ସେ ସେହି ଦୋକାନର ମାଲିକ ନ ଥିଲେ ଯାହା ସେ କହିଥିଲେ, ସେ କେବଳ ତାଙ୍କର ଜଣେ ବନ୍ଧୁ ଥିଲେ । କିଛି ସମୟ ପରେ ସେ ନିଜକୁ ‘‘ମାଲିକଙ୍କର ସମ୍ପର୍କୀୟ’’ ରୂପରେ ପ୍ରଚାରିତ କଲେ । ଆଉ ତା’ର କିଛି ସମୟ ପରେ, ସେ ଥିଲେ ‘‘ଦୋକାନରେ କାମ କରୁଥିବା ଜଣେ ସମ୍ପର୍କୀୟ ।’’ ଏକଥା ବି ସମ୍ଭବ ଯେ ଯଦି ଆମେ ପ୍ରଶ୍ନର ସେହି ଧାରା ଜାରି ରହିଥାଆନ୍ତୁ, ସେ ନିଜକୁ ମାଲିକ ଘୋଷଣା କରି ଦେଇଥାଆନ୍ତେ ।
ସେ ତାଙ୍କର ଫଟୋ ଉଠାଇବାକୁ ମନା କରିଦେଲେ । ଏବଂ ଆମକୁ ଦୋକାନ ଭିତରେ ବି ସୁଟିଂ କରିବାକୁ ଦେଲେ ନାହିଁ । ତେବେ ଆମେ ଏହାର ବାହାରେ ଥିବା ସାଇନ୍ ବୋର୍ଡର ଫଟୋ ନେବାରେ ସେ ଖୁସିଥିଲେ ।
ବିଦେଶୀ ମଦଦୋକାନ, ପ୍ରବେଶ ଦ୍ୱାରଠାରୁ ଟିକିଏ ଦୂରରେ ବୋର୍ଡରେ ଲେଖାଥିଲା । (ବିଦେଶୀ ମଦଦୋକାନ, ତାହା ହେଲା) । ଲାଇସେନ୍ସ: ରମେଶ ପ୍ରସାଦ । ଏହା ଏବେ ଛତିଶଗଡ଼ (କିନ୍ତୁ ସେତେବେଳେ ମଧ୍ୟପ୍ରଦେଶରେ) ସରଗୁଜା ଜିଲ୍ଲାର କାଟଘୋରା ସହର ଉପକଣ୍ଠରେ ଥିଲା । ଆମର ଟିକିଏ ପରାମର୍ଶ ଦେଉଥିବା ବାର୍ତ୍ତାକାର ନିଶ୍ଚିତ ଭାବେ ରମେଶ ପ୍ରସାଦ ନ ଥିଲେ । ଆମେ ଏକଥା ବିଶ୍ୱାସ କରିବା ଆରମ୍ଭ କରିଥିଲୁ ଯେ ଏଠାରେ ତାଙ୍କର ଏକମାତ୍ର ସଂଯୋଗ ଏହି ବିଦେଶୀ ମଦ ଦୋକାନରେ ଜଣେ ବଡ଼ ଗ୍ରାହକ ଭାବେ ଥିଲା ।
ବିଦେଶୀ ମଦ? ଆଦୌ ନୁହେଁ । ମୋର ମନେ ପଡୁନାହିଁ ଯେ ମୁଁ ଶେଷଥର ପାଇଁ ଆଇଏମ୍ଏଫ୍ଏଲ୍ର ସଂକ୍ଷିପ୍ତ ନାମ କେବେ ଶୁଣିଥିଲି । ଯାହାର ଅର୍ଥ ଭାରତ ନିର୍ମିତ ବିଦେଶୀ ମଦ । ୧୯୯୪ରେ, ଯେତେବେଳେ ଏହି ଫଟୋ ଉଠାଯାଇଥିଲା, ସେତେବେଳେ ଆଇଏମ୍ଏଫ୍ଏଲ୍ ବନାମ ଦେଶୀ ମଦ ଉପରେ ତୀବ୍ର ବିତର୍କ ହୋଇଥିଲା ।
ଯେମିତିକି ମୁଁ ଲ’ ଇନ୍ସାଇଡର ୱେବ୍ସାଇଟ୍ରୁ ଶିଖିଛି, ଆଇଏମ୍ଏଫ୍ଏଲ୍ ଶୈଳୀର ‘‘ଅର୍ଥ ହେଲା ବିଦେଶରୁ ଆମଦାନୀ ହୋଇଥିବା ଜିନ୍, ବ୍ରାଣ୍ଡି, ହ୍ଵିସ୍କି ବା ରମ୍ ପରେ ଭାରତରେ ଉତ୍ପାଦିତ, ପ୍ରସ୍ତୁତ ବା ମିଶ୍ରିତ ମଦ ଏବଂ ଏଥିରେ ମିଲ୍କ ପଞ୍ଚ ଏବଂ ଅନ୍ୟ ମଦ ମିଶିଛି ବା ଯାହା ସ୍ପିରିଟ୍ରେ ତିଆରିବା ଏଥିରେ ଏମିତି କୌଣସି ସ୍ପିରିଟ୍ ମିଶିଛି, କିନ୍ତୁ ଏଥିରେ ବିୟର, ୱାଇନ୍ ଏବଂ ବିଦେଶୀ ମଦ ସାମିଲ ନୁହେଁ।’’ ଧ୍ୟାନଦିଅନ୍ତୁ ଏଥିରେ ‘‘ବିୟର, ୱାଇନ୍, ବିଦେଶୀ ମଦ’’ ସାମିଲ ଅଛି ।
ଆମଦାନୀ ହୋଇଥିବା ମଦ ଏବଂ ସମ୍ଭବତଃ ଏକ ବାଧ୍ୟତାମୂଳକ ଘରୋଇ ଉପାଦାନ (ସମ୍ଭବତଃ: ଶିରା ବା ବୋଧହୁଏ କେବଳ ସ୍ଥାନୀୟ ମିଶ୍ରଣ ବା ଆମଦାନୀ ହୋଇଥିବା ସାମଗ୍ରୀର ବୋଟଲିଂ) ଉଭୟ ଆଇଏମ୍ଏଫ୍ଏଲ୍ରେ ମିଶିଥାଏ। ଆମେ ପ୍ରକୃତରେ ଜାଣିନାହୁଁ ।



