"ମୋତେ କାମ ଦେବା ପାଇଁ କେହି ରାଜି ନଥିଲେ। ମହାରାଷ୍ଟ୍ରର ଲାଟୁର ସହରରେ ଘରୋଇ ଚାକର ଭାବରେ କାମ କରୁଥିବା ୬୮ ବର୍ଷୀୟା ଜେହେଡବି ସୟେଦ କୁହନ୍ତି, ମୁଁ ସମସ୍ତ ସତର୍କତା ପାଳନ କରୁଥିଲି, କିନ୍ତୁ ସେମାନେ ମୋତେ ସେମାନଙ୍କ ଘରକୁ ଯିବାକୁ ଦେଉନଥିଲେ"। "ମୁଁ କେବେବି ଏହି କପଡା କାଢୁନଥିଲି [କପଡା ମୁଖା],ଏବଂ ସମସ୍ତ ନିୟମ ମାନୁଥିଲି ଯେପରିକି ଦୁରତ୍ୱ ବଜାୟ ରଖିବା।"
ଏପ୍ରିଲ ୨୦୨୦ରେ, କୋଭିଡ-୧୯ ଲକ୍ଡାଉନ ସମୟରେ ଜେହେଡବି କାମ କରୁଥିବା ପାଞ୍ଚଟିରୁ ଚାରୋଟି ଘର ଲୋକ ତାକୁ କାମ ଛାଡିବାକୁ କହିଲେ। "ମୋ ପଖରେ ଆଉ ଗୋଟିଏ ଘର ଥିଲା ଏବଂ ସେମାନେ ମୋତେ ଅଧିକ କାମ ଦେଉଥିଲେ।"
ଜେହେଡବି ଜଣେ ଘରୋଇ ଚାକର ଭାବରେ ୩୦ ବର୍ଷ ହେଲା କାମ କରିଆସୁଛନ୍ତି - ଗତବର୍ଷ ସେମାନଙ୍କ ମଧ୍ୟରୁ ବହୁତଜଣ ଯେଉଁମାନେକି ତାର କାମ ବନ୍ଦ କରିଦେଲେ ସେମାନେ ବାସନ ସଫାକରିବା ଓ ଘର ସଫାକରିବାରେ ସମୟ କଟାଇଲେ। ସେ ବିଶ୍ୱାସ କରନ୍ତି ଯେ ୨୦୨୦ ମାର୍ଚ୍ଚରେ ଦିଲ୍ଲୀ ମସଜିଦ୍ରେ ତବଲିଘାଇ ଜମାତର ଧାର୍ମିକ ଜନସମାବେଶକୁ ନେଇ ଯେଉଁ ବିବାଦ ହେଉଥିଲା ତାହା ଦ୍ୱାରା ତା ମାଲିକମାନେ ପ୍ରଭାବିତ ହୋଇଥିଲେ, ଯାହା ପରେ କୋଭିଡ - ୧୯ ମୁଖ୍ୟସ୍ଥଳ ହୋଇଥିଲା। ସେ ମନେରଖିଛନ୍ତି "ଲୋକମାନଙ୍କୁ ମୁସଲମାନମାନଙ୍କଠାରୁ ଦୂରେଇ ରହିବାକୁ କୁହାଯାଉଥିବା କଥା ନିଆଁପରି ବ୍ୟାପୁଥିଲା,"। ମୋ ଜ୍ୱାଇଁ କହିଲେ ମୁଁ ଜମାତ ପାଇଁ ମୋ କାମ ହରାଇଲି। କିନ୍ତୁ କେମିତି ମୁଁ ଏହା ସହ ସଂଶିଷ୍ଟ?"
ଜେହେଡବିର ରୋଜଗାର ମାସିକ ୫୦୦୦ଟଙ୍କାରୁ ଖସି ୧୦୦୦ ଟଙ୍କାରେ ପହଁଚିଲା। ସେ କହିଲା "ଯେଉଁ ପରିବାର ମୋତେ ମନା କରିଛନ୍ତି କଣ ସେମାନେ ମୋତେ କେବେ ଡାକିବେନି?" ମୁଁ ସେମାନଙ୍କ ପାଇଁ ବହୁତ ବର୍ଷ କାମ କଲି ସେମାନେ ହଠାତ୍ ମୋତେ ଛାଡିଦେଲେ ଓ ଅନ୍ୟ ସ୍ତ୍ରୀଲୋକଙ୍କୁ କାମରେ ରଖିଲେ।"
ବର୍ଷକ ମଧ୍ୟରେ ତାର ଅବସ୍ଥାରେ କ୍ୱଚିତ୍ ପରିବର୍ତ୍ତନ ହୋଇଛି। ଜେହେଡବି କହନ୍ତି "ଏହା ଆହୁରି ଅଧିକ ବେକାର [ଦୟନୀୟ] ହୋଇଛି" । ୨୦୨୧ ମାର୍ଚ୍ଚରେ, ସେ ତିନି ଜଣଙ୍କ ଘରେ କାମ କରୁଥିଲା ଓ ମାସକୁ ୩୦୦୦ଟଙ୍କା ରୋଜଗାର କରୁଥିଲା। କିନ୍ତୁ ଏପ୍ରିଲ ମାସରେ ତାର ଦୁଇଜଣ ମାଲିକ କାମ ବନ୍ଦ କରିଦେଲେ, ଯେତେବେଳେ କୋଭିଡ - ୧୯ର ଦ୍ୱିତୀୟ ଲହର ମହାରାଷ୍ଟ୍ର ସାରା ବ୍ୟାପିବାକୁ ଲାଗିଲା। "ସେମାନେ କହିଲେ ଯେ ମୁଁ ବସ୍ତିରେ ରୁହେ ଓ ଆମ୍ଭେମାନେ କୌଣସି ନିୟମ[ସୁରକ୍ଷା ସତର୍କତା] ମାନୁ ନାହୁଁ।"
ବର୍ତ୍ତମାନ ତେଣୁ, ସେ ତାର ଏକମାତ୍ର ମାଲିକଠାରୁ ମାସିକ ୭୦୦ଟଙ୍କା ପାଇବ ଯେ ପର୍ଯ୍ୟନ୍ତ ସେ ଅଧିକ କାମ ପାଇନାହିଁ।





