ନବଜାତଙ୍କ ନାମକରଣ ନେଇ ଆମ ଆଦିବାସୀମାନଙ୍କର ନିଜସ୍ୱ ମାର୍ଗ ରହିଛି । ଆମେ ନଦୀ, ଜଙ୍ଗଲ, ସେମାନଙ୍କର ଭୂମି, ସପ୍ତାହର ଦିନ, ବା ଏକ ନିର୍ଦ୍ଦିଷ୍ଟ ତାରିଖ, କିମ୍ବା ଏମିତିକି ସେମାନଙ୍କର ପୂର୍ବପୁରୁଷମାନଙ୍କଠାରୁ ନାମ ଧାର ନେଇଥାଉ । କିନ୍ତୁ ସମୟ ସହ ଆମେ ଚାହୁଁଥିବା ବାଟରେ ଆମକୁ ନାମକରଣର ଅଧିକାର ଆମଠାରୁ ଛଡ଼ାଇ ନିଆଯାଇଥିଲା। ପ୍ରଯୋଜିତ ଧର୍ମ ଏବଂ ଧର୍ମାନ୍ତରୀକରଣ ଏହି ନିଆରା ଅଧିକାର ଆମଠାରୁ ନେଇଗଲା । ଆମର ନାମଗୁଡ଼ିକ ପରିବର୍ତ୍ତିତ ହୋଇଚାଲିଲା, ଏବଂ ପୁନଃ ଦିଆଗଲା । ଯେତେବେଳେ ଆଦିବାସୀ ପିଲାମାନେ ସହରର ଆଧୁନିକ ସ୍କୁଲକୁ ଗଲେ, ପ୍ରଯୋଜିତ ଧର୍ମ ଆମ ନାମ ପରିବର୍ତ୍ତନ କରାଇଦେଲେ । ସେମାନେ ଗ୍ରହଣ କରିଥିବା ସାର୍ଟିଫିକେଟ୍ ଆମ ଉପରେ ଲଦାଯାଇଥିବା ନୂଆ ନାମରେ ଥିଲା । ଏମିତି ହିଁ ଆମର ଭାଷାଗୁଡିକ, ଆମର ନାମ, ଆମର ସଂସ୍କୃତି ଏବଂ ଇତିହାସକୁ ହତ୍ୟା କରାଗଲା । ନାମକରଣରେ ଏକ ଷଡ଼ଯନ୍ତ୍ର ରହିଛି । ବର୍ତ୍ତମାନ ଆମେ ସେହି ଭୂମି ସନ୍ଧାନରେ ଅଛୁ ଯାହା ଆମର ମୂଳ, ଆମର ଇତିହାସ ସହିତ ସମ୍ପୃକ୍ତ । ଆମେ ସେହି ସବୁ ଦିନ ଏବଂ ତାରିଖର ସନ୍ଧାନ କରୁଛୁ ଯାହା ଆମର ଅସ୍ତିତ୍ୱକୁ ଚିହ୍ନିତ କରେ ।


Ranchi, Jharkhand
|TUE, AUG 09, 2022
ଗୋଟିଏ ନାମ ଏବଂ ନାମକରଣର ଷଡ଼ଯନ୍ତ୍ର
ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତିଙ୍କର ଏକ ମନ୍ତବ୍ୟ, ‘ଦ୍ରୌପଦୀ ମୋର ପ୍ରକୃତ ନାମ ନ ଥିଲା’, ଏହି ଦେଶର ପୁରାତନ ବାସିନ୍ଦା ଆଦିବାସୀ ସମ୍ପ୍ରଦାୟଙ୍କୁ ଯନ୍ତ୍ରଣାଦାୟକ ଐତିହାସିକ ସ୍ମୃତି ମନେ ପକାଇଦିଏ । ସେ ପ୍ରକାଶ କରିଥିବା କ୍ଷୋଭ ବହୁ ଆଦିବାସୀଙ୍କ ଦ୍ୱାରା ମଧ୍ୟ ବ୍ୟକ୍ତ କରାଯାଇଛି, ଏଠାରେ ଏହି କବିଙ୍କ ଭଳି
Poem and Text
Painting
Editor
Translator
ଇଏ କାହାର ନାମ ?
ମୁଁ ସୋମବାର ଜନ୍ମ ହେଲି
ଏଥିପାଇଁ ସୋମରା ଡକାଗଲି
ମୁଁ ମଙ୍ଗଳବାର ଜନ୍ମ ହେଲି
ଏଥିପାଇଁ ମଙ୍ଗଳ, ମଙ୍ଗର ବା ମଙ୍ଗରା ଡକାଗଲି
ମୁଁ ବୁଧବାର ଜନ୍ମ ହେଲି
ତେଣୁ ବିର୍ସା ଡକାଗଲି
ମୁଁ ଦିନ, ତାରିଖ ଭଳି
ନିଜ ସମୟର ଛାତି ଉପରେ ଛିଡ଼ା ହୋଇଥିଲି
କିନ୍ତୁ ସେମାନେ ଆସିଲେ ଆଉ ମୋର ନାମ ବଦଳାଇଦେଲେ
ସେହି ଦିନ, ତାରିଖ ସବୁକିଛି ଲିଭାଇଦେଲେ
ଯାହା ଦ୍ୱାରା ମୋର ଅସ୍ତିତ୍ୱ ପ୍ରମାଣିତ ହେଉଥିଲା
ଏବେ ମୁଁ ରମେଶ, ନରେଶ ଓ ମହେଶ
ଆଲବର୍ଟ, ଗିଲବର୍ଟ ବା ଆଲ୍ଫ୍ରେଡ୍
ସେହି ସବୁ ଦୁନିଆର ନାମ ମୋ ପାଖରେ ଅଛି
ଯାହାର ମାଟି ସହ ମୋର କିଛି ସମ୍ପର୍କ ନାହିଁ
ଯାହାର ଇତିହାସ ମୋର ଇତିହାସ ନୁହେଁ
ମୁଁ ସେମାନଙ୍କ ଇତିହାସ ଭିତରେ
ଖୋଜୁଛି ନିଜର ଇତିହାସ
ଆଉ ଦେଖୁଛି
ଦୁନିଆର ପ୍ରତି କୋଣରେ, ପ୍ରତି ସ୍ଥାନରେ
ମୋର ହିଁ ହତ୍ୟା ସାଧାରଣ
ଆଉ ସବୁ ହତ୍ୟାର କିଛି ନା କିଛି ସୁନ୍ଦର ନାଁ ରହିଛି ।
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଗୋଟିଏ-ନାମ-ଏବଂ-ନାମକରଣର-ଷଡ଼ଯନ୍ତ୍ର

