ଏହି ପ୍ୟାନେଲ ଗ୍ରାମୀଣ ମହିଳାମାନଙ୍କ ଦ୍ଵାରା କରାଯାଉଥିବା ବ୍ୟାପକ କାର୍ଯ୍ୟ ପରିସରକୁ ଦର୍ଶାଉଥିବା ଦୃଶ୍ୟମାନ କାର୍ଯ୍ୟ, ଅଦୃଶ୍ୟ ମହିଳା, ଏକ ଫଟୋ ପ୍ରଦର୍ଶନୀ ର ଅଂଶବିଶେଷ । ୧୯୯୩ ଏବଂ ୨୦୦୨ ମଧ୍ୟରେ ୧୦ଟି ଭାରତୀୟ ରାଜ୍ୟରେ ପି. ସାଇନାଥ ଏ ସବୁ ଫଟୋ ଉଠାଇଥିଲେ । ବହୁ ବର୍ଷ ଧରି ଦେଶର ଅଧିକାଂଶ ଭାଗ ପରିଦର୍ଶନ କରିଥିବା ମୂଳ ଭୌତିକ ପ୍ରଦର୍ଶନୀକୁ ଏଠାରେ ପରୀ ଦ୍ଵାରା ସୃଜନଶୀଳ ଢଙ୍ଗରେ ଡିଜିଟାଲକରଣ କରାଯାଇଛି ।
ଇଟା, କୋଇଲା ଓ ପଥର
ସେମାନେ କେବଳ ଖାଲି ପାଦରେ ନଥିଲେ । ସେମାନଙ୍କ ମୁଣ୍ଡରେ ଗରମ ଇଟା ଥିଲା । ଯେଉଁମାନେ ଧାଡ଼ିରେ ଚାଲୁଥିଲେ, ସେମାନେ ଥିଲେ- ଓଡ଼ିଶାରୁ ଆସି ଆନ୍ଧ୍ରପ୍ରଦେଶର ଇଟାଭାଟିରେ କାମ କରୁଥିବା ଶ୍ରମିକ । ବାହାରର ତାପମାତ୍ରା ୪୯ ଡିଗ୍ରୀ ସେଲସିୟସ୍ ଥିଲା । ମହିଳାମାନେ ମୁଖ୍ୟତଃ କାମ କରୁଥିବା ଫର୍ଣ୍ଣେସ୍ ଅଞ୍ଚଳର ତାପମାତ୍ରା ଆହୁରି ଅଧିକ ।
ମହିଳାମାନେ ଦିନକର କାମ ପାଇଁ ୧୦-୧୨ଟଙ୍କା ପାଉଥିଲେ । ପୁରୁଷମାନେ ପାଉଥିଲେ ୧୫-୨୦ ଟଙ୍କା । ଠିକାଦାରମାନେ ‘ଅଗ୍ରୀମ’ ଦେଇ ଏପରି ପ୍ରବାସୀମାନଙ୍କର ପୂରା ପରିବାରକୁ ଆଣୁଥିଲେ । ଏହି ଅଗ୍ରୀମ ବା ଋଣ ପ୍ରବାସୀ ଶ୍ରମିକମାନଙ୍କୁ ଠିକାଦାର ସହ ବାନ୍ଧି ଦେଉଥିଲା ଏବଂ ସେମାନେ ଗୋତିଶ୍ରମିକ ପାଲଟି ଯାଉଥିଲେ । ଏମାନଙ୍କ ମଧ୍ୟରେ ୯୦ ପ୍ରତିଶତ ଭୂମିହୀନ କିମ୍ବା ନାମମାତ୍ର ଚାଷୀ







