ୱାର୍ଦ୍ଧା ଜିଲ୍ଲାର ୨୩ ବର୍ଷୀୟ ଦୁଗ୍ଧ ଚାଷୀ ପ୍ରଫୁଲ୍ଲ କାଲୋକର କୁହନ୍ତି, ‘‘କରୋନା ଭାଇରସ୍ ମୋ ଗାଁରେ ପହଞ୍ଚିବ କି ନାହିଁ ମୁଁ ଜାଣିନି, କିନ୍ତୁ ଏହାର ଅର୍ଥନୈତିକ ପ୍ରଭାବ ଏଠାରେ ପହଞ୍ଚିଯାଇଛି।”
ମାର୍ଚ୍ଚ ୨୫ ରେ କୋଭିଡ -୧୯ ଲକଡାଉନ୍ ଆରମ୍ଭ ହେବା ଦିନଠାରୁ ପ୍ରଫୁଲ୍ଲାଙ୍କ ଗାଁ ଚନ୍ଦାନୀରେ ଦୈନିକ ୫୦୦ ଲିଟର ଦୁଗ୍ଧ ସଂଗ୍ରହ ଶୂନକୁ ଖସି ଆସିଛି ବୋଲି ସେ କୁହନ୍ତି .. ଅରବି ତାଲୁକାରେ ଅବସ୍ଥିତ ଏହି ଗାଁରେ ପ୍ରାୟ ୫୨୦ ଲୋକ ବାସ କରନ୍ତି ଏବଂ ଅଧିକାଂଶ ପରିବାର ନନ୍ଦା ଗାଓଲି ସମ୍ପ୍ରଦାୟର ।
ନନ୍ଦା ଗାଓଲିମାନେ ଏକ ଅର୍ଦ୍ଧ-ପଶୁପାଳକ ସମ୍ପ୍ରଦାୟ, ଯେଉଁମାନେ ଓ୍ୱାର୍ଦ୍ଧା ଜିଲ୍ଲାର ବୋର ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ର ଚାରିପାଖରେ ଥିବା ୪୦-୫୦ଟି ଗାଁରେ ରୁହନ୍ତି । ସେମାନେ ଗାୱାଲିସ୍ ନାମରେ ମଧ୍ୟ ଜଣାଶୁଣା । ସେମାନେ ପାରମ୍ପରିକ ଭାବରେ ଗାଓଲା ନାମକ ଏକ ଦେଶୀ ପ୍ରଜାତିର ଗାଈ ପାଳନ୍ତି ଏବଂ ୱାର୍ଦ୍ଧାରେ ଗାଈ ଦୁଗ୍ଧ, ଦହି, ଲହୁଣୀ, ଘିଅ ଏବଂ ଖୁଆର ପ୍ରମୁଖ ଯୋଗାଣକାରୀ ଅଟନ୍ତି । ଲକଡାଉନର ପ୍ରଥମ ୧୫ ଦିନ ମଧ୍ୟରେ ୱାର୍ଦ୍ଧାରେ ସମୂହର ହୋଇଥିବା କ୍ଷୟକ୍ଷତିର ଆକଳନ କରି କାଲୋକର କୁହନ୍ତି, “ନନ୍ଦା ଗାଓଲିମାନେ ଦୁଗ୍ଧ ବିକ୍ରିରେ ଅତି କମରେ ୨୫,୦୦୦ ଲିଟର ହ୍ରାସକୁ ସାମ୍ନା କରିଛନ୍ତି’’।
ଏ ସମସ୍ତ ନଷ୍ଟ ହୋଇଯାଉଥିବା ଦ୍ରବ୍ୟ - ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟ ଚାହିଦାରେ ଏକ ବୃହତ ହ୍ରାସ- ଦୁଗ୍ଧ କ୍ଷେତ୍ରକୁ ଅତ୍ୟନ୍ତ ଆଘାତ ଦେଇଛି । କେବଳ ପରିବାରଗୁଡ଼ିକ କମ୍ ଦୁଗ୍ଧ ଖାଉ ନାହାଁନ୍ତି, ହୋଟେଲ, ଭୋଜନାଳୟ ଏବଂ ମିଠା ଦୋକାନ ମଧ୍ୟ ବନ୍ଦ ହୋଇଥିବାରୁ ଦୁଗ୍ଧଜାତ ଦ୍ରବ୍ୟର ଚାହିଦା ଆହୁରି ହ୍ରାସ ପାଇଛି। ଜାତୀୟ ଦୁଗ୍ଧ ବିକାଶ ବୋର୍ଡର ସହାୟକ କମ୍ପାନୀ ମଦର ଡେଏରି ସମେତ ବଡ ଡେଏରିଗୁଡ଼ିକ ମଧ୍ୟ ଦୁଗ୍ଧ କ୍ରୟ ବନ୍ଦ କରି ଦେଇଛନ୍ତି।
କାଲୋକର କହିଛନ୍ତି ଯେ ଆର୍ଥିକ କ୍ଷତି ବୋଧହୁଏ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ - ଏହା କ୍ଷେତ୍ରର ଦୀର୍ଘ ବିତରଣ ଶୃଙ୍ଖଳରେ ଜଡିତ ସମସ୍ତଙ୍କ ପାଇଁ ଦୈନିକ କେଇ ହଜାର ଟଙ୍କା ଆୟ କରେ ବୋଲି ସେ ଆକଳନ କରିଛନ୍ତି ।ପ୍ରଫୁଲ୍ଲ ତାଙ୍କ ନନ୍ଦ ଗାଓଲି ସମ୍ପ୍ରଦାୟର ଏକମାତ୍ର ପିଏଚଡି ଧାରକ । ସେ ନାଗପୁର ବିଶ୍ୱବିଦ୍ୟାଳୟରେ ତାଙ୍କର ଗବେଷଣା ଡିଗ୍ରୀ ପାଇଁ ୱାର୍ଦ୍ଧାର କପା ଅର୍ଥନୀତି ଅଧ୍ୟୟନ କରିଥିଲେ।
ଦୁଗ୍ଧ କ୍ଷେତ୍ର ନନ୍ଦ ଗାଓଲିମାନଙ୍କ ପରି ପାରମ୍ପରିକ ଗୋରକ୍ଷକ ଏବଂ ଗୋପାଳକମାନଙ୍କର ହଜାର ହଜାର କ୍ଷୁଦ୍ର ଏବଂ ନାମମାତ୍ର ଦୁଗ୍ଧ ଚାଷୀଙ୍କୁ ବଞ୍ଚାଇଥାଏ ।ସେମାନଙ୍କ ମଧ୍ୟରୁ ଅନେକ ପୂର୍ବ ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳରେ କୃଷି ବିପର୍ଯ୍ୟୟ କାରଣରୁ ଦୀର୍ଘ ଦିନ ଧରି ସଂଘର୍ଷ କରିଆସୁଛନ୍ତି ।ସେମାନେ ବର୍ତ୍ତମାନ ଆହୁରି ଏକ ଅନିଶ୍ଚିତ ଭବିଷ୍ୟତର ସାମ୍ନା କରୁଛନ୍ତି, ଯେତେବେଳେ କିଛି ଲୋକ ସେମାନଙ୍କର ଏକମାତ୍ର ଜୀବିକା ହରାଇବେ ।
ଏହି ସମସ୍ୟା ଦୁଗ୍ଧ ବିକ୍ରି ହ୍ରାସଠାରୁ ମଧ୍ୟ ଆହୁରି ଅଧିକ । ପ୍ରଫୁଲ୍ଲଙ୍କ ମାମୁଁ ପୁଷ୍ପରାଜ କାଲୋକର କୁହନ୍ତି, "ଆମେ ଆମର ପଶୁମାନଙ୍କୁ ଦୁହିଁବା ଆବଶ୍ୟକ, ନଚେତ୍ ସେମାନଙ୍କ ଠାରେ ଜମାଟ ସୃଷ୍ଟି ହେବ ଏବଂ ସେମାନେ ଭବିଷ୍ୟତରେ ଦୁଗ୍ଧ ଦେବାକୁ ସକ୍ଷମ ହେବେ ନାହିଁ।’’ “କିନ୍ତୁ ଏତେ ପରିମାଣର ଦୁଗ୍ଧରେ ଆମେ କ’ଣ କରିବୁ ? ବଜାର ବନ୍ଦ ଥିବାରୁ ଆମେ ଖୁଆ କିମ୍ବା ଲହୁଣୀ ତିଆରି କରିପାରିବୁ ନାହିଁ। ”
ଯେହେତୁ ଅଧିକାଂଶ ଘରୋଇ ଗ୍ରାହକ ସେମାନେ କିଣୁଥିବା ଦୁଗ୍ଧର ପରିମାଣକୁ କମ୍ କରିଦେଇଛନ୍ତି, ଲକ୍ଡାଉନ୍ ସମୟରେ ଅଧିକ ଦୁଗ୍ଧର ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଏବଂ ତେଣୁ ମହାରାଷ୍ଟ୍ରର ମହା ବିକାଶ ଆଘାଡ଼ି ସରକାର ମାର୍ଚ୍ଚ ୩୦ରେ ରାଜ୍ୟ ସମବାୟ ଦୁଗ୍ଧ ଫେଡେରେସନ୍ ଦ୍ୱାରା ଉତ୍ପାଦନକାରୀଙ୍କଠାରୁ ଗାଈ ଦୁଗ୍ଧ କିଣିବା ପାଇଁ ନିଷ୍ପତ୍ତି ନେଇଥିଲେ ।
ସରକାର ତିନି ମାସ ପାଇଁ - ଏପ୍ରିଲରୁ ଜୁନ୍ ୨୦୨୦ ପର୍ଯ୍ୟନ୍ତ ପ୍ରତିଦିନ ୧୦ ଲକ୍ଷ ଲିଟର ଗାଈ ଦୁଗ୍ଧ କିଣିବାକୁ ଏବଂ ଏହାକୁ ଦୁଗ୍ଧ ପାଉଡରରେ ପ୍ରକ୍ରିୟାକରଣ କରିବାକୁ ଯୋଜନା କରିଛନ୍ତି । ମହାରାଷ୍ଟ୍ରରେ ମହାନନ୍ଦଙ୍କ ମାଧ୍ୟମରେ କ୍ରୟ ଏପ୍ରିଲ ୪ ରେ ଆରମ୍ଭ ହୋଇଥିଲା । ରାଜ୍ୟ ପଶୁପାଳନ ମନ୍ତ୍ରୀ ସୁନୀଲ କେଦାର ପରିକୁ କହିଛନ୍ତି, ‘‘ଆମେ ଏହି ଜରୁରୀ କାଳୀନ ପରିସ୍ଥିତି ପାଇଁ ଟ.୧୮୭ କୋଟି ଟଙ୍କା ଆବଣ୍ଟନ କରିଛୁ। ଏହି ପରିସ୍ଥିତି ପାଇଁ 187 କୋଟି ଯଦି କେନ୍ଦ୍ର ସରକାର ସହଯୋଗ କରନ୍ତି, ତେବେ ଆମେ ଦୁଗ୍ଧ କ୍ରୟ ବୃଦ୍ଧି କରିପାରିବୁ । ”
ମହାନନ୍ଦ ବ୍ୟତୀତ ଗୋକୁଲ ଏବଂ ୱାରାନା ପରି ଅନେକ ବୃହତ ଦୁଗ୍ଧ ସମବାୟ ମଧ୍ୟ ସେମାନଙ୍କର ଦୁଗ୍ଧ କ୍ରୟକୁ ବୃଦ୍ଧି କରିଛନ୍ତି - ଏ ମଧ୍ୟରୁ କିଛି ପାଉଡରରେ ପରିଣତ କରାଯିବ - ଯାହା ଦ୍ୱାରା ଉତ୍ପାଦକମାନେ କ୍ଷତିଗ୍ରସ୍ତ ହେବେ ନାହିଁ । ତେବେ ଓ୍ୱାର୍ଦ୍ଧାର ନନ୍ଦ ଗାଓଲିଙ୍କ ପରି ଯେଉଁମାନେ ମହାନନ୍ଦ ସହ ସଂଯୁକ୍ତ ନୁହଁନ୍ତି ସେମାନଙ୍କ ପାଇଁ ସମସ୍ୟା ରହିଛି, କାରଣ ମହାନନ୍ଦର ଏହି ଜିଲ୍ଲାରେ କୌଣସି ସଂଚାଳନ ନାହିଁ । ଏହା ବ୍ୟତୀତ, ନନ୍ଦା ଗାଓଲିମାନେ କେବେ ବି ଦୁଗ୍ଧ ସମବାୟ କିମ୍ବା ବୃହତ ଘରୋଇ ଦୁଗ୍ଧ କେନ୍ଦ୍ରର ସଦସ୍ୟ ହୋଇନାହାଁନ୍ତି; ସେମାନେ ସାଧାରଣତଃ ଖୁଚୁରା ବଜାରରେ ଦୁଗ୍ଧ ବିକ୍ରି କରନ୍ତି, ଯାହା ବର୍ତ୍ତମାନ ବନ୍ଦ ହୋଇଯାଇଛି।
ଉତ୍ତର ଏବଂ ପଶ୍ଚିମ ମହାରାଷ୍ଟ୍ର ପରି, ପୂର୍ବ ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳ ଦୁଗ୍ଧ ଉତ୍ପାଦନର ଏକ ପ୍ରମୁଖ କେନ୍ଦ୍ର ନୁହେଁ । କିନ୍ତୁ ଏହି ଅଞ୍ଚଳରେ ଅନେକ ପଶୁପାଳକ ବାସ କରନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଗୋପାଳକ, ଯେଉଁମାନଙ୍କର ମୁଖ୍ୟ ଜୀବିକା ଦୁଗ୍ଧ ଅଟେ ।
ସେମାନଙ୍କ ମଧ୍ୟରେ ଯାଯାବର ଜନଜାତି ଭାବରେ ନନ୍ଦ ଗାଓଲିମାନେ ତାଲିକାଭୁକ୍ତ, ଯେଉଁମାନେ ୱାର୍ଦ୍ଧାର ସମତଳ ଅଞ୍ଚଳରେ ବାସ କରନ୍ତି ଏବଂ ଅମରାବତୀ ଜିଲ୍ଲାର ମେଲଘାଟ ପାହାଡରେ ମଧ୍ୟ ବସବାସ କରନ୍ତି ।ତା’ପରେ ଭରୱାଡମାନେ ଅଛନ୍ତି, ଯେଉଁମାନେ ମୂଳତଃ ଗୁଜୁରାଟର କଚ୍ଛ ଅଞ୍ଚଳରୁ; ଗାଡଚିରୋଲି ଜିଲ୍ଲାରେ ଗୋଲକରମାନେ ଯେଉଁମାନେ କି ମଇଁଷି ପ୍ରଜନନ କରନ୍ତି; ଏବଂ ଗୋଓ୍ୱାରିମାନେ, ଯେଉଁମାନେ ବିଦର୍ଭରେ ଚାରିଆଡ଼େ ଥିବା ଗ୍ରାମଗୁଡିକରେ ଗୋରୁ ଚରାନ୍ତି । ମଥୁରା ଲାମହାନ୍ ମାନେ ମୁଖ୍ୟତଃ ଯବତମାଲ ଜିଲ୍ଲାର ଉମରଖେଡ୍ ତାଲୁକା ମଧ୍ୟରେ ସୀମିତ, ସେମାନେ ଉମର୍ଦ୍ଦା ଗୋରୁ ପ୍ରଜାତିର ପାଳନ୍ତି, ଏହା ବଳବାନ ଷଣ୍ଢଙ୍କ ପାଇଁ ଜଣାଶୁଣା।
ଅକୋଲା, ବୁଲଦାନା ଏବଂ ୱାଶିମ୍ ଜିଲ୍ଲାର ମେଣ୍ଢା ଓ ଛେଳି ପାଳୁଥିବା ଧଙ୍ଗର ସମ୍ପ୍ରଦାୟ, ଏବଂ କର୍ଣ୍ଣାଟକର କୁରୁବାମାନଙ୍କ ସହିତ ସାଂସ୍କୃତିକ ସମାନତା ଥିବା ଚନ୍ଦ୍ରପୁର ଏବଂ ଗାଡଚିରୋଲି ଜିଲ୍ଲାର କୁର୍ମାରମାନେ ମଧ୍ୟ ବିଦର୍ଭରେ ସେମାନଙ୍କର ପଶୁ ଚାରଣ କରନ୍ତି। କେତେକ ପଶୁପାଳକ ଅର୍ଦ୍ଧ-ଯାଯାବର, ଏବଂ ସେମାନେ ସେମାନଙ୍କର ପଶୁମାନଙ୍କୁ ଖୁଆଇବା ପାଇଁ ତୃଣଭୂମି ଏବଂ ଜଙ୍ଗଲ ଉପରେ ନିର୍ଭର କରନ୍ତି ।
୨୦୧୧ ମସିହା ଠାରୁ, ଯେତେବେଳେ ବୋର ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ର ଚତୁଃପାର୍ଶ୍ୱରେ ଥିବା ଜଙ୍ଗଲ ଅଞ୍ଚଳରେ ଚାରଣ ଉପରେ ନିଷେଧାଦେଶ ଲାଗୁ ହେଲା , ବିଦର୍ଭଙ୍କ ପଶୁପାଳକ ସମ୍ପ୍ରଦାୟ ଗୋଚର କ୍ଷେତ୍ର ତଥା ଚାଷଜମିରେ ଅମଳ ପରବର୍ତ୍ତୀ ଅବଶିଷ୍ଟାଂଶ ଉପରେ ନିର୍ଭର କରୁଛନ୍ତି ବୋଲି ସଜଲ କୁଲକର୍ଣ୍ଣି କୁହନ୍ତି। ସେ ବର୍ଷାଜଳ ନିର୍ଭର କୃଷି ପୁନରୁଦ୍ଧାର ନେଟୱାର୍କର ନାଗପୁରରେ ଅବସ୍ଥାପିତ ସହକର୍ମୀ, ସେ ପଶୁପାଳନ ଅଧ୍ୟୟନ କରନ୍ତି ଏବଂ ବିଦର୍ଭରେ ପଶୁପାଳକମାନଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରନ୍ତି ।
ଲକଡାଉନ୍ ସମୟରେ ପଶୁଖାଦ୍ୟର ଉପଲବ୍ଧତା ଏବଂ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି । କେତେକ ନନ୍ଦା ଗାଓଲି ନିଜ ନିଜ ଗାଁଠାରୁ ୩୦-୪୦ କିଲୋମିଟର ଦୂରରେ ଥିବା ଗାଁରେ ସେମାନଙ୍କ ଗୋରୁ ସହିତ ଅଟକି ରହିଛନ୍ତି। ତୃଣଭୂମି କିମ୍ବା କ୍ଷେତରେ ରବି ଫସଲର ଅବଶିଷ୍ଟାଂଶ ଖୋଜିବା ପାଇଁ ସେମାନେ
ତାଲାବନ୍ଦ
ପୂର୍ବରୁ ଚାଲିଯାଇଥିଲେ।
ଲକଡାଉନ୍ ସମୟରେ ପଶୁଖାଦ୍ୟର ଉପଲବ୍ଧତା ଏବଂ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି। କେତେକ ନନ୍ଦା ଗାଓଲି ନିଜ ନିଜ ଗାଁଠାରୁ ୩୦-୪୦ କିଲୋମିଟର ଦୂରରେ ଥିବା ଗାଁରେ ସେମାନଙ୍କ ଗୋରୁ ସହିତ ଅଟକି ରହିଛନ୍ତି
କୁଲକର୍ଣ୍ଣି କୁହନ୍ତି, “ସେମାନଙ୍କର ଆୟ - ଦୁଗ୍ଧ କିମ୍ବା ମାଂସରୁ - ସ୍ଥାନୀୟ ବଜାର ଏବଂ ବ୍ୟକ୍ତିଗତ କ୍ରେତା ଉପରେ ନିର୍ଭର କରେ। ଦୁଗ୍ଧ ବିକ୍ରୟ ପାଇଁ କିମ୍ବା ଗୋ ଖାଦ୍ୟ କିଣିବାକୁ ଏହି ସମ୍ପ୍ରଦାୟର ଲୋକଙ୍କୁ ଗ୍ରାମକୁ ପ୍ରବେଶ ଅନୁମତି ଦିଆଯାଉ ନାହିଁ। ”
କଷ୍ଟକର ଭାବରେ ଏହି ପ୍ରଭାବିତମାନଙ୍କ ମଧ୍ୟରେ ଅଛି ଭରୱାଡମାନେ ଅନେକ ବସ୍ତି, ଯେଉଁମାନେ ଗିର୍ ଗାଈ ମାନଙ୍କୁ ପାଳନ୍ତି। ଏଡି ସମ୍ପ୍ରଦାୟର ନେତା ରାମଜାଇ ଜୋଗରାନା ମୋତେ ଫୋନରେ କହିଥିଲେ, “ଏହା ଆମ ପାଇଁ ଅତ୍ୟନ୍ତ କଷ୍ଟକର ସମୟ। ସେ କୁହନ୍ତି, “ମୁଁ ମୋର ଗୋରୁମାନଙ୍କ ସହିତ ଜଙ୍ଗଲରେ ବାସ କରୁଛି ।’’ ସେ ତାଙ୍କର ଗୋରୁମାନଙ୍କୁ ଚରାଉଥିବା ବୁଦାଳିଆ ଜଙ୍ଗଲ ସନ୍ଦର୍ଭରେ ଏହା କହୁଥିଲେ ।
ଜୋଗରାନା ଏବଂ ୨୦ଟି ଭରୱାଡ ପରିବାରର ଏକ ଗୋଷ୍ଠୀ ନାଗପୁର ସହରଠାରୁ ପ୍ରାୟ ୪୫ କିଲୋମିଟର ଦୂରରେ ଥିବା ସୋନଖମ୍ବ ଗାଁ ବାହାରେ ଏକ ବସ୍ତିରେ ରୁହନ୍ତି। ମିଳିତ ଭାବେ, ସେମାନେ ପ୍ରତିଦିନ ୩୫୦୦ ଲିଟର ଦୁଗ୍ଧ ଉତ୍ପାଦନ କରନ୍ତି ବୋଲି ରାମ୍ଜିଭାଇ ଆକଳନ କରିଛନ୍ତି । ପାରମ୍ପରିକ ଭାବରେ ଭରୱାଡର ଜମି ନାହିଁ କିମ୍ବା ସେମାନଙ୍କ ଆୟର ଅନ୍ୟ କୌଣସି ଉତ୍ସ ମଧ୍ୟ ନାହିଁ ।ତାଲାବନ୍ଦ ସମୟରେ ଏହି ଗୋଷ୍ଠୀ ଗ୍ରାମବାସୀଙ୍କୁ ମାଗଣାରେ ଦୁଗ୍ଧ ବଣ୍ଟନ କରିଆସୁଛି । କିନ୍ତୁ ସେମାନେ ବଳକା ଫିଙ୍ଗିବାକୁ ବା ବାଛୁରୀମାନଙ୍କୁ ଖୁଆଇବାକୁ ବାଧ୍ୟ ହୋଇଛନ୍ତି। ରାମ୍ଜିଭାଇ କୁହନ୍ତି, “କୌଣସି ଦୁଗ୍ଧ କେନ୍ଦ୍ର, କିମ୍ବା ଖୁଚୁରା ଦୋକାନ , କିମ୍ବା ମିଠା ଦୋକାନରୁ କୌଣସି କ୍ରୟ ନାହିଁ।’’
ସେ ତାଙ୍କ ସମ୍ପ୍ରଦାୟରେ ପ୍ରଥମ ବ୍ୟକ୍ତି ଭାବରେ ଏକ ଜମି କିଣି ସେଠାରେ ଗୃହ ନିର୍ମାଣ କରିଥିଲେ। ସେ ନିଜ ଗାଁର ଏକ ମଦର ଡାଏରୀ ୟୁନିଟକୁ ଦୁଗ୍ଧ ଯୋଗାନ୍ତି ଏବଂ ନାଗପୁରର ଗ୍ରାହକଙ୍କୁ ମଧ୍ୟ ସିଧାସଳଖ ବିକ୍ରି କରନ୍ତି । ସେ କୁହନ୍ତି, "ଏଥିରେ ବାଧା ସୃଷ୍ଟି ହୋଇ ନାହିଁ, କିନ୍ତୁ ଏହା ଆମର ବିକ୍ରୟର ଏକ ଛୋଟ ଅଂଶ।"
ରାମଜିଭାଇ କୁହନ୍ତି, "ଆମେ ଦିନ୍ଶ, ଏବଂ ହଲ୍ଦିରାମଙ୍କ ଭଳି ଘରୋଇ ଦୁଗ୍ଧକେନ୍ଦ୍ର ଏବଂ ହୋଟେଲ, ଚା ବିକ୍ରେତା ଏବଂ ମିଠା ଦୋକାନ[ନାଗପୁର ବାହାରେ ଏବଂ ଭିତରେ] ଭଳି ଖୁଚୁରା କ୍ରେତାଙ୍କୁ ଦୁଗ୍ଧ ଯୋଗାଇଥାଉ।"
କେବଳ ନାଗପୁର ଜିଲ୍ଲାରେ ପ୍ରାୟ ୬୦ ଟି ଭରୱାଡ ବସତି ଅଛି ବୋଲି ରାମ୍ଜିଭାଇ ଆକଳନ କରିଛନ୍ତି। ସେ କୁହନ୍ତି, “ଆମେ ଏକତ୍ର ପ୍ରାୟ ୨୦,୦୦୦ ଗାଈଙ୍କ ଠାରୁ ୧.୫ ଲକ୍ଷ ଲିଟର ଦୁଗ୍ଧ ଯୋଗାଣ କରୁ । ଆଜି ଏହା ଶୂନ। ”
ଏକ ଲିଟର ଗାଈ ଦୁଗ୍ଧରୁ ଏହାର ଚିକ୍କଣ ଓ ମୋଟାମୋଟି ମାନ ଉପରେ ନିର୍ଭର କରି ସମ୍ପ୍ରଦାୟକୁ ଟ.୩୦ ଏବଂ ଟ. ୪୦ ମଧ୍ୟରେ କିଛି ମିଳିଥାଏ ।ସମ୍ପ୍ରଦାୟର କ୍ଷତି କେବଳ ସ୍ୱଳ୍ପ ମିଆଦିରେ ଅର୍ଥ ନୁହେଁ - ଏହା ମଧ୍ୟ ଏକ ଦୀର୍ଘକାଳୀନ ସଙ୍କଟ କାରଣ ଅନେକ ଦୁଧିଆଳୀ ଗାଈ ଦୁଗ୍ଧ ଉତ୍ପାଦନ ନ କରାନଯିବା କାରଣରୁ “ଶୁଖି’’ ଯିବେ ।
ରାମ୍ଜିଭାଇ କୁହନ୍ତି, “ଖାଦ୍ୟ ଯୋଗାଣ ହ୍ରାସ ପାଇଛି ଏବଂ ଏହା କେବେ ଠିକ୍ ହେବ ତାହା ନିଶ୍ଚିତ ନୁହେଁ । ସବୁଜ ଘାସ ବ୍ୟତୀତ ପଶୁମାନେ ଉନ୍ନତମାନର ଦୁଗ୍ଧ ଉତ୍ପନ୍ନ ପାଇଁ ପିଡ଼ିଆ ପରି ବିଭିନ୍ନ ପୁଷ୍ଟିକର ଖାଦ୍ୟ ଆବଶ୍ୟକ କରନ୍ତି ।
ରାମଜିଭାଇ ଆମକୁ ନିକଟରେ ଭରୱାଡ ସମ୍ପ୍ରଦାୟର ସଦସ୍ୟଙ୍କ ଦ୍ୱାରା ରାସ୍ତାରେ ଏବଂ ଏକ କେନାଲରେ ଦୁଗ୍ଧ କ୍ୟାନ୍ ଢାଳିବାର ଭିଡିଓ ଦେଖାଇଥିଲେ (ପରି ଦ୍ୱାରା ଯାଞ୍ଚ କରାଯାଇ ନାହିଁ) । ‘‘ମୁଁ ବିଭିନ୍ନ ପଡ଼ାରେ ରହୁଥିବା ଆମ ସମ୍ପ୍ରଦାୟର ଲୋକଙ୍କ ଠାରୁ ପ୍ରତିଦିନ ଏହିପରି ଭିଡିଓ ଗ୍ରହଣ କରୁଛି। ”
ସମ୍ପ୍ରଦାୟର କ୍ଷତି କେବଳ ସ୍ୱଳ୍ପ ମିଆଦିରେ ଅର୍ଥ ନୁହେଁ - ଏହା ମଧ୍ୟ ଏକ ଦୀର୍ଘକାଳୀନ ସଙ୍କଟ କାରଣ ଅନେକ ଦୁଧିଆଳୀ ଗାଈ ଦୁଗ୍ଧ ଉତ୍ପାଦନ ନକରା ନଯିବା କାରଣରୁ “ଶୁଖି’’ ଯିବେ
ଗୋଟିଏରେ, ଉତ୍ତର ମହାରାଷ୍ଟ୍ରର ଧୁଲେ ଜିଲ୍ଲାର ଡୋଣ୍ଡାଇଚା-ୱାର୍ଓ୍ୱାଡେ ସହରର ଜଣେ ଦୁଗ୍ଧ ଚାଷୀ ତାଲା ବନ୍ଦ ହଠାତ୍ ଆର୍ଥିକ କ୍ଷତି ବିଷୟରେ କହୁଛନ୍ତି, କାରଣ ତାଙ୍କର ଦୁଗ୍ଧ ବ୍ୟବସାୟ ବନ୍ଦ ହୋଇଯାଇଛି।
ଅନ୍ୟମାନେ ସେମାନଙ୍କର ଯାତାୟତ ମାର୍ଗରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।୨୦ ବର୍ଷର ରାହୁଲ ମାଫା ଜୋଗ୍ରାନା କୁହନ୍ତି, “ଆମେ ଚଳିତ ବର୍ଷ କୁଆଡ଼େ ନଯିବାକୁ ନିଷ୍ପତ୍ତି ନେଇଛୁ।’’ କିନ୍ତୁ ସେ ନାଗପୁର ଜିଲ୍ଲାର ଏକ ତହସିଲ ସହର କଲମେଶ୍ୱରରେ ରହିଥିବା ବେଳେ ସାନଭାଇ ଗଣେଶ ଖାଦ୍ୟ ଏବଂ ଜଳ ସନ୍ଧାନରେ ତାଙ୍କ ଗାଈ ମାନଙ୍କ ସହ ନାଗପୁର ଠାରୁ ୬୦ କିଲୋମିଟର ଦୂରରେ ଥିବା ରାମଟେକକୁ ଯାଉଛନ୍ତି ।
ଗଣେଶ ଗାଈମାନଙ୍କୁ ଖାଇବାକୁ ଦେବା ପାଇଁ ଏକ ଟ୍ରାକ୍ଟର ଭର୍ତ୍ତିକରି ବନ୍ଧାକୋବି ଆଣିବାକୁ ସକ୍ଷମ ହୋଇଥିଲେ କାରଣ ଗାଁର ଚାଷୀମାନେ ପଶୁମାନଙ୍କୁ କ୍ଷେତରେ ଚରାଇବାକୁ ଦେଉନଥିଲେ । ମାର୍ଚ୍ଚର ମଧ୍ୟଭାଗରେ, ସେ ଶୁଖିଲା ଘାସ ସଂରକ୍ଷଣ କରିଥିଲେ, ଯାହାକି ତାଲାବନ୍ଦର କିଛି ସପ୍ତାହ ପରେ ଚାଲିଥିଲା ।ବର୍ତ୍ତମାନ, ଜଣେ ଦୁଗ୍ଧ-ଭ୍ୟାନ୍ ଡ୍ରାଇଭର ବଜାରରୁ ରାମଟେକ୍କୁ ଗୋ ଖାଦ୍ୟ ଆଣୁଛନ୍ତି ଯେଉଁଠାରେ ଗଣେଶ ପଶୁମାନଙ୍କ ସହିତ ଅଟକିଛନ୍ତି ।
୨୩ ବର୍ଷୀୟ ଭରୱାଡ ବିକ୍ରମ ଜୋଗ୍ରାନା ମଧ୍ୟ ତାଙ୍କ ଗୋରୁ ସହିତ ବାହାରକୁ ଯାଉଛନ୍ତି । ଯେତେବେଳେ ଆମେ ତାଙ୍କ ସହ କଥା ହେଲୁ, ସେ ଉତ୍ତର ନାଗପୁର ଜିଲ୍ଲାର ପାର୍ସୋନି ଅଞ୍ଚଳରେ ଥିଲେ, ଯେଉଁଠାରେ ଗ୍ରାମବାସୀ ସେମାନଙ୍କୁ ନିଜ କ୍ଷେତକୁ ପ୍ରବେଶ କରିବାକୁ ଅନୁମତି ଦେଉନଥିଲେ । ସାଧାରଣତଃ ସେମାନେ ସେମାନଙ୍କର ଦୀର୍ଘ, ପରସ୍ପର ସହଯୋଗୀ ସମ୍ପର୍କକୁ ବ୍ୟାଖ୍ୟା କରି କହନ୍ତି: “ଗାଈ ଗୋବର କ୍ଷେତ ପାଇଁ ଖତ ହୋଇଥିବା ବେଳେ ଆମର ଗାଈମାନେ ସେମାନଙ୍କ ଚାଷ ଜମିରେ ଶୁଖିଲା ଡାଳଗୁଡ଼ିକ ଖାଇଥାନ୍ତି।”
ବିକ୍ରମ କଲମେଶ୍ୱରରେ ଥିବା ନିଜ ପରିବାର ସହିତ ନିୟମିତ ଯୋଗାଯୋଗରେ ରହିବାକୁ ଅସମର୍ଥ କାରଣ ସେ ବାରମ୍ବାର ମୋବାଇଲ୍ ଫୋନ୍ ଚାର୍ଜ କରିପାରିବେ ନାହିଁ । ସେ କୁହନ୍ତି, “ଏହା ଆମ ପାଇଁ ସବୁଠାରୁ କଠିନ ସମୟ ।”
ଅନୁବାଦ: ଓଡ଼ିଶାଲାଇଭ୍