‘‘ଆମେ ଦଶରା ନାଚ ପରିବେଷଣ କରିବାକୁ ଯାଉଛୁ,’’ ନୃତ୍ୟଶିଳ୍ପୀ ଇତବାରୀ ରାମ ମାଛିଆ ବୈଗା କହନ୍ତି। ‘‘ଏହି [ନୃତ୍ୟ] ଦଶହରାରୁ ଆରମ୍ଭ ହୋଇ ଫେବୃଆରୀ ଏବଂ ମାର୍ଚ୍ଚ ପର୍ଯ୍ୟନ୍ତ ତିନିରୁ ଚାରି ମାସ ଧରି ଚାଲିଥାଏ । ଦଶହରା ପାଳନ କରିବା ପରେ ଆମେ ଆଖପାଖ ବାଇଗା ଗାଁକୁ ଯାଇ ରାତି ସାରା ନୃତ୍ୟ ପରିବେଷଣ କରିଥାଉ,’’ ଛତିଶଗଡ଼ ବାଇଗା ସମାଜର ସଭାପତି କହନ୍ତି।
ଇତବାରୀଜୀ ତାଙ୍କ ଦଳର ଅନ୍ୟ ସଦସ୍ୟଙ୍କ ସହ ରାୟପୁରରେ ଆୟୋଜିତ ହେବାକୁ ଥିବା ରାଜ୍ୟ-ସଙ୍ଗଠିତ ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବରେ ଭାଗ ନେବା ପାଇଁ ପହଞ୍ଚିଛନ୍ତି।
ଛତିଶଗଡ଼ରେ ରହୁଥିବା ସାତଟି ଆଦିବାସୀ ସମ୍ପ୍ରଦାୟ ମଧ୍ୟରୁ ବାଇଗା ଜନଜାତି ଏକ ବିଶେଷ ଭାବେ ସଂଖ୍ୟାଲଘୁ ଆଦିବାସୀ ଗୋଷ୍ଠୀ (ପିଭିଟିଜି)। - ଏହି ଜନଜାତି ମଧ୍ୟପ୍ରଦେଶରେ ମଧ୍ୟ ଦେଖିବାକୁ ମିଳନ୍ତି ।


