ଲକ୍ଡଉନ୍ କାରଣରୁ ଅବଦୁଲ ସତ୍ତାର ବେଙ୍ଗାଲୁର ଛାଡ଼ିବା ଚାରିମାସରୁ ଅଧିକ ସମୟ ହୋଇଗଲାଣି ।
ସେ କହିଥିଲେ, ‘‘ଆମେ ଯେମିତି ହେଲେ ଛାଡ଼ିବୁ, ଯଦିଓ ଏଥିରେ ବିଳମ୍ବ ହେବ ।’’ ଏହା ଥିଲା ମେ ୨୦ ତାରିଖ, ଯେତେବେଳେ ଚକ୍ରବାତ ଅମ୍ଫାନ ସ୍ଥଳ ଭାଗ ସ୍ପର୍ଶ କରିବାର ଥିଲା । ଅବଦୁଲ ଏବଂ ତାଙ୍କ ବନ୍ଧୁମାନେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନପୁର ଜିଲ୍ଲାରେ ଥିବା ସେମାନଙ୍କର ଗାଁ ଚାକ୍ ଲାଛିପୁରକୁ ଫେରିବା ପାଇଁ ୧,୮୦୦ କିଲୋମିଟର ଦୀର୍ଘଯାତ୍ରା ପାଇଁ ପ୍ରସ୍ତୁତ ହେଉଥିଲେ ।
ଅବଦୁଲ କୁହନ୍ତି, ସେ ଅଳ୍ପ କେଇମାସ ହେବ ମୁମ୍ବାଇରୁ ବେଙ୍ଗାଲୁରୁ ଆସିଛନ୍ତି, ଜାନୁଆରୀ କିମ୍ବା ଫେବୃଆରୀରେ । ତାଙ୍କର ପତ୍ନୀ ହମିଦା ବେଗମ, ୩୨ ଜଣେ ଗୃହିଣୀ ଏବଂ ସେମାନଙ୍କର ସନ୍ତାନ ସଲମା ଖାତୁନ, ୧୩ ଏବଂ ୟାସିର ହମିଦ୍, ୧୨, ଘଟଲ ତାଲୁକାରେ ଥିବା ତାଙ୍କ ଗାଁରେ ସେମାନଙ୍କର ଛୋଟ ତିନିବଖୁରିଆ ଘରେ ରୁହନ୍ତି । ତାଙ୍କ ପରିବାରର ୨୪ ଡେସିମିଲ (ଏକ-ଚତୁର୍ଥାଂଶ ଏକର) ଜମି ଅଛି, ଯେଉଁଥିରେ ତାଙ୍କ ଭାଇମାନେ ଧାନଚାଷ କରନ୍ତି ।
ଅବଦୁଲ ଅଷ୍ଟମ ଶ୍ରେଣୀରେ ପରେ ସ୍କୁଲ ଛାଡ଼ିଦେଇଥିଲେ ଏବଂ ତାଙ୍କ ଗାଁର ଅନ୍ୟମାନଙ୍କ ପରି ଏମ୍ବ୍ରୋଡୋରି ଶିଖିବା ଆରମ୍ଭ କରିଦେଇଥିଲେ । ସେବେଠାରୁ ସେ ବିଭିନ୍ନ ସ୍ଥାନକୁ ଯାଉଛନ୍ତି, କେଇବର୍ଷ ପାଇଁ ଦିଲ୍ଲୀରେ କାମ କରିବା ଏବଂ ଏହାପରେ ମୁମ୍ବାଇରେ । ସେ ପ୍ରତି ୫-୬ମାସରେ ଥରେ ଘରକୁ ଆସନ୍ତି । ସେ କହିଲେ, ‘‘ମୁଁ ମେସିନ ଏମ୍ବ୍ରୋଡୋରୀ କରେ, ମୁଁ ମୁମ୍ବାଇରେ ଅଧିକ କାମ ପାଇଲି ନାହିଁ, ତେଣୁ ମୋ ସମ୍ପର୍କୀୟଙ୍କ ସହିତ କାମ କରିବାକୁ ନିଷ୍ପତ୍ତି ନେଲି ।’’
ଅବଦୁଲ, ୪୦ ତାଙ୍କ ସମ୍ପର୍କୀୟ ଭାଇ ୩୩ ବର୍ଷ ବୟସ୍କ ହସନୁଲ୍ଲା ଶେଖ (ତାଙ୍କ ଆଧାରକାର୍ଡରେ ବନାମ ହୋଇଥିବା ନାମ ଅନୁଯାୟୀ) ସେ ଦକ୍ଷିଣ ବେଙ୍ଗାଲୁରରେ କରିଥିବା ଛୋଟ ଟେଲରିଂ ବ୍ୟବସାୟରେ ଯୋଗଦେଲେ । ସେ ହସନଙ୍କ ଦୋକାନରେ ଦର୍ଜି ଓ ଏମ୍ବ୍ରୋଡୋରି କାରିଗର ଭାବରେ କାର୍ଯ୍ୟ କରୁଥିବା ଅନ୍ୟ ପାଞ୍ଚଜଣଙ୍କ ସହ ଗୋଟିଏ ବଖରାରେ ରହିଲେ । ୬ଜଣ ଯାକ ଚାକ୍ ଲାଚ୍ଛିପୁରରୁ ଆସିଥିଲେ ।







