ଦେବୀ ବର୍ତ୍ତମାନ ଯେ କୌଣସି ସମୟରେ ଧରାବତରଣ କରିବେ, ଯଦି ସେ ପ୍ରଥମେ ପୋଷାକ ପିନ୍ଧିବାର ସୁଯୋଗ ପାଇବେ। “ଏବେ ସାତଟା ବାଜି ସାରିଲାଣି। ରଜତ ଜୁବିଲୀ ଗାଁର ପ୍ରିୟ ବାସିନ୍ଦା, ଦୟାକରି ବେଡ୍କଭର୍, ଶାଢୀ, କପଡ଼ା ଆଣନ୍ତୁ। ଆମକୁ ଏକ ଗ୍ରୀନ୍ ରୁମ୍ ତିଆରି କରିବାକୁ ପଡ଼ିବ। ‘ପାଲାଗାନ୍’ - ମନସା ଏଲୋମୋର୍ଟ [ଦେବୀ’ଙ୍କ ଧରାବତରଣ] ଆରମ୍ଭ ହେବାକୁ ଯାଉଛି।” ସଂଗୀତ ପରିବେଷଣ ପୂର୍ବର ଘୋଷଣାଗୁଡ଼ିକ ପବନରେ ପ୍ରତିଧ୍ୱନିତ ହୋଇ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଗୋସାବା ବ୍ଲକର ଏହି ଗାଁର ସେପ୍ଟେମ୍ବର ମାସ ୨୪ ତାରିଖ ସନ୍ଧ୍ୟାକୁ ଉତ୍ସବମୁଖର କରିଦେଇଛି। ରାତ୍ରି ଉତ୍ସବ ଏବଂ ଆନନ୍ଦ ଉଲ୍ଲାସରେ ମୁଖରିତ ହୋଇଉଠୁଛି।
ଏକ ଘଣ୍ଟା ମଧ୍ୟରେ, ଏକ କାମଚଳା ଗ୍ରୀନ୍ ରୁମ୍ ତିଆରି ହୋଇଗଲା ଏବଂ ଉଜ୍ଜ୍ୱଳ ପୋଷାକରେ ଥିବା କଳାକାରମାନେ ବେଶଭୂଷା ହେବା ସହିତ ଅଳଙ୍କାରରେ ନିଜକୁ ସଜାଉଥିଲେ ଏବଂ ଏକ ଲେଖା ହୋଇନଥିବା ସ୍କ୍ରିପ୍ଟ ରୁ ସେମାନେ ଲାଇନ୍ର ପୁନରାବୃତ୍ତି କରୁଥିଲେ। ଦଳର ନେତୃତ୍ୱ ନେଉଥିବା ନିତ୍ୟାନନ୍ଦ ସର୍କାର ନୃତ୍ୟଶିଳ୍ପୀଙ୍କ ପରି ଆକର୍ଷଣୀୟ ଦେଖାଯାଉନଥିବା ଏକ କଳାରଙ୍ଗର ପୋଷାକ ପିନ୍ଧିଥିଲେ, ଯାହାଙ୍କୁ ମୁଁ ପ୍ରଥମେ ହିରନ୍ମୟ ଏବଂ ପ୍ରିୟଙ୍କାଙ୍କ ବିବାହ ସମୟରେ ଭେଟିଥିଲି । ଆଜି ସେ ସର୍ପ ଦେବୀ ମନସାଙ୍କ ଭୂମିକାରେ ଅଭିନୟ କରିବେ। ସେ ମୋତେ ଅନ୍ୟ କଳାକାରମାନଙ୍କ ସହିତ ପରିଚିତ କରାଇଲେ ଯେଉଁମାନେ କି ସେହି ସନ୍ଧ୍ୟାରେ ପାଲାଗାନରେ ଅଂଶଗ୍ରହଣ କରିବେ।
ପାଲା ଗାନ୍ ହେଉଛି ମଙ୍ଗଳ କାବ୍ୟ ଉପରେ ଆଧାରିତ ଏକ ଗୀତିନାଟ୍ୟ ଯାହାକି ଏକ ଲୋକପ୍ରିୟ ଦେବୀ ବା ଦେବତାଙ୍କର ମହିମା ଉପରେ ଲିଖିତ ଏକ କାହାଣୀ । ଶିବଙ୍କ ପରି ସକଳ ଦେବତାଙ୍କର ପ୍ରଶଂସା କରି ଏହି କବିତାଗୁଡ଼ିକ ପ୍ରାୟତଃ ପାଠ କରାଯାଏ କିମ୍ବା ଗାନ କରାଯାଇଥାଏ, କିନ୍ତୁ ଧର୍ମ ଠାକୁର, ସର୍ପ ଦେବୀ- ମା ମନସା, ବସନ୍ତ ରୋଗର ଦେବୀ- ଶୀତଳା ଏବଂ ଜଙ୍ଗଲର ଦେବୀ- ବନ୍ ବିବି ପରି ସ୍ଥାନୀୟ ବଙ୍ଗୀୟ ଦେବାଦେବୀମାନଙ୍କର ଅଧିକ ଗୀତ ଗାନ କରାଯାଏ।ଏହି ନାଟକର କଳାକାରମାନେ ବର୍ଷସାରା ସୁନ୍ଦରବନ ଦ୍ୱୀପପୁଞ୍ଜରେ ମନ୍ତ୍ରମୁଗ୍ଧ ଦର୍ଶକମାନଙ୍କୁ ଏହି ସଂଗୀତ ନାଟକ ପରିବେଷଣ କରନ୍ତି।
ପଶ୍ଚିମବଙ୍ଗ, ଆସାମ ଏବଂ ବିହାରର ବିଭିନ୍ନ ଭାଗରେ ପରିବେଷିତ ମନସା ପାଲଗାନ୍ ମନସା ମଙ୍ଗଳ କାବ୍ୟ ଉପରେ ଆଧାରିତ, ପୁରାତନ ଲୋକ ପୁରାଣ ଉପରେ ଆଧାରିତ ଏକ ଗୁରୁତ୍ୱପୂର୍ଣ୍ଣ ଉପନ୍ୟାସ ଯାହା ଏକ ଆକଳନ ଅନୁଯାୟୀ ୧୩ ତମ ଶତାବ୍ଦୀରେ ଆରମ୍ଭ ହୋଇଥିଲା ବୋଲି ପରବର୍ତ୍ତୀ ସମୟରେ କୁହାଯାଏ। ବଙ୍ଗଳାରେ, ମନସା ଦକ୍ଷିଣ ୨୪ ପ୍ରଗଣା ବଙ୍କୁର, ବୀରଭୂମ୍ ଏବଂ ପୁରୁଲିଆ ଜିଲ୍ଲାର ଦଳିତମାନଙ୍କ ମଧ୍ୟରେ ଏକ ଲୋକପ୍ରିୟ ଦେବୀ ଅଟନ୍ତି। ପ୍ରତିବର୍ଷ ବିଶ୍ୱକର୍ମା ପୂଜା ଦିନ (ଚଳିତ ବର୍ଷ ସେପ୍ଟେମ୍ବର ମାସ ୧୭ ତାରିଖ), ସୁନ୍ଦରବନର ଭାରତୀୟ ଭୂଖଣ୍ଡରେ ଥିବା ଦୂର ଗ୍ରାମଗୁଡ଼ିକର ଅନେକ ପରିବାର ସର୍ପ ଦେବୀଙ୍କୁ ପୂଜା କରନ୍ତି ଏବଂ ପାଲାଗାନ୍ କରନ୍ତି।

























