ବକ୍ସର ଜିଲ୍ଲାସ୍ଥିତ ବଡ୍କା ରାଜପୁର ଉତ୍ତରରେ ଚାରି କିଲୋମିଟର ଦୂରରେ ୩୪୦ ଘର ବିଶିଷ୍ଟ ତିଲକ ରାଜ କା ହାଟ୍ଟ ଅବସ୍ଥିତ, ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଭୂମିହୀନ ପରିବାର। ଏଠାରେ କେତେକ ଘର ବାହାରେ ଥିବା ହ୍ୟାଣ୍ଡ ପମ୍ପରୁ ବହୁତ ଗୋଳିଆ ପାଣି ବାହାରୁଛି।
ଡା. କୁମାର, ଯିଏକି ଜଣେ ଅଗ୍ରଣି ଗବେଷକ କୁହନ୍ତି, ୨୦୧୩-୧୪ ମସିହାରେ, ଏହି ଗ୍ରାମରେ ମହାବୀର କର୍କଟ ସଂସ୍ଥାନ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଭୂତଳ ଜଳରେ ଆର୍ସେନିକର ସାନ୍ଧ୍ରତା ମାତ୍ରାଧିକ ଥିବାର ଜଣା ଯାଇଥିଲା, ତିଲକ ରାୟ କା ହାଟର ପଶ୍ଚିମ ଭାଗରେ ଏହାର ସାନ୍ଧ୍ରତା ବହୁତ ଅଧିକ ଥିଲା। ଗାଁରେ ଆର୍ସେନିକୋସିସ୍ର ସାଧାରଣ ଲକ୍ଷଣ “ବ୍ୟାପକ ଭାବରେ ଦେଖାଗଲା”: ୨୮ ପ୍ରତିଶତ ଗ୍ରାମବାସୀଙ୍କର ପାପୁଲି ଏବଂ ପାଦରେ ହାଇପରକେରାଟୋସିସ୍ (କ୍ଷତ)ସମସ୍ୟା, ୩୧ ପ୍ରତିଶତ ଗ୍ରାମବାସୀଙ୍କର ଚର୍ମ ପିଗମେଣ୍ଟେସନ୍ କିମ୍ବା ମେଲାନୋସିସ୍ ସମସ୍ୟା, ୫୭ ପ୍ରତିଶତ ଗ୍ରାମବାସୀଙ୍କର ଯକୃତ ସମ୍ବନ୍ଧୀୟ ସମସ୍ୟା, ୮୬ ପ୍ରତିଶତ ଗ୍ରାମବାସୀଙ୍କର ଗ୍ୟାଷ୍ଟ୍ରାଇଟିସ୍ ସମସ୍ୟା, ଏବଂ ୯ ପ୍ରତିଶତ ମହିଳାଙ୍କର ମାସିକ ଋତୁସ୍ରାବ ଅନିୟମିତ ସମସ୍ୟା ଥିଲା।
କିରଣ ଦେବୀଙ୍କର ସ୍ୱାମୀ ଗାଁର ଏକ ପୃଥକ୍ ପଡାରେ ଇଟା ଓ କାଦୁଅରେ ନିର୍ମିତ ଘରେ ରହୁଥିଲେ ଯାହାକି ବିଛୁ କା ଡେରା ନାମରେ ଜଣାଶୁଣା ଥିଲା। ସେ କୁହନ୍ତି, "ଅନେକ ମାସ ଧରି ପେଟ ଯନ୍ତ୍ରଣାରେ ପୀଡ଼ିତ ହେବା ପରେ ସେ ୨୦୧୬ ରେ ମୃତ୍ୟୁବରଣ କଲେ"। ତାଙ୍କର ପରିବାର ତାଙ୍କୁ ସିମ୍ରି ଓ ବକ୍ସର ସହରରେ ଥିବା ଡାକ୍ତରମାନଙ୍କ ପାଖକୁ ନେଇଥିଲେ ଏବଂ ସେମାନେ ଭିନ୍ନ ଭିନ୍ନ ପ୍ରକାରର ରୋଗ ନିର୍ଣ୍ଣୟ କରିଥିଲେ। ୫୦ ଦଶକରେ ଥିବା କିରଣ କୁହନ୍ତି, "ସେମାନ ଏହାକୁ ଯକ୍ଷ୍ମା କିମ୍ବା ଯକୃତ କର୍କଟ ବୋଲି କହିଥିଲେ।" ସେମାନଙ୍କର ଏକ ଛୋଟିଆ ଜମି ରହିଥିଲା, କିନ୍ତୁ ଦିନ ମଜୁରିଆ ଭାବରେ କାମ କରି ରୋଜଗାର କରିବା ତାଙ୍କ ସ୍ୱାମୀଙ୍କର ରୋଜଗାରର ମୁଖ୍ୟ ଉତ୍ସ ଥିଲା।
୨୦୧୮ ପରଠାରୁ କିରଣ ଦେବୀଙ୍କ ପାପୁଲିରେ କଠିନ ଓ ବିବର୍ଣ୍ଣ ଦାଗଗୁଡ଼ିକ ଦେଖାଦେଇଛି, ଯାହା କି ଆର୍ସେନିକ୍ ବିଷ କ୍ରିୟାର ଚିହ୍ନ ଅଟେ। "ମୁଁ ଜାଣେ ଏହା ସେହି ଜଳ କାରଣରୁ, କିନ୍ତୁ ଯଦି ମୁଁ ଆମ ନିଜର ପମ୍ପ ବ୍ୟବହାର କରିପାରିବୁ ନାହିଁ ତେବେ ମୁଁ କେଉଁଠାକୁ ଯିବି?" ତାଙ୍କ ହ୍ୟାଣ୍ଡପମ୍ପଟି ତାଙ୍କ ଘର ବାହାରେ ଏକ ଛୋଟ ଆବଦ୍ଧ କ୍ଷେତ୍ରର ବାହାରେ ରହିଛି, ଯେଉଁଠାରେ ଏକ ବଳଦ ଖାଦ୍ୟ ପାଗୁଳି କରୁଛି।
ସେ କୁହନ୍ତି ମୌସୁମୀ ନଥିବା ସମୟରେ (ନଭେମ୍ବର ରୁ ମେ) ଜଳର ଗୁଣବତ୍ତା ଅଧିକ ଖରାପ ଥାଏ, ଯେତେବେଳେ କି ଏହା ଏକ କପ୍ ପାଣି ଚା’ପରି ହୋଇଥାଏ। ସେ ପଚାରନ୍ତି, “ଆମେ ଖାଇବା ପାଇଁ ମଧ୍ୟ ସଂଘର୍ଷ କରୁଛୁ। ମୁଁ ଡାକ୍ତର କିମ୍ବା ପରୀକ୍ଷା ପାଇଁ ପାଟନାକୁ କିପରି ଯାତ୍ରା କରିପାରିବି?" ତାଙ୍କର ପାପୁଲି ଅତ୍ୟଧିକ କୁଣ୍ଡେଇ ହୁଏ ଏବଂ ଯେତେବେଳେ ସେ ଏକ ଡିଟରଜେଣ୍ଟ ବାର୍କୁ ସ୍ପର୍ଶ କରନ୍ତି କିମ୍ବା ପଶୁମାନଙ୍କ ଦିନର ଗୋବର ସଂଗ୍ରହ କରନ୍ତି ସେତେବେଳେ ସେଗୁଡିକ ପୋଡା ହୋଇଥାଏ।
ରାମୁନି କୁହନ୍ତି, "ମହିଳା ଏବଂ ଜଳ ନିବିଡ ଭାବରେ ଜଡିତ, କାରଣ ଉଭୟ ଘରର କେନ୍ଦ୍ରରେ ଅଛନ୍ତି। ତେଣୁ ଯଦି ପାଣି ପ୍ରଦୂଷିତ ହୁଏ, ତେବେ ମହିଳାମାନେ ଅଧିକ ପ୍ରଭାବିତ ହେବା ସ୍ୱାଭାବିକ।” ଉମାଶଙ୍କର କୁହନ୍ତି ଯେ କର୍କଟ ରୋଗର ଅପବାଦ ଅନେକଙ୍କୁ, ବିଶେଷକରି ମହିଳାମାନଙ୍କୁ, ବିଳମ୍ବ ନହେବା ପର୍ଯ୍ୟନ୍ତ ଚିକିତ୍ସା କରିବାରୁ ବାରଣ କରିଥାଏ।
ରାମୁନି ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ, ଗାଁର ଅଙ୍ଗନୱାଡି କର୍ମୀ ମୋତେ କୁହନ୍ତି, ଜଳର ଗୁଣବତ୍ତା ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ କରିଥିଲେ। ସେ ମୁଖିଆ ଭାବରେ ନିର୍ବାଚିତ ହେବା ପରେ ଆହୁରି ଅଧିକ କରିବାକୁ ଯୋଜନା ରଖିଛିନ୍ତି। ସେ କୁହନ୍ତି, “ସମସ୍ତେ ନିଜ ଘର ପାଇଁ RO ପାଣି କିଣିବାକୁ ସକ୍ଷମ ନୁହନ୍ତି। “ଏବଂ ସମସ୍ତ ମହିଳା ସହଜରେ ଡାକ୍ତରଖାନା ଯାଇପାରିବେ ନାହିଁ। ଏହା ପାଇଁ ଆମେ ଅନ୍ୟ ଉପାୟ ଖୋଜିବାର ଚେଷ୍ଟା ଜାରି ରଖିବୁ।”
ପରୀ ଏବଂ କାଉଣ୍ଟର ମେଡିଆ ଟ୍ରଷ୍ଟ ର ସାରା ଦେଶରେ ଗ୍ରାମୀଣ ଭାରତର କିଶୋର ବାଳିକା ଓ ତରୁଣ ମହିଳାମାନଙ୍କ ଉପରେ ଗବେଷଣା ବିବରଣୀ ପ୍ରସ୍ତୁତ କରିବା ଯାହାକି ପପୁଲେସନ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ସହାୟତାରେ ଏହି ଗୁରୁତ୍ୱପୂର୍ଣ୍ଣ ତଥା ଅବହେଳିତ ବର୍ଗଙ୍କ ଅବସ୍ଥା ବିଷୟରେ ସେମାନଙ୍କଠାରୁ ଶୁଣି ଓ ସାଧାରଣ ଲୋକଙ୍କ ଜୀବନ୍ତ ଅନୁଭୂତିକୁ ଅନୁଭବ କରି ପରିପ୍ରକାଶ କରିବା ହେଉଛି ଲକ୍ଷ୍ୟ।
ଏହି ଆର୍ଟିକିଲଟିକୁ ପୁନଃ ପ୍ରକାଶ କରିବାକୁ ଚାହୁଁଛନ୍ତି କି? Please write to [email protected] with a cc to [email protected]
ଅନୁବାଦ: ଓଡ଼ିଶାଲାଇଭ୍