ବର୍ତ୍ତମାନ ମୀନାର ବିବାହ ଯେକୌଣସି ସମୟରେ କରାଯାଇପାରିବ। ଏହାର କାରଣ ହେଉଛି, ସେ କୁହନ୍ତି, କିଛି ମାସ ପୂର୍ବରୁ “ମୁଁ ଏକ ସମସ୍ୟା ହୋଇଗଲି।” ମୀନା ଏକ ସମସ୍ୟା ରୂପେ ଉଭା ହେବାର କିଛି ମାସ ପରେ ତାଙ୍କ ସମ୍ପର୍କୀୟ ସାନ ଭଉଣୀ ସୋନୁ ମଧ୍ୟ ‘ସମସ୍ୟା’ର ମାନ୍ୟତା ପାଇଲେ, ସେ ମଧ୍ୟ ବିବାହ ପାଇଁ ଲାଇନରେ ଅଛନ୍ତି। ‘ସମସ୍ୟା’ ଟି ହେଉଛିର ଝିଅମାନଙ୍କ ଋତୁସ୍ରାବ ଆରମ୍ଭ ହେବା।
୧୪ ବର୍ଷୀୟା ମୀନା ଏବଂ ୧୩ ବର୍ଷୀୟ ସୋନୁ ଏକ ଦଉଡି ମସିଣାରେ ବସିଛନ୍ତି, ଯେତେବେଳେ ସେମାନେ କଥାବାର୍ତ୍ତା କରନ୍ତି ପରସ୍ପରକୁ ଦେଖନ୍ତି, କିନ୍ତୁ ପ୍ରାୟତଃ ମୀନାଙ୍କ ଘରର ବାଲୁକା ଚଟାଣକୁ ଚାହିଁ ରହିଥାନ୍ତି, ମାସିକ ଋତୁସ୍ରାବର ପରିବର୍ତ୍ତନ ବିଷୟରେ ପରସ୍ପର ସହ ଆଲୋଚନା କରିବାକୁ ଟିକେ ଲାଜ କରନ୍ତି। ସେମାନଙ୍କ ପଛରେ ଥିବା କୋଠରୀରେ, ଏକାକୀ ଛେଳି ଛୁଆ ଭୂମିରେ ଥିବା ଏକ ଛୋଟ ଖୁଣ୍ଟରେ ବନ୍ଧା ହୋଇଛି। ଉତ୍ତରପ୍ରଦେଶର କୋରାନ ବ୍ଲକର ଏକ ହାମଲେଟ୍ ବାଇଥକଭା ଚାରିପାଖରେ ଲୁଚି ରହିଥିବା ବଣୁଆ ଜନ୍ତୁଙ୍କ ଭୟ ପାଇଁ ଏହାକୁ ଛାଡି ଦିଆଯାଇପାରିବ ନାହିଁ । ତେଣୁ ଏହା ଘର ଭିତରେ ରହିଥାଏ, ସେମାନେ ଆମକୁ କୁହନ୍ତି, ଏହି ଛୋଟ ଘରେ ଅନ୍ୟମାନଙ୍କ ଦ୍ୱାରା ଆବଦ୍ଧ ରହିବାକୁ।
ଋତୁସ୍ରାବ କ’ଣ ବୋଲି ଝିଅମାନେ ଅନୁଧ୍ୟାନ କରୁଛନ୍ତି - ଯେଉଁଥିପାଇଁ ସେମାନେ ଲଜ୍ଜିତ ହେଉଛନ୍ତି। ଏବଂ ଭୟ - ଯାହା ସେମାନେ ସେମାନଙ୍କର ପିତାମାତାଙ୍କଠାରୁ ପାଇଛନ୍ତି । ମହିଳାମାନଙ୍କ ସୁରକ୍ଷା ବିଷୟରେ ଚିନ୍ତା ଏବଂ ବିବାହ ପୂର୍ବରୁ ଗର୍ଭଧାରଣ ଏକ ଝିଅ ସାୟାନି (ପରିପକ୍ୱ) ହେବା ପରେ ପ୍ରୟାଗରାଜ (ପୂର୍ବ ଆହ୍ଲାବାଦ) ଜିଲ୍ଲାର ଏହି ହାମଲେଟ୍ ପରିବାରକୁ ନିଜ ଝିଅମାନଙ୍କର ପ୍ରାୟତଃ ୧୨ ବର୍ଷ ଭଳି ଅଳ୍ପ ବୟସରେ ଶୀଘ୍ର ବିବାହର ବ୍ୟବସ୍ଥା କରିବାକୁ ପ୍ରେରିତ କରିଥାଏ।
ମୀନାଙ୍କ ମାତା ୨୭ ବର୍ଷୀୟା ରାନୀ ଯିଏ ନିଜେ ବିବାହିତ ଏବଂ ୧୫ ବର୍ଷ ବୟସରେ ଜଣେ ମା’ ହୋଇଥିଲେ, କୁହନ୍ତି, "ଗର୍ଭବତୀ ହେବା ପାଇଁ ଯୋଗ୍ୟ ହେବାପରେ ଆମ ଝିଅମାନଙ୍କୁ କିପରି ସୁରକ୍ଷିତ ରଖିବୁ ବୋଲି ଭାବିଥାଉ?" ବର୍ତ୍ତମାନ ପ୍ରାୟ ୨୭ ବର୍ଷର ସୋନୁଙ୍କ ମାତା ଚମ୍ପା ମଧ୍ୟ ପାଖାପାଖି ୨୭ ବର୍ଷ ବୟସର, ତାଙ୍କ ଝିଅର ଏବେର ସମାନ ବୟସ ୧୩ ରେ ବିବାହ କରିଥିବାର କଥା ମନେ ରଖିଛନ୍ତି। ଯେଉଁ ଛଅ ଜଣ ମହିଳା ଆମ ଚାରିପାଖରେ ଏକାଠି ହୋଇଥିଲେ କୁହନ୍ତି ଯେ ୧୩ କିମ୍ବା ୧୪ ବର୍ଷର ଝିଅମାନଙ୍କର ବିବାହ ଏହି ହାମଲେଟରେ ବ୍ୟତିକ୍ରମ ପରିବର୍ତ୍ତେ ଆଦର୍ଶ ଅଟେ। ରାନୀ କୁହନ୍ତି, “ହାମାରା ଗାଓଁ ଏକ ଦୁସରା ଜମାନା ମେଁ ରେହତା ହେ [ଆମ ଗାଁ ଭିନ୍ନ ଏକ ଯୁଗରେ ବାସ କରୁଛି]। ଆମର କୌଣସି ପସନ୍ଦ ନାହିଁ। ଆମେ ଅସହାୟ।
ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ବିହାର ଏବଂ ଛତିଶଗଡର ଉତ୍ତର-କେନ୍ଦ୍ରୀୟ ବେଲ୍ଟରେ ଥିବା ଏକ ବୃହତ କ୍ଲଷ୍ଟରରେ ବାଲ୍ୟ ବିବାହ ଏକ ବ୍ୟାପକ ପ୍ରଚଳିତ ପ୍ରଥା। ମହିଳାମାନଙ୍କ ଉପରେ ରିସର୍ଚ କରୁଥିବା ଆନ୍ତର୍ଜାତୀୟ କେନ୍ଦ୍ର ଏବଂ ୟୁନିସେଫ୍ ଦ୍ୱାରା ମିଳିତ ଭାବରେ ୨୦୧୫ ଜିଲ୍ଲାସ୍ତରୀୟ ଅଧ୍ୟୟନରେ ଜଣାଯାଇଛି ଯେ “ଏହି ରାଜ୍ୟଗୁଡିକର ପ୍ରାୟ ଦୁଇ ତୃତୀୟାଂଶ ଜିଲ୍ଲାର ୫୦ ପ୍ରତିଶତରୁ ଅଧିକ ମହିଳା ବିବାହ ଆଇନଗତ ବୟସ ପୂର୍ବରୁ ବିବାହ କରିଛନ୍ତି।”
ବାଲ୍ୟ ବିବାହ ନିଷେଧାଦେଶ ଅଧିନିୟମ, ୨୦୦୬ ରେ ୧୮ ବର୍ଷରୁ କମ୍ ବୟସର ଝିଅ ଏବଂ ୨୧ ବର୍ଷରୁ କମ୍ ବୟସର ପୁଅର ବିବାହକୁ ନିଷେଧ କରାଯାଇଛି। ଏହିପରି ବିବାହକୁ ପ୍ରୋତ୍ସାହନ କିମ୍ବା ଅନୁମତି ଦେଲେ ଦୁଇ ବର୍ଷ ପର୍ଯ୍ୟନ୍ତ କଠୋର ଜେଲ ଦଣ୍ଡ ଏବଂ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଜୋରିମାନା ହୋଇପାରେ।












