ଏ ବର୍ଷ ଖରିଫ ଚାଷ ପାଇଁ ତୀରା ଏବଂ ଅନୀତା ମୂଲ୍ୟାୟନ କରନ୍ତି ଯେ, ସେମାନେ ଚୁକ୍ତି ଭିତ୍ତିକ ଦୁଇ ଏକର ଚାଷ ଜମିରେ ଧାନ ଏବଂ ମକା ଚାଷ ପାଇଁ ବିହନ, ସାର ଏବଂ କୀଟନାଶକ ଔଷଧ ବାବଦରେ ୫୦୦୦ ରୁ ଉର୍ଦ୍ଧ୍ଵ ଟଙ୍କା ଖର୍ଚ୍ଚ କରିଥିଲେ । ତୀରା କହନ୍ତି, "ମୋ ପାଖରେ କିଛି ଟଙ୍କା ନଥିଲା ମୋର ଜଣେ ସମ୍ପର୍କୀୟଙ୍କଠାରୁ ଟଙ୍କା ଋଣ ଆଣିଛି ଏବଂ ବର୍ତ୍ତମାନ ମୋ ମୁଣ୍ଡରେ ବହୁତ ଋଣ ବୋଝ ।"
ସେମାନେ ଯେଉଁ ଜମି ଚାଷ କରୁଛନ୍ତି, ତାହା ହେଉଛି ଅଶୋକ ଶୁକ୍ଳାଙ୍କର ଯେ କି ୧୦ ଏକର ଜମିର ମାଲିକ ଏବଂ ସେ ମଧ୍ୟ ବିଶେଷତଃ ସ୍ୱଳ୍ପ ବର୍ଷା ଯୋଗୁଁ ବହୁତ କ୍ଷତି ସହି ଆସୁଛନ୍ତି । ଅଶୋକ ମନେ ପକାନ୍ତି, "ଗତ ୧୮ ରୁ ୨୪ ମାସ ମଧ୍ୟରେ ଆମେ ( ଯଥେଷ୍ଟ ) ଶସ୍ୟ ଚାଷ କରୁଥିଲୁ ", "ବର୍ତ୍ତମାନ ଆମର କୋଠି ( ଭଣ୍ଡାର ଘର) ଛଅ ମାସ ହେଲା ଖାଲି ପଡିଛି । ମୁଁ ପ୍ରାୟ ୫୦ ବର୍ଷ ହେବ ଚାଷ କରିଛି, କିନ୍ତୁ ଗତ ୫ - ୬ ବର୍ଷ ମୋତେ ଅନୁଭବ କରାଇ ଦେଇଛି ଯେ କୃଷିରେ ଭବିଷ୍ୟତ ନାହିଁ - ସେଥିରେ କେବଳ କ୍ଷତି’’ ।
ଶୁକ୍ଳା କହନ୍ତି, ଗ୍ରାମର ଜମି ମାଲିକମାନଙ୍କ ମଧ୍ୟରୁ ଅଧିକାଂଶ ଉଚ୍ଚ ଜାତିର ଅଟନ୍ତି । ଅନ୍ୟାନ୍ୟ ଚାକିରୀ ସନ୍ଧାନରେ ଅଧିକରୁ ଅଧିକ ବ୍ୟକ୍ତି ସହର ଏବଂ ନଗରକୁ ସ୍ଥାନାନ୍ତରିତ ହେଉଛନ୍ତି । ଅମଳ କମ୍ ହେତୁ କୃଷି ଶ୍ରମିକଙ୍କୁ ଦୈନିକ ୩୦୦ପାରିଶ୍ରମିକ ଦେଇ ଆଣିବା ପରିବର୍ତ୍ତେ ସେମାନେ ଜମିକୁ ବାତିୟା ଚୁକ୍ତି ଭିତ୍ତିକ ଜମି ଦେବା ପାଇଁ ପସନ୍ଦ କରନ୍ତି । ଶୁକ୍ଲା କହନ୍ତି , "ବର୍ତ୍ତମାନ ଆପଣ କ୍ଵଚିତ ଦେଖିବେ ଯେ ସମ୍ପୂର୍ଣ୍ଣ ଗ୍ରାମରେ ସେମାନେ [ ଉଚ୍ଚ ଶ୍ରେଣୀର ଜମି ମାଲିକମାନେ ] ନିଜେ ଚାଷ କାମ କରୁଛନ୍ତି ।" ସେମାନେ ସମସ୍ତେ ତାଙ୍କ ଜମିକୁ ଭୂୟାଁ କିମ୍ବା ଅନ୍ୟ ଦଳିତଙ୍କୁ ଦେଉଛନ୍ତି। ୨୦୧୧ ଜନଗଣନା ହିସାବ ଅନୁସାରେ ମହୁଗାଁର ୨୧ ରୁ ୩୦ ପ୍ରତିଶତ ୨୬୯୮ ବାସିନ୍ଦା ଅନୁସୂଚିତ ଜାତି ଅଟନ୍ତି ।
ଏବର୍ଷ ଯଦିଓ ଭଲ ବର୍ଷା ହୋଇଛି, ତୀରା ତେଣୁ ଆଶା କରୁଛନ୍ତି ଯେ ଧାନ ମଧ୍ୟ ଖୁବ ଅମଳ ହେବ । ତାଙ୍କର ଆକଳନରେ ଭଲ ଅମଳ ଅର୍ଥ ଦୁଇ ଏକର ଜମିରୁ ୨୦ କୁଇଣ୍ଟାଲ ଧାନ ଆଦାୟ ହେବ । ଶସ୍ୟରୁ ଚଷୁ ଅଲଗା କରିଦେଲେ ଏବଂ ଅମଳରୁ ଅଶୋକ ଶୁକ୍ଳାଙ୍କୁ ଭାଗ ଦେଲା ପରେ ତାଙ୍କ ପାଖରେ ୮୦୦ କିଲୋ ଚାଉଳ ରହିବ ଏବଂ ଏହା ତୀରାଙ୍କର ୧୦ ପ୍ରାଣୀ ବିଶିଷ୍ଟ ପରିବାରର ସମସ୍ତଙ୍କ ଭୋଜନରେ ମୁଖ୍ୟ ସ୍ଥାନ ପାଇବ ଯାହାଙ୍କର କି ଅନ୍ୟ ଖାଦ୍ୟ ଶସ୍ୟର ସୁବିଧା ନାହିଁ । ତୀରା କହନ୍ତି, "ମୁ ଭାବୁଛି ଏହି ଧାନକୁ ବଜାରରେ ବିକି ପାରନ୍ତି, ମାତ୍ର ଧାନ (ଶସ୍ୟ) ଏପରିକି ଛଅ ମାସ ପର୍ଯ୍ୟନ୍ତ ଯଥେଷ୍ଟ ହେବ ନାହିଁ |"
ତୀରା କହନ୍ତି, ସେ ଅନ୍ୟମାନଙ୍କ ଅପେକ୍ଷା ଭଲ ଚାଷ କାମ ଜାଣନ୍ତି ଏବଂ ଚୁକ୍ତିଭିତ୍ତିକ ଜମି ଦେବା ପାଇଁ ଚାହୁଁଥିବା ଅଧିକ ଜମି ମାଲିକଙ୍କଠାରୁ ଜମି ଆଣି ବଡ ଟ୍ରାକ୍ଟରରେ ବିଭିନ୍ନ ପ୍ରକାରର ଫସଲ ଚାଷ କରିବାକୁ ଆଶା କରନ୍ତି ।
ବର୍ତ୍ତମାନ ପାଇଁ ସେ ଓ ଅନୀତା ଆଶା କରୁଛନ୍ତି ଯେ କିଛି ସପ୍ତାହ ପରେ ଅମଳ ଅଧିକ ହେବ ।
ଅନୁବାଦ: ଓଡ଼ିଶାଲାଇଭ୍