ଲକ୍ଷ୍ମୀକାନ୍ତ ରେଡ୍ଡୀ କହିଲେ, ‘ଝିଅମାନେ ଉତ୍ପାଦନ କରୁଥିବା ପରିବା ଆମକୁ ଖାଦ୍ୟ ଯୋଗାଉଛି, କିନ୍ତୁ ଆମେ ପୁଅମାନେ ଏହାର ବଜାର ସଂଯୋଗ କରୁଛୁ।’
ସେ ବାଗ୍ମୀ, ଆତ୍ମବିଶ୍ୱାସୀ ଏବଂ ଜଣେ ଉଦ୍ୟୋଗୀ। ତାଙ୍କର ପ୍ରଧାନମନ୍ତ୍ରୀତ୍ୱ କାଳ, ବିରୋଧୀ ଦଳର ମୁଖ୍ୟ ଏବଂ ବର୍ତ୍ତମାନ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ଏସବୁ ଗୁଣ ତାଙ୍କର ଆହୁରି ଶାଣିତ ହୋଇଛି।
ଏହା ଆଶ୍ଚର୍ଯ୍ୟ ନୁହେଁ ଯେ, ଲକ୍ଷ୍ମୀକାନ୍ତ ଜଣେ ଗାହସ୍ଥ୍ୟ ନୁହନ୍ତି। ତାଙ୍କ ବୟସ ୧୭ ବର୍ଷ।
ସେମାନଙ୍କ ସଂସଦର ସଫଳତା ଦେଖିବା ପାଇଁ ଉପସ୍ଥିତ ଥିବା ଜନତାଙ୍କୁ ସେ ଏବଂ ତାଙ୍କ ସାଥୀ ମନ୍ତ୍ରୀମାନେ ସମ୍ବୋଧିତ କରୁଛନ୍ତି।
ଅନ୍ୟ ଆଭିଜାତ୍ୟପୂର୍ଣ୍ଣ ସ୍କୁଲଗୁଡିକ ଭଳି ସେମାନଙ୍କ ମଡେଲ ଯୁକ୍ତରାଷ୍ଟ୍ର ଆମେରିକା ସଦୃଶ ନୁହେଁ। ବର୍ଷରେ ଏକାଧିକ ଥର ସେମାନଙ୍କ ସଂସଦ ଚାଲିଥାଏ। ଏଠି କୌଣସି ବୈଦେଶିକ ଯୋଜନା ଏବଂ ପୃଥିବୀର ବଡବଡ ସମସ୍ୟାକୁ ନେଇ ଆଲୋଚନା ହୁଏ ନାହିଁ। ଶିକ୍ଷା, ସ୍ୱାସ୍ଥ୍ୟ ଆଦି ବିଭାଗର ମନ୍ତ୍ରୀମାନେ ନିୟମିତ ଜୀବନ ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କର ନିଷ୍ପତ୍ତି ଶୁଣାଇଥାନ୍ତି। ସବୁଥିରେ କିନ୍ତୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଧାରା ଥାଏ, ତାହା ହେଉଛି-ବଡମାନଙ୍କର ସର୍ବନିମ୍ନ ହସ୍ତକ୍ଷେପ।
ଏହି ମନ୍ତ୍ରୀମାନେ ଦିଲ୍ଲୀର କୌଣସି ପ୍ରମୁଖ ଅଞ୍ଚଳରେ ରୁହନ୍ତି ନାହିଁ। ଏମାନେ ତାମିଲନାଡୁ କ୍ରିଷ୍ଣଗିରି ଜିଲ୍ଲାର ପର୍ବତଘେରା ବେପାନପଲ୍ଲୀ ତାଲୁକର ନାଚିକୁପମ୍ ଗାଁରେ ରହନ୍ତି। ଏବଂ ପ୍ରତିପକ୍ଷ ଅଧିକାରୀଙ୍କ ପରି ସେମାନେ କେବେ ଖବର ତିଆରି କରନ୍ତି ନାହିଁ।










