

Sonbhadra, Uttar Pradesh
|SAT, MAR 30, 2019
ଜଙ୍ଗଲ ଅଧିକାର ସଂଘର୍ଷର ଉପକଣ୍ଠରେ
Author
Translator

Sweta Daga
“ଜୀବନରେ ପ୍ରଥମ ଥର ପାଇଁ ମୁଁ ନିଜକୁ ଶକ୍ତିଶାଳୀ ଅନୁଭବ କଲି।” ଜମି ଓ ଜଙ୍ଗଲର ଅଧିକାର ପାଇଁ, ଉତ୍ତର ପ୍ରଦେଶ ସୋନଭଦ୍ର ଜିଲ୍ଲା ମାଝୋଲି ଗାଁର ତାଙ୍କ ଆଦିବାସୀ ସଂପ୍ରଦାୟକୁ ଏକତ୍ରିତ କରିବା ସଂପର୍କରେ ଏହା କହନ୍ତି ସୁକଲୋଗୋଣ୍ଡ ।
ଅଲ୍ ଇଣ୍ଡିଆ ୟୁନିଅନ୍ ଅଫ୍ ଫରେଷ୍ଟ ୱର୍କିଂ ପିପୁଲ୍ ସହ ସଂପର୍କିତ ଜଣେ ସାମାଜିକ କର୍ମୀ ଭାବେ ସେ ସଭାକୁ ଯିବା, କୋର୍ଟରେ ହାଜର ହେବା (ଦେଖନ୍ତୁ ‘ମୁଁ ଜାଣିଥିଲି, ମୁଁ ସେଦିନ ଜେଲ୍କୁ ଯିବି...’), ବିକ୍ଷୋଭ ଶୋଭାଯାତ୍ରା ଏବଂ ଅନ୍ୟାନ୍ୟ ଅଥକ କାର୍ଯ୍ୟକ୍ରମ ପାଇଁ ଲୋକଙ୍କୁ କଲ୍ କରିବା ପୂର୍ବରୁ ସୁକଲୋ ପ୍ରତିଦିନ ଭୋର ୫ଟାରୁ ଉଠି ତାଙ୍କ ଗାଈମାନଙ୍କ କଥା ବୁଝୁଥିଲେ, ରାନ୍ଧୁଥିଲେ ଏବଂ ଧୁଆ ସଫା କରୁଥିଲେ ।
ଏଠାରେ ସେ ଭେଣ୍ଡି କାଟୁଛନ୍ତି । ହାତ ପାଖରେ ଫୋନ୍ ରଖିଛନ୍ତି, କାରଣ ସଂଘର ଜଣେ ସଦସ୍ୟଙ୍କଠାରୁ କଲ୍ ପାଇବେ ବୋଲି ସେ ଆଶା କରୁଛନ୍ତି । ଜଣେ ପଡ଼ୋଶୀଙ୍କର ପିଲା ଚାହିଁ ରହିଛି ।
(୨୦୧୮ ଜୁନ୍ ୮ ତାରିଖ ଦିନ ସୁକଲୋଙ୍କୁ ପୁଣି ଗିରଫ କରାଯାଇ ଜେଲ୍କୁ ପଠାଯିବା ପୂର୍ବରୁ ଲେଖିକା ତାଙ୍କୁ ଭେଟିଥିଲେ ।)
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଜଙ୍ଗଲ-ଅଧିକାର-ସଂଘର୍ଷର-ଉପକଣ୍ଠରେ

