ମୁଁ କବି ନୁହେଁ
ମୁଁ ଫଟୋଗ୍ରାଫର୍ଟିଏ
ମୁଁ ଫଟୋ ଉଠାଇଛି ମୁଣ୍ଡରେ ପଗଡ଼ି ଏବଂ ଘୁଙ୍ଗୁରୁ
ଆଉ ଗଳାରେ ଫୁଲର ମାଳା
ପିନ୍ଧିଥିବା ବାଳକଙ୍କର ।
ମୁଁ ଦେଖିଛି ପିଲାମାନଙ୍କର
|ସେହି ରାସ୍ତାରେ ଖୁସିର ପ୍ରାଚୁର୍ଯ୍ୟରେ
ସାଇକେଲ୍ ଚଲାଇବା ଯେଉଁ ରାସ୍ତାରେ
ନିଁଆରେ ଚାଲି ଏବେ ସେମାନେ ଘରକୁ ଫେରୁଛନ୍ତି ।
ପେଟରେ ନିଆଁ
ସେମାନଙ୍କ ପାଦ ତଳେ ନିଆଁ
ସେମାନଙ୍କ ଆଖିରେ ନିଆଁ
ନିଜ ପାଦର ତଳିପା ପୋଡି
ରଡ଼ କୋଇଲାରେ ଚାଲୁଛନ୍ତି ।
ମୁଁ ଫଟୋ ଉଠାଇଛି ଛୋଟ ଝିଅଙ୍କର
ସେମାନଙ୍କ କେଶରେ ଫୁଲ
ଆଉ ଆଖିରେ ଜଳ ପରି କଳକଳ ହସ
ସେମାନଙ୍କ ଆଖି
ଠିକ୍ ମୋ ଝିଅ ପରି
ଏମାନେ କ’ଣ ସେହି ଝିଅ
ଯିଏ ଏବେ କାନ୍ଦନ୍ତି ପାଣି ପାଇଁ
ସେମାନଙ୍କ ହସ ଏବେ ବୁଡ଼ିଯାଏ
ସେମାନଙ୍କ ଲୁହରେ ?
ଏ କିଏ ମୃତ୍ୟୁର ଅପେକ୍ଷାରେ ରାସ୍ତା କଡ଼ରେ
ମୋ ଘରର ଏତେ ନିକଟରେ?
ସେ କ’ଣ ଜାମ୍ଲୋ?
ସେ କ’ଣ ସେଇ ଜାମ୍ଲୋ ଯାହାକୁ ମୁଁ ଦେଖିଥିଲି
ଡେଉଁଥିଲା ଖାଲି ପାଦରେ
ସବୁଜ ଲାଲ ଲଙ୍କା କ୍ଷେତରେ
ଏ ଲଙ୍କା ସବୁ ତୋଳୁଥିଲା, ବାଛୁଥିଲା,
ଗଣୁଥିଲା ସଂଖ୍ୟା ପରି ?
କାହାର ଭୋକିଲା ଶିଶୁ ଇଏ?
କାହାର ଦେହ ତରଳୁଛି,
ଶୁଖୁଛି ରାସ୍ତା କଡ଼ରେ ?
ମୁଁ ଫଟୋ ଉଠାଇଛି
ଯୁବା ଆଉ ବୃଦ୍ଧା ମହିଳାଙ୍କର
ଡୋଙ୍ଗରିଆ କନ୍ଧ ରମଣୀ
ବଞ୍ଜାରା ରମଣୀଙ୍କର
ମୁଣ୍ଡରେ ପିତ୍ତଳ ଗରା ରଖି
ନାଚୁଥିବା ମହିଳାଙ୍କର
ଖୁସିରେ ପାଦ ଥାପି
ନାଚୁଥିବା ମହିଳାଙ୍କର
ଏମାନେ ସେହି ମହିଳା ନୁହଁନ୍ତି –
ଏମାନଙ୍କ କାନ୍ଧ ସେମାନେ ବୋହୁଥିବା
ବୋଝରେ ନଇଁ ପଡ଼ିଛି !
ଏମାନେ କେବେ ମୁଣ୍ଡରେ ଶୁଖିଲା କାଠ ରଖି
ରାଜ ରାସ୍ତାରେ ଧାଇଁ ଧାଇଁ ଚାଲୁଥିବା
ଗୋଣ୍ଡ ରମଣୀ ନୁହଁନ୍ତି ।
ଏମାନେ ଅର୍ଦ୍ଧମୃତା ଭୋକିଲା ମହିଳା
ଯାହାଙ୍କ କାଖରେ ରୋଗୀଣା ଶିଶୁଟିଏ
ଏବଂ ଆଉ ଜଣେ ବିନା ଆଶାରେ ତାଙ୍କ ଭିତରେ
ତଥାପି ମୁଁ ଜାଣେ, ସେମାନେ ମନେହୁଅନ୍ତି
ହଁ, ମୁଁ ଜାଣେ, ସେମାନେ ଦେଖନ୍ତି
ମୋ ମା ଏବଂ ଭଉଣୀ ପରି
କିନ୍ତୁ ଏମାନେ ପୁଷ୍ଟିହୀନ, ଶୋଷିତ ମହିଳା ।
ଏମାନେ ମୃତ୍ୟୁକୁ ଅପେକ୍ଷା କରିଥିବା ମହିଳା ।
ଏମାନେ ସେହି ମହିଳା ନୁହଁନ୍ତି
ହୁଏତ ସେମାନଙ୍କ ପରି ମନେ ହୁଅନ୍ତି
କିନ୍ତୁ ଏମାନେ ସେମାନେ ନୁହଁନ୍ତି
ଯାହାଙ୍କର ଫଟୋ ମୁଁ ଉଠାଇଥିଲି
ମୁଁ ଫଟୋ ଉଠାଇଥିଲି ପୁରୁଷଙ୍କର
ପ୍ରାଣୋଚ୍ଛଳ ଆଉ ସାହସୀ ପୁରୁଷଙ୍କର
ଜଣେ କେଉଟ, ଜଣେ ଢିଙ୍କିଆର ଶ୍ରମିକ
ମୁଁ ତାଙ୍କ ଗୀତ ଶୁଣିଛି
ଯାହା ବଡ଼ ବଡ଼ ଉଦ୍ୟୋଗକୁ ଫେରାଇ ଦେଇଥିଲା
ବିଳାପ କରୁଥିବା ଏ ତ ସେ ନୁହଁନ୍ତି, ସେ କି?
ମୁଁ ଜାଣେକି ଏହି ଯୁବକକୁ
ସେହି ବୃଦ୍ଧ ଜଣଙ୍କୁ ?
ବଢ଼ୁଥିବା ଏକାକୀତ୍ୱକୁ ତଡ଼ିଦେବା ପାଇଁ
ପଛରେ ଗୋଡାଉଥିବା ଦୁଃଖକୁ ଅଣଦେଖା କରି
ଚାଲୁଛନ୍ତି ମାଇଲ ମାଇଲ
କିଏ ଚାଲେ ଏତେଦୂର
ବିଷାଦରୁ ରକ୍ଷା ପାଇବାକୁ?
କିଏ ଚାଲେ ଏତେ କଠୋରତାରେ
କ୍ରୋଧିତ ଲୁହ ସହ ଲଢ଼ିବାକୁ?
ଏସବୁ ଲୋକମାନେ କ’ଣ ମୋ ସହ ଜଡ଼ିତ?
ସେ କ’ଣ ଦେଗୁ
ଶେଷରେ ଇଟାଭାଟିରୁ ଖସିଆସିଛି
ଘରକୁ ଆସିବାର ଆକାଂକ୍ଷାରେ?
ମୁଁ ସେମାନଙ୍କର ଫଟୋ ଉଠାଇବି କି?
ମୁଁ ସେମାନଙ୍କୁ ଗୀତ ଗାଇବାକୁ କହିବି କି?
ନା’ ମୁଁ କବି ନୁହେଁ
ମୁଁ ଗୀତ ଲେଖି ପାରିବିନି ।
ମୁଁ ଫଟୋଗ୍ରାଫର୍ଟିଏ
କିନ୍ତୁ ଏମାନେ ସେହି ଲୋକ ନୁହଁନ୍ତି
ଯାହାଙ୍କର ଫଟୋ ମୁଁ ଉଠାଇଥିଲି
ଏମାନେ ସେମାନେ କି ?
କବିତା ସମ୍ପାଦକ ଭାବରେ ତାଙ୍କର ମୂଲ୍ୟବାନ ନିବେଶ ପାଇଁ ଲେଖକ ପ୍ରତୀକ ପାଣ୍ଡ୍ୟାଙ୍କୁ ସ୍ୱୀକାର କରିବାକୁ ଚାହାଁନ୍ତି |
ଅଡିଓ: ସୁଧନ୍ଵା ଦେଶପାଣ୍ଡେ ଜଣେ ଅଭିନେତା ଏବଂ ଜନ ନାଟ୍ୟ ମଞ୍ଚର ନିର୍ଦ୍ଦେଶକ ଏବଂ ସେ ଲେଫ୍ଟ ଓ୍ବାର୍ଡ ବୁକ୍ ସହିତ ଜଣେ ସମ୍ପାଦକ ଭାବରେ କାର୍ଯ୍ୟ କରିଛନ୍ତି।
ଅନୁବାଦ: ଓଡ଼ିଶାଲାଇଭ୍