ଅନୁବାଦ : ଓଡ଼ିଶାଲାଇଭ୍


Jorhat, Assam
|TUE, DEC 27, 2022
ଝୁମୁର ଗାଉଥିବା ଆସାମର ସାନ୍ତୋ ତନ୍ତି
ମାଦୋଳ, ଝୁମୁର ଢୋଲ ଓ ବଂଶୀ ସହିତ ତାଳ ଦେଇ ଝୁମୁର ଶୈଳୀର ସଙ୍ଗୀତରେ ଏକ ୨୫ ବର୍ଷ ବୟସ୍କ ଗାୟକ ସମାବେଶୀ ଆସାମ ସମ୍ପର୍କରେ ଗାଇଥାନ୍ତି
Author
Translator

Pranshu Protim Bora
ଏହି ଭିଡିଓରେ ‘‘ଆମ ଚାରି ପାଖରେ ଆସାମ,’’ ଗୀତ ଗାଉଛନ୍ତି ସାନ୍ତୋ ତନ୍ତୀ। ଏହି ୨୫ ବର୍ଷ ବୟସ୍କ ଯୁବକ ଝୁମୁର ଶୈଳୀର ଗୀତ ଲେଖିଛନ୍ତି ଓ ତା’କୁ ସଙ୍ଗୀତରେ ସଜେଇଛନ୍ତି। ଏ ଗୀତରେ ରହିଛି ଆସାମର ପାହାଡ଼ ଓ ପର୍ବତର କଥା ଯାହାକୁ ସେ ନିଜ ଘର ବୋଲି କହିଥାନ୍ତି । ଆସାମର ଜୋରାହାଟ ଜିଲ୍ଲାରେ ଥିବା ସୀକୋଟ୍ଟା ଚା’ ବଗିଚାର ଢେକିଆଜୁଲି ଡିଭିଜନରେ ତନ୍ତୀ ଜଣକ ରୁହନ୍ତି ଓ ଏକ ସାଇକେଲ ମରାମତି ଦୋକାନରେ କାମ କରନ୍ତି । ସେ ସାମାଜିକ ଗଣମାଧ୍ୟମରେ ନିଜ ଗୀତ ନିୟମିତ ଭାବେ ପୋଷ୍ଟ କରନ୍ତି।
ଝୁମୁର ଏକ ସ୍ଥାନୀୟ ଶୈଳୀର ସଙ୍ଗୀତ ଓ ତନ୍ତୀ କୁହନ୍ତି ଯେ ଢୋଲର ତାଳ ଓ ବଂଶୀର ତାନରେ ଏକ ଗୀତ ବୋଲାଯାଇଥାଏ। ପ୍ରବାସୀ ଆଦିବାସୀମାନେ ସାଦ୍ରୀ ଭାଷାରେ ଏହି ଗୀତ ଓ ନୃତ୍ୟ ପରିବେଷଣ କରିଥାନ୍ତି । ଆସାମର ଚା’ ବଗିଚାରେ କାମ କରିବା ଲାଗି ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲଙ୍ଗାନାରୁ ଏହି ଆଦିବାସୀମାନେ ପ୍ରବାସ କରି ଆସିଥିଲେ।
ଏହି ଆଦିବାସୀ ସମୁଦାୟଗୁଡ଼ିକ ପରସ୍ପର ସହ ଏବଂ ସ୍ଥାନୀୟ ସମୁଦାୟ ସହ ମିଶି ଯାଇଥିଲେ। ଏମାନଙ୍କୁ ‘ଚା’ ଆଦିବାସୀ’ ବୋଲି କୁହାଗଲା ଏବଂ ଆସାମରେ ଏହି ସମୁଦାୟ ପ୍ରାୟ ୬୦ ଲକ୍ଷ ଲୋକ ବସବାସ କରିଥାନ୍ତି । ଏମାନଙ୍କୁ ନିଜ ମୂଳ ରାଜ୍ୟରେ ଜନଜାତି ମାନ୍ୟତା ମିଳିଥିଲେ ମଧ୍ୟ ଏଠାରେ ତାହା ମିଳିପାରିନାହିଁ। ଏମାନଙ୍କ ମଧ୍ୟରୁ ପ୍ରାୟ ୧୨ ଲକ୍ଷ ଲୋକ ରାଜ୍ୟର ୧,୦୦୦ ପାଖାପାଖି ଚା’ ବଗିଚାରେ କାମ କରିଥାନ୍ତି ।
ଏ ଭିଡିଓର ନର୍ତ୍ତକୀମାନେ ହେଉଛନ୍ତି ଚା’ ବଗିଚାର ଶ୍ରମିକ: ସୁନୀତା କର୍ମାକର, ଗୀତା କର୍ମାକର, ରୁପାଲି ତନ୍ତୀ, ଲାଖି କର୍ମାକର, ନିକିତା ତନ୍ତୀ, ପ୍ରତୀମା ତନ୍ତୀ ଓ ଆରତୀ ନାୟକ।
ସାନ୍ତୋ ତନ୍ତୀଙ୍କ ଅନ୍ୟ ଭିଡିଓ ଦେଖିବା ଓ ତାଙ୍କ ଜୀବନୀ ସମ୍ପର୍କରେ ପଢ଼ିବା ଲାଗି ସେପ୍ଟେମ୍ବର, ୨୦୨୧ରେ ପରୀରେ ପ୍ରକାଶ ପାଇଥିବା ସାନ୍ତୋ ତନ୍ତୀଙ୍କ ଦୁଃଖ, କାର୍ଯ୍ୟ ଏବଂ ଆଶାର ସଙ୍ଗୀତ ଦେଖନ୍ତୁ ।
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଝୁମୁର-ଗାଉଥିବା-ଆସାମର-ସାନ୍ତୋ-ତନ୍ତି

