ଗ୍ରାମାଞ୍ଚଳର ଭାରତୀୟ ଥିଲେ ସ୍ୱାଧୀନତା ସଂଗ୍ରାମର ପଦାତିକ ବାହିନୀ ଏବଂ ଅନେକ ବଡବଡ ଉପନିବେଶବିରୋଧୀ ଆନ୍ଦୋଳନର ନେତା। ବ୍ରିଟିଶ କବଳରୁ ଭାରତକୁ ମୁକ୍ତ କରିବା ପାଇଁ ସେମାନଙ୍କ ମଧ୍ୟରୁ ଅଗଣିତ ଲୋକ ସେମାନଙ୍କ ଜୀବନ ଉତ୍ସର୍ଗ କରିଛନ୍ତି। ଯେଉଁମାନେ ମୁକ୍ତ ଭାରତ ଦେଖିବା ପାଇଁ ସମସ୍ତ ପୀଡାକୁ ସହି ବଞ୍ଚିରହିଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ସଂଗ୍ରାମୀଙ୍କୁ ସ୍ୱାଧୀନୋତ୍ତର ଭାରତ ଭୁଲିଗଲା। ୧୯୯୦ ମସିହାରୁ ମୁଁ ସେହି ସଂଗ୍ରାମୀଙ୍କ ଜୀବନୀ ସାଉଁଟୁଛି, ଯେଉଁମାନଙ୍କୁ ଦେଶ ଭୁଲିଯାଇଛି। ସେହି ଶେଷ ସନ୍ତକମାନଙ୍କ ମଧ୍ୟରୁ ୫ ଜଣଙ୍କ କାହାଣୀ ଏଠାରେ ଉପସ୍ଥାପନ କରୁଛି।


Nuapada, Odisha
|TUE, AUG 14, 2018
ସ୍ୱାଧୀନତା ସଂଗ୍ରାମର ୧୦ କାହାଣୀ
ଭାରତର ୬୯ତମ ସ୍ୱାଧୀନତା ଦିବସରେ ଭୁଲି ଯାଇଥିବା ସାହସ ଏବଂ ବଳିଦାନର କାହାଣୀର ପୁନଃକଥନ।
Author
Translator

P. Sainath
P. Sainath
P. Sainath
P. Sainath
P. Sainath
P. Sainath
ପ୍ରଥମେ ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶ ପାଇଥିବା ଏହି ପାଞ୍ଚଟି କାହାଣୀକୁ ଏଠାରେ ଅନେକ ଫଟୋ ସହ ପୁନଃପ୍ରକାଶ କରାଯାଉଛି। ମହାନ ବିପ୍ଳବରେ ସାମିଲ ହୋଇଥିବା ସେହିସବୁ ଗାଁର ସ୍ମୃତି ଏହି 'ସ୍ୱାଧୀନତା ସଂଗ୍ରାମର ବିସ୍ମୃତ କାହାଣୀ' ଶୀର୍ଷକ ଶୃଙ୍ଖଳାରେ ଜଡେଇ ହୋଇ ରହିଛି। ଭାରତର ସ୍ୱାଧୀନତା ପଞ୍ଝାଏ ସହରୀ ସମ୍ଭ୍ରାନ୍ତଙ୍କ ଅବଦାନ ନୁହେଁ। ମୁକ୍ତି ସଂଗ୍ରାମରେ ଗ୍ରାମାଞ୍ଚଳ ଭାରତୀୟଙ୍କ ସଂଖ୍ୟା ଥିଲା ବହୁ ଅଧିକ। ସେମାନେ ଏକା ସାଙ୍ଗରେ ଏକାଧିକ ସ୍ୱାଧୀନତା ପାଇଁ ଲଢେଇ କରୁଥିଲେ। ୧୮୫୭ର ଅନେକ ଯୁଦ୍ଧ, ଯେମିତିକି ମୁମ୍ବାଇ ଏବଂ କୋଲକାତାରେ ବ୍ରିଟିଶର ସଫଳତା ପାଇଁ ସମ୍ଭ୍ରାନ୍ତ ଶ୍ରେଣୀର ଲୋକେ ଏକାଠି ହେଉଥିବାବେଳେ ଗ୍ରାମାଞ୍ଚଳରେ ସ୍ୱାଧୀନତା ସଂଗ୍ରାମର ହାଓ୍ୱା ବହୁଥିଲା। ୧୯୯୭ରେ, ସ୍ୱାଧୀନତାର ୫୦ ବର୍ଷ ପରେ ମୁଁ ସେମିତି କେତେକ ଗାଁକୁ ଯାଇଥିଲି। ଯେଉଁଠି ଆପଣ ଏସବୁ କାହାଣୀ ପାଇପାରିବେ।
P. Sainath
P. Sainath
P. Sainath
କାଲାଇସେରୀ: ସୁମୁକାନଙ୍କ ସନ୍ଧାନରେ
ଭାରତର ୬୯ତମ ସ୍ୱାଧୀନତା ଦିବସରେ ୧୦ଟି କାହାଣୀର ସ୍ମୃତିଚାରଣ
ସ୍ୱାଧୀନତା ସଂଗ୍ରାମର ୧୦ଟି କାହାଣୀ
(ବଞ୍ଚି ରହିଥିବା ଶେଷ ସ୍ୱାଧୀନତା ସଂଗ୍ରାମୀଙ୍କ ପାଖରେ ପହଞ୍ଚିବା ଏବଂ ତଥ୍ୟ ସଂଗ୍ରହ କରିବା ଦିଗରେ ପରୀ ନିଜର ଉଦ୍ୟମ ଜାରି ରଖିଛି)
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ସ୍ୱାଧୀନତା-ସଂଗ୍ରାମର-୧୦-କାହାଣୀ




