ମୋତେ ଏହି ଗୀତ ଲେଖିବାକୁ ପଡିଲା କାରଣ ଦୁନିଆ ଏକ କଷ୍ଟଦାୟକ ଏବଂ ଅସ୍ଥିର ସମୟର ସମ୍ମୁଖୀନ ହେଉଛି । ବର୍ତ୍ତମାନର ଏହି ସମୟରେ ଆମମାନଙ୍କ ମଧ୍ୟରୁ କେତେଜଣ ଲକ୍ଡାଉନ୍ କାର୍ଯ୍ୟକାରୀ କଲେ ଏବଂ ଆମେ ନିଜକୁ ଘରେ ବନ୍ଦ କରି ରଖିଲୁ । ଆମେ ଆଶା କରି ନ ଥିଲୁ, ଶହ ଶହ, ହଜାର, ଲକ୍ଷ ଲୋକଙ୍କୁ ଦୂରରେ ଥିବା ସେମାନଙ୍କ ଘରକୁ ଚାଲି କରି ଯିବା ଆରମ୍ଭ କରିବେ। ଏହା ମୋତେ ଅତ୍ୟନ୍ତ ଦୁଃଖିତ କଲା ଓ ଯନ୍ତ୍ରଣା ଦେଲା । ଆମର ଉଚ୍ଚ ବିକଶିତ ରାଷ୍ଟ୍ରରେ, ଏକ ମହାନ ରାଷ୍ଟ୍ର, ଯେଉଁ ଦେଶରେ ଆମେ ନିଜକୁ ଅନେକ କ୍ଷେତ୍ରରେ ଅଗ୍ରଗାମୀ ବୋଲି ଦାବି କରୁ, ସେଠାରେ କୋଟି କୋଟି ଲୋକ - କେବଳ ରହିବା ପାଇଁ ଗୋଟିଏ ସ୍ଥାନ ନିମନ୍ତେ, ସେମାନଙ୍କ ପରିବାର ସହିତ ଘରେ ରହିବା ପାଇଁ –ଦୀର୍ଘ ରାସ୍ତା ଚାଲୁଥିଲେ । । ଏହା ମୋତେ ବହୁତ ଦୁଃଖିତ କଲା ।
'ଘରେ ରୁହନ୍ତୁ'? କେତେ ଲୋକଙ୍କର ଘରଟିଏ ବି ଅଛି? ସେମାନେ ଏତେ ଅଧିକ କିଲୋମିଟର ଚାଲିବାବେଳେ କିଛି ଲୋକ ସେମାନଙ୍କ ରାସ୍ତାରେ ମୃତ୍ୟୁ ବରଣ କରିଥିଲେ। ସେହି ପାଦ, ସେହି ପିଲାମାନେ, ଯେତେବେଳେ ମୁଁ ସେହି ସମସ୍ତ ଫଟୋ ଦେଖିଲି, ମୋତେ ଏହି ଦୁଃଖର କ୍ରନ୍ଦନ ପ୍ରକାଶ କରିବାକୁ ହେଲା । ମୁଁ ଭାବୁନାହିଁ ଏହା କେବଳ ଆମ ଦେଶରେ ସୀମିତ; ସମଗ୍ର ବିଶ୍ୱ ଏହି ବଡ ହତାଶାର ସାକ୍ଷୀ । ମୁଁ ପ୍ରବାସୀମାନଙ୍କ ଦୁଃଖ ବିଷୟରେ କହିବାକୁ ଚାହୁଁଥିଲି, ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଛନ୍ତି - ଯେତେବେଳେ କି ଅନେକେ କରୋନା ଭାଇରସ୍ ବିଷୟରେ ଚିନ୍ତା କରୁଛନ୍ତି ଏବଂ ଅନ୍ୟ ମଣିଷମାନଙ୍କ ବିଷୟରେ ଚିନ୍ତା କରୁନାହାଁନ୍ତି । ସେହି ଦୁଃଖ ମୋତେ ଏହି ଗୀତ ତିଆରି କରିବାକୁ ବାଧ୍ୟ କଲା ।
ମୁଁ ମନରେ ଜଣେ ପର୍ଯ୍ୟଟକ ଯିଏ ସାରା ଦୁନିଆକୁ ଦେଖିବାକୁ ଏବଂ ଯାତ୍ରା କରିବାକୁ ଚାହୁଁଛି । ମୋ ହୃଦୟରେ ଅନ୍ୟ ମଣିଷମାନଙ୍କ ପାଇଁ ଅପାର ପ୍ରେମ ରହିଛି, ସେମାନଙ୍କର ଜୀବନ ମୁଁ କଳ୍ପନା ଚକ୍ଷୁରେ ଦେଖିବାକୁ ଚେଷ୍ଟା କରେ । ଏହି ଗୀତଟି ଉଭୟ ଆଗ୍ରହରୁ ମଧ୍ୟ ଜନ୍ମ ହୋଇଥିଲା ।
ଗୀତି କବିତାଟି ହେଉଛି ଏମିତି:
ଏଇ ଛୋଟ ପିଲାମାନେ ଘରେ ବନ୍ଦ ହୋଇ କେମିତି ରହୁଛନ୍ତି ?
ମୁଁ ଭାବୁଛି ମୋ ବୁଢ଼ି ମା’ ତାଙ୍କୁ କ’ଣ ଖୁଆଉଛନ୍ତି ?
ଆମେ ବଞ୍ଚିବା ପାଇଁ ସବୁଦିନ ଖଟୁଛୁ
ପେଟ ପୁରାଇବା ପାଇଁ ବିଦେଶକୁ ଆସିଛୁ
ଏ ଦେଶ ହୋଇପାରେ ମହାନ୍
ଆମ ଜୀବନ କିନ୍ତୁ ମୂଲ୍ୟହୀନ
ଏହି ଦୁଷ୍ଟ ରୋଗ ଆମକୁ ମାଡ଼ ମାରିଛି
ଆଉ ଆମ ଜୀବନକୁ ଭାଙ୍ଗି ଦେଇଛି
କ’ଣ ଏଇ ଜୀବନ ? କ’ଣ ଏଇ ଜୀବନ ?
ଗୋଟେ ଦୁଃଖୀ ଜୀବନ, ଗୋଟେ ହୀନ ଜୀବନ
ଗୋଟେ ହତାଶ ଜୀବନ, ଗୋଟେ ଭଙ୍ଗା ଜୀବନ
ଦାରିଦ୍ର୍ୟରୁ ବଳି ବଡ଼ ରୋଗ ଅଛି କି ?
ପରିବାର ସହ ରହିବାଠୁ ବଡ଼ ଶାନ୍ତି ଅଛି କି ?
ଏହି କଷ୍ଟର ସମୟରେ ଘରେ ରହିବା ଯଥେଷ୍ଟ ହୋଇଥା’ନ୍ତା
କିଛି ନହେଲେ ଝୋଳ କି ଜାଉ ଖାଇ ଏକାଠି ବଞ୍ଚିହୋଇଥା’ନ୍ତା
ପିଲାମାନେ ମୋ ଆଖିରେ ସବୁବେଳେ ନାଚୁଛନ୍ତି
ମୋ ସ୍ତ୍ରୀର କାନ୍ଦ ନିରନ୍ତର ମୋତେ ଗୋଡାଉଛି
କ’ଣ, ମୁଁ କ’ଣ କରିବି ? ମୋତେ କ’ଣ କରିବାକୁ ହେବ ?
କ’ଣ କରିବାକୁ ହେବ ? ମୁଁ କ’ଣ କରି ପାରିବି ?
ବସ୍ କିମ୍ବା ଟ୍ରେନ୍ ଲୋଡା ନାହିଁ, ହେ ଚାରୁ
କେବଳ ମୋତେ ଯିବାକୁ ଦିଅ,ଇଶ୍ୱର! ମୁଁ ମୋ ଘରକୁ ଚାଲିଚାଲି ଚାଲିଯିବି
ବସ୍ କିମ୍ବା ଟ୍ରେନ୍ ଲୋଡା ନାହିଁ, ହେ ଚାରୁ
କେବଳ ମୋତେ ଯିବାକୁ ଦିଅ,ଇଶ୍ୱର! ମୁଁ ଘରକୁ ଚାଲି କରି ଯିବି
ଏଇ ଛୋଟ ପିଲାମାନେ ଘରେ ବନ୍ଦ ହୋଇ କେମିତି ରହୁଛନ୍ତି ?
ମୁଁ ଭାବୁଛି ମୋ ବୁଢ଼ି ମା’ ସେମାନଙ୍କୁ କେମିତି ଆଉ କ’ଣ ଖୁଆଉଛନ୍ତି ?
ଏଇ ଛୋଟ ପିଲାମାନେ ଘରେ ବନ୍ଦ ହୋଇ କେମିତି ରହୁଛନ୍ତି ?
ମୁଁ ଭାବୁଛି ମୋ ବୁଢ଼ି ମା’ ସେମାନଙ୍କୁ କେମିତି ଆଉ କ’ଣ ଖୁଆଉଛନ୍ତି ?
ମୋତେ ଯିବାକୁ ହେବ, ଓ’ ଚାରୁ! ମୁଁ ମୋ ଘରକୁ ଚାଲି ଚାଲି ଚାଲିଯିବି !
ମୋତେ ଯିବାକୁ ହେବ, ଓ’ ଚାରୁ ! ମୁଁ ଖାଲି ଘରକୁ ଚାଲି ଯିବି !
ସଙ୍ଗୀତଜ୍ଞ, ଗୀତିକାର ଏବଂ ଗାୟକ : ଆଦେଶ ରବି
ମୂଳ ତେଲୁଗୁରୁ ଗୀତର ଅନୁବାଦ : କୁମା ନରସିମା ଏବଂ କିନେରା ମୂର୍ତ୍ତୀ
ମୂଳ ତେଲୁଗୁରୁ ଆଦେଶ ରବିଙ୍କ ପ୍ରବନ୍ଧର ଅନୁବାଦ : ରାହୁଲ ଏମ୍.
ଅନୁବାଦ: ଓଡ଼ିଶାଲାଇଭ୍