ଏହି ପ୍ୟାନେଲ ଗ୍ରାମୀଣ ମହିଳାମାନଙ୍କ ଦ୍ଵାରା କରାଯାଉଥିବା ବ୍ୟାପକ କାର୍ଯ୍ୟ ପରିସରକୁ ଦର୍ଶାଉଥିବା ଦୃଶ୍ୟମାନ କାର୍ଯ୍ୟ, ଅଦୃଶ୍ୟ ମହିଳା, ଏକ ଫଟୋ ପ୍ରଦର୍ଶନୀ ର ଅଂଶବିଶେଷ । ୧୯୯୩ ଏବଂ ୨୦୦୨ ମଧ୍ୟରେ ୧୦ଟି ଭାରତୀୟ ରାଜ୍ୟରେ ପି. ସାଇନାଥ ଏ ସବୁ ଫଟୋ ଉଠାଇଥିଲେ । ବହୁ ବର୍ଷ ଧରି ଦେଶର ଅଧିକାଂଶ ଭାଗ ପରିଦର୍ଶନ କରିଥିବା ମୂଳ ଭୌତିକ ପ୍ରଦର୍ଶନୀକୁ ଏଠାରେ ପରୀ ଦ୍ଵାରା ସୃଜନଶୀଳ ଢଙ୍ଗରେ ଡିଜିଟାଲକରଣ କରାଯାଇଛି ।
ଆଉ ସେମାନଙ୍କ ଜୀବନକୁ ଏକତ୍ରିତ କରିବା
ସେ ଭୋର ସାଢ଼େ ଚାରିଟାରୁ ଉଠିଛନ୍ତି ଏବଂ ତାର ଘଣ୍ଟାଏ ପରଠାରୁ ଛତିଶଗଡ଼ର ସୁରଗୁଜା ଜଙ୍ଗଲରୁ କେନ୍ଦୁପତ୍ର ତୋଳୁଛନ୍ତି। ଏହି ସମୟରେ, ତାଙ୍କ ଭଳି ରାଜ୍ୟର ହଜାର ହଜାର ଆଦିବାସୀ(ମୂଳ ବାସିନ୍ଦା) ସମାନ କାମ କରୁଛନ୍ତି । ପୁରା ପରିବାର ପତ୍ର ତୋଳିବା କାମକୁ ସଂଘବଦ୍ଧ ଭାବେ କରନ୍ତି, ଯାହା ବିଡ଼ି ତିଆରିରେ ବ୍ୟବହୃତ ହୁଏ ।
ଦିନେ ଦିନେ ତାଙ୍କର ୬ ଜଣିଆ ପରିବାର ୯୦ ଟଙ୍କା ଯାଏଁ ରୋଜଗାର କରନ୍ତି । କେନ୍ଦୁ ଋତୁର ଦୁଇ ସପ୍ତାହରେ ସେମାନେ ପରବର୍ତ୍ତୀ ୩ ମାସର ରୋଜଗାରଠାରୁ ଅଧିକ ଆୟ କରନ୍ତି । ତେଣୁ ଋତୁ ଥିବା ଯାଏଁ ସେମାନେ ଏଥିରୁ ଅଧିକରୁ ଅଧିକ ଆୟ କରିବାକୁ ଚାହାନ୍ତି । ଆଗାମୀ ଛଅ ସପ୍ତାହ ମଧ୍ୟରେ, ସେମାନଙ୍କୁ ଆଉ ଗୋଟିଏ ନୂଆ ଜୀବନ ଧାରଣ ମାଧ୍ୟମ ଦରକାର ପଡ଼ିବ । ଏହି ଅଞ୍ଚଳରେ ରହୁଥିବା ପ୍ରାୟ ସବୁ ପରିବାର ଏବେ ଜଙ୍ଗଲରୁ ବାହାରି ଯାଇଛନ୍ତି । ଆଦିବାସୀଙ୍କ ଅର୍ଥନୀତି ଦୃଷ୍ଟିରୁ କେନ୍ଦୁ ଖୁବ୍ ଗୁରୁତ୍ଵପୂର୍ଣ୍ଣ






