ଫୁଲଓ୍ୱତିଆ ତାଙ୍କ ପାଳି ପାଇଁ ଅପେକ୍ଷା କରିଥିବାବେଳେ ତାଙ୍କ ସାନ ଭାଇ, ୧୨ ବର୍ଷ ବୟସ୍କା ଶଙ୍କର ଲାଲ୍ ଦିନର ଶେଷ ସାଇକେଲ ଚଢ଼ାର ମଜା ନେଉଛନ୍ତି- ନିକଟସ୍ଥ ନିମ୍ ଗଛ ପର୍ଯ୍ୟନ୍ତ ସାଇକେଲ୍ ନେଇଥାନ୍ତି । ଏହି ୧୬ ବର୍ଷ ବୟସ୍କା କୁହନ୍ତି, “ମୁଁ ଆଜି ନିଜେ ଅଳ୍ପ ରାସ୍ତା ଚଲାଇବି ଏବଂ ଶୀଘ୍ର ଫେରିଆସିବି’’ । “ଆସନ୍ତାକାଲି ଠାରୁ ପାଞ୍ଚ ଦିନ ପାଇଁ, ମୁଁ ଯେକୌଣସି ପ୍ରକାରେ ସାଇକେଲ୍ ଚଲାଇବାକୁ ସମର୍ଥ ହେବି ନାହିଁ । କପଡା ବ୍ୟବହାର କରିବାବେଳେ ଏହା ବିପଦଜନକ ହୋଇଯାଏ’’ ରାସ୍ତା କଡ଼ରେ ଗୋଟିଏ କୁକୁର ଛୁଆକୁ ଆଦର କରୁକରୁ ସେ ଏହା କହିଥିଲେ ।
ଆସନ୍ତାକାଲିଠାରୁ ତାଙ୍କର ମାସିକ ଋତୁସ୍ରାବ ଆରମ୍ଭ ହେବ ବୋଲି ଫୁଲଓ୍ୱତିଆ ( ପରିବର୍ତ୍ତିତ ନାମ) ଆଶା କରୁଛି । କିନ୍ତୁ ଏଥର - ପୂର୍ବ ମାସ ପରି - ସେ ନିଜ ବିଦ୍ୟାଳୟରୁ ମାଗଣା ସାନିଟାରୀ ନାପକିନ୍ ପାଇବେ ନାହିଁ । “ଯେତେବେଳେ ଆମର ମାସିକ ସ୍ରାବ ଆରମ୍ଭ ହୁଏ ଆମେ ସାଧାରଣତଃ ସେଠାରେ ପ୍ୟାଡ୍ ପାଇଥାଉ। କିନ୍ତୁ ବର୍ତ୍ତମାନ ମୁଁ ଯେକୌଣସି କପଡା ବ୍ୟବହାର କରିବି। ”
ଦେଶର ଅନ୍ୟ ସମସ୍ତ ସ୍କୁଲ୍ ପରି ଉତ୍ତରପ୍ରଦେଶର ଚିତ୍ରକୁଟ ଜିଲ୍ଲାରେ ଥିବା ତାଙ୍କ ସ୍କୁଲ କୋଭିଡ -୧୯ ଯୋଗୁଁ ବନ୍ଦ ରହିଛି ।
ଫୁଲଓ୍ୱତିଆ ତାଙ୍କ ପିତାମାତା ଏବଂ ଦୁଇ ଭାଇଙ୍କ ସହ କାରୱି ତହସିଲର ତାରୋହା ଗାଁର ଏକ ପଡ଼ା ସୋନେପୁରରେ ରୁହନ୍ତି । ତାଙ୍କର ଦୁଇ ଭଉଣୀ ମଧ୍ୟ ଅଛନ୍ତି ଯେଉଁମାନେ କି ବିବାହିତ ଏବଂ ଅନ୍ୟତ୍ର ରୁହନ୍ତି । ସେ ତାଙ୍କ ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିଲେ ଏବଂ ସେ ୧୦ ଦିନିଆ ବିରତି ପରେ ପୁନଃ ବିଦ୍ୟାଳୟରେ ଯୋଗଦେବାକୁ ଯାଉଥିଲେ ଯେତେବେଳେ ମାର୍ଚ୍ଚ ୨୪ ରେ ଲକଡାଉନ୍ ଘୋଷଣା ହୋଇଥିଲା । ସେ କାରୱି ବ୍ଲକର ରାଜକୀୟ ବାଳିକା ଇଣ୍ଟର କଲେଜର ଛାତ୍ରୀ ।
“ମୁଁ ଅନ୍ୟ କୌଣସି ଜିନିଷରେ ବ୍ୟବହୃତ ନହେଇଥିବା ପାଇଁ ଏକ କପଡା ଖୋଜିବି - ଏବଂ ତାହା ବ୍ୟବହାର କରିବି । ଦ୍ୱିତୀୟ ଥର ବ୍ୟବହାର କରିବା ପୂର୍ବରୁ ମୁଁ ଏହାକୁ ଧୋଇବି ’’ ଏହା କୁହନ୍ତି ଫୁଲଓ୍ୱତିଆ । ଧୂଳିର ଏକ ବାହ୍ୟରେଖା - ବୋଧହୁଏ ଖାଲି ପାଦରେ ଚାଲିବା କାରଣରୁ ଗୋଲାପୀ-ବାଇଗଣୀ ରଙ୍ଗର ନେଲ୍ ପଲିସ୍ ଲଗାଯାଇଥିବା ତାଙ୍କ ପାଦ ନଖଉପରେ ବସିଯାଇଛି ।








