“ଯଦି ସମସ୍ତେ ସେମାନଙ୍କର ବାରଣ୍ଡାରେ ଓ ଛାତରେ ଖାଦ୍ୟ ସାମଗ୍ରୀ ବଢ଼ାନ୍ତି, ଆମେ ଖାଇବାକୁ ଯଥେଷ୍ଟ ଖାଦ୍ୟ ପାଇବୁ।”

ଆମେ ଏକ ଶ୍ରେଣୀଗୃହରେ ଅଛୁ, ଗ୍ରାମୀଣ ଭାରତ ସମ୍ପର୍କରେ ସହରୀ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଲାଗି ଆମନ୍ତ୍ରିତ ହୋଇଛୁ। ଛାତ୍ରଛାତ୍ରୀଙ୍କ ବିବୃତି ନିରବ ବୋମା ଭଳି ପଡ଼ିଥାଏ। ଯଦି ଆମେ ଏହାକୁ ଛାଡ଼ିଦେଉ, ଏହା ଅପୂରଣୀୟ କ୍ଷତି ଘଟାଇବାର ଆଶଙ୍କା ରହିଛି- ଏହାର ନିରବ ଭାବେ ‘ସମସ୍ତଙ୍କୁ’ ସଶକ୍ତ ଯୁବ ଭାରତୀୟରେ ପରିପୂର୍ଣ୍ଣ ଏକ ବର୍ଗ ଭାବେ ପରିଭାଷିତ କରିବ। ଏହା ପରିବର୍ତ୍ତେ, ଆମେ ଏହାକୁ କିଛି ଅର୍ଥପୂର୍ଣ୍ଣ ଆଲୋଚନାକୁ ଇନ୍ଧନ ଯୋଗାଇବା କ୍ଷେତ୍ରରେ ଉପଯୋଗ କରିପାରିବା। ଏପରି ଘର ଅଛି କି, ଯାହାର କୌଣସି ବାଲକୋନୀ, ଛାତ କିମ୍ବା ଖୋଲା ସ୍ଥାନ ନାହିଁ?

ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆ (ପରୀ)ର ଶିକ୍ଷା ଶାଖା ପରୀ ଏଜୁକେସନ ଚିରାଚରିତ ପ୍ରଥାକୁ ତ୍ୟାଗ କରିବା ଏବଂ ସନ୍ଦର୍ଭଗୁଡ଼ିକୁ ବିସ୍ତାରିତ କରିବା ଉଦ୍ଦେଶ୍ୟରେ ଏହି ମୁହୂର୍ତ୍ତଗୁଡ଼ିକୁ ବାନ୍ଧି ରଖିବା ଲାଗି ଚାହୁଁଛି। ପରୀ କାହାଣୀଗୁଡ଼ିକୁ ଉପଯୋଗ କରି ଆମେ ଚାହୁଁଛୁ ଯେ ସହରାଞ୍ଚଳ ସ୍କୁଲ୍ ଓ କଲେଜର ଛାତ୍ରଛାତ୍ରୀମାନେ ଗ୍ରାମୀଣ ଓ ବଞ୍ଚିତ ସମୁଦାୟଙ୍କ ସମ୍ପର୍କରେ ଅନୁସନ୍ଧାନ କରନ୍ତୁ, ସେମାନଙ୍କ ସହ ସମ୍ପୃକ୍ତ ହୁଅନ୍ତୁ ଓ ସେମାନଙ୍କ ପ୍ରତି ସହାନୁଭୂତି ପ୍ରକଟ କରନ୍ତୁ। ସମାନ ଭାବରେ, ଆମେ ଚାହୁଁଛୁ ଗ୍ରାମୀଣ ଛାତ୍ରଛାତ୍ରୀମାନେ ସେମାନଙ୍କର ସମୁଦାୟ ସମ୍ପର୍କରେ ଲେଖନ୍ତୁ ଏବଂ ସେମାନଙ୍କ ସମୁଦାୟକୁ ସାମିଲ କରି ପାଠ୍ୟପୁସ୍ତକ ପ୍ରସ୍ତୁତ କରନ୍ତୁ। ମାରିଆ ମଣ୍ଟେସୋରୀ କହିଥିଲେ ଯେ ‘ସମାଜର ପୁନଃନିର୍ମାଣ’ ଶିକ୍ଷାର ପୁନଃନିର୍ମାଣରୁ ଆସିଥାଏ-ଯେଉଁଠି ଛାତ୍ରଛାତ୍ରୀ ଆମ ଦେଶର ବହୁମୁଖି ବାସ୍ତବତା ସମ୍ପର୍କରେ ଦେଖିବା, ଶୁଣିବା ଓ ଶିଖିବାକୁ ସମର୍ଥ ହୋଇଥାନ୍ତି।

ଶିକ୍ଷକ ଭାବେ ଆମେ ବିବେଚନା କରିଥାଉ ଯେ ଆମ ପିଲାମାନଙ୍କୁ ‘ବିଶ୍ୱ ନାଗରିକ’ କରିବାର ଦୌଡ଼ରେ ସେମାନେ ନିଜ ଆଖପାଖରେ ଥିବା ପରିବେଶ ଏବଂ ବଡ଼ ସହର ବାହାରେ ଥିବା ଭାରତ ଠାରୁ ଦୂରେଇ ଯାଇଥାନ୍ତି। ଭାରତର ଅନେକ ରୂପ ପ୍ରତି ଅଣଦେଖା କରି, ପାଠ୍ୟକ୍ରମରେ ସେଗୁଡ଼ିକୁ ସ୍ଥାନ ନଦେଇ, ଆମେ ସେମାନଙ୍କୁ ବାର୍ତ୍ତା ଦେଇଥାଉ ଯେ ଏସବୁ ଗୁରୁତ୍ୱହୀନ। ପରୀର ପ୍ରତିଷ୍ଠାତା ସମ୍ପାଦକ ପି. ସାଇନାଥ କୁହନ୍ତି : ‘ଭାରତରେ ଏପରି ଏକ ପିଢ଼ି ବଡ଼ ହେଉଛନ୍ତି, ଯେଉଁମାନେ ନିଜ ଦେଶରେ ମଧ୍ୟ ବିଦେଶୀ’।

PHOTO • Shraddha Agarwal
Waiting outside the Communist Party of India (Marxist) office at Wada taluka's Kiravali Naka
PHOTO • Shraddha Agarwal

ଧାନ କ୍ଷେତରେ ନଇଁଥିବା ଜଣେ ମହିଳାଙ୍କ ଛବିକୁ ଜଣେ ଛାତ୍ର ହୁଏତ’ ଚିହ୍ନିପାରେ। କିନ୍ତୁ ଏହି ଛବି ଠାରୁ ଉର୍ଦ୍ଧ୍ୱକୁ ଆମେ ଯାଇପାରିବା କି : ମହିଳା ଜଣଙ୍କ ଜଣେ ଚାଷୀ, ଭାଗଚାଷୀ ନା କୃଷି ଶ୍ରମିକ? ଏହି ଚାଷୀମାନେ ମଧ୍ୟ ରୋଷେଇ କରନ୍ତି, ସଫା କରନ୍ତି, ପିଲାମାନଙ୍କୁ ବଢ଼ାଇଥାନ୍ତି, ପଶୁପାଳନ ଓ ଆହୁରି ଅନେକ କାର୍ଯ୍ୟ କରିଥାନ୍ତି। ଏବଂ ଆଜି ସେମାନେ କୃଷି ବିଲ୍ ବିରୋଧରେ ଆନ୍ଦୋଳନ ଚଳାଇଛନ୍ତି।

ସଂଯୋଗଗୁଡ଼ିକୁ ଯୋଡ଼ିବା, ଆନ୍ତଃସଂଯୋଗଗୁଡ଼ିକୁ ଚିହ୍ନିବା ଏବଂ ଶ୍ରେଣୀଗୃହ ଓ ପାଠ୍ୟକ୍ରମରେ ଥିବା ଚିରାଚରିତ ଧାରାକୁ ଭାଙ୍ଗିବା ପରୀ ଏଜୁକେସନର ଶିକ୍ଷାଶାସ୍ତ୍ର ମୂଳରେ ରହିଛି। କାହାଣୀ ଓ ସମ୍ପୃକ୍ତି ମାଧ୍ୟମରେ ଆମେ ଦର୍ଶାଇବାକୁ ଚାହିଁଥାଉ ଯେ ଗ୍ରାମୀଣ ଭାରତ ଏକ ଦୁଃଖଦ, ଦରିଦ୍ର ଓ ଏକକ ସତ୍ତା ନୁହେଁ, ବରଂ ଏହା ଏକ ଉଜ୍ଜଳ, ରୋଚକ ଓ ଚିତ୍ତାକର୍ଷକ ବିବିଧ ସ୍ଥାନ ଯେଉଁଠି ଆମ ସମସ୍ତଙ୍କ ପାଇଁ ଅନେକ କିଛି ଶିଖିବାର ଅଛି।

‘ପ୍ରୟୋଗାତ୍ମକ ଅଧ୍ୟୟନ’ର ସଂଜ୍ଞା ନିରୂପଣ କରିଥିବା ଶିକ୍ଷାବିତ୍ କୁର୍ତ୍ତ ହାନ୍ କହିଥିଲେ, “ପିଲାମାନଙ୍କୁ ଜିତିବାର ତିନୋଟି ମାର୍ଗ ରହିଛି। ରାଜି କରାଇବା, ବାଧ୍ୟ କରାଇବା ଓ ଆକୃଷ୍ଟ କରାଇବା।” ପରୀ ଏଜୁକେସନରେ ଆମେ ତର୍କ ସହିତ ରାଜି କରାଇବା, ବିବେକ ସହିତ ବାଧ୍ୟ କରାଇବା ଏବଂ ଭଲ କାହାଣୀ କହିବା ମାଧ୍ୟମରେ ଆକୃଷ୍ଟ କରିବା ଲାଗି ଚାହୁଁଛୁ।

ଆୟ ଓ ସାମାଜିକ ବିଷମତା ରହିଥିବା ଭାରତ ଭଳି ଦେଶରେ ବିଭିନ୍ନ ବାସ୍ତବତା ସମ୍ପର୍କରେ ଆଲୋଚନା କରିବା ବିଶେଷ ଗୁରୁତ୍ୱପୂର୍ଣ୍ଣ। ଆମେ ସବୁଠୁ ଉଚ୍ଚସ୍ତରର ଅସମାନତା ଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରୁ ଅନ୍ୟତମ- ଜାତୀୟ ଆୟର ୫୫ ପ୍ରତିଶତ ଭାଗ ୧୦ ପ୍ରତିଶତ ଧନୀ ଭାରତୀୟଙ୍କ ଅକ୍ତିଆରରେ ରହିଛି।

PHOTO • PARI Education Team

ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲା ଅନ୍ତର୍ଗତ ନାଓମୁଣ୍ଡି ବ୍ଲକର ଅଷ୍ଟମ ଶ୍ରେଣୀ ଛାତ୍ର ଅନିଲ ଚାମ୍ପିଆ ଏହି ମାନଚିତ୍ର ତିଆରି କରିଛନ୍ତି। ଗାଁର ମାନଚିତ୍ର ତିଆରି କରି ନିଜ ଆଖପାଖରେ ଥିବା ସ୍ଥାନଗୁଡ଼ିକ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଆଗ୍ରହୀ କରିବା ଉଦ୍ଦେଶ୍ୟରେ ଅକ୍ଟୋବର ୨୦୨୦ରେ ଆରମ୍ଭ ହୋଇଥିବା ଏକ ପ୍ରକଳ୍ପର ଏହା ଅଂଶବିଶେଷ ଥିଲା

ଯୁବ ସହରୀ ଭାରତୀୟମାନେ ନିଶ୍ଚିତ ଭାବେ ଏହା ଜାଣିବାର ଆବଶ୍ୟକତା ରହିଛି ଯେ ସେମାନେ କେଉଁଠି ରହୁଛନ୍ତି, କେଉଁମାନେ ସେମାନଙ୍କର ଖାଦ୍ୟ ପ୍ରସ୍ତୁତ କରିଥାନ୍ତି, ସେମାନେ ବ୍ୟବହାର କରୁଥିବା ଜଳ ଓ ବିଦ୍ୟୁତ କେଉଁଠୁ ଆସିଥାଏ, ଏବଂ ସେମାନେ ସବୁଦିନ ଉପଯୋଗ କରୁଥିବା ସଡ଼କ ଓ ଅଟ୍ଟାଳିକା କେଉଁମାନେ ନିର୍ମାଣ କରିଥାନ୍ତି। ସେମାନଙ୍କୁ ମିଳୁଥିବା ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଜୀବିକା ବିକଳ୍ପ ସମସ୍ତେ କାହିଁକି ପାଉନାହାନ୍ତି ସେମାନେ ତାହା ଜାଣିବା ଓ ପ୍ରଶ୍ନ କରିବାର ଆବଶ୍ୟକତା ରହିଛି। ଆମର ଯୁବପିଢ଼ି ପ୍ରଶ୍ନ କରିବା ଆରମ୍ଭ କରିବା ପାଇଁ, ଆମେ ପ୍ରାରମ୍ଭରେ, ତାଙ୍କୁ ସୂଚନା ଓ ସହାନୁଭୂତି ପ୍ରଦାନ କରିବାର ଆବଶ୍ୟକତା ରହିଛି।

ମୁଣ୍ଡଫଟା ଖରାରେ ନଇଁ ପଡ଼ି ଧାନ ରୋପଣ କରୁଥିବା ଜଣେ ମହିଳାଙ୍କ ଛବିକୁ ହୁଏତ’ ଜଣେ ଛାତ୍ର ଚିହ୍ନିପାରେ। କିନ୍ତୁ ଏହି ଛବିର ଉର୍ଦ୍ଧ୍ୱକୁ ଯାଇ ଆମେ ପ୍ରକ୍ରିୟାକୁ ଆଲୋଚନା କରିପାରିବା କି? ମହିଳା ଜଣଙ୍କ ଜଣେ ଚାଷୀ ନା ଭାଗଚାଷୀ ନା କୃଷି ଶ୍ରମିକ? ଏହି ଚାଷୀମାନେ ମଧ୍ୟ ରୋଷେଇ କରନ୍ତି, ସଫା କରନ୍ତି, ପିଲାମାନଙ୍କ ବଢ଼ାଇଥାନ୍ତି, ପଶୁପାଳନ ଓ ଆହୁରି ଅନେକ କାର୍ଯ୍ୟ କରିଥାନ୍ତି। ଏବଂ ଆଜି ସେମାନେ କୃଷି ବିଲ୍ ବିରୋଧରେ ଆନ୍ଦୋଳନ ଚଳାଇଛନ୍ତି, ଏପରି ଏକ ଆନ୍ଦୋଳନକୁ ବଜାୟ ରଖିଛନ୍ତି ଯାହା ଆମର ଗଣତାନ୍ତ୍ରିକ ଅଧିକାରକୁ ପ୍ରଭାବିତ କରିଥାଏ।

ପାଠ୍ୟକ୍ରମରେ ଏସବୁ ବିଷୟ ପ୍ରତି ଯେ ଅଣଦେଖା କରାଯାଇଛି ତାହା ନୁହେଁ। ଜାତୀୟ ବୋର୍ଡର ପାଠ୍ୟକ୍ରମ ଉପରେ ଏକ ସଂକ୍ଷିପ୍ତ ଆଲୋକପାତ କଲେ ଜଣାଯାଏ ଯେ ଏଥିରେ ‘ଦାରିଦ୍ର୍ୟ’, ‘ଜାତୀୟ ଆୟ’, ‘ଶ୍ରମିକ’ ଏବଂ ଆହୁରି ଅନେକ ଶବ୍ଦ ଯଥେଷ୍ଟ ସମ୍ଭାବନା ସହିତ ଉଲ୍ଲେଖ କରାଯାଇଛି। ଅଧ୍ୟୟନକୁ ସୁଦୃଢ଼ କରିବା ଲାଗି ଏହିସବୁ ବିଷୟ ପାଠ୍ୟପୁସ୍ତକ ଓ ପ୍ରକଳ୍ପରେ ବର୍ଣ୍ଣିତ ହୋଇଛି। ବାସ୍ତବ ପ୍ରୟୋଗ କ୍ଷେତ୍ରରେ, ଏହା ଯଥେଷ୍ଟ ଭିନ୍ନ : ପରୀକ୍ଷା ପ୍ରଶ୍ନରେ ସାଧାରଣତଃ ସହଜ ମାର୍କ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦିଆଯାଇଥାଏ ଏବଂ ବୌଦ୍ଧିକତା ଉପରେ ସର୍ବନିମ୍ନ ଗୁରୁତ୍ୱ ଦିଆଯାଏ। ଦାରିଦ୍ର୍ୟକୁ ଉଦାହରଣ ଭାବେ ନିଅନ୍ତୁ- ଏକାଦଶ ଶ୍ରେଣୀ ପାଠ୍ୟକ୍ରମରେ ପରାମର୍ଶ ଦିଆଯାଇଛି ଯେ ଛାତ୍ରଛାତ୍ରୀମାନେ ସେମାନଙ୍କର ଅନ୍ତିମ ପ୍ରକଳ୍ପର ଅଂଶବିଶେଷ ଭାବେ ‘ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ଉପରେ ଏକ ରିପୋର୍ଟ ପ୍ରସ୍ତୁତ’ କରିପାରିବେ। ଯେକୌଣସି ଉଦ୍ୟମୀ ୧୭ ବର୍ଷୀୟ ଛାତ୍ର ଗୋଟିଏ ସେକେଣ୍ଡ ମଧ୍ୟରେ ଗୁଗଲ କରିଦେବ ଏବଂ ଜବାହର ରୋଜଗାର ଯୋଜନା ଏବଂ ନିଯୁକ୍ତି ସୁନିଶ୍ଚିତତା ଯୋଜନା ଏବଂ ଆହୁରି ଅନେକ କାର୍ଯ୍ୟକ୍ରମ ଓ ଯୋଜନାଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରିଦେବ। କିନ୍ତୁ ଦାରିଦ୍ର୍ୟ ସମ୍ପର୍କରେ ଅଧ୍ୟୟନ ପାଇଁ ଏହା ଯଥେଷ୍ଟ କି?

ବିଦ୍ୟାଳୟ ପାଠ୍ୟକ୍ରମ ଉପରେ ଧ୍ୟାନ ଦେଲେ, ଆମେ ପାଇଥାଉ ଯେ ହୋମୱାର୍କକୁ ଏକ ପାରସ୍ପରିକ ଆଲୋଚନାମୂଳକ ପ୍ରକଳ୍ପରେ ବଦଳାଯାଇପାରିବ ଯେଉଁଠି, ଛାତ୍ରଛାତ୍ରୀ ପ୍ରାଥମିକ ଭାବେ, ସେମାନଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଥିବା ଲୋକମାନଙ୍କ ବିଷୟରେ ଅଧ୍ୟୟନ କରିପାରିବେ ଏବଂ ସେମାନଙ୍କୁ ତଦନୁଯାୟୀ ଗ୍ରେଡ ଦିଆଯାଇପାରିବ। ବାହାରର ଯେକୌଣସି କାର୍ଯ୍ୟ ସାଧାରଣତଃ ଦୁର୍ବଳ ହୋଇଯାଇଥାଏ ଏବଂ ଶେଷରେ ଏହାକୁ ପରିତ୍ୟାଗ କରାଯାଇଥାଏ।

ଅର୍ଥନୀତି ଶିକ୍ଷକମାନଙ୍କ ସହିତ ଆଲୋଚନା କରି ଏବଂ ଅଧ୍ୟୟନ, ଯୋଗ୍ୟତା ମାର୍କ ଓ ପାଠ୍ୟକ୍ରମକୁ ଆଗେଇ ନେବା ନିମନ୍ତେ - ସମସ୍ତଙ୍କ ପାଇଁ ଯାହା ଉପଯୋଗୀ ତାହାକୁ ସନ୍ଧାନ କରି ଆମେ ଏକ କର୍ମଚାରୀ ପ୍ରକୋଷ୍ଠରେ ପ୍ରଥମ ପରୀ ସ୍କୁଲ ପ୍ରକଳ୍ପ ପ୍ରସ୍ତୁତ କରିଥିଲୁ। ୨୦୧୮ ଅଗଷ୍ଟରେ ଆମର ପ୍ରଥମ ମତବିନିମୟ ହୋଇଥିଲା, ଯେତେବେଳେ ଗ୍ରାମୀଣ ଭାରତର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିବା ଲାଗି ଏକ ବିଦ୍ୟାଳୟ ଆମକୁ ନିମନ୍ତ୍ରଣ କରିଥିଲା। ଏକ ଇଫି ପ୍ରୋଜେକ୍ଟର ଓ କୁଶଳ ଇଣ୍ଟରନେଟ କନେକ୍ଟିଭିଟି ସହିତ ମୋର ସହଯୋଗୀ ବିଶାଖା ଜର୍ଜ ଓ ମୁଁ ସମଗ୍ର ସ୍କୁଲ ସାମ୍ନାରେ ସକାଳ ୮ଟା ସମୟରେ ଛିଡ଼ା ହୋଇଥିଲୁ। ଗଣତନ୍ତ୍ରରେ ସମାଚାର ଭୂମିକା ଠାରୁ ଆରମ୍ଭ କରି ଆମେ ତ୍ରିପୁରା ଅଗରତାଲା ପାର୍ବତ୍ୟାଞ୍ଚଳର ଜଣେ ବାଉଁଶ ବାହକ ବିଶ୍ୱାସଙ୍କ କାହାଣୀ ଆଡ଼କୁ ଗଲୁ-  ବିଶ୍ୱାସଙ୍କୁ କେନ୍ଦ୍ରରେ ରଖି ବିଭିନ୍ନ ବିଷୟ ଓ ଶିକ୍ଷା ରହିଥିବା ଏହା ଏକ ସୁନ୍ଦର ଶିକ୍ଷଣୀୟ କାହାଣୀ ଥିଲା।

As expected, most students were not aware of migrants or had stereotypical images of them as homeless people, lazy and illiterate, or avaricious and untrustworthy. They were also quite sure that they could write this up in no time (Illustration: Antara Raman)
PHOTO • Satyaprakash Pandey

ଯେପରି ଆଶା କରାଯାଉଥିଲା, ଅଧିକାଂଶ ଛାତ୍ରଛାତ୍ରୀ ପ୍ରବାସୀଙ୍କ ବିଷୟରେ ଜାଣିନଥିଲେ କିମ୍ବା ସେମାନେ ବାସହୀନ, ଅଳସୁଆ ଓ ଅଶିକ୍ଷିତ, କିମ୍ବା ଲୋଭୀ ଓ ଅବିଶ୍ୱସନୀୟ ବୋଲି ସେମାନଙ୍କର ମନରେ ଚିରାଚରିତ ଧାରଣା ଥିଲା। ସେମାନେ ମଧ୍ୟ ନିଶ୍ଚିତ ଥିଲେ ଯେ ସେମାନେ ଏହାକୁ ଯେକୌଣସି ସମୟରେ ଲେଖିପାରିବେ (ଚିତ୍ରଣ : ଅନ୍ତରା ରମଣ)

ଖୁବଶୀଘ୍ର ଆମେ ସେହିସବୁ ବିଶ୍ୱବିଦ୍ୟାଳୟ ସହିତ ଆଲୋଚନା କଲୁ ଯେଉଁମାନେ ପୂର୍ବରୁ ସେମାନଙ୍କର ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ଗବେଷଣା ନିମନ୍ତେ ବଞ୍ଚିତ ସମୁଦାୟଙ୍କ ନିକଟକୁ ପଠାଉଥିଲେ। ବହୁ ପରିମାଣର ସ୍ନାତକ ଗବେଷଣା ନିବନ୍ଧଗୁଡ଼ିକ ଧୀରେ ଧୀରେ ପରୀ ଶିକ୍ଷା କାହାଣୀରେ ପରିଣତ ହେବାକୁ ଲାଗିଲା-ପାଠ୍ୟକ୍ରମର ଅଧ୍ୟୟନକୁ  କାରିଗର, କୃଷକ, ପଶୁପାଳକମାନଙ୍କ ଜୀବନ୍ତ ଅଭିଜ୍ଞତା ସହିତ ଯୋଡ଼ାଗଲା। ବିଦ୍ୟାଳୟର ଅଧ୍ୟୟନ ଯାତ୍ରାଗୁଡ଼ିକ କ୍ଷେତ୍ରସ୍ଥଳୀରୁ ରିପୋର୍ଟ କରିବା, ଅଳ୍ପ ପରିଚିତ ବୃତ୍ତି ଏବଂ ଜୀବନକୁ ଲେଖି ରଖିବା ନିମନ୍ତେ  ସୁଯୋଗ ସୃଷ୍ଟି କଲା।

ଶ୍ରେଣୀଗୃହକୁ ପାଠ ପଢ଼ାଇବା ଲାଗି ଯାଉଥିବା ପରୀ ସାମ୍ବାଦିକ ଭାବେ, ଆମର ନିଜ ରିପୋର୍ଟିଂକୁ ଆମ ଶିକ୍ଷାଦାନରେ କାହାଣୀ ଭାବେ ଦର୍ଶାଇପାରୁ, ଅନ୍ୟର କାହାଣୀକୁ ପୁନଃକହିବା ପରଠାରୁ ସେଗୁଡ଼ିକୁ ଅଧିକ ବାସ୍ତବବାଦୀ କରିବା। ଆମେ ଜାଣିବାକୁ ପାଇଲୁ ଯେ ବିଗତ ତିନି ବର୍ଷ ଧରି ପ୍ରାୟ ୧୨ ବର୍ଷ ବୟସ୍କ ଛାତ୍ରଛାତ୍ରୀଙ୍କ ସହିତ କଥାହେବା, ସ୍ନାତକ ଓ ସ୍ନାତୋକୋତ୍ତର ଛାତ୍ରଛାତ୍ରୀଙ୍କୁ ଧ୍ୟାନ ଆକର୍ଷଣ କରିବା ଲାଗି ଏହା ଏକ ଅଧିକ ପ୍ରଭାବୀ ପଦ୍ଧତି।

ଜଣେ ପିଏଚଡି ଛାତ୍ର ସ୍ୱୀକାର କରିଥିଲେ: “କ୍ଷେତ୍ରସ୍ତରରେ କାମ କରିବା ଜରୁରି। ମୋର ପ୍ରାରମ୍ଭିକ ଡ୍ରାଫ୍ଟଗୁଡ଼ିକ ଗବେଷଣା ସ୍ତମ୍ଭ ଭଳି ଥିଲା ଏବଂ ଏଗୁଡ଼ିକୁ କିଭଳି କାହାଣୀ ଭାବେ ଲେଖିହେବ ଏବଂ ଲେଖିବା ସମୟରେ, ନିଜ ମତ ନୁହେଁ, ବରଂ ବିଷୟ କାହାଣୀକୁ କିପରି କୁହାଯାଇପାରିବ ତାହା ମୁଁ ପରୀଠାରୁ ଶିଖିଲି।” ପ୍ରତ୍ୟେକ ଛାତ୍ର ଉପସ୍ଥାପନାର ଶେଷରେ ଦିଆଯାଇଥିବା ସମ୍ପାଦକୀୟ ମତାମତରୁ ଆପଣ ଏହାକୁ ଏବଂ ଆହୁରି ଅଧିକ ପଢ଼ିପାରିବେ-ଯାହାକି ଏହିସବୁ ଅନୁଭୂତିକୁ ଲେଖିବାର ଏକ ପ୍ରମୁଖ ଭାଗ।

“ସମାଜର ଭଲ ସଚେତନତା ପାଇଁ ଆମର ଛାତ୍ରଛାତ୍ରୀ ପରିପକ୍ୱ ହୋଇଯାଇଛନ୍ତି”, ପ୍ରକଳ୍ପ ଶେଷ ହେବାରେ ଜଣେ ବିଦ୍ୟାଳୟର ଶିକ୍ଷକ ଆମକୁ କହିଲେ। “ଏହା ସମୟର ଆବଶ୍ୟକତା”।

ପରୀକ୍ଷା ଏଜୁକେସନ ଦଳ ବ୍ୟକ୍ତିଗତ ଉପସ୍ଥାପନା ସହିତ ନିବିଡ଼ ଭାବେ କାର୍ଯ୍ୟ କରିଥାଏ, ସେଗୁଡ଼ିକର ବୈଧତା ଯାଞ୍ଚ କରିଥାଏ, ନିଶ୍ଚିତତାଠାରୁ ଉର୍ଦ୍ଧ୍ୱକୁ ଯିବା ଲାଗି ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରିଥାଏ ଏବଂ ବିଷୟ ପାଇଁ ଗରିମା, ସୁରକ୍ଷା ଓ ସମ୍ମାନ ଉପରେ ଜୋର ଦେଇଥାଏ। ଆମେ ଯୋଗାଯୋଗ ପାଇଁ ଢାଞ୍ଚା ପ୍ରସ୍ତୁତ କରିଥାଉ ଯାହାଫଳରେ ଛାତ୍ରଛାତ୍ରୀ ସେଠାରେ ପହଞ୍ଚିପାରିବେ ଓ ପ୍ରଶ୍ନ କରିପାରିବେ ଏବଂ ହୃଦୟଙ୍ଗମ କରିପାରିବେ। ସେମାନେ ଯେତେବେଳେ ଲେଖିଥାନ୍ତି, ଆମେ ସେମାନଙ୍କୁ ଦର୍ଶାଇଥାଉ ଯେ ପରିବା ମଣ୍ଡିରେ କିମ୍ବା କ୍ଷେତ୍ରୀୟ ଗସ୍ତରେ କିପରି ସେମାନଙ୍କର ଅଭିଜ୍ଞତାକୁ ହାସଲ କରିହେବ କିମ୍ବା ଆଞ୍ଚଳିକ ତଥ୍ୟକୁ କିପରି ଉପଯୋଗ କରିବାକୁ ହେବ। ସେମାନଙ୍କର ସୂଚନାକୁ କେବଳ ବୈଧ କରିବା ନୁହେଁ ବରଂ ଗଣତନ୍ତ୍ରରେ ଏହାର ଗୁରୁତ୍ୱକୁ ଉପଲବ୍ଧି କରି ସେମାନେ ଜନଗଣନା ତଥ୍ୟର ଉପଯୋଗ କରିବା ଶିଖିଥାନ୍ତି। ଶିକ୍ଷାର ‘ସ୍ଥାନୀୟକରଣ’କୁ ଏହା ଏକ ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରିଥାଏ।

The Class 11 syllabus suggests that students can ‘prepare a report on poverty alleviation programmes’. Any enterprising 17-year-old will Google it in a second and list out the various programmes and schemes. But does that qualify as learning about poverty?
PHOTO • Namita Waikar

ଏକାଦଶ ଶ୍ରେଣୀ ପାଠ୍ୟକ୍ରମରେ ପରାମର୍ଶ ଦିଆଯାଇଛି ଯେ ଛାତ୍ରଛାତ୍ରୀମାନେ ସେମାନଙ୍କର ଅନ୍ତିମ ପ୍ରକଳ୍ପର ଅଂଶବିଶେଷ ଭାବେ ‘ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ଉପରେ ଏକ ରିପୋର୍ଟ ପ୍ରସ୍ତୁତ’ କରିପାରିବେ। ଯେକୌଣସି ଉଦ୍ୟମୀ ୧୭ ବର୍ଷୀୟ ଛାତ୍ର ଗୋଟିଏ ସେକେଣ୍ଡ ମଧ୍ୟରେ ଗୁଗଲ କରିଦେବ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରିଦେବ। କିନ୍ତୁ ଦାରିଦ୍ର୍ୟ ସମ୍ପର୍କରେ ଅଧ୍ୟୟନ ପାଇଁ ଏହା ଯଥେଷ୍ଟ କି?

ପରୀ ଏଜୁକେସନର ପ୍ରଥମ ପ୍ରକଳ୍ପଗୁଡ଼ିକ ମଧ୍ୟରୁ ଗୋଟିଏର ଶୀର୍ଷକ ଥିଲା ‘ପ୍ରବାସର ଅର୍ଥନୀତି’।  ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଆଖପାଖରେ ବେଙ୍ଗାଲୁରୁ ସହରାଞ୍ଚଳକୁ ପ୍ରବାସ କରିଥିବା ଲୋକମାନଙ୍କ ସମ୍ପର୍କରେ ପ୍ରଥମ ତଥ୍ୟର ରେକର୍ଡ କରିବାକୁ ପଡ଼ିଥିଲା। ସେମାନଙ୍କୁ ଏକ ‘ଚିଟ୍ ଶିଟ୍’ (ୱେବସାଇଟରେ ‘ପରୀ ପାଇଁ ଲେଖନ୍ତୁ’ ଅଧୀନରେ ଉପଲବ୍ଧ) ଦିଆଯାଇଥିଲା। ଏଥିରେ ଏକ ବିଷୟ କିପରି ଚୟନ କରାଯିବ, ସହମତି ଆଣିବା ଏବଂ ଆହୁରି ଅନେକ ବିଷୟରେ ସ୍ପଷ୍ଟ ମାର୍ଗଦର୍ଶିକା ରହିଥିଲା।

ଯେପରି ଆଶା କରାଯାଉଥିଲା, ଅଧିକାଂଶ ଛାତ୍ରଛାତ୍ରୀ ପ୍ରବାସୀଙ୍କ ବିଷୟରେ ଜାଣିନଥିଲେ କିମ୍ବା ସେମାନେ ବାସହୀନ, ଅଳସୁଆ ଓ ଅଶିକ୍ଷିତ, କିମ୍ବା ଲୋଭୀ ଓ ଅବିଶ୍ୱସନୀୟ ବୋଲି ସେମାନଙ୍କର ମନରେ ଚିରାଚରିତ ଧାରଣା ଥିଲା। ସେମାନେ ମଧ୍ୟ ନିଶ୍ଚିତ ଥିଲେ ଯେ ସେମାନେ ଏହାକୁ ଯେକୌଣସି ସମୟରେ ଲେଖିପାରିବେ !

ସାକ୍ଷାତକାର ନେବା ସମୟରେ, ସେମାନଙ୍କ ମଧ୍ୟରୁ ଅନେକ ସେହି ଲୋକମାନଙ୍କ ଜୀବନକୁ ନେଇ କୌତୁହଳୀ ହୋଇପଡ଼ିଲେ ଯେଉଁମାନଙ୍କୁ ପୂର୍ବରୁ ସେମାନେ ନିର୍ମାଣ ଶ୍ରମିକ, ରୋଷେୟା, ସୁରକ୍ଷାକର୍ମୀ, ଘରୋଇ ଚାକର, ଟ୍ୟାକ୍ସି ଡ୍ରାଇଭର ଓ ଏପରି ଆହୁରି ଅନେକ ବିଷୟରେ ଜାଣିଥିଲେ। କେବଳ ନିର୍ଦ୍ଦିଷ୍ଟ ଚାକିରି ପଛରେ ଗୋଡ଼ାଉଥିବା ଲୋକ : ‘ ସୁରକ୍ଷାକର୍ମୀ ’, ‘ ଧୋବୀ ’ କିମ୍ବା ସାଧାରଣ ଭାବେ କହିଲେ, ‘ ଦିଦି ’ ଓ ‘ ଭୟା ’ ଭାବେ ଯେଉଁମାନଙ୍କୁ ସେମାନେ ଜାଣନ୍ତି ସେହିମାନଙ୍କ ସହିତ ଯୋଗାଯୋଗ ସ୍ଥାପନ କରିବା ଲାଗି ଏହି ପ୍ରକଳ୍ପ ସେମାନଙ୍କୁ ବାଧ୍ୟ କରିଥିଲା।

ସେମାନଙ୍କର ସମ୍ପୂର୍ଣ୍ଣ ନାମ ଓ ସେମାନେ କେଉଁଠୁ ଆସିଛନ୍ତି ଜାଣିବା ଥିଲା ଏକ ସାଧାରଣ ସୌଜନ୍ୟତା, କିନ୍ତୁ ଏହା ଆଗକୁ ବାର୍ତ୍ତାଳାପ ବଢ଼ାଇବା ଲାଗି ଏକ ସ୍ଥାନକୁ ଉନ୍ମୁକ୍ତ କରିଦେଲା। ତେଣୁ ବିହାରରୁ ଆସିଥିବା ‘ରାମୁ’ ପ୍ରକୃତରେ ବିହାରର ବାଇକାବିଶନପୁରର ରାମଚନ୍ଦ୍ର ଦେଓ ଥିଲେ। ଏହି ଗ୍ରାମ ନାମମାତ୍ର ଚାଷୀ ଏବଂ ଶହ ଶହ ବର୍ଷ ପୁରୁଣା ପ୍ରସିଦ୍ଧ ମଧୁବନୀ କଳାର କୁଶଳୀ କାରିଗରମାନଙ୍କର ବାସସ୍ଥାନ ଥିଲା। ସେମାନଙ୍କ ଦୃଷ୍ଟିରେ, ସେ କେବଳ ଆଉ ଜଣେ ରୋଷେୟା ନଥିଲେ। ପ୍ରଥମ ଅବସ୍ଥାରେ ସେମାନେ ବିଭିନ୍ନ ପ୍ରସଙ୍ଗ ଯେପରିକି ପାରିବାରିକ ଋଣ, ଶିଶୁ ଶ୍ରମିକ, ଶିକ୍ଷାର ସ୍ୱପ୍ନ, ଏବଂ ବର୍ଷ ବର୍ଷ ଧରି ଘର ଠାରୁ ଦୂରରେ ରହି ନିଜ ପିଲାମାନଙ୍କୁ ବଡ଼ ହେଉଥିବା ଦେଖିନପାରିବା କିମ୍ବା ବୃଦ୍ଧାବସ୍ଥାରେ ପହଞ୍ଚିଥିବା ମାତାପିତାଙ୍କ ଯତ୍ନ ନେଇନପାରିବାର ନିସଙ୍ଗତା ଓ ହୃଦୟର ଯନ୍ତ୍ରଣା ବିଷୟରେ ଜାଣିବାକୁ ପାଇଥିଲେ।

Students got to learn firsthand about issues such as family debt, child labour, dreams of education, and the loneliness and heartache of years spent away from home not seeing your children grow up or your parents in their old age
PHOTO • Satheesh L.

ଛାତ୍ରଛାତ୍ରୀମାନେ ପ୍ରଥମ ଅବସ୍ଥାରେ ବିଭିନ୍ନ ପ୍ରସଙ୍ଗ ଯେପରିକି ପାରିବାରିକ ଋଣ, ଶିଶୁ ଶ୍ରମିକ, ଶିକ୍ଷାର ସ୍ୱପ୍ନ, ଏବଂ ବର୍ଷ ବର୍ଷ ଧରି ଘର ଠାରୁ ଦୂରରେ ରହି ନିଜ ପିଲାମାନଙ୍କୁ ବଡ଼ ହେଉଥିବା ଦେଖିନପାରିବା କିମ୍ବା ବୃଦ୍ଧାବସ୍ଥାରେ ପହଞ୍ଚିଥିବା ମାତାପିତାଙ୍କ ଯତ୍ନ ନେଇନପାରିବାର ନିସଙ୍ଗତା ଓ ହୃଦୟର ଯନ୍ତ୍ରଣା ବିଷୟରେ ଜାଣିବାକୁ ପାଇଥିଲେ।

ସେମାନେ ହୃଦୟଙ୍ଗମ କରିଥିଲେ ଯେ ସେମାନଙ୍କ ଚାରିପାଖରେ ଏତେ ନିକଟରେ ରହି କାମ କରୁଥିବା ଲୋକମାନଙ୍କ ସମ୍ପର୍କରେ ସେମାନେ କେତେ କମ‍ ଜାଣିଥିଲେ। ୧୮ ବର୍ଷ ବୟସରେ, ପୁଲ୍ଲିନା ତାଙ୍କର ସାକ୍ଷାତକାର ନେଉଥିବା – ଏକାଦଶ ଶ୍ରେଣୀ ଛାତ୍ରଙ୍କ-ଠାରୁ ଅଳ୍ପ କିଛି ଦିନ ବଡ଼ ଥିଲେ ଯାହାଙ୍କ ଘରେ ସେ ଘରୋଇ ଚାକରାଣୀ ଭାବେ କାମ କରୁଥିଲେ। ଆସାମରେ ଥିବା ନିଜ ଘରୁ ପୁଲ୍ଲିନାଙ୍କୁ ଅନେକ ବାର କେରଳ, କର୍ଣ୍ଣାଟକ ଓ ତାମିଲନାଡ଼ୁକୁ କାମ କରିବାକୁ ଆସିବାକୁ ପଡ଼ିଛି, ସେ ନୁଡଲ୍ସ ଓ ପ୍ୟାକେଜିଂ ଫ୍ୟାକ୍ଟ୍ରିରେ କିମ୍ବା ଅନ୍ୟ କୌଣସି ସ୍ଥାନରେ କାମ କରିପାରିଛନ୍ତି। ଜଣେ ଅନାଥ ହୋଇଥିବାରୁ ତାଙ୍କୁ ନିଜ ସାନ ଭଉଣୀର ଚିକିତ୍ସା ଖର୍ଚ୍ଚ ଓ ଶିକ୍ଷା ପାଇଁ ଟଙ୍କା ଦେବାକୁ ପଡ଼ିଥାଏ।

ଏସବୁ କାହାଣୀ ଶୁଣି ଅନେକ କିଛି ବଦଳିଯାଏ, ଯେପରି ୧୭ ବର୍ଷ ବୟସ୍କ ଛାତ୍ର ଜଣଙ୍କ ଲେଖନ୍ତି:

·         “ଗୁଗଲ ଓ ଉଇକିପିଡ଼ିଆରୁ ଅନ୍ୟ ପ୍ରକଳ୍ପଗୁଡ଼ିକୁ କରିହେବ। କିନ୍ତୁ ପରୀ ଏଜୁକେସନ ପ୍ରକଳ୍ପ ପାଇଁ ଆମେ ନିଜେ ସୂଚନା ସଂଗ୍ରହ କରିଥାଉ। ଜଣେ ଗ୍ରାମୀଣ ପ୍ରବାସୀଙ୍କ ସାକ୍ଷାତକାର ନେବା ଫଳରେ ଆମେ ଦେଶରେ ରହିଥିବା ବ୍ୟାପକ ସାମାଜିକ ଓ ଆର୍ଥିକ ତାରତମ୍ୟ ବିଷୟରେ ମୁଁ ଜାଣିପାରିଥିଲି।”

·         “ମୋ ପ୍ରକଳ୍ପ ମୋତେ ଦର୍ଶାଇଥିଲା ଯେ ଜଣେ ବ୍ୟକ୍ତି କିଭଳି ଭାବେ ଅତିରିକ୍ତ ୫୦୦୦ ଟଙ୍କା ପାଇବା ପାଇଁ ହଜାର ହଜାର କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରେ। ଏହା ପ୍ରକୃତରେ ମୋତେ ପ୍ରଭାବିତ ଓ ଅନୁପ୍ରାଣିତ କଲା।”

·         “... ଆୟ ଜନିତ ଅସମାନତା, ଆଞ୍ଚଳିକ ଅସନ୍ତୁଳନ, ସରକାରୀ ସଂସ୍କାର, ସାମାଜିକ କଳୁଷତା ଏବେ ମୋ ପାଇଁ ଅଧିକ ଅର୍ଥ ରଖିଥାଏ।”

* * * *

ଚାଲନ୍ତୁ ଆପଣଙ୍କୁ ଏକ କାହାଣୀ କହିବା। ଆପଣଙ୍କୁ ଗ୍ରାମୀଣ ଭାରତର ଯାତ୍ରାରେ ନେଇଯିବା। ଦେଖନ୍ତୁ ବିଭିନ୍ନ ପ୍ରକାରର ଫସଲ ଅମଳ କରାଯାଉଛି, ଏବଂ ଆମେ ଖାଉଥିବା ଖାଦ୍ୟ ଉତ୍ପାଦନ କରୁଥିବା ପୁରୁଷ ଓ ମହିଳାମାନଙ୍କୁ ଦେଖନ୍ତୁ, ଯେଉଁମାନେ ଆମ ପାଇଁ କ୍ଷୀର ନେଇ ଆସିଥାନ୍ତି ସେହି ମଈଁଷି ପାଳକମାନଙ୍କୁ ମଧ୍ୟ ଦେଖନ୍ତୁ ଏବଂ ସେହି ଲୋକମାନଙ୍କୁ ମଧ୍ୟ ଦେଖନ୍ତୁ ଯେଉଁମାନେ ଆମକୁ ପାଣି ଓ ବିଦ୍ୟୁତ ଯୋଗାଣ କରୁଥିବା ନଦୀ ଓ ନଦୀବନ୍ଧ ନିକଟରେ ରହୁଛନ୍ତି। “ମୁଁ ମୋ ସମୁଦାୟ ଆଗରେ ସେମାନଙ୍କ ଅଧିକାରଗୁଡ଼ିକ କ’ଣ ତାହା ବର୍ଣ୍ଣନା କରିବାକୁ ଚାହୁଁଛି ଏବଂ କ୍ଷମତାଶାଳୀ ଲୋକମାନଙ୍କଠାରୁ ଭୟଭୀତ ନହେବା ଲାଗି ସେମାନଙ୍କୁ ସଶକ୍ତ କରିବା ଲାଗି ଚାହୁଁଛି”, ଯମୁନା କୁହନ୍ତି। “ମୁଁ ମଧ୍ୟ ମୋ ସମୁଦାୟକୁ ଭିକ୍ଷାଟନର ନିର୍ଭରଶୀଳତାରୁ ମୁକ୍ତ କରିବାକୁ ଚାହୁଁଛି ଏବଂ ଝିଅମାନଙ୍କୁ ଆଗୁଆ ବାହା କରିଦେବା ଲାଗି ସେମାନଙ୍କ ମନୋଭାବକୁ ବଦଳାଇବାକୁ ଚାହୁଁଛି। ଖାଇବା ଲାଗି ଭିକ ମାଗିବା ଏକମାତ୍ର ପେସା ନୁହେଁ; ଶିକ୍ଷା ମଧ୍ୟ ତୁମକୁ ଖାଇବାକୁ ଦେଇପାରେ ।”

ଆମେ ଆପଣଙ୍କୁ ‘ଶିବୁ ଲୈୟାଙ୍କ ଛାତ ଉପର ବଗିଚା’ କୁ ଦେଖାଇପାରିବୁ ଯାହା ଝାଡ଼ଖଣ୍ଡର ଏହି ଭୂମିହୀନ ଶ୍ରମିକଙ୍କୁ କ୍ଷୁଧାଠାରୁ ଦୂରରେ ରଖିଛି। କିମ୍ବା ଆମେ ଆପଣଙ୍କୁ ରାସ୍ତା ଶ୍ରମିକ ପେମା ଓ ତାଙ୍କର ତିନି ବର୍ଷର ନୋଡୁପଙ୍କର ସେହି ଫଟୋ କାହାଣୀ ବିଷୟରେ ସୂଚାଇପାରିବୁ । ଏହି ଶିଶୁ ଜଣଙ୍କ ସମୁଦ୍ର ପତନଠାରୁ ଦୀର୍ଘ ଉଚ୍ଚତାରେ ଥିବା ଲେହ ପାଡୁମ ରାଜପଥରେ ଅତ୍ୟନ୍ତ ବିପଜ୍ଜନକ ଭାବେ କାମ କରୁଥିବା ତାଙ୍କ ମା’ଙ୍କ ଚାରିପାଖରେ ଖେଳୁଛନ୍ତି।

PHOTO • Anjali Sukhlal Shinde

‘ମୁଁ ମୋ ସମୁଦାୟ ଆଗରେ ସେମାନଙ୍କ ଅଧିକାରଗୁଡ଼ିକ କ’ଣ ତାହା ବର୍ଣ୍ଣନା କରିବାକୁ ଚାହୁଁଛି ଏବଂ କ୍ଷମତାଶାଳୀ ଲୋକମାନଙ୍କ ଠାରୁ ଭୟଭୀତ ନହେବା ଲାଗି ସେମାନଙ୍କୁ ସଶକ୍ତ କରିବା ଲାଗି ଚାହୁଁଛି’, ଯମୁନା କୁହନ୍ତି। ‘ମୁଁ ମଧ୍ୟ ମୋ ସମୁଦାୟକୁ ଭିକ ମାଗିବାର ନିର୍ଭରଶୀଳତାରୁ ମୁକ୍ତ କରିବାକୁ ଚାହୁଁଛି ଏବଂ ଝିଅମାନଙ୍କୁ ଆଗୁଆ ବାହା କରିଦେବା ଲାଗି ସେମାନଙ୍କ ମନୋଭାବକୁ ବଦଳାଇବାକୁ ଚାହୁଁଛି।’

ବେଳେବେଳେ ଆମକୁ ଶିକ୍ଷକମାନଙ୍କଠାରୁ ଆରମ୍ଭ କରିବାକୁ ପଡେ।

“ଜାତି ବିଷୟରେ ଅଧିକ ଆଲୋଚନା କରନ୍ତୁ ନାହିଁ। ଆମର ଛାତ୍ରମାନେ ପ୍ରକୃତରେ ସଚେତନ ନୁହଁନ୍ତି।”

“ସେମାନଙ୍କୁ ଏକ ନିରନ୍ତର ପକ୍ଷପାତିତା ସମ୍ପର୍କରେ ଅବଗତ ନକରାଇବା ଉଚିତ୍ ହେବ କି?”

“ହଁ, କିନ୍ତୁ ଆପଣ ଜାଣନ୍ତି... ଆମେ ସେମାନଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନାହୁଁ।”

‘ପାଠପଢ଼ା’ ପାଇଁ ମୂଲ୍ୟବାନ ସମୟ ଦେବା ଏବଂ ସେମାନଙ୍କ ପାଠପଢ଼ା ପ୍ରତି ଆପଣଙ୍କ ଭରସା ଜନ୍ମାଇବା ସହଜ କଥା ନୁହେଁ। ଆପଣଙ୍କର ‘ଏଜେଣ୍ଡା’ ପ୍ରତି ସେମାନଙ୍କର ସନ୍ଦେହ ମୋଚନ କରିବା ମଧ୍ୟ ସେତେ ସହଜ କାମ ନୁହେଁ। ବାସ୍ତବତା ହେଉଛି ପରୀ ଏକ ଅଣଲାଭଜନକ ସଂସ୍ଥା ଯାହା ସମ୍ପୂର୍ଣ୍ଣ ଭାବେ ଦାନ ମାଧ୍ୟମରେ ଚାଲିଥାଏ, ଏବଂ ଆମର ସାଇଟ୍ ଉପଯୋଗ କରିବା ସମ୍ପୂର୍ଣ୍ଣ ନିଃଶୁଳ୍କ, ନିଶ୍ଚିତ ଭାବେ ସହାୟକ ହୋଇଥାଏ, କିନ୍ତୁ ଏହାକୁ ସେୟାର କରିବା ଲାଗି ଆମକୁ ମାର୍ଗରେ ପାଦ ଥାପିବାକୁ ହେବ। ଶିକ୍ଷକମାନଙ୍କୁ ସମ୍ପୃକ୍ତ କରିବା ଏବଂ ଆମ ସମୟର ପ୍ରସଙ୍ଗକୁ ସେମାନଙ୍କ ପାଠପଢ଼ାରେ ଉପସ୍ଥାପନ କରିବା – ଜାତି, ଅସମାନତା, ପକ୍ଷପାତିତା-ପ୍ରଭାବର ଏକ ବ୍ୟାପକ ଚାପ ସୃଷ୍ଟି କରିଥାଏ। ସେମାନେ ପାଠ୍ୟପୁସ୍ତକ ଠାରୁ ଉର୍ଦ୍ଧ୍ୱକୁ ଯିବା ଏବଂ ବାସ୍ତବ ଜୀବନର ଉଦାହରଣ ଦେବାରେ ସକ୍ଷମ ହୋଇଥାନ୍ତି।

ଜଣେ ଶିକ୍ଷକ ଆମକୁ ଲେଖିଥିଲେ : “ପରୀ ଏପରି ଏକ ଭାରତ ଓ ଏହାର ଲୋକମାନଙ୍କ ବିଷୟରେ ପରିଚିତ କରାଇପାରିଛି ଯାହାକୁ ମୋର ପିଲାମାନେ କିମ୍ବା ମୁଁ, ଲଜ୍ଜାଜନକ ଭାବେ ପର୍ଯ୍ୟାପ୍ତ ରୂପରେ, ଦେଖିନଥିଲୁ କିମ୍ବା ଶୁଣିନଥିଲୁ। ଆମେ କାରୀଗରର ରଙ୍ଗବୋଳା ଆଙ୍ଗୁଠି, କୁଥମପଲ୍ଲୀ ସୂତା ଶାଢ଼ୀର ବୟନଶୈଳୀ ଦେଖିଲୁ, ଆମେ ଶିଖିଲୁ ଯେ ଭାଷା ମଧ୍ୟ ବିଲୁପ୍ତ ହୋଇଯାଇଥାଏ। କିମ୍ବା ଅନେକ ସ୍ୱାଧୀନତା ସଂଗ୍ରାମୀ ଇତିହାସ ପୁସ୍ତକରେ ସ୍ଥାନ ପାଇନଥାନ୍ତି।

ଲକଡାଉନ ସମୟରେ ପ୍ରବାସୀଙ୍କ ସଙ୍କଟ ବିଷୟରେ ପିଲାମାନେ କାହାଣୀ ପଢ଼ିଥିଲେ। ଟିଭି ଓ ଖବରକାଗଜରେ ଯାହା ପ୍ରଦର୍ଶିତ ହେଉଛି ବାସ୍ତବ ସଙ୍କଟ ତା’ଠାରୁ କେତେ ବଡ଼ ତାହା ଜାଣି ସେମାନେ ଚକିତ ହୋଇଥିଲେ।”

ସମ୍ପୃକ୍ତ ହେବା, ଅନୁସନ୍ଧାନ କରିବା ଏବଂ ସହାନୁଭୂତି ପ୍ରକଟ କରିବାରେ ଛାତ୍ରଛାତ୍ରୀଙ୍କୁ ସମର୍ଥ କରିବା ଲାଗି- ଆମେ ଏହା ହିଁ କରିଥାଉ। ଜଣେ ଯୁବ ଛାତ୍ର ଲେଖିଥିଲେ : “ପରୀ ଜରିଆରେ ଆମେ ସାଧାରଣ ଲୋକଙ୍କ ଜୀବନ ବିଷୟରେ ଜାଣିବା ଆରମ୍ଭ କରିଛୁ, ପୂର୍ବରୁ ଆମେ ଏହି ଲୋକମାନଙ୍କୁ ଅଣଦେଖା କରୁଥିଲୁ। ଆମେ ସେମାନଙ୍କ ପ୍ରତି ଅଧିକ ସହାନୁଭୂତିଶୀଳ ହୋଇପାରିପାରିଛୁ।”

ପରୀ ଏଜୁକେସନ ଦଳରେ ବିଶାଖା ଜର୍ଜ (ସାମାଜିକ ଗଣମାଧ୍ୟମ ସମ୍ପାଦକ), ଅଦିତି ଚନ୍ଦ୍ରଶେଖର (ବରିଷ୍ଠ ବିଷୟବସ୍ତୁ ସମ୍ପାଦକ) ଏବଂ ପ୍ରୀତି ଡାଭିଡ (ଶିକ୍ଷା ସମ୍ପାଦକ) ସାମିଲ ଅଛନ୍ତି।

ଏହି ସ୍ତମ୍ଭ (ସାମାନ୍ୟ ଭିନ୍ନ ଶୀର୍ଷକ ସହିତ) ନିରନ୍ତର ଟ୍ରଷ୍ଟ ( www.nirantar.net ) ର ସମର୍ଥନରେ ଲିଙ୍ଗ, ଯୌନତା, ପ୍ରଯୁକ୍ତି ଓ ଶିକ୍ଷାର ଆନ୍ତଃସଂଯୋଗ ଉପରେ କାମ କରୁଥିବା ଏକ ନାରୀବାଦୀ ବିଚାରକ ସଂସ୍ଥା ଦ ଥାର୍ଡ ଆଏ ( www.thethirdeyeportal.in ) ,ରେ ପ୍ରଥମେ ପ୍ରକାଶ ପାଇଥିଲା।

ଅନୁବାଦ: ଓଡ଼ିଶାଲାଇଭ୍‍

Priti David

ਪ੍ਰੀਤੀ ਡੇਵਿਡ ਪੀਪਲਜ਼ ਆਰਕਾਈਵ ਆਫ਼ ਇੰਡੀਆ ਦੇ ਇਕ ਪੱਤਰਕਾਰ ਅਤੇ ਪਾਰੀ ਵਿਖੇ ਐਜੁਕੇਸ਼ਨ ਦੇ ਸੰਪਾਦਕ ਹਨ। ਉਹ ਪੇਂਡੂ ਮੁੱਦਿਆਂ ਨੂੰ ਕਲਾਸਰੂਮ ਅਤੇ ਪਾਠਕ੍ਰਮ ਵਿੱਚ ਲਿਆਉਣ ਲਈ ਸਿੱਖਿਅਕਾਂ ਨਾਲ ਅਤੇ ਸਮਕਾਲੀ ਮੁੱਦਿਆਂ ਨੂੰ ਦਸਤਾਵੇਜਾ ਦੇ ਰੂਪ ’ਚ ਦਰਸਾਉਣ ਲਈ ਨੌਜਵਾਨਾਂ ਨਾਲ ਕੰਮ ਕਰਦੀ ਹਨ ।

Other stories by Priti David
Illustration : Antara Raman

ਅੰਤਰਾ ਰਮਨ ਚਿਤਰਕ ਹਨ ਅਤੇ ਉਹ ਸਮਾਜਿਕ ਪ੍ਰਕਿਰਿਆਵਾਂ ਦੇ ਹਿੱਤਾਂ ਅਤੇ ਮਿਥਿਆਸ ਦੀ ਕਲਪਨਾ ਨਾਲ਼ ਜੁੜੀ ਹੋਈ ਵੈੱਬਸਾਈਟ ਡਿਜਾਈਨਰ ਹਨ। ਉਹ ਸ਼੍ਰਿਸ਼ਟੀ ਇੰਸਟੀਚਿਊਟ ਆਫ਼ ਆਰਟ, ਡਿਜਾਇਨ ਐਂਡ ਟਕਨਾਲੋਜੀ, ਬੰਗਲੁਰੂ ਤੋਂ ਗ੍ਰੈਜੁਏਟ ਹਨ, ਉਹ ਮੰਨਦੀ ਹਨ ਕਿ ਕਹਾਣੀ-ਕਹਿਣ ਅਤੇ ਚਿਤਰਣ ਦੇ ਇਹ ਸੰਸਾਰ ਪ੍ਰਤੀਕਾਤਮਕ ਹਨ।

Other stories by Antara Raman
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE