତେ କହିନଥିଲି, ଏବେ ଦେଖ। ସେ ଏହି ନାଁ ନିଜେ ବାଛିଥିଲେ।

ନା, ତାଙ୍କର ଛୋଟ ରେସ୍ତୋରାଁ ଆଗରେ ରଫିକ୍ ସେଲ୍ଫି ନେଉଥିବାର ଫଟୋ ଆମେ ଉଠାଇଲୁ ନାହିଁ। ଏହା ଖୁବ୍ ସାଧାରଣ ଏବଂ ଚିରାଚରିତ ହୋଇଥାନ୍ତା। ଏହା କେବଳ ତାଙ୍କର ବିରଳ ‘ପ୍ରଥମ’ରୁ ଧ୍ୟାନ ହଟାଇଥାନ୍ତା। କେହି, କେଉଁଠି, ଗୋଟିଏ ହୋଟେଲ୍କୁ ‘ସେଲ୍ଫି’ ନାଁ ଦେବାର ଥିଲା। ଅନ୍ୟ ମାନଙ୍କ ପୂର୍ବରୁ ସେ କଲେ। ଯାହା ହେଉ ଆମେ ଦେଖିଥିବା ଏହା ପ୍ରଥମ। (ଅଧିକାଂଶ ଗ୍ରାମୀଣ ଭାରତରେ ସମସ୍ତ ରୋସ୍ତୋରାଁ, ଖାଇବା ସ୍ଥାନ, ଢାବା ଏବଂ ଚା ଦୋକାନକୁ ହୋଟେଲ୍ ବୋଲି କୁହାଯାଏ)

ଯାହା ବି ହେଉ, ଏଠାରେ ଏହି ହୋଟେଲ୍ ଖୋଲିବା ପରେ ନିଶ୍ଚିତ ଭାବେ ଯାତ୍ରୀ ଏବଂ ପର୍ଯ୍ୟଟକମାନେ ଏଠାରେ ବହୁ ସଂଖ୍ୟାରେ ଅଟକିବେ ଏବଂ ସେମାନଙ୍କର ସେଲ୍ଫି - କ୍ଲେଶ ପୂରଣ କରିବେ। ଅଧିକ ବୋଧହୁଏ ସ୍ନାକ୍ସ ଅପେକ୍ଷା ସେଲ୍ଫି ପାଇଁ ରହିବେ। ଚା’କୁ ଭୁଲିଯାଇପାରନ୍ତି, କିନ୍ତୁ ହୋଟେଲ୍ ସେଲ୍ଫିକୁ ଆପଣ ସବୁବେଳେ ମନେ ରଖିବେ। ମହାନ ପୁରୁଣା ଇଗଲ୍ ଗୀତରୁ କେତେକ ପଦ: ଆପଣ ଯେ କୌଣସି ସମୟରେ ଚେକ୍ ଆଉଟ୍ କରିପାରିବେ, କିନ୍ତୁ ଆପଣ କେବେ ବି ଛାଡ଼ି ପାରିବେ ନାହିଁ।

ଏଥିରେ କୌଣସି ସନ୍ଦେହ ନାହିଁ, ରଫିକ୍ ସେଖ୍ଙ୍କର ହୋଟେଲ୍ ସେଲ୍ଫି ଭିଡ଼କୁ ଆକୃଷ୍ଟ କରିବ। ରଫିକ୍ ମଧ୍ୟ ଏହାକୁ ଜାଣୁଛନ୍ତି। ସେ ଦେଖିବା କ୍ଷଣି ସୁନାକୁ ଚିହ୍ନି ପାରନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍

ਪੀ ਸਾਈਨਾਥ People’s Archive of Rural India ਦੇ ਮੋਢੀ-ਸੰਪਾਦਕ ਹਨ। ਉਹ ਕਈ ਦਹਾਕਿਆਂ ਤੋਂ ਦਿਹਾਤੀ ਭਾਰਤ ਨੂੰ ਪਾਠਕਾਂ ਦੇ ਰੂ-ਬ-ਰੂ ਕਰਵਾ ਰਹੇ ਹਨ। Everybody Loves a Good Drought ਉਨ੍ਹਾਂ ਦੀ ਪ੍ਰਸਿੱਧ ਕਿਤਾਬ ਹੈ। ਅਮਰਤਿਆ ਸੇਨ ਨੇ ਉਨ੍ਹਾਂ ਨੂੰ ਕਾਲ (famine) ਅਤੇ ਭੁੱਖਮਰੀ (hunger) ਬਾਰੇ ਸੰਸਾਰ ਦੇ ਮਹਾਂ ਮਾਹਿਰਾਂ ਵਿਚ ਸ਼ੁਮਾਰ ਕੀਤਾ ਹੈ।

Other stories by P. Sainath
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE