ରାତି ୨ଟା ବାଜିଥିଲା। ଏହା ଘନ ଅନ୍ଧକାର ଥିଲା। ଏବଂ ଆମେ ତାମିଲନାଡୁର ରାମନାଥପୁରମ ଜିଲ୍ଲାର (ଯାହା ସାଧାରଣରେ ରାମନାଡ଼ ନାମରେ ପରିଚିତ) ଉପକୂଳରୁ ଏକ ବୋଟରେ ଯାତ୍ରା କରିଥିଲୁ ଯେଉଁଟିକୁ ଗର୍ବର ସହିତ ‘ମେକାନାଇଜଡ୍ ବୋଟ୍’ କୁହାଯାଇଥାଏ।
ମେକାନାଇଜଡ୍ ବୋଟଟି ମୁଖ୍ୟତଃ ଏକ ଦଦରା ଡଙ୍ଗା ଥିଲା, କିଛିମାତ୍ରାରେ ଏକ ପୁରାତନ ନୌକାରେ ଏକ ଲେଲ୍ୟାଣ୍ଡ ବସର ଇଞ୍ଜିନ(୧୯୬୪ରେ ଏହା ଅକ୍ଷମ ହୋଇଯାଇଥିଲା, କିନ୍ତୁ ଏହାକୁ ପୁନଃ କାର୍ଯ୍ୟକ୍ଷମ କରି ଏହି ଯନ୍ତ୍ର ବ୍ୟବହାର ଉପଯୋଗୀ କରାଯାଇଥିଲା- ୧୯୯୩ ମସିହାରେ ଏବେବି ଏହା କାର୍ଯ୍ୟକ୍ଷମ ଅଛି ଯେବେ ମୁଁ ଏହି ଯାତ୍ରା କରିଥିଲି)ସଂଯୋଗ କରାଯାଇଥିଲା। ଆମେମାନେ ପ୍ରକୃତରେ କେଉଁ ସ୍ଥାନରେ ଥିଲୁ ସେ ବିଷୟରେ ସ୍ଥାନୀୟ ମତ୍ସଜିବୀମାନଙ୍କ ବ୍ୟତୀତ ମୋର କୌଣସି ଧାରଣା ନଥିଲା। ମୋର ସର୍ବୋତ୍ତମ ଧାରଣା ଅନୁସାରେ ମୁଁ କହିପାରିବି ଯେ ଏହା ବଙ୍ଗୋପସାଗରର କୌଣସି ଏକ ସ୍ଥାନ।
ଆମେ ପ୍ରାୟ ୧୬ ଘଣ୍ଟା ସମୁଦ୍ରରେ ଯାତ୍ରା କରିସାରିଛୁ, କିଛି ଖରାପ ପରିସ୍ଥିତିରେ ମଧ୍ୟ। କିନ୍ତୁ ପାଞ୍ଚ ସଦସ୍ୟ ବିଶିଷ୍ଟ ନାବିକମାନଙ୍କ ହସକୁ ଏହା କମ୍ କରିବାରେ ସକ୍ଷମ ହୋଇନଥିଲା, ସମସ୍ତଙ୍କର ଉପନାମ ‘ଫର୍ଣ୍ଣାଣ୍ଡୋ’ ଥିଲା - ଯାହାକି ଏଠାର ମତ୍ସ୍ୟଜୀବୀ ସମ୍ପ୍ରଦାୟ ମଧ୍ୟରେ ଅତି ସାଧାରଣ।
'ମେକାନାଇଜଡ୍ ବୋଟ୍'ରେ ଫର୍ଣ୍ଣାଣ୍ଡୋସ୍ ମଧ୍ୟରୁ ଜଣେ ଧରିଥିବା ଏକ ବାଡ଼ି ଶେଷରେ ଜଳୁଥିବା କିରୋସିନି-ଭିଜାଯାଇଥିବା ଛିଣ୍ଡା କପଡ଼ା ବ୍ୟତୀତ ଆଲୋକର ଅନ୍ୟ କୌଣସି ଉତ୍ସ ନଥିଲା। ଯାହାକି ମୋତେ ଚିନ୍ତିତ କରିଥିଲା। ଏହି ଅନ୍ଧକାରରେ କିପରି ମୁଁ ଫଟୋ ଉଠାଇବି?
ମାଛଟି ମୋର ସମସ୍ୟାର ସମାଧାନ କରିଦେଲା।
ସେମାନେ ଫସଫୋରସେନ୍ସ ଆଲୋକରେ ଆଲୋକିତ ହେଉଥିବା ଜାଲ ସହ ଆସିଥିଲେ (ଏବଂ ମୁଁ ସଂପୂର୍ଣ୍ଣ ରୂପେ ନିଶ୍ଚିତ ନୁହେଁ ଯେ ଏହା କ’ଣ) ଏବଂ ସେମାନେ ଥିବା ବୋଟ୍ର ଗୋଟିଏ ଅଂଶରେ ନିଆଁ ଜାଳିଥିଲେ। ଫ୍ଲାସ୍ ବାଉନ୍ସ କରିବା ବାକି ସବୁ କାମ କରିଦେଲା। ମୁଁ ଫ୍ଲାସ୍ ବ୍ୟବହାର ନକରି କେତେଗୁଡ଼ିଏ ଫଟୋ ଉଠାଇବାକୁ ମଧ୍ୟ ସକ୍ଷମ ହୋଇଥିଲି (ଯାହା ମୁଁ ସର୍ବଦା ନାପସନ୍ଦ କରେ)।
ଏହାପରେ ଏକ ଘଣ୍ଟା ପରେ, ମୋତେ ସବୁଠାରୁ ତାଜା ମାଛ ପରଷା ଯାଇଥିଲା ଯାହାକି ମୁଁ କେବେବି ଖାଇ ନଥିଲି,ତାହାକୁ ଏକ ବଡ଼ ରନ୍ଧ୍ରଥିବା ଟିଣ ପାତ୍ରକୁ ଓଲଟାଯାଇ ରନ୍ଧା ଯାଇଥିଲା। ଟିଣର ତଳେ ଓ ଭିତରେ କୌଣସି ପ୍ରକାରରେ ସେମାନେ ନିଆଁ ଜଳାଇ ରଖିଥଲେ। ଆମେ ଦୁଇ ଦିନ ଧରି ସମୁଦ୍ରରେ ରହିଥିଲୁ, ୧୯୯୩ ମସିହାରେ ମୁଁ ରାମନାଡ଼ ଉପକୂଳରେ କରିଥିବା ତିନୋଟି ଯାତ୍ରା ମଧ୍ୟରୁ ଏହା ଅନ୍ୟତମ। ମତ୍ସ୍ୟଜୀବୀମାନେ ପ୍ରାଚୀନ ଯନ୍ତ୍ରପାତି ସହିତ କଠିନ ପରିସ୍ଥିତିରେ ଆନନ୍ଦ ଏବଂ ବହୁତ ଦକ୍ଷତା ସହିତ କାର୍ଯ୍ୟ କରୁଥିଲେ।



