ଏହି ସହରର ଶିଶୁମାନେ ଅନାଥ କି?
1. କ୍ୟାଲେଣ୍ଡର ଉପରେ ନଜର ପକାନ୍ତୁ,
ଅଗଷ୍ଟ ଆସେ ଏବଂ ଚାଲିଯାଏ…
କାହା ପାଇଁ ଏହା ବୋହିଯାଏ, ଆଖିର ଲୁହ ପରି
କାହା ପାଇଁ ଏହା ସେମାନଙ୍କ ଥରୁଥିବା ହାତରୁ ଖସିପଡ଼େ ଓ ଭାଙ୍ଗିଯାଏ
ନାକ ରୁନ୍ଧି ହୋଇଯାଏ,
ଏହା ଅଣନିଶ୍ୱାସୀ କରିଦିଏ ଓ ଜୀବନ ନେଇଯାଏ ।
କାହା ପାଇଁ ଏହା ଏକ ଦୁଃସ୍ୱପ୍ନ,
କାହା ପାଇଁ ଏକ ବେକର ଦଉଡ଼ି,
ଗୋରଖପୁରର ମାଆଙ୍କ ପାଇଁ
ଏହା ଜରାୟୁରେ ଆତଙ୍କ
କାରଣ ଅଗଷ୍ଟ ହେଉଛି ଏକ ଲମ୍ବା ବର୍ଷ
ଯାହାର ଶେଷ ନିକଟରେ ନାହିଁ ।
2. ଏହି ମାଆମାନଙ୍କର ଭୟ ଭୁଲ୍, ସେମାନେ କୁହନ୍ତି।
ବାପାମାନେ ହେଉଛନ୍ତି ମିଛୁଆ, ସେମାନେ କୁହନ୍ତି ।
ସେମାନେ କୁହନ୍ତି ଡାକ୍ତରଖାନାରେ ଅକ୍ସିଜେନ୍ ନଥିବା
ମୋଗଲମାନଙ୍କର ଚକ୍ରାନ୍ତ ଥିଲା ।
କିନ୍ତୁ ସତ ହେଉଛି ପ୍ରତି ରାସ୍ତାରେ, ପ୍ରତି ଗଳିରେ
ଅକ୍ସିଜେନ୍ର ପ୍ରାବଲ୍ୟ ରହିଛି;
ଗୋମାତା ନିଶ୍ୱାସ ନେଉଛି ଏବଂ ଅମ୍ଳଜାନ ତ୍ୟାଗ କରୁଛି ।
ପ୍ରକୃତରେ ଅଧିକ ଥିବା ହିଁ ଜୀବନ ନେଉଛି ।
ପ୍ରତ୍ୟେକଟି ଶବ୍ଦ ଅଣନିଶ୍ୱାସୀ କରିଦେଉଛି ।
3. କାହାର ପିଲାମାନେ ଏମାନେ, ଯେଉଁମାନେ ଅନାଥ ପରି ଲାଗୁଛନ୍ତି?
କାହାର ପିଲାମାନେ ଏମାନେ, ଯାହାଙ୍କୁ ମଶା କାମୁଡ଼ିଛି
ଖୋଲା ନାଳ ନର୍ଦ୍ଦମାରୁ?
କାହାର ପିଲାମାନେ ଏମାନେ
ଯାହାଙ୍କ ହାତରେ ବଂଶୀ ନାହିଁ ?
କାହାର ପିଲାମାନେ ଏମାନେ?
କେଉଁ ଦୁନିଆରୁ ଏମାନେ ଆସିଛନ୍ତି?
କାହାର ବସ୍ତିଗୁଡ଼ିକ ଅନ୍ୟ ଦୁନିଆଁରୁ ଆସୁଥିବା
ଶକ୍ତିରେ ସାମିଲ୍ ହୋଇନି?
କାହା ଘରେ କୃଷ୍ଣ ମଧ୍ୟରାତ୍ରିରେ
ଅବତାର ନେଇନାହାନ୍ତି
କେବଳ ପୃଥିବୀକୁ ଆସିଯାଇଛନ୍ତି ।
ଏବଂ ସେମାନେ ଅକ୍ସିଜେନ୍ ମାଗନ୍ତି
ଏବଂ ଡାକ୍ତରଖାନାରେ ଶଯ୍ୟାଟିଏ?
କେତେ ବିଚିତ୍ର!
4. ଗୋରଖର ଭୂମି ଫାଟିବାକୁ ଯାଉଛି ।
କବିର୍ ଦୁଃଖରେ ଘେରେଇ ହୋଇଯାଇଛନ୍ତି ।
ରାପ୍ତିର କୁଳକୁ ଅଗ୍ନିଶିଖା ଗିଳିନେଇଛି ।
ଯେଉଁ ସହର କୋଳାହଳରେ ଫାଟି ପଡ଼ିଥା’ନ୍ତା
ଆଶ୍ଚର୍ଯ୍ୟଜନକ ଭାବରେ ନିରବୀ ଯାଇଛି
ଏହି ରାଜ୍ୟର ମହନ୍ତ ବିଶ୍ୱାସ କରନ୍ତି
ଏହା ପ୍ରତିମାମାନଙ୍କର ଅଭିଷେକ ଚାହୁଁଛି
ଏହା ଆମ ପିଲାମାନଙ୍କର ରକ୍ତର ବଳି ଚାହୁଁଛି ।



