ଏହି ପ୍ୟାନେଲ ଗ୍ରାମୀଣ ମହିଳାମାନଙ୍କ ଦ୍ଵାରା କରାଯାଉଥିବା ବ୍ୟାପକ କାର୍ଯ୍ୟ ପରିସରକୁ ଦର୍ଶାଉଥିବା ଦୃଶ୍ୟମାନ କାର୍ଯ୍ୟ, ଅଦୃଶ୍ୟ ମହିଳା, ଏକ ଫଟୋ ପ୍ରଦର୍ଶନୀ ର ଅଂଶବିଶେଷ । ୧୯୯୩ ଏବଂ ୨୦୦୨ ମଧ୍ୟରେ ୧୦ଟି ଭାରତୀୟ ରାଜ୍ୟରେ ପି. ସାଇନାଥ ଏ ସବୁ ଫଟୋ ଉଠାଇଥିଲେ । ବହୁ ବର୍ଷ ଧରି ଦେଶର ଅଧିକାଂଶ ଭାଗ ପରିଦର୍ଶନ କରିଥିବା ମୂଳ ଭୌତିକ ପ୍ରଦର୍ଶନୀକୁ ଏଠାରେ ପରୀ ଦ୍ଵାରା ସୃଜନଶୀଳ ଢଙ୍ଗରେ ଡିଜିଟାଲକରଣ କରାଯାଇଛି ।
ବଜାରକୁ, ବଜାରକୁ...
ମହିଳାମାନେ ଆଣିଥିବା ଏହି ବାଉଁଶଗୁଡିକ ସେମାନଙ୍କଠାରୁ ତିନି ଗୁଣ ଉଚ୍ଚା। ଝାଡ଼ଖଣ୍ଡ ଗୋଡ୍ଡାର ଏହି ସପ୍ତାହିକ (ଗ୍ରାମାଞ୍ଚଳ ହାଟକୁ) ପ୍ରତି ମହିଳା ଏଥିରୁ ଗୋଟିଏ କିମ୍ବା ଦୁଇଟି ଆଣିଛନ୍ତି। ଏମାନଙ୍କ ମଧ୍ୟରୁ କେତେକ ୧୨ କିଲୋମିଟର ଚାଲିଚାଲି ଆସି ଏଠାରେ ପହଞ୍ଚିଛନ୍ତି। କିଏ ମୁଣ୍ଡରେ ତ ଆଉ କିଏ କାନ୍ଧରେ ବୋହି ଆଣିଛନ୍ତି। ଏଠାକୁ ଆଣିବା ପୂର୍ବରୁ ବାଉଁଶକୁ ଚିରିବାରେ ମଧ୍ୟ କିଛି ଘଣ୍ଟାର ପରିଶ୍ରମ କରିଛନ୍ତି।
ଏସବୁ ପରିଶ୍ରମ କରି ସେମାନେ ଯଦି ସଂଧ୍ୟାକୁ ୨୦ ଟଙ୍କା (୪୦ ସେଣ୍ଟ) ପାଆନ୍ତି ତା’ହେଲେ ଭାଗ୍ୟବାନ। ଗୋଡ୍ଡାର ଆଉ ଏକ ହାଟ। ଏଠାକୁ ଆସିଥିବା କିଛି ମହିଳା ଆଉ ଟିକେ କମ୍ ରୋଜଗାର କରନ୍ତି। ମହିଳାମାନେ ଏଠାକୁ ପତ୍ରସବୁକୁ ଲମ୍ବାଲମ୍ବା ବିଡ଼ା ବାନ୍ଧି ମୁଣ୍ଡରେ ଆଣିଥିଲେ । ଏସବୁ ପତ୍ରକୁ ସେସମାନେ ନିଜେ ସଂଗ୍ରହ କରି ସିଲେଇ କରିଥିଲେ। ପତ୍ରରେ ଖୁବ୍ ସୁନ୍ଦର ଖାଇବା ଥାଳି ପ୍ରସ୍ତୁତ କରିଥିଲେ। ଚା ଦୋକାନ, ହୋଟେଲ ଏବଂ କ୍ୟାଣ୍ଟିନ୍ରେ ଏସବୁ ୧୦୦ ଟିକିଆ ବିଡ଼ାରେ ବିକ୍ରି ହୁଏ। ମହିଳାମାନେ ଏଥିରୁ ୧୫ ରୁ ୨୦ ଟଙ୍କା ପାଉଥିବେ । ପରବର୍ତ୍ତୀ ସମୟରେ ଆପଣ ରେଲୱେ ଷ୍ଟେସନ୍ରେ ଏଥିରେ ଖାଇଲେ, ଏଠାକୁ ଏସବୁ କେମିତି ଆସୁଛି ଜାଣି ପାରିବେ।









