“ଆମ ଜୀବନ ଜୁଆଖେଳ ଭଳି । ଭଗବାନ ହିଁ ଜାଣନ୍ତି ଯେ ଗତ ଦୁଇ ବର୍ଷରେ ଆମ ଉପରେ କଣ ବିତିଛି । ଲୋକ କଳାକାର ଭାବେ ଗତ ୪୭ ବର୍ଷରେ ପ୍ରଥମ ଥର ପାଇଁ ଏପରି ହୋଇଛି ଯେତେବେଳେ ଆମେ ଏହି ଦୁଇ ବର୍ଷରେ ଆମର ପେଟ ପୋଷିବାକୁ ମଧ୍ୟ ଅସମର୍ଥ ହୋଇଗଲୁ’’ ବୋଲି ବି. ଥର୍ମା କୁହନ୍ତି ।
୬୦ ବର୍ଷୀୟ ଥର୍ମା ଆମ୍ମା ଜଣେ ନାରୀ କିନ୍ନର ଲୋକ କଳାକାର, ଯିଏ ତାମିଲନାଡୁର ମଦୁରାଇ ସହରରେ ରୁହନ୍ତି । “ଆମକୁ ଏକ ନର୍ଦ୍ଦିଷ୍ଟ ବେତନ ମିଳେନି,” ବୋଲି ମଧ୍ୟ ସେ କୁହନ୍ତି । “ଆଉ, ଏହି କରୋନା (ମହାମାରୀ) କାରଣରୁ ଆମେ ଆମ ଜୀବିକାର୍ଜନର କିଛି ସୁଯୋଗ ମଧ୍ୟ ହରାଇଛୁ’’।
ମଦୁରାଇ ଜିଲ୍ଲାର ନାରୀ କିନ୍ନର ଲୋକ କଳାକାରଙ୍କ ପାଇଁ ବର୍ଷର ପ୍ରଥମ ଛଅ ମାସ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ସମୟରେ, ଗ୍ରାମଗୁଡିକରେ ଅନେକ ସ୍ଥାନୀୟ ପର୍ବପର୍ବାଣୀ ଅନୁଷ୍ଠିତ ହୋଇଥାଏ ଓ ମନ୍ଦିରଗୁଡିକରେ ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ହେଲେ, ଏହି ତାଲାବନ୍ଦ ସମୟରେ ଗୋଟିଏ ସ୍ଥାନରେ ବହୁସଂଖ୍ୟକ ଲୋକ ଏକାଠି ହେବାଉପରେ ପ୍ରତିବନ୍ଧକ ଲଗାଯାଇଥିବାରୁ ରାଜ୍ୟରେ କିନ୍ନର କଳାକାରମାନେ ଗମ୍ଭୀର ଭାବେ ପ୍ରଭାବିତ ହୋଇଛନ୍ତି। ସେଠାରେ ତାଙ୍କ ଭଳି ପ୍ରାୟ ୫୦୦ଜଣ ଅଛନ୍ତି, ବୋଲି ୬୦ ବର୍ଷ ବୟସ୍କ ଥର୍ମା ଆମ୍ମା (ସାଧାରଣତଃ ଲୋକମାନେ ଯେଉଁ ନାମରେ ତାଙ୍କୁ ସମ୍ବୋନ୍ଧିତ କରିଥାନ୍ତି), ଯିଏକି ନାରୀ କିନ୍ନର ନାଟକ ଓ ଲୋକ କଳାର ପ୍ରାଦେଶିକ ସଂଗଠନର ସେକ୍ରେଟେରୀ ଅଛନ୍ତି, ଆକଳନ କରି କୁହନ୍ତି ।
ଥର୍ମା ଆମ୍ମା ମଦୁରାଇ ରେଳ ଷ୍ଟେସନ୍ ପାଖରେ ଏକ ଭଡ଼ା ଘରେ ଫୁଲ ବିକାଳି ଭାବେ କାମ କରୁଥିବା ନିଜର ଜଣେ ପୁତୁରା ଓ ତାଙ୍କର ଦୁଇ ପିଲାଙ୍କ ସହିତ ମିଶି ରୁହନ୍ତି । ମଦୁରାଇ ସହର, ଯେଉଁଠାରେ ତାଙ୍କର ବାପାମା ଦିନ ମଜୁରିଆ ଭାବେ କାମ କରୁଥିଲେ, ବଡ ହେବା ସହିତ ସେ ଅନ୍ୟ ନାରୀ କିନ୍ନରମାନଙ୍କୁ ବିଭିନ୍ନ ମନ୍ଦିର ଓ ଆଖପାଖ ଗ୍ରାମରେ ପାଳନ ହେଉଥିବା ପର୍ବପର୍ବାଣୀରେ ସେମାନଙ୍କ କଳା ପ୍ରଦର୍ଶନ କରୁଥିବା ଦେଖୁଥିଲେ ।












