ଏହି କାହାଣୀ ବନ୍ୟପ୍ରାଣୀ ଫଟୋଗ୍ରାଫର ଏବଂ ପ୍ରକୃତି ବିଜ୍ଞାନୀ ରାଧେଶ୍ୟାମ ବିଷ୍ନୋଇଙ୍କ ପ୍ରତି ସମର୍ପିତ।
ମେ ୨୩, ତାରିଖ ୨୦୨୫ରେ ଜୟସାଲମେରଠାରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି ସେ ଆଇସିୟୁଏନର ଲାଲ ତାଲିକାରେ ଚିଙ୍କାରା (ଗାଜେଲା ବେନେଟ୍ଟି) ର ବାସସ୍ଥାନ ଭଦରିଆ ମାତା ଓରାନ (ସାକ୍ରେଡ ଗ୍ରୋଭର୍) ରେ ଶିକାରୀମାନଙ୍କ ବିଷୟରେ ବିଳମ୍ବିତ ରାତିରେ ଏକ ସତର୍କତା ପ୍ରୟାସରେ ସାମିଲ ଥିଲେ। ରାଧେଶ୍ୟାମଙ୍କ ସାଙ୍ଗରେ ଥିବା ଜଙ୍ଗଲ ଅଧିକାରୀମାନେ ମଧ୍ୟ ମୁହାଁମୁହିଁ ଧକ୍କାରେ ମୃତ୍ୟୁବରଣ କରିଥିଲେ।
ରାଜସ୍ଥାନର ପୋକରାନ ତହସିଲର ବାସିନ୍ଦା ଜଣେ ବନ୍ୟପ୍ରାଣୀ ଫଟୋଗ୍ରାଫର ଏବଂ ପ୍ରକୃତି ବିଜ୍ଞାନୀ ରାଧେଶ୍ୟାମ ବିଷ୍ନୋଇ। ଜଣେ ଉତ୍ସାହୀ ପ୍ରକୃତି ବିଜ୍ଞାନୀ ଥିଲେ ସେ, ଗ୍ରେଟ୍ ଇଣ୍ଡିଆନ୍ ବଷ୍ଟର୍ଡ ଏବଂ ଅନ୍ୟାନ୍ୟ ପକ୍ଷୀ, ଚିଙ୍କାରା ଏବଂ ଏହି ଅଞ୍ଚଳର ଅନ୍ୟାନ୍ୟ ପ୍ରାଣୀଙ୍କର ଶିକାର ନିବାରଣ ଏବଂ ଟ୍ରାକିଂ ଏବଂ ସଂରକ୍ଷଣ ପ୍ରୟାସରେ ଗଭୀର ଭାବରେ ଜଡ଼ିତ ଏବଂ ପ୍ରତିବଦ୍ଧ ଥିଲେ। ସେ ଉଦାରତାର ସହିତ ତାଙ୍କ ଜ୍ଞାନ ଏବଂ ଫଟୋଗ୍ରାଫଗୁଡ଼ିକୁ ତାଙ୍କ ସହିତ ଯୋଗାଯୋଗ କରିଥିବା ଯେକୌଣସି ବ୍ୟକ୍ତିଙ୍କ ସହିତ ବାଣ୍ଟୁଥିଲେ, ଏବଂ ତାଙ୍କ ମୃତ୍ୟୁ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ରାଧେଶ୍ୟାମଙ୍କର ବୟସ ଥିଲା ମାତ୍ର ୩୦ ବର୍ଷ ଏବଂ ତାଙ୍କ ସ୍ତ୍ରୀ, ଦୁଇ ଶିଶୁ ସନ୍ତାନ ଏବଂ ମାଆଙ୍କ ସହିତ ଢୋଲିଆ ଗାଁରେ ରହୁଥିଲେ। ତାଙ୍କର ବିୟୋଗ ପରିଚିତମାନଙ୍କ ପାଇଁ ଏକ ଶକ୍ତ ଆଘାତ। ମହତ କାର୍ଯ୍ୟ ପାଇଁ ସବୁ ଦିନେ ମନେ ରହିବେ ରାଧେଶ୍ୟାମ।

















