"ଓ,ଆପଣ କୋଲକାତାରୁ ଆସିଛନ୍ତି କି?"ସେ ମୋ ଆଡ଼କୁ ଚାହିଁ ପଚାରିବା ସମୟରେ ତାଙ୍କ ଆଖି ଦୁଇଟି ଝଲସି ଉଠୁଥିଲା। "ମୁଁ ମଧ୍ୟ ଅନେକ ଥର କାମର ସନ୍ଧାନରେ କୋଲକାତା ଏବଂ ହାୱଡ଼ାଯାଇଥିଲି। ବେଳେବେଳେ ମୋର ଭାଗ୍ୟ ଭଲ ଥାଏ, ବେଳେବେଳେ ନଥାଏ। ଶେଷରେ, ମୁଁ ଏଠାରେ ପହଞ୍ଚିଥିଲି।"
ଲଦାଖର ଏହି ସ୍ଥାନଟି ସମୁଦ୍ର ପତ୍ତନଠାରୁ ୧୦,୦୦୦ ଫୁଟ ଉଚ୍ଚରେ।ଏବଂ ରାଜୁ ମୁର୍ମୁ,ଝାଡ଼ଖଣ୍ଡରେ ଥିବା ତାଙ୍କ ଘରଠାରୁ ପ୍ରାୟ ୨୫୦୦ କିଲୋମିଟର ଦୂରରେ ରହି ଏକ ପରିଚିତ ସହରର ସ୍ମୃତିରୁ ଉଷ୍ମତା ଆଣୁଛନ୍ତି କାରଣ ଏହି ଦୁର୍ଗମ ହିମାଳୟ ମରୁଭୂମିରେ ସଂଧ୍ୟା ହେବା ପରେ ତାଙ୍କ ତମ୍ବୁ ବାହାରେ ତାପମାତ୍ରା ତୀବ୍ର ହ୍ରାସ ପାଇଥାଏ।ବିଦ୍ୟୁତ୍ ନ ଥିବାରୁ ଅନ୍ଧାର ଖୁବ୍ ଶୀଘ୍ର ରାଜୁ ଏବଂ ତାଙ୍କ ସହକର୍ମୀ ଶ୍ରମିକମାନଙ୍କ ତମ୍ବୁକୁ ଚାରିଆଡୁ ଆଚ୍ଛାଦିତ କରିଦେବ।
ଦେଶର କେତେକ ଉଚ୍ଚ ରାସ୍ତା ନିର୍ମାଣ କରିବା ପାଇଁ ଝାଡ଼ଖଣ୍ଡର ଡୁମକା ଜିଲ୍ଲାର ବାବୁପୁର ଗାଁରୁ ୩୧ ବର୍ଷୀୟ ରାଜୁ ଅନ୍ୟ ଶ୍ରମିକମାନଙ୍କ ପରି ଲଦାଖକୁ ସବୁବେଳେ ଆସିଥାନ୍ତି। ସେ କୁହନ୍ତି, "ଏହା ମୋର ଚତୁର୍ଥ ବର୍ଷ। ମୁଁ ଗତ ବର୍ଷ ମଧ୍ୟ ଆସିଥିଲି।କ 'ଣ କରିବା? ମୋ ଗାଁରେ ଚାକିରି ନାହିଁ"। ରାଜୁ ଏବଂ ତାଙ୍କ ରାଜ୍ୟର ଅନ୍ୟ ନଅ ଜଣ ସେମାନଙ୍କ ରାସ୍ତା ନିର୍ମାଣ ସ୍ଥାନଠାରୁ ଦୁଇ କିଲୋମିଟର ଦୂରରେ ଥିବା ଛୋଟ ତମ୍ବୁଗୁଡ଼ିକରେ ରୁହନ୍ତି। ସେମାନେ ସମୁଦ୍ର ପତ୍ତନଠାରୁ ୧୭,୫୮୨ ଫୁଟ ଉଚ୍ଚରେ ଖାରଦୁଙ୍ଗ ଲା (ଖାରଦଙ୍ଗ ଗ୍ରାମ ନିକଟରେ) ଏବଂ ୧୦,୦୦୦ ଫୁଟରେ ଥିବା ନୁବ୍ରା ଉପତ୍ୟକା ମଧ୍ୟରେ ଏକ ଗିରିପଥ ନିର୍ମାଣ କରୁଛନ୍ତି।
ଲଦାଖର ସୁଦୂର ତଥା ବିଚ୍ଛିନ୍ନ ଅଞ୍ଚଳ,ଐତିହାସିକ ଭାବରେ ବାଣିଜ୍ୟ, ଧର୍ମ ଏବଂ ସଂସ୍କୃତିର ଆଦାନ ପ୍ରଦାନ ପାଇଁ ସୀମା ଅତି ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ଝାଡ଼ଖଣ୍ଡ, ଛତିଶଗଡ, ବିହାର, ମଧ୍ୟପ୍ରଦେଶ ଏବଂ ଦେଶର ଅନ୍ୟାନ୍ୟ ସ୍ଥାନର ପ୍ରବାସୀ ଭାରତୀୟଙ୍କ ପାଇଁ ଏବେ ଏକ କାର୍ଯ୍ୟକ୍ଷେତ୍ର ପାଲଟିଛି।ଲଦାଖର ନୂତନ ପ୍ରଶାସନିକ ସ୍ଥିତି ଘରୋଇ ନିର୍ମାଣକାରୀଙ୍କ ପାଇଁ ଏହି ଅଞ୍ଚଳରେ ପ୍ରବେଶ କରିବା ସମ୍ଭବ କରିଛି।ସୀମାନ୍ତ ସଡକ ସଂଗଠନ ସହିତ କେନ୍ଦ୍ର ଅଞ୍ଚଳର ପ୍ରଶାସନ ବାଣିଜ୍ୟିକ ଏବଂ ସାମରିକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଭିତ୍ତିଭୂମି ପ୍ରକଳ୍ପକୁ ମଧ୍ୟ ତ୍ୱରାନ୍ୱିତ କରିଛନ୍ତି। ଏହି କାରଣରୁ ଲଦାଖରେ ପ୍ରବାସୀ ଶ୍ରମିକମାନଙ୍କର ପ୍ରବାହ ବୃଦ୍ଧି ପାଇଛି।
ଆପଣ ସେମାନଙ୍କୁ ବେଳେବେଳେ ସେମାନଙ୍କ ପରିବାର ସହିତ ରାସ୍ତା କଡ଼ରେ ୧୧x ୮.୫ ଫୁଟରୁ ଅଧିକ ବଡ଼ ହୋଇନଥିବା କାନଭାସ୍ ଟେଣ୍ଟରେ ଦେଖିପାରିବେ।ସଡ଼କ କାର୍ଯ୍ୟ ଅଗ୍ରଗତି କଲାବେଳେ ଏହି ଇମ୍ପ୍ରୋଭାଇଜଡ୍ କ୍ୟାମ୍ପଗୁଡ଼ିକ ଆଗକୁ ସ୍ଥାନାନ୍ତର ହୋଇଚାଲିଥାଏ।ପ୍ରତ୍ୟେକ ଜନଗହଳିପୂର୍ଣ୍ଣ ତମ୍ବୁ,ବ୍ୟାଗ,ଜିନିଷ ଏବଂ ବାସନରେ ପରିପୂର୍ଣ୍ଣ ହୋଇଥାଏ। ଏହାପାଖାପାଖି ୧୦ ଜଣଙ୍କ ପାଇଁ ଘର ଭାବରେ କାର୍ଯ୍ୟ କରିଥାଏ, ଯେଉଁମାନେ କି ଶୀତଳ ଭୂମିରେ ଖାଲି କମ୍ବଳ ଉପରେ ଶୋଇଥା’ନ୍ତି।ସେମାନେ ବିଦ୍ୟୁତ୍ ବିନା ବଞ୍ଚନ୍ତି, କଠିନ ଶୀତର ମୁକାବିଲା କରନ୍ତି ଏବଂ ପ୍ରାୟତଃଉପଯୁକ୍ତ ସୁରକ୍ଷା ସରଞ୍ଜାମ ବିନା ଉପ-ଶୂନ୍ୟ ତାପମାତ୍ରାରେ କାର୍ଯ୍ୟ କରନ୍ତି।ଅସହଯୋଗୀ ଜଳବାୟୁ, ଭିତ୍ତିଭୂମି ପ୍ରକଳ୍ପରେ ଜଡିତ ଅତ୍ୟଧିକ ଖର୍ଚ୍ଚ, ଏବଂ ଗୁଣାତ୍ମକ ଯାନ୍ତ୍ରିକ ଉପକରଣର ଅଭାବ ଅର୍ଥ ଶ୍ରମିକମାନେ ଅତ୍ୟଧିକ ଭାର ବହନ କରି ରାସ୍ତା ନିର୍ମାଣ ଏବଂ ପୁନଃନିର୍ମାଣ କରନ୍ତି।ଏହି ସବୁ ଏକ ଉଚ୍ଚ-ଉଚ୍ଚତାରେ କରାଯାଏ ଯେଉଁଠାରେ ଅମ୍ଳଜାନ ସ୍ତର କମ୍ ରହିଥାଏଏବଂ ଏହି ପରି କଷ୍ଟକର କାମ ପାଇଁ ମିଳୁଥିବା ଦେୟ ଏକ ପରିବାର ଚଳାଇବା ପାଇଁ ମଧ୍ୟ ପର୍ଯ୍ୟାପ୍ତ ନୁହେଁ।























