ତା’ର ଦେଶ ଥିଲା କୋଟି କୋଟି ଲୋକ ଦେଖୁଥିବା ସ୍ଵପ୍ନଠାରୁ ବି ଅଧିକ।ଏଭଳି କିଛି ଲୋକ ଥିଲେ ଯେଉଁମାନେ ସେହି ଦେଶ ପାଇଁ ସେମାନଙ୍କ ଜୀବନକୁ ବି ତ୍ୟାଗ କରିଥିଲେ।ବିଗତ କିଛି ବର୍ଷ ଧରି ସେ ମଧ୍ୟ ସ୍ଵପ୍ନ ଦେଖିବା ଆରମ୍ଭ କରିଥିଲା।ସେ ଦେଖୁଥିଲା ଯେ କୋଉଠୁ କେଜାଣି ଦଳେ ଲୋକ ବାହାରି ଆସୁଥିଲେ ଓ ଜଣେ ଲୋକକୁ ନିଆଁ ଲଗେଇ ଜାଳି ଦେଉଥିଲେ।ସେ ସେମାନଙ୍କୁ ଅଟକାଇ ପାରୁନଥିଲା।ଏଥର ସେ ଦେଖିଲା ଗୋଟେ ଭଙ୍ଗା ଘରର ବାରଣ୍ଡାରେ ଦଳେ ଲୋକ ଥିଲେ ଓ କିଛି ସ୍ତ୍ରୀ ଲୋକ କାନ୍ଦୁଥିଲେ।ଚାଦର ଘୋଡ଼ା ହେଇଥିବା ଦୁଇଟି ଶବ ନିକଟରେ କିଛି ଲୋକ ନିଥର ଭାବେ ଠିଆ ହେଇଥିଲେ।ମୃତ ଦେହ କଡ଼କୁ ଜଣେ ସ୍ତ୍ରୀଲୋକ ଅଚେତ ହୋଇ ପଡ଼ି ରହିଥିଲା।ଶବ ଦୁଇଟିକୁ ସେଠାରେ ବସିଥିବା ଛୋଟ ଝିଅଟିଏ ଅପଲକ ଆଖିରେ ଚାହିଁ ରହିଥିଲା।ଏ ପର୍ଯ୍ୟନ୍ତ ସ୍ଵପ୍ନ ଦେଖୁଥିବାରୁ ତା’ ନିଜକୁ ଦୋଷୀ ଲାଗୁଥିଲା।ବହୁତ ଆଗରୁ ସେ ଏହାକୁ ବନ୍ଦ କରିବା ଦରକାର ଥିଲା।ସେ ଜାଣିଥିଲା ଯେ ସ୍ଵପ୍ନ ଜଗତ ବାହାରେ ଏ ଦେଶ ସଂପୂର୍ଣ୍ଣ ଭାବେ ଗୋଟେ ଗୋଟେ ଶ୍ମଶାନରେ ପରିଣତ ହୋଇ ସାରିଥିଲା। କିନ୍ତୁ ସେ ଜାଣି ନଥିଲା ଯେ ବର୍ତ୍ତମାନ ସେ କେମିତି ସ୍ଵପ୍ନ ଦେଖିବା ବନ୍ଦ କରିବ, କିମ୍ବା ସେଥିରୁ ସେ କେମିତି ବାହାରି ଯାଇପାରିବ!


Mumbai, Maharashtra
|TUE, MAR 21, 2023
ସ୍ଵପ୍ନଟିଏ, ଦେଶଟିଏ, ଶ୍ମଶାନଟିଏ...
ମାର୍ଚ୍ଚ ୨୧, ୨୦୨୩ରେ, ବିଶ୍ଵ କବିତା ଦିବସରେ କବିଟିଏ ତା’ର ସ୍ଵପ୍ନର ଦେଶଟି ପାଇଁ ଦେଖୁଥିବା ସ୍ଵପ୍ନର ଶୋକରେ ସନ୍ତପ୍ତ
Poem and Text
Painting
Editor
Translator
तो यह देश नहीं…
1.
एक हाथ उठा
एक नारा लगा
एक भीड़ चली
एक आदमी जला
एक क़ौम ने सिर्फ़ सहा
एक देश ने सिर्फ़ देखा
एक कवि ने सिर्फ़ कहा
कविता ने मृत्यु की कामना की
2.
किसी ने कहा,
मरे हुए इंसान की आंखें
उल्टी हो जाती हैं
कि न देख सको उसका वर्तमान
देखो अतीत
इंसान देश होता है क्या?
3.
दिन का सूरज एक गली के मुहाने पर डूब गया था
गली में घूमती फिर रही थी रात की परछाई
एक घर था, जिसके दरवाज़ों पर काई जमी थी
नाक बंद करके भी नहीं जाती थी
जलते बालों, नाखूनों और चमड़ी की बू
बच्ची को उसके पड़ोसियों ने बताया था
उसका अब्बा मर गया
उसकी मां बेहोश पड़ी थी
दो लोग जलाए गए थे
4.
अगर घरों को रौंदते फिरना
यहां का प्रावधान है
पीटकर मार डालना
यहां का विधान है
और, किसी को ज़िंदा जला देना
अब संविधान है
तो यह देश नहीं
श्मशान है
5.
रात की सुबह न आए तो हमें बोलना था
ज़ुल्म का ज़ोर बढ़ा जाए हमें बोलना था
क़ातिल
जब कपड़ों से पहचान रहा था
किसी का खाना सूंघ रहा था
चादर खींच रहा था
घर नाप रहा था
हमें बोलना था
उस बच्ची की आंखें, जो पत्थर हो गई हैं
कल जब क़ातिल
उन्हें कश्मीर का पत्थर बताएगा
और
फोड़ देगा
तब भी
कोई लिखेगा
हमें बोलना था
ଏହା ଦେଶ ନୁହେଁ...
(୧)
ହାତଟିଏ ଉର୍ଦ୍ଧ୍ଵକୁ ଉଠିଲା,
ନାରାବାଜି ହେଲା,
ଦଳେ ଲୋକ ଆଗକୁ ବଢିଲେ,
ଜଣେ ଲୋକକୁ ଜୀଅନ୍ତା ଜାଳି ଦିଆଗଲା।
ଗୋଟିଏ ଗୋଷ୍ଠୀ କିଛିଟା କଷ୍ଟ ପାଇଲେ।
ଗୋଟିଏ ଦେଶ ଚାହିଁ ରହିଥିଲା।
କବିଟିଏ କେବଳ କହିଲା,
କବିତାଟିଏ ମରିଗଲା।
(୨)
କେହି ଜଣେ କହିଲା,
ମୃତବ୍ୟକ୍ତିର ଆଖି ଯୋଡ଼ିକ
ଉପରୁ ତଳକୁ ଓଲଟିଯାଏ।
ଏପରି ସ୍ଥିତିରେ ବର୍ତ୍ତମାନକୁ କେହି ଦେଖି ପାରେନି,
କେବଳ ପଛ କଥାକୁ ଚାହିଁ ରହେ।
କେହି ଜଣେ ପଚାରିଲା
ରାଷ୍ଟ୍ର ହେଇ ପାରିବକି ବ୍ୟକ୍ତିଟିଏ?
(୩)
ସେଦିନ ଗଳି ରାସ୍ତା ମୁଣ୍ଡରେ ହୋଇଥିଲା ସୂର୍ଯ୍ୟାସ୍ତ।
ରାତିର ଛାଇ ରାସ୍ତାରେ ବୁଲୁଥିଲା ଦିଗହରା ହେଇ।
ଗୋଟିଏ ଘର ଥିଲା ଯାହାର କବାଟରେ ଶିଉଳି ଚରି ଯାଉଥିଲା।
ସେ ଘରକୁ କେହି ଅତିକ୍ରମ କରି ଯାଇ ପାରୁ ନଥିଲେ,
ଯଦିଓ ବା ତୁମ ନାକ ଟେକି ହେଇ ଯାଉଥିଲା,
କୌଣସି ପୋଡ଼ା ମାଂସର ଗନ୍ଧରେ
ତୁମ ଫୁସଫୁସ ଭରି ଯାଉଥିଲା।
ପଡ଼ୋଶୀମାନେ ଝିଅଟିକୁ କହିଲେ,
ମରି ସାରିଛି ତା’ର ବାପା,
ମା’ ତା’ର ଚେତାଶୂନ୍ୟ ହୋଇ ପଡ଼ି ରହିଥିଲା,
ଗାଈଟିଏ ରକ୍ଷା ପାଇଗଲା,
ଓ ଦୁଇ ଜଣଙ୍କୁ ପୋଡ଼ି ମାରି ଦିଆଗଲା।
(୪)
ଏବେ ସେଠାରେ ବ୍ୟବସ୍ଥା ରହିଛି
ଘରଦ୍ଵାର ଭାଙ୍ଗିରୁଜି ଦେବାକୁ,
ନିୟମ କହୁଛି
ଶାରୀରିକ ଉତ୍ପୀଡନ ସହ ହତ୍ୟା କରିବାକୁ
ଓ ଜୀଅନ୍ତା ବି ପୋଡ଼ି ମାରିବାକୁ,
ବର୍ତ୍ତମାନର ସମ୍ବିଧାନରେ ବି ପ୍ରାବଧାନ ଅଛି।
କିଏ କହେ ଏହା ଏକ ଦେଶ?
ଏହା ତ ଶ୍ମଶାନଟିଏ।
(୫)
ଯେବେ ଦିନଟିଏ ରାତି ପରେ ଆସେ ନାହିଁ,
ଆମକୁ କହିବାକୁ ହେବ।
ଯେବେ କ୍ଷମତା ପାଲଟିବ ଅତ୍ୟାଚାର
ଆମକୁ କହିବାକୁ ହେବ।
ଯେତେବେଳେ ହତ୍ୟାକାରୀ
ତା’ର ପୋଷାକ ଖୋଜୁଥିବ,
ଖାଦ୍ୟର ଗନ୍ଧ ବାରୁଥିବ,
ଆବରଣ ଭିଡ଼ି ଚାଲିଥିବ,
ତା’ ଘରର ଚାରିପଟ ମାପିବାରେ ମଗ୍ନ ଥିବ,
ଆମକୁ କହିବାକୁ ହେବ।
ଛୋଟ ଝିଅଟି
ଏବେ ବସିଛି ପଥର ଆଖିରେ।
ସେମାନେ କହିବେ କାଲି,
ସେ ଲୁଚାଇ ରଖିଛି କାଶ୍ମୀରୀ ପଥର
ତା’ର ଆଖି ଡୋଳା ତଳେ,
ଆମେ ଚାଲ ତାକୁ ବିସ୍ଫୋରଣ କରିବା।
ସେତେବେଳେ ବି ହୁଏତ,
କେହି ଜଣେ କହିବ,
ଓଃ, ଆମକୁ କହିବାକୁ ହେବ!
ମୂଳ ଇଂରାଜୀରୁ ଅନୁବାଦ: କପିଳାସ ଭୂୟାଁ
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ସ୍ଵପ୍ନଟିଏ-ଦେଶଟିଏ-ଶ୍ମଶାନଟିଏ

